ଗଞ୍ଜାମ

ସାପ୍ତାହିକ ହାଟକୁ ନେଇ ତେଜୁଛି ରାଜନୀତି, ଆଜି ଶୁଭାରମ୍ଭ ହେବା ପୂର୍ବରୁ… 

ଗଞ୍ଜାମ,୩୦।୫(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଦାମୋଦର ପୁର କଲେଜ ରୋଡ୍‌ଠାରେ ଶନିବାର ଅପରାହ୍ନରେ ସାପ୍ତାହିକ ହାଟର ଶୁଭାରମ୍ଭ ହେବ । ସହରରେ ପ୍ରାୟ ଚାଳିଶି ବର୍ଷ ପୂର୍ବେ ପ୍ରତ୍ୟେକ ଶନିବାର ସାପ୍ତାହିକ ହାଟ ବସୁଥିଲା l କୌଣସି କାରଣରୁ ତାହା…

ଖାଉଥିବା ବେଳେ ଛେଳି ଚରାଳିଙ୍କ ଉପରେ ପଡ଼ିଲା ବଜ୍ରପାତ: ଆଉ ତା’ପରେ…

ଚିକିଟି,୩୦।୫(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜଲା ଚିକିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ଅଧୀନ ବାତରପଲ୍ଲୀ ଗ୍ରାମ ନିକଟରେ ଶୁକ୍ରବାର ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଚାନ୍ଦପୁର ପଞ୍ଚାୟତ…

ଦିଗପହଣ୍ଡି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅବିନାଶ ମିଶ୍ର

ଦିଗପହଣ୍ଡି,୩୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବିନାଶ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କୁ ଏନ୍‌ଏସି ଅଧ୍ୟକ୍ଷ ପ୍ରଫଲ୍ଲ ପଣ୍ଡା ଏବଂ କର୍ମଚାରୀମାନଙ୍କ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୂର୍ବରୁ କାର୍ଯ୍ୟରତ…

ନିଜ ଜନ୍ମକଲା ଝିଅଙ୍କୁ ଡରାଇ, ଧମକାଇ ଘରେ କରିଥିଲେ ବଳାତ୍କାର; ସଇତାନ ବାପାଙ୍କୁ ଏଭଳି ଦଣ୍ଡ ଦେଲେ…

ବ୍ରହ୍ମପୁର, ୩୦।୫(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍‌ସ ବିଚାରପତି ପ୍ରଣତି ପଟ୍ଟନାୟକ ଶୁକ୍ରବାର ଏକ ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ତଥା ପିଡ଼ିତାଙ୍କ ବାପାକୁ ଉପଯୁକ୍ତ ପ୍ରମାଣ ଆଧାରରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ୧୦ ହଜାର…

ରେଳ ଧାରଣାରୁ ମିଳିଲା ମୃତ ମୟୂର: ଚାଲାଣ କରାଯାଉଥିବା ସନ୍ଦେହ

ବ୍ରହ୍ମପୁର,୩୦।୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳ ଷ୍ଟେଶନ ଦୁଇ ନମ୍ବର ପ୍ଲାଟଫର୍ମ ରେଳ ଧାରଣାରୁ ଶୁକ୍ରବାର ଏକ ମୃତ ମୟୂର ପକ୍ଷୀ ଜବତ ହୋଇଛି। ଷ୍ଟେଶନ କର୍ମଚାରୀ ଏବଂ ଜିଆର୍‌ପିଠାରୁ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୟୁରକୁ…

ଗଛ ପଡି ଭାଙ୍ଗିଗଲା ଘର

ଦିଗପହଣ୍ଡି,୨୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଜକର ପଞ୍ଚାୟତ ମାଣିକ୍ୟପୁର ଗ୍ରାମରେ ଏକ ବୃହତ କାୟ ମୁକ୍ତାମଞ୍ଜା ଗଛ ପଡିଯିବାରୁ ସୀମାଞ୍ଚଳ ସେଠୀ ଏବଂ ବାଇନାଥ ସେଠୀଙ୍କ ଘର ଭାଙ୍ଗିଯାଇଛି। ଘର ଭିତରେ ଥିବା ୨ ପରିବାରର ସଦସ୍ୟ ବର୍ତ୍ତି ଯାଇଛନ୍ତି।…

କାର୍‌ରେ ଯାଉଥିଲେ ସ୍ତ୍ରୀ -ସ୍ବାମୀ: ଟ୍ରକ୍‌ ସହ ହେଲା ଧକ୍କା

ଗଞ୍ଜାମ,୨୯ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ନିକଟ ଓଭର୍‌ ବ୍ରିଜଠାରେ ଏକ ଟ୍ରକ୍‌କୁ କାର ପିଟଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ରହିଛି। ବାଲୁଗାଁରୁ ଆସୁଥିବା କାର୍‌ରେ ସ୍ବାମୀ ସ୍ତ୍ରୀ ବ୍ରହ୍ମପୁର ଅଭିମୁଖେ…

ଘୁମୁସର ଇତିହାସର କରାଯାଉଛି ପ୍ରଚାରପ୍ରସାର: ମନର କଥା ବଖାଣିଲେ ବିଧାୟକ

ଭଞ୍ଜନଗର,୨୯।୫(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର ୫ମ ଅଧିବେଶନ ଗୁରୁବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧିବେଶନକୁ ଉଦଘାଟନ କରିଥିଲେ। ଏହି…

୧୦ ଦଳିତ ପରିବାରକୁ ନିଆଁପାଣି ବାସନ୍ଦ: କଥା ହେଲେ ଦେବାକୁ ପଡୁଛି ଏତିକି ଟଙ୍କା ଜରିମାନା

ଧରାକୋଟ,୨୯।୫(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ସରକାରୀ କାମକୁ ନେଇ ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ପ୍ରତାପ ପୁର ଗ୍ରାମର ୧୦ ଦଳିତ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି l ଗ୍ରାମରେ କଙ୍ଗାରୁ କୋର୍ଟ ଜରିଆରେ ଦୀର୍ଘ ତିନି ମାସ…

ସାବିତ୍ରୀର ଦିନକ ପରେ…ସ୍ବାମୀଙ୍କୁ ପ୍ରଥମେ ଟାଙ୍ଗିଆରେ ହାଣିଲେ, ବଞ୍ଚିଥିବେ ଭାବି ଇଟାରେ ମୁଣ୍ଡକୁ ଛେଚିଲେ ସ୍ତ୍ରୀ

କବିସୂର୍ଯ୍ୟନଗର,୨୮ା୫( କୃପାସିନ୍ଧୁ ସ୍ବାଇଁ)- ବେଗୁନିଆପଡା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ। ସ୍ବାମୀଙ୍କୁ ଟାଙ୍ଗିଆରେ ହାଣିବା ପରେ ଇଟାରେ ମୁଣ୍ଡକୁ ଛେଚି ମାରିଛନ୍ତି ସ୍ତ୍ରୀ। ଧରା ନ ପଡ଼ିବାକୁ ସେ ମଙ୍ଗଳବାରରୁ ସ୍ବାମୀଙ୍କ ମୃତଦେହ ଘର ଭିତରେ ଲୁଚାଇ…

ଅଣ୍ଡା ନୁହେଁ ଚିକେନ ଖାଇବୁ…ଛତ୍ରପୁର ଉପକାରାଗାରରେ କଏଦୀଙ୍କ ଅନଶନ ପରେ…

ଛତ୍ରପୁର,୨୮ା୫(ଦିଲୀପ ସାମଲ): ଛତ୍ରପୁର ଉପ କାରାଗାରରେ କଏଦୀମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି, ତେଣୁ ସେମାନେ ଅନଶନ କରିବେ ବୋଲି ଏକ ଅଡିଓ କ୍ଲିପ୍‌ ଭାଇରାଲ ହୋଇଥିଲା। ଏ ନେଇ ଜେଲ ଅଧୀକ୍ଷିକା କେ. ଅବନ୍ତୀ ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ବୁଧବାର…

ସାତୁଳି ଗାଁରେ ଭୟର ବାତାବରଣ

ଗଞ୍ଜାମ,୨୮ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ସାତୁଳି ଗ୍ରାମରେ କୁକୁର କାମୁଡ଼ି ଅନେକ ଆହାତ ହୋଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସାତୁଳି ଗ୍ରାମର ମହାଦେଇ ଜେନା, ମନ୍ଦ ଜେନା, ପାଟପୁର ଗ୍ରାମର ଜାନକୀ ପଲାଇ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri