ବାଲିମାଫିଆଙ୍କ କବ୍‌ଜାରେ ଋଷିକୂଲ୍ୟା, ଦିନ ଦ୍ୱିପ୍ରହରରେ ଜେସିବି ଲଗାଇ…

ପୁରୁଷୋତ୍ତମପୁର,୧୦ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପୁଣି ବାଲିମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି। ବିନା ଦ୍ୱିଧାରେ ଋଷିକୂଲ୍ୟା ନଦୀର ବିଭିନ୍ନ ସ୍ଥାନରୁ ବାଲି ଚୋରାଇ ନେବାରେ ଲାଗିପଡ଼ିଛନ୍ତ। ଏପରି ବିନା ଦ୍ବିଧାରେ ଖୁଲମ୍‌ଖୁଲା ଭାବେ ବାଲି ବିକ୍ରି ଉଦ୍ଦେଶ୍ୟରେ କେଏନପୁର ପଞ୍ଚାୟତର ଅଲାଡ଼ି ଗାଁଠାରେ ଋଷିକୂଲ୍ୟା ମଧ୍ୟରେ ରାସ୍ତା ନିର୍ମାଣ କରିବାରେ ଲାଗିପଡ଼ିଥିବା ବେଳେ ପ୍ରଶାସନ ଜଳକା ସାଜିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାହା ଅନୁମତିରେ ନଦୀ ମଧ୍ୟରେ ରାସ୍ତା ନିର୍ମାଣ କରାଯାଉଛି ଓ ଏଥିଲାଗି କିଏ ନିର୍ଦ୍ଦେଶ ଦେଇଛି ସେନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଦିନ ଦ୍ୱିପ୍ରହରରେ ଜେସିବି ସାହାଯ୍ୟରେ ନଦୀଘାଟକୁ ଖୋଳି ରାସ୍ତା ନିର୍ମାଣ କରାଯାଉଥିବା ବେଳେ ପ୍ରଶାସନ କିପରି ଚୁପ୍‌ ରହିଛି ବୋଲି ଜନସାଧାରଣ ପ୍ରଶ୍ନ କରିବା ସହ ଏପରିକି ବାଲିମାଫିଆଙ୍କୁ ପ୍ରଶାସନ ପ୍ରୋତ୍ସାହନ
ଦେଉଛି ବୋଲି ଅଭିଯୋଗ ଆଣିଛନ୍ତି। ବାଲିଘାଟ କରିବାକୁ ବିରୋଧ କରି ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପଠାଇଛନ୍ତି।
ଏଥିନେଇ ସେମାନେ ଅଭିଯୋଗ କରିଛନ୍ତି ଯେ, ଗ୍ରାମଠାରୁ ପ୍ରାୟ ୨୦ ମିଟର ଦୂରରେ ଋଷିକୂଲ୍ୟା ରହିଛି। ଏହି ନଦୀ ତଟ ନିକଟରେ ଜନବସତି ସହ ଗ୍ରାମ୍ୟ ରାସ୍ତା ମଧ୍ୟ ରହିଛି। ନଦୀରେ ବନ୍ୟା ଆସିଲେ ରାସ୍ତାକୁ ଲାଗି ପାଣି ପ୍ରବାହିତ ହେଉଥିବା ବେଳେ ବେଳେ ଗ୍ରାମ ମଧ୍ୟକୁ ପାଣି ପଶିଆସୁଛି। ଏଣୁ ନଦୀ ଗର୍ଭରେ ଅଲାଡିଗାଁଟି ଲୀନ ହେବା ଆଶଙ୍କା କରି ଜିଲା ପ୍ରଶାସନ ଓ ସରକାରଙ୍କ ଜଳସେଚନ ବିଭାଗ ବିଭିନ୍ନ ପଦକ୍ଷେପ ନେଇଥିଲେ ମଧ୍ୟ ଏଯାବତ୍‌ ପ୍ରଶସ୍ଥ ନଦୀପଠା ସୃଷ୍ଟି ହୋଇପାରିନାହିଁ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ରାସ୍ତା ନିକଟ ନଦୀକୂଳରୁ ବାଲି ଉଠାଇବା ନିମନ୍ତେ ବାଲିଘାଟ ତିଆରି କାର୍ଯ୍ୟ ଆରମ୍ଭ ହୋଇଛି। ଏଠାରେ ବାଲିଘାଟ କଲେ ନଦୀକୂଳ ଗଭୀର ହୋଇ ବନ୍ୟା ସମୟରେ ଗ୍ରାମକୁ ପାଣି ପଶି ସମଗ୍ର ଗ୍ରାମ ପାଣିରେ ଭାସିଯିବାର ଆଶଙ୍କା ରହଛି। ଏଣୁ ଏଠାରେ କରାଯାଉଥିବା ବାଲିଘାଟକୁ ବନ୍ଦକରି ଗ୍ରାମକୁ ସୁରକ୍ଷା ଲାଗି ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି।

ଏଥିନେଇ ବାଲିଆ ରାଜସ୍ବ ନିରୀକ୍ଷକ ବିବେକାନନ୍ଦ ଜାନିଙ୍କ ସହ ଯୋଗାଯୋଗ କରିବାରୁ ନଦୀରେ କେହି ବ୍ୟକ୍ତି ରାସ୍ତା କରିଥିବାର ଖବରପାଇ ଘଟଣାସ୍ଥଳକୁ ଯାଇ ଦେଖିବା ସହ ଏଥିନେଇ ତହସିଲଦାରଙ୍କୁ ଜଣାଇଛି ବୋଲି କହିଥିବା ବେଳେ ବ୍ରହ୍ମପୁର ଖଣି ବିଭାଗୀୟ ଅଧିକାରୀ କୀର୍ତ୍ତିରଞ୍ଜନ ସେଠ୍‌ଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଅଲାଡ଼ି ଗାଁରେ ଋଷିକୂଲ୍ୟା ନଦୀରେ ବାଲିଉଠାଣ ଲାଗି କୌଣସି ଟେଣ୍ଡର ହୋଇନାହିଁ। ନଦୀରେ ରାସ୍ତା କରୁଥିବା ନେଇ ଆମପାଖରେ ସେମିତି କିଛି ଖବରନାହିଁ। ତୁରନ୍ତ ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

ଭବାନୀପାଟଣା: ଜଜ୍‌ଙ୍କ ବାସଭବନ ପରେ ମେଡିକାଲ ପଛପଟେ ବୁଲୁଛି ଜଙ୍ଗଲୀ ଭାଲୁ, ଉଦ୍ଧାର କାର୍ଯ୍ୟରେ…

ଭବାନୀପାଟଣା, ,୨୦।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଶନିବାର…

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ମାନବିକତା ଦେଖାଇଲେ ଏସଡିପିଓ: ରାସ୍ତାରୁ ଆହତ ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ପହଞ୍ଚାଇଲେ ମେଡିକାଲ

ଭଞ୍ଜନଗର, ୨୦।୬(ବାବୁଲା ପ୍ରଧାନ)- ପୋଲିସଙ୍କ ଭିତରେ ଥିବା ସମ୍ବେଦନଶୀଳ ମାନବିକତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ। ଡ୍ୟୁଟି ସାରି ଫେରିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri