ଗଞ୍ଜାମ

ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ: ମା’ଙ୍କ ସୁନା ଅଳଙ୍କାରକୁ ମଧ୍ୟ ଛାଡିଲେନି ଦୁର୍ବୃତ୍ତ

ଛତ୍ରପୁର, ୧୪।୧୦(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅନ୍ତର୍ଗତ ବିରିସିଂ ଓ ଜଗନ୍ନାଥ ମନ୍ଦିରରେ ହୁଣ୍ଡି ଭାଙ୍ଗି ଟଙ୍କା ନେବା ସହିତ ବିରିସିଂ ମା’ଙ୍କ ସୁନା ଅଳଙ୍କାରଗୁଡିକ ମଧ୍ୟ ଦୁର୍ବୃତ୍ତମାନେ ଚୋରି କରିଥିବା ଜଣାପଡିଛି। ସୂଚନାନୁସାରେ, ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗି ଗ୍ରାମ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ, ଜଣେ ଗିରଫ

ଖଲ୍ଲିକୋଟ,୧୪।୧୦(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଫରେଷ୍ଟ ଅଫିସ ପାଖରେ ଥିବା ମଙ୍ଗଳା ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି। କୌଣସି ଜମିବାଡ଼ି ବିବାଦକୁ ନେଇ ଲାଗି ରହିଥିବା ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ଆଇଆଇସି ନରେଶ କୁମାର…

ଗର୍ଜିଲେ ଆଶାକର୍ମୀ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଛତ୍ରପୁର,୧୪।୧୦(ଦିଲ୍ଲୀପ ସାମଲ): ଆଶା କର୍ମଚାରୀ ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ସର୍ବେକ୍ଷଣ, ଟୀକାକରଣ, ପରିମଳ, ମାତୃ ଓ ଶିଶୁ ଯତ୍ନ, ଔଷଧ ବିତରଣ, ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ପାଇଁ କୌଣସି ସମ୍ମାନ…

ବିଧାୟକଙ୍କ ମହାନତା: କୋଡି, ଶାବଳ ଧରି ନିର୍ମାଣ କଲେ ଅସ୍ଥାୟୀ ଚେକ୍‌ଡ୍ୟାମ

ପୁରୁଷୋତ୍ତମପୁର,୧୪।୧୦(ସିମାଞ୍ଚଳ ମିଶ୍ର): ସରକାର ଚାଷୀଙ୍କ ଜମିକୁ ଜଳସେଚନର ସୁବିଧା ଲାଗି ଯୋଜନା ପରେ ଯୋଜନା କରୁଥିବା ବେଳେ ଲିପ୍ଟ ଇରିଗେସନ ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱହୀନତା ଓ ମନଇଛା କାର୍ଯ୍ୟ ଯୋଗୁ ଚାଷୀଙ୍କ ଜମିକୁ ପାଣି ଯୋଗାଣ ହୋଇ ନ ପାରି ଫସଲ…

ସରକାର ବଦଳିବା ପରେ ବଦଳିଗଲା କି ପୁରୁଷୋତ୍ତମପୁର ସ୍ବାସ୍ଥ୍ୟକେନ୍ଦ୍ରର ନିୟମ, ବାହାରୁ ରିପୋର୍ଟ ଆଣିଲେ…

ପୁରୁଷୋତ୍ତମପୁର,୧୪ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯାହାକି ସାମାନ୍ୟ ବ୍ଲଡ୍‌ପ୍ରେସର ଓ ଟେମ୍ପରେଚର ମାପିବା ଲାଗି ବାହାର କ୍ଲିନିକ୍‌କୁ ଡାକ୍ତର ପଠାଉଥିବା ଦେଖିବାକୁ ମିଳିଛି। ଏଭଳି ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ଲଡ୍‌ପ୍ରେସର…

ଶକ୍ତି ହରାଉଛି ବିଜେଡି: ଭାଜପାରେ ମିଶିଲେ ସରପଞ୍ଚ, ସମିତି ସଭ୍ୟ

ପୋଲସରା,୧୩।୧୦(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରାରେ ଶକ୍ତି ହରାଉଛି ବିଜେଡି। ବିଜେଡି ଛାଡ଼ି ଭାଜପାରେ ଅନେକ ନେତା ମିଶୁଥିବା ବେଳେ ଆଜି ଘୁମୁସର ସାଙ୍ଗଠନିକ ଜିଲା ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ଛାଡ଼ି ଶତାଧିକ ସ୍ଥାନୀୟ ନେତା, ସରପଞ୍ଚ, ସମିତି ସଭ୍ୟ…

ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ: ବଞ୍ଚିଗଲେ ପୁଅ

ଦିଗପହଣ୍ଡି,୧୨।୧୦: ଗଞ୍ଜାମ ଜିଲା ଚିକିଟି ଥାନା ଅଧୀନ ପିତାତଳି ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବସ୍‌ ବାଇକ୍‌କୁ ଧକ୍କା ଦେବା ଫଳରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା…

ପୂର୍ବତନ ସରପଞ୍ଚଙ୍କ ଦେଢଶୁରଙ୍କୁ ହତ୍ୟା: ୩ ରେ ପହଞ୍ଚିଲା ଗିରଫ ସଂଖ୍ୟା, ଆହୁରି କିଛି ଯୁବକଙ୍କ ଟେର ଏଯାଏ…

ପୁରୁଷୋତ୍ତମପୁର,୧୧ା୧୦(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ପୂର୍ବତନ ସରପଞ୍ଚ ନନ୍ଦିନୀ ବେହେରାଙ୍କ ଦେଢଶୁର କାହ୍ନୁ ଚରଣ ବେହେରା(୫୫)ଙ୍କୁ ଗତ ମାର୍ଚ୍ଚ ୨୯ରେ ବିଚ୍‌ ରାସ୍ତାରେ ଅତି ନିର୍ମମ ଭାବେ ଛୁରି ଭୂସି ହତ୍ୟା କରାଯାଇଥିଲା।ଏହି ଘଟଣାରେ…

ଧାର ଟଙ୍କା ଶୁଝି ନ ପାରି ଯୁବକଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୧୧।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଅନ୍‌ଲାଇନ୍‌ ଗେମ୍‌ ଜଣେ ଯୁବକଙ୍କ ପାଇଁ କାଳ ହୋଇଛି। ଗେମ୍‌ ପାଇଁ ଲୋକଙ୍କଠାରୁ ଧାର ଆଣିଥିବା ଟଙ୍କା ଶୁଝି ନ ପାରି ପୁରୁଣା ବ୍ରହ୍ମପୁର ପନ୍ଦରା ସାହିର ଚନ୍ଦନ ବାଡାତ୍ୟା(୨୫) ବେକରେ ଲୁଙ୍ଗି ବାନ୍ଧି ଆତ୍ମହତ୍ୟା କରିଛନ୍ତି।…

ପୂର୍ବତନ ସରପଞ୍ଚଙ୍କ ଦେଢଶୁରଙ୍କୁ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଧରିଲା ଗୁଜରାଟ ପୋଲିସ

ପୁରୁଷୋତ୍ତମପୁର,୧୧ା୧୦(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ପୂର୍ବତନ ସରପଞ୍ଚ ନନ୍ଦିନୀ ବେହେରାଙ୍କ ଦେଢଶୁର କାହ୍ନୁଚରଣ ବେହେରା(୫୫)ଙ୍କୁ ଗତ ମାର୍ଚ୍ଚ ୨୯ରେ ବିଚ୍‌ ରାସ୍ତାରେ ଅତି ନିର୍ମମ ଭାବେ ଛୁରି ଭୂସି ହତ୍ୟା କରାଯାଇଥିଲା। ଏହି ଘଟଣାର…

ଗଞ୍ଜାମର ପୂର୍ବତନ ବିଜେଡି ବିଧାୟକଙ୍କ ପରଲୋକ

ପୋଲସରା,୧୧।୧୦: ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ ହୋଇଛି। ଅସୁସ୍ଥ ହୋଇ ପ୍ରାୟ ଗୋଟେ ମାସ ହେବ ସେ ଚିକିତ୍ସିତ ହେଉଥିଲେ । ଗୁରୁବାର ଚିକିତ୍ସିତ ଅବସ୍ଥାରେ ୬୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଏକାଧିକ ବ୍ରେନ…

ବାଲିମାଫିଆଙ୍କ କବ୍‌ଜାରେ ଋଷିକୂଲ୍ୟା, ଦିନ ଦ୍ୱିପ୍ରହରରେ ଜେସିବି ଲଗାଇ…

ପୁରୁଷୋତ୍ତମପୁର,୧୦ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପୁଣି ବାଲିମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି। ବିନା ଦ୍ୱିଧାରେ ଋଷିକୂଲ୍ୟା ନଦୀର ବିଭିନ୍ନ ସ୍ଥାନରୁ ବାଲି ଚୋରାଇ ନେବାରେ ଲାଗିପଡ଼ିଛନ୍ତ। ଏପରି ବିନା ଦ୍ବିଧାରେ ଖୁଲମ୍‌ଖୁଲା ଭାବେ ବାଲି ବିକ୍ରି ଉଦ୍ଦେଶ୍ୟରେ କେଏନପୁର ପଞ୍ଚାୟତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri