ଗଞ୍ଜାମ

ଅଟୋ ଧକ୍କାରେ ମହିଳାଙ୍କ ଜୀବନ ଗଲା, ୨ ଗୁରୁତର

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ପଙ୍କାଳ ସାହି ଛକରେ ବୁଧବାର ଅପରାହ୍ନ ରେ ଏକ ଅଟୋ ଧକ୍କାରେ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। ସେ ହେଲେ ବାଲିଆପଟାର ଭାଗ୍ୟ ବିଷୋୟୀ (୫୫)। ଏଥିସହ ଦୁଇଜଣ ଗୁରୁତର ହୋଇଛନ୍ତି।…

‘ଅନୁପ୍ରବେଶକାରୀଙ୍କ ପାଇଁ ଲକ୍ଷ୍ମଣରେଖା ଟାଣି ଭାରତର ବିକାଶ କରିବା ଲକ୍ଷ୍ୟ’

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ବିଶ୍ୱ ହିନ୍ଦୁ ପରିଷଦ ଗଞ୍ଜାମ, କନ୍ଧମାଳ, ଗଜପତି ଜିଲା ଶାଖାର କର୍ମକର୍ତ୍ତାମାନଙ୍କ ଏକ ବୈଠକ ବୁଧବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ କର୍ମକର୍ତ୍ତା ଯୋଗଦେଇ ନିଜର ମତ ରଖିଥିଲେ। ଏହି…

ରହସ୍ୟଜନକ ଭାବେ ସ୍ବାମୀ ନିଖୋଜ, ଦିଗପହଣ୍ଡି ଥାନାରେ ଏତଲା ଦେଲେ ସ୍ତ୍ରୀ

ଦିଗପହଣ୍ଡି,୧୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଶିଶିର କୁମାର ସେଠୀଙ୍କ ରହସ୍ୟଜନକ ନିଖୋଜ ନେଇ ତାଙ୍କ ସ୍ତ୍ରୀ ଜ୍ୟୋତିରାଣୀ ସେଠୀ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଏତଲାକୁ ଭିତ୍ତିକରି ଏକ…

ଆଉଟ୍‌ ସୋର୍ସିଂ ଉଚ୍ଛେଦ, ସ୍ଥାୟୀ ନିଯୁକ୍ତି ଦାବି

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଓଡ଼ିଶା ସରକାରୀ ଆଉଟ୍‌ ସୋର୍ସିଂ କର୍ମଚାରୀ ମହାସଂଘର ଆହ୍ବାନ କ୍ରମେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ କାର୍ଯ୍ୟରତ ଥିବା ଆଉଟ ସୋର୍ସିଂ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ବୁଧବାର ମୁଜାଗଡ଼ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ କଳା ବ୍ୟାଜ୍‌ ପିନ୍ଧି…

ଆକ୍ରମଣ-ଜାତିଆଣ ଆକ୍ଷେପ ମାମଲା: ୨ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ଗ୍ରାମର ଶୁକଦେବ ରେଡ୍ଡୀ ଏବଂ ଦୟା ରେଡ୍ଡୀଙ୍କୁ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। କେ.ନୂଆଗାଁ ଥାନା ମାମଲା ନଂ.୯୩/୨୫ ଅନୁଯାୟୀ ଜାମିନ ଆବେଦନ…

ଜୁଆ ଆଡ୍ଡାରେ ଚଢାଉ ବେଳେ ଆକ୍ରମଣ, ମାମଲା ରୁଜୁ କଲା ପୋଲିସ       

ଦିଗପହଣ୍ଡି, ୧୯।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳବଳେ ଭୀଷ୍ମଗିରି ଇଲାକାରେ ମଙ୍ଗଳବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି ଫେରୁଥିବା ବେଳେ ଗ୍ରାମ ନିକଟ ଏକ ଆମ୍ବତୋଟାରେ ଗ୍ରାମର ରାଜା ମହାନ୍ତି, ଶରତ ବେହେରା ଏବଂ ସୁରେନ୍ଦ୍ର…

ଟ୍ରିପଲ ମର୍ଡର ଘଟଣାରେ ୧୩ ଅଟକ: ଘଟଣାସ୍ଥଳ ପରିଦର୍ଶନ କଲେ ଏସ୍‌ପି

ଧରାକୋଟ,୧୯।୩(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତର ବଡଗଡ ଥାନା ଅନ୍ତର୍ଗତ ଖାରିପଲି ଗାଁରେ ଗତକାଲି ରାତିରେ ଘଟିଥିବା ହଣାକଟାରେ ଖଦାଳ ବେହେରା, ରତ୍ନାକର ବେହେରା ଓ ରମେଶ ବେହେରାଙ୍କ ମୃତ୍ୟୁ ଘଟିଥିଲା। ତିନୋଟି ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର…

ତୁଲକି ଉନ୍ମୋଚିତ : ଲେଖକ ସମାଜକୁ ନୂତନ ଦିଗଦର୍ଶନ 

ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ବୁଧବାର ବିଭାଗୀୟ ଅଧ୍ୟାପିକା ରୋଜାଲିନ ମହାରଣାଙ୍କ ପୁସ୍ତକ ତୁଲକି ଉନ୍ମୋଚିତ ହୋଇଛି। ଏହାକୁ ଭାରପ୍ରାପ୍ତ ଅଧ୍ୟକ୍ଷ ବିଭାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରଛନ୍ତି।…

ଯାତ୍ରୀବାହୀ ବସ୍‌ ଧକ୍କାରେ ପ୍ରଧାନଶିକ୍ଷକଙ୍କ ଚାଲିଗଲା ଜୀବନ

ଦିଗପହଣ୍ଡି,୧୯।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କୈଠଖଣ୍ଡିି-ତଲାସିଙ୍ଗି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତାରେ ବୁଧବାର ସକାଳ ପ୍ରାୟ ୭ଟାରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଚାଳକ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ କୈଠଖଣ୍ଡିି ପଞ୍ଚାୟତ ମଧୁବନ ପ୍ରାଥମିକ ବିଦ୍ୟାଳୟର…

ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ: ବାପପୁଅଙ୍କ ସମେତ ୩ ମୃତ, ଖାରିପଲ୍ଲୀ ଗାଁରେ ଉତ୍ତେଜନା

ଧରାକୋଟ/ବ୍ରହ୍ମପୁର,୧୮ା୩(ବିଷ୍ଣୁକେଶରୀ ଆଚାର୍ଯ୍ୟ/ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ପୁଣିଥରେ ମୁଣ୍ଡ ନେଇଛି। ବଡ଼ଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ ଖାରିପଲ୍ଲୀ ଗ୍ରାମରେ ଗୁଣିଗାରେଡ଼ିକୁ କେନ୍ଦ୍ରକରି ମଙ୍ଗଳବାର ସନ୍ଧ୍ୟାରେ ୨ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି।…

ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଘୁମୁସର ବନଖଣ୍ଡ ସମ୍ବର୍ଦ୍ଧିତ: ଦକ୍ଷିଣ ବନଖଣ୍ଡର ୧୬, ଉତ୍ତର ବନଖଣ୍ଡର ୭ ସମ୍ବର୍ଦ୍ଧିତ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ)- ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଗଞ୍ଜାମ ଜିଲା ଭଞ୍ଜନଗର ଦକ୍ଷୀଣ ଘୁମୁସର ବନଖଣ୍ଡର ୧୬ ଜଣ ଏବଂ ଉତ୍ତର ଘୁମୁସର ବନଖଣ୍ଡର ୭ ଜଣ ସମ୍ବର୍ଦ୍ଧିତ ହୋଇଛନ୍ତି। ଉକ୍ତ ବ୍ୟକ୍ତିମାନେ ବିଗତ ଦୁଇବର୍ଷ ମଧ୍ୟରେ ପୁରୀ ଶ୍ରୀମନ୍ଦିର ରଥଯାତ୍ରା…

ଦୁର୍ଘଟଣାରେ ଆଖି ବୁଜିଲେ ୨ ଯୁବକ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ )- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିରିକୋଟର ବାଳକୃଷ୍ଣ ପାତ୍ର(୪୦) ମଙ୍ଗଳବାର ନିଜ ଘର ସମ୍ମୁଖରେ ଅସାବଧାନତା ବଶତଃ ଝୁଣ୍ଟି ପଡିବାରୁ ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri