ଗଞ୍ଜାମ

ସାମାନ୍ୟ ବର୍ଷାରେ ଗାଁ ରାସ୍ତା ବେହାଲ: ବର୍ଷାଋତୁ ଆସିବା ପୂର୍ବରୁ ମରାମତି ଲାଗି ଦାବି

ହିିଞ୍ଜିଳିକାଟୁ,୧।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗ୍ରାମର ସୁନାରୀ ସାହିରେ ସୋମବାର ମଧ୍ୟାହ୍ନରେ ହୋଇଥିବା ସମାନ୍ୟ ବର୍ଷାରେ ଗାଁ ରାସ୍ତା ବେହାଲ ହୋଇ ଯାଇଛି। ଏହାର ପ୍ରଭାବରେ ଡ୍ରେନପାଣି ନିଷ୍କାସନ ହୋଇ ନ ପାରି ଦୀର୍ଘ ସମୟ ରାସ୍ତା...

ଛତ୍ରପୁରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର,୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରର ବୁଦ୍ଧିଜୀବୀ ଓ ସାମାଜିକ କର୍ମୀଙ୍କ ପକ୍ଷରୁ ସୋମବାର ଅପରାହ୍ନରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସାମାଜିକ କର୍ମୀ ଭାଗୀରଥି ବେହେରାଙ୍କ ନେତୃତ୍ୱରେ ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ପୋର୍ଟ ଡକ୍‌ ୱାର୍କର୍ସ ୟୁନିୟନର ସଭାପତି...

ନୂତନ ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର,୧।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ନୂତନ ଏନ୍‌ଏସିର ନିର୍ବାହୀ ଅଧିକାରୀ ଭାବେ ଏନ୍‌ ଗଣେଶ ବାବୁ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ବ୍ରହ୍ମପୁର ମହାନଗର ନିଗମରେ ଓଏସ୍‌ଡି ଭାବେ କାର୍ଯ୍ୟକରୁଥିଲେ । ଛତ୍ରପୁର ଏନ୍‌ଏସିର...

ଡକାୟତି ଯୋଜନା ପଣ୍ଡ: ୧୪ କୋର୍ଟ ଚାଲାଣ

ଗଞ୍ଜାମ,୧ା୬(ଡି.ଏନ.ଏ.)-ଗଞ୍ଜାମ ଜିଲା ରମ୍ଭା ଥାନା ଗଡ଼ହୁମ୍ମା ପାହାଡ଼ି ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ଏକ ଡକାୟତି ଦଳକୁ ପୋଲିସ କାବୁ କରି କୋର୍ଟ ଚାଲାଣ କରିଛି। ସୂଚନାନୁଯାୟୀ, ରବିବାର ଅପରାହ୍ନରେ ଡକାୟତି ଯୋଜନା କରୁଥିବା ଏକ ଦଳ ଉପରେ...

ସରକାରୀ କାର୍ଯ୍ୟାଳୟରେ ଲାଗିଲା ୟୁଭିସି ମେଶିନ

ବ୍ରହ୍ମପୁର ଅଫିସ,୧ା୬-ଇଲୋକ୍ଟ୍ରୋନିକ୍‌ ଉପକରଣ ତଥା ସାନିଟାଇଜର ଦ୍ୱାରା ବିଶୋଧିତ କରାଯାଇ ପାରୁ ନ ଥିବା ସାମଗ୍ରୀକୁ ବିଶୋଧିତ କରିବା ନେଇ ବ୍ରହ୍ମପୁର ସରକାରୀ ଆଇଟିଆଇ ପକ୍ଷରୁ ନିର୍ମିତ ୟୁଭିସି(ଅଲଟ୍ରା ଭାଇଲେଟ୍‌ ଚାମ୍ବର) ସାନିଟାଇଜର ମେଶିନ ସୋମବାର ରାଜ୍ୟ ସରକାରଙ୍କ ବିଭିନ୍ନ...

କଂସାମାରି ଗ୍ରାମରୁ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର

ପାଟପୁର,୧ା୬(ଡି.ଏନ.ଏ.)-ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର ନନ୍ଦ ଗୌଡ଼ଙ୍କ କୂଅରୁ ସୋମବାର ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଗ୍ରାମର ଯୁବକ ଗୋଷ୍ଠୀ ବଜ୍ରକାପ୍ତାକୁ ଦେଖି ପୋଡାମାରି ବନବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ। ବନବିଭାଗ ଅଧିକାରୀ କାଳୀଚରଣ ବେହେରାଙ୍କ ନିର୍ଦ୍ଦେଶକ୍ରମେ...

କଥାବାର୍ତ୍ତା ହେଲା କାଳ: ବଜ୍ରପାତରେ ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ବୁଗୁଡ଼ା,୧ା୬(ଡି.ଏନ.ଏ.)-ବୁଗୁଡ଼ା ଥାନା ଡେଙ୍ଗାବାଡ଼ ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଡେଙ୍ଗାବାଡ଼ି ଗ୍ରାମର ସନ୍ତୋଷ ଗୌଡ଼ (୩୦) ଓ ଅନ୍ୟ ଜଣେ ତାକରଡ଼ା ଗ୍ରାମର ନୀଳାଞ୍ଚଳ...

ବାଳସୁଧାର ଗୃହରୁ ଅନ୍ତେବାସୀ ଚମ୍ପଟ ଘଟଣା: ଦୁଇ ସପ୍ତାହ ପରେ ମଧ୍ୟ ୩ ଜଣଙ୍କ ମିଳୁନି ପତ୍ତା

ବ୍ରହ୍ମପୁର ଅଫିସିି,୧।୬: ପର୍ଯ୍ୟବେକ୍ଷଣ ଆବାସ ଓ ବାଳସୁଧାର ଗୃହରୁ ୭ ଅନ୍ତେବାସୀ ଚମ୍ପଟ ମାରିଥିବା ଘଟଣାର ଦୁଇ ସପ୍ତାହ ପରେ ମଧ୍ୟ ୩ ଜଣଙ୍କର ପତ୍ତା ମିଳିପାରିନାହିଁ। ଫଳରେ ଏବେ ଉଭୟ ପୋଲିସ ଓ ବାଳସୁଧାରଗୃହର ଅଧୀକ୍ଷକ ପାଇଁ ଚିନ୍ତାର...

ଦିନରାତି କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ କର୍ମଚାରୀ: ଟ୍ରେନ୍‌, ବସ୍‌ରେ ଆସୁଥିବା ପ୍ରବାସୀଙ୍କୁ କରାଯାଉଛି ସାନିଟାଇଜ

ଛତ୍ରପୁର,୧।୬(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲା ଅଗ୍ନିଶମ କର୍ମଚାରୀ ଦିନରାତି କାର୍ଯ୍ୟରେ ଲାଗିଛନ୍ତି। ଉଭୟ ବ୍ରହ୍ମପୁର, ଜଗନ୍ନାଥପୁର ଷ୍ଟେଶନକୁ ଅନ୍ୟ ରାଜ୍ୟରୁ ପ୍ରବାସୀମାନେ ଆସୁଛନ୍ତି। ପ୍ରବାସୀ ଓହ୍ଲାଇବା ପରେ ଷ୍ଟେଶନରେ ତାଙ୍କ ବ୍ୟାଗ୍‌ଠାରୁ ଆରମ୍ଭ କରି ପ୍ଲାଟ୍‌ଫର୍ମ,...

ମାସକ ମଧ୍ୟରେ ଫେରିଲେଣି ଦେଢ଼ଲକ୍ଷ ପ୍ରବାସୀ

ଛତ୍ରପୁର,୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଓ ଜଗନ୍ନାଥପୁର ଷ୍ଟେଶନକୁ ମାସକ ମଧ୍ୟରେ ୧ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଫେରିଲେଣି। ତେବେ ଏଥିରେ ଗଞ୍ଜାମ ସମେତ ଓଡ଼ିଶାର ବିଭିନ୍ନ ଜିଲାର ଲୋକ ରହିଛନ୍ତି। ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ...

ଡୁମ୍ବୁଳା ଗ୍ରାମରେ ମାତିଲେ ଦୁର୍ବୃତ୍ତ; କବାଟ ଭାଙ୍ଗି ନେଇଗଲେ ଅଳଙ୍କାର, ଟଙ୍କା

ଦିଗପହଣ୍ଡି,୧।୬(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡଡୁମ୍ବୁଳା ପଞ୍ଚାୟତ ଅଧୀନ ସାନ ଡୁମ୍ବୁଳା ଗ୍ରାମରେ ରବିବାର ରାତିରେ ଲୁଟ୍‌ ହୋଇଛି। ଗ୍ରାମର ଜି.ରାଧାକାନ୍ତ ପ୍ରଧାନ ଓ ତାଙ୍କ ସାନଭାଇ ଜି. ଲକ୍ଷ୍ମୀ ପ୍ରଧାନଙ୍କ ଘର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ସୁନା, ରୂପାଗହଣା...

ମହିଳା ସରପଞ୍ଚଙ୍କୁ ଅସଦାଚରଣ, ଆକ୍ରମଣ ଘଟଣା: ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ମହିଳା ସରପଞ୍ଚଙ୍କୁ ଅସଦାଚରଣ ଓ ଆକ୍ରମଣ ଘଟଣାରେ ପୋଲିସ ସୋମବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ସୁଣ୍ଢିପଲ୍ଲୀ ଗାଁର ଡାକ ସ୍ବାଇଁ। ପ୍ରକାଶ ଯେ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri