ଗୋପାଳପୁର ବୋଇତ ବନ୍ଧାଣ ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ଶେଷ
ଗୋପାଳପୁର,୪।୧୧(ନବୀନରାଜ ଆଚାରୀ): ବୁଧବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗୋପାଳପୁର ବୋଇତ ବନ୍ଧାଣ ମହୋତ୍ସବ ମହାସମାରୋହରେ ପାଳନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଙ୍ଗଳବାର ଗଞ୍ଜାମ ଜିଲାପାଳ ଭି. ର୍କିତ୍ତି ଭାସନ, ବ୍ରହ୍ମପୁର ଏସ୍ପି ଡ଼. ଶର୍ବଣା…
ଚାଷୀଙ୍କୁ କ୍ଷତିପୂରଣ ଦାବିରେ ଜିଲାପାଳଙ୍କୁ ସ୍ମାରକପତ୍ର
ଦିଗପହଣ୍ଡି,୪ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ବିଭିନ୍ନ ପଞ୍ଚାୟତର ଚାଷୀ ପ୍ରତିନିଧି ବୃନ୍ଦ ଏକତ୍ରିତ ହୋଇ ବାତ୍ୟା ମୋନ୍ଥା ଓ ଲଗାଣ ବର୍ଷା ପ୍ରଭାବରେ କ୍ଷତି ସହିଥିବା ସମସ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ…
ଚଳଚଞ୍ଚଳ ରାଉଳ ସାହି: ସଂକୀର୍ତ୍ତନରେ ଫାଟିପଡ଼ୁଛି …
ଗଞ୍ଜାମ,୪।୧୧(ବିଦ୍ୟାଧର ସାହୁ ): ପବିତ୍ର କାର୍ତ୍ତିକ ପୂର୍ଣ୍ଣମି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଞ୍ଜାମ ସହରସ୍ଥିତ ରାଉଳ ସାହିରେ ଚବିଶି ପ୍ରହର ନାମଯଜ୍ଞ ମଙ୍ଗଳବାର ପ୍ରାତଃରୁ ଆରମ୍ଭ ହୋଇଛି। ଏହି ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସାହି…
୩ ଦିନିଆ ଯୁବ ନେତୃତ୍ୱ ପ୍ରଶିକ୍ଷଣ : ରାଷ୍ଟ୍ର ଗଠନରେ ଏନଏସ୍ଏସ୍ ସ୍ବେଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଆସିକା/ଭଞ୍ଜନଗର,୪/୧୧(ସୁରେନ୍ଦ୍ର ନାଥ ସାହୁ/ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସ୍ତରୀୟ ୩ ଦିନିଆ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ମଙ୍ଗଳବାର କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର କଲେଜରେ ଉଦ୍ଘାଟିତ ହୋଇଯାଇଛି। ଉତ୍ସବକୁ ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି…
ବରିଷ୍ଠ ନାଗରିକଙ୍କ ନିଆରା ପରମ୍ପରା: ଆଡୁ ଟୁର୍ନାମେଣ୍ଟ ଉଦ୍ଘାଟିତ, ଆସନ୍ତାକାଲି…
ଗଞ୍ଜାମ, ୪।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ମଙ୍ଗଳବାର ଆଡୁ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ବୃନ୍ଦାବନ ପଣ୍ଡା ଏହି ଟୁର୍ନାମେଣ୍ଟର ଶୁଭ ଉଦ୍ଘାଟନ କରିଛନ୍ତି। ସେମିଫାଇନାଲ ଖେଳ ଅନୁଷ୍ଠିତ ହେବା…
ଋଷିକୂଲ୍ୟାରେ ପୋତି ହୋଇଛି ପୋତାଗଡ଼ ପାଚେରୀ, ଉନ୍ନତିକରଣ କାର୍ଯ୍ୟରେ ବିଳମ୍ବ ଯୋଗୁ ବଢୁଛି ଅସନ୍ତୋଷ
ଗଞ୍ଜାମ.୪।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଋଷିକୂଲ୍ୟା ନଦୀ ପାର୍ଶ୍ୱରେ ବ୍ରିଟିଶ ଅମଳରୁ ଐତିହାସିକ ପୋତାଗଡ଼ ରହିଛି । ଏହି ଗଡ଼ ବହୁ ବର୍ଷରୁ ପୋତି ହୋଇଯିବାରୁ ଏହା ପୋତାଗଡ଼ ନାମରେ ନାମିତ ହୋଇଥିବା ସହରର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ମତ…
କେମିତି ସାଇବର ଠକେଇରୁ ଦୂରେଇ ରହିବେ: ଲୋକଙ୍କୁ ସଚେତନ କଲା ପୋଲିସ
ପୁରୁଷୋତ୍ତମପୁର,୪।୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ସାଇବର ଅପରାଧଜନିତ ସଚ୍ଚେତନତା କାର୍ଯ୍ୟକ୍ରମ ଆଇଆଇସି ରାଜେଶକୁମାର ନାୟକଙ୍କ ସଂଯୋଜନାରେ ମଙ୍ଗଳବାର ତାରାତାରିଣୀ କଲେଜପରିଷରରେ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ ସଚେତନତା ରଥକୁ ଛାତ୍ରୀଛାତ୍ରମାନେ ସମ୍ବର୍ଦ୍ଧନା ଦେଇ ବିରାଟ ଶୋଭାଯାତ୍ରାରେ ସଭାସ୍ଥଳକୁ…
ଅଲୋଡ଼ା ହେଲା ନବଜାତ, ଭାସୁଛି ମୃତଦେହ: ଏ ଯାଏଁ ପହଞ୍ଚିଲାନି ପ୍ରଶାସନ
ଜଗନ୍ନାଥ ପ୍ରସାଦ,୪।୧୧(ବିଭୁ ପ୍ରସାଦ ପଟ୍ଟନାୟକ): ଅଲୋଡା ହେଉଛି ନବଜାତ ଶିଶୁ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଖମାର ପଲ୍ଲୀ ପଞ୍ଚାୟତରେ। ପଟ୍ଟାଧାର ଗୁହାଣିଆ ନାଳ ଶଙ୍ଖତଳେ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛ। ଶିଶୁଟିକୁ…
କାର୍ତ୍ତିକ ଶେଷ ସୋମବାର, ବିଶ୍ୱନାଥ ଶୈବପୀଠରେ ଲୋକାରଣ୍ୟ
ଦିଗପହଣ୍ଡି୩।୧୧,(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଅଞ୍ଚଳର ପ୍ରମୁଖ ଶୈବପୀଠ ମାନଙ୍କରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଖମ୍ବାରୀ ଗାଁ ସ୍ଥିତ ଶ୍ରୀ ଉଜ୍ଜଳେଶ୍ୱର ଏବଂ କମଳାପୁର ଗ୍ରାମର ଶ୍ରୀ କାଶୀ ବିଶ୍ୱନାଥ ଶୈବପୀଠରେ ଲୋକାରଣ୍ୟ ହୋଇଯାଇଥିଲା। ଶ୍ରଦ୍ଧାଳୁ ମାନେ ଧାଡ଼ି ବାନ୍ଧି…
କେନାଲରୁ ମିଳିଲା ଯୁବକଙ୍କ ମୃତଦେହ
ଦିଗପହଣ୍ଡି,୩।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତ ଉସ୍ତା ଗ୍ରାମ ନିକଟ ଋଷିକୂଲ୍ୟା କେନାଲରୁ ସୋମବାର ସକାଳେ ପ୍ରାୟ ୪୦ ବର୍ଷ ବୟସର ଜଣେ ଯୁବକଙ୍କ ମୃତଦେହକୁ ପାଟପୁର ପୋଲିସ ଜବତ କରିଛନ୍ତି। ଥାନା ଅପମୃତ୍ୟୁ ମାମଲା…
କାର୍ତ୍ତିକ ଶେଷ ସୋମବାର: ବଟେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼
ଗଞ୍ଜାମ,୩।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଳକ ଅଧୀନ କଣ୍ଟିଆ ଗଡ଼ ନିକଟସ୍ଥ ବଟେଶ୍ୱର ମନ୍ଦିରରେ ଶେଷ ସୋମବାରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ପୂର୍ବରୁ କାର୍ତ୍ତିକ ମାସର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସୋମବାରରେ ବର୍ଷା ପାଇଁ ଦର୍ଶନ ବାଧକ…
କଇଁଛଙ୍କ ଗଣଅଣ୍ଡାଦାନ ଲାଗି ପ୍ରସ୍ତୁତି ଆରମ୍ଭ
ଗଞ୍ଜାମ,୩।୧୧(ବିଦ୍ୟାଧର ସାହୁ): ଅଲିଭରିଡ଼ଲେ କଇଁଛଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନ ଓ ପରିବେଶ ସୁରକ୍ଷା ନେଇ ଋଷିକୂଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ଦି ଇକୋ ୱାରିଆର ପକ୍ଷରୁ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସମୁଦ୍ରରୁ ଉଚ୍ଚ ଲହଡି ଦ୍ୱାରା ଭାସି ଆସି…
Archives


