ପାରିବାରିକ କଳହରୁ ଡିନାମାଇଟ ଲଗାଇ ଘର ଉଡାଇ ଦେଇଥିଲେ ସ୍ୱାମୀ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ କାଳିଞ୍ଜୀ ସାହିରେ ବୁଧବାର ଅପରାହ୍ନରେ ଡିନାମାଇଟ ଦ୍ଵାରା ଘର ବିସ୍ଫୋରଣ ଘଟଣାରେ ଅଭିଯୁକ୍ତଙ୍କୁ ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗିର ଜିଲା ଲୋହିସିଂହା ଥାନା ଗୌଡ଼ପଲ୍ଲୀ ଡୁଡୁକା ଗ୍ରାମର ସୁରେନ୍ଦ୍ର ଦୋରା।

ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ସ୍ତ୍ରୀ ବି. ଗୀତାଞ୍ଜଳିଙ୍କ ସହ ମନୋମାଳିନ୍ୟକୁ କେନ୍ଦ୍ର କରି ସୁରେନ୍ଦ୍ର ଗତ ବୁଧବାର ଅପରାହ୍ନ ପ୍ରାୟ ୨ ଟାରେ ଏହି ବିସ୍ଫୋରଣ ଘଟାଇଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ଏହି ବିସ୍ଫୋରଣରେ ୩ ଘରର ଛାତ ଉଡ଼ି ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲା। ଗାଁରେ ଚାଲିଥିବା ମା’ ଦଣ୍ଡକାଳୀଙ୍କ ନାଚ ଦେଖିବାକୁ ଯାଇଥିବା ୩ ପରିବାର ଲୋକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ।

ଗ୍ରାମର ଗୌଡ଼ ସାହି ବାସିନ୍ଦା ବି. ଲାଛୁ ଦୋରାଙ୍କ ଝିଅ ଗୀତାଞ୍ଜଳିଙ୍କୁ ସୁରେନ୍ଦ୍ର ବିବାହ କରିଥିଲେ। ସୁରେନ୍ଦ୍ର ଭୁବନେଶ୍ଵରରେ ଦିନ ମଜୁରିଆ କାମ କରୁଥିବା ବେଳେ ପ୍ରାୟ ୬ ମାସ ପୂର୍ବେ ଶ୍ଵଶୁର ଘର କୁଶପଡ଼ା ଗ୍ରାମକୁ ଆସି ଅନୀଲ ସାହୁଙ୍କ ଘରେ ଭଡ଼ା ରହୁଥିଲେ। ମଙ୍ଗଳବାର ରାତିରେ କୈାଣସି କାରଣରୁ ସ୍ତ୍ରୀ’ଙ୍କ ସହ ପ୍ରବଳ ଯୁକ୍ତିତର୍କ ପରେ ଝଗଡା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଉକ୍ତ ଭଡ଼ା ଘରେ ସୁରେନ୍ଦ୍ର ଡିନାମାଇଟ ଖଞ୍ଜି ବିସ୍ଫୋରଣ ଘଟାଇଥିଲେ। ବିସ୍ଫୋରଣରେ ଗ୍ରାମର ଅନୀଲ ସାହୁ, ବାବୁ ସାହୁ ଏବଂ ଦଣ୍ଡପାଣି ସାହୁଙ୍କ ଘର ଛାତ,କାନ୍ଥ ଭାଙ୍ଗି ଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ବାବୁ ସାହୁଙ୍କ ଘରେ ଭଡ଼ାରେ ରହୁଥିବା ଶୁଭଶ୍ରୀ ବିଷୋୟୀ ଏବଂ ଅନିଲ, ଦଣ୍ଡପାଣି ୨ ପରିବାରଙ୍କ ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବ ପତ୍ର ଧ୍ବଂସ ହୋଇଯାଇଥିଲା। ସୁରେନ୍ଦ୍ର ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ ଅଟକ ରଖି ଦିଗପହଣ୍ଡି ଥାନାକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଟିମ୍ ଗ୍ରାମରେ ପହଞ୍ଚି ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ଥାନାକୁ ଉଠାଇନେଇଥିଲେ। ଘର ମାଲିକ ଅନୀଲ ସାହୁଙ୍କ ଏତଲା କ୍ରମେ ମାମଲା ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ କରିବା ସହ ବିସ୍ଫୋରଣରେ ଜଳି ଯାଇଥିବା ଏକ ସାଇକେଲ ଏବଂ ବିଭିନ୍ନ ଆସବାବ ପତ୍ର ଜବତ କରି ତଦନ୍ତ ଚଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ଗଞ୍ଜାମ ଭାଜପାର ନୂଆ କର୍ମକର୍ତ୍ତା ଘୋଷଣା: ସରୋଜ ଦାସ ଜିଲା ଉପସଭାପତି, ଦୀପକ ବେହେରା…

ଛତ୍ରପୁର,୨୯।୯(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି (ଭାଜପା) ଗଞ୍ଜାମ ଜିଲା ସଭାପତି ସରୋଜ ସାବତ ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବାଇଧର ମଲ୍ଲିକଙ୍କ ଅନୁମୋଦନ…

ବାରହା ଆକ୍ରମଣରେ ଗାଈ ଜଗାଳି ଗୁରୁତର: ପୋଷା ବାରହାକୁ ନେଇ ବନ ବିଭାଗର ଭୂମିକା ଉପରେ ପ୍ରଶ୍ନବାଚୀ

ଖଜୁରୀପଡ଼ା,୨୯।୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭେଇଗୁଡ଼ା ଗ୍ରାମର ଗୋପାଳ ବେହେରା (୫୦) ଗୁରୁବାର ନେଡ୍ରିଖୋଲ ଗ୍ରାମର ଝରନିଖୋଲ ନିକଟରେ ଗାଈ ଚରାଉଥିବା ସମୟରେ ଏକ ପୋଷା…

ଜୁନାଗଡ଼ ବ୍ଲକ୍ PEO ସଂଘର ସାଧାରଣ ପରିଷଦ ବୈଠକ: ପୁନର୍ବାର ସଭାପତି ଭାବେ ଆକାଶ ସାହୁ ମନୋନୀତ

ଜୁନାଗଡ଼,୨୯।୯ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ସଂଘର ସାଧାରଣ ପରିଷଦ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?