ଗଞ୍ଜାମ

ଭାରିଯାନ ଚଳାଚଳ ବନ୍ଦ ଦାବି :ପ୍ରଶାସନ ପକ୍ଷରୁ ତ୍ରିପାକ୍ଷିକ ଆଲୋଚନା ବୈଠକ

ଛତ୍ରପୁର,୧୬ା୭(ଡି.ଏନ.ଏ)-ଛତ୍ରପୁର ବ୍ଲକ କାଳିଆବାଲି ଛକଠାରୁ ମାଟିଖାଲ ରାସ୍ତାରେ ଗୋପାଳପୁର ପୋର୍ଟର ଭାରୀଯାନ ଚଳାଚଳ ବନ୍ଦ ଓ ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ନେଇ ଶନିବାର ଲୋକେ ରାସ୍ତା ଅବରୋଧ କରିଥିଲେ। ଏହି ପରିପ୍ରେକ୍ଷୀରେ ସୋମବାର ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷିକ…

ବିଏସ୍‌ଏନ୍‌ଏଲ୍‌ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା ସ୍ଥଗିତ

ଭଞ୍ଜନଗର,୧୬।୭(ଡି.ଏନ.ଏ)-କର୍ମଚାରୀଙ୍କ ୬ମାସର ବକେୟା ଦରମା ପ୍ରଦାନ, ଚାକିରି ନିୟମିତ କରିବା ଆଦି ଦାବିନେଇ ରାଜ୍ୟବ୍ୟାପୀ ବିଏସ୍‌ଏନ୍‌ଏଲ୍‌ ଅସ୍ଥାୟୀ କର୍ମଚାରୀମାନେ ସୋମବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେବା ପ୍ରଭାବିତ ହେବା ଆଶଙ୍କାରେ ବିଏସଏନଏଲର ଉଚ୍ଚ କର୍ତ୍ତୃପକ୍ଷ, କର୍ମଚାରୀ ସଂଘର ରାଜ୍ୟ କର୍ମକର୍ତ୍ତା ଏବଂ…

ପ୍ରଥମ ଦିନରେ ନାମ ଲେଖାଇଲେ ୧୩୬ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ୍‌,୧୬ା୭-ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତ୍ର ୧୩୬ଜଣ ଛାତ୍ରୀଛାତ୍ର ନାମ ଲେଖାଇଥିବା ସାମ୍‌ସ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ବୁଧବାର ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ନାମଲେଖା ଶେଷ…

ମା’ ଭଳି ମାତୃଭାଷାକୁ ଆଦର କର

ବ୍ରହ୍ମପୁର ଅଫିସ୍‌,୧୬ା୭-ଦିନ ଥିଲା, ବ୍ରହ୍ମପୁର ସହରସ୍ଥିତ ବିଦ୍ୟାଳୟଗୁଡ଼ିକରେ ପ୍ରଥମଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହଜାର ହଜାର ଛାତ୍ରୀଛାତ୍ର ତେଲୁଗୁ ଭାଷାରେ ଅଧ୍ୟୟନ କରୁଥିଲେ । ହେଲେ ଇଂଲିଶ ମାଧ୍ୟମର ଗୁରୁତ୍ୱ ଏବଂ ଆବଶ୍ୟକତା ଅନୁଯାୟୀ ତେଲୁଗୁ ପାଠ୍ୟ ପୁସ୍ତକ ନ ମିଳିବାରୁ…

ବାଇକ-ସାଇକେଲ ଧକ୍କାରେ ୨ ମୃତ

ଗୋପାଳପୁର,୧୫ ।୭-ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ତୁଳୁ ରାସ୍ତାରେ ରବିବାର ରାତିରେ ବାଇକ୍‌ ସାଇକେଲ ଧକ୍କାରେ ୨ଜଣଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ହିଞ୍ଜିଳାପଲ୍ଲୀ ଗ୍ରାମର ସଦାନନ୍ଦ ଦାସ (୬୩) ଓ ବାହାଦୁରପେଟା ଗ୍ରାମର ଡି. ଶ୍ରୀନୁ ରେଡ୍ଡୀ…

ହାଣ୍ଡି ମାଠିଆ ଧରି ରାସ୍ତାରେ ବସିଲେ ମହିଳା

ପୁରୁଷୋତ୍ତମପୁର,୧୫।୭(ଡି.ଏନ୍‌.ଏ.)-ପୁରୁଷୋତ୍ତମପୁର ବ୍ଲକ ବଡ ବରଗାଁରେ ଦୀର୍ଘଦିନ ହେଲା ପାନୀୟ ଜଳର ସଙ୍କଟ ଦେଖାଦେଇଛି। ଲୋକେ ପୋଖରୀ ପାଣିପିଇ ରୋଗାକ୍ରାନ୍ତ ହେଉଛନ୍ତି। ସମସ୍ୟା ସମାଧାନ ପାଇଁ ବ୍ଲକ ପ୍ରଶାସନ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗୀୟ ଅଧିକାରୀଙ୍କଠାରେ ଦାବି କରି ଆସୁଥିଲେ କୌଣସି ସୁଫଳ…

ପିଲା ଚୋରି ଅଭିଯୋଗରେ ଯୁବକଙ୍କୁ ମାଡ଼

ଗଞ୍ଜାମ,୧୫। ୭(ଡି.ଏନ.ଏ.)-ଗଞ୍ଜାମ ଥାନା ବଡ଼ନୋଳିଆ ନୂଆଗାଁରେ ରବିବାର ରାତି ପ୍ରାୟ ସାଢ଼େ ୮ଟାରେ ଜଣେ ବ୍ୟକ୍ତି ପିଲା ଚୋରି କରି ନେଇ ଯାଉଥିବା ବେଳେ ଗ୍ରାମବାସୀ ଧରି ନିସ୍ତୁକ ମାଡ଼ ମାରିଛନ୍ତି। ଖବର ପାଇ ଗଞ୍ଜାମ ଥାନା ଏଏସ୍‌ଆଇ ଶକୁନ୍ତଳା ଦେବୀ…

ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌: ପୋଲିସ-ଅପରାଧୀ ମୁହାଁମୁହିଁ; ବିସ୍ଫୋରଣରେ ଡକାୟତ ମୃତ

ଭଞ୍ଜନଗର/ଆସିକା,୧୬।୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ ଜଙ୍ଗଲ ରାସ୍ତାରେ ସୋମବାର ସକାଳେ ଜଣେ ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ୧ଲକ୍ଷ ୧୦ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ଏହି ମାମଲାରେ ଜଡ଼ିତ ୭ଜଣ ଅପରାଧୀ ଗଞ୍ଜାମ କନ୍ଧମାଳ ଜିଲା ସୀମାବର୍ତ୍ତୀ…

ଖଲ୍ଲିକୋଟ କଲେଜ ଏମ୍‌ସିଏ ଛାତ୍ରୀ ତୃପ୍ତିମୟୀ ପଣ୍ଡା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଚିଙ୍କାରା ଗିରଫ, ଆନ୍ଧ୍ର ପୋଲିସକୁ ହସ୍ତାନ୍ତର

ଛତ୍ରପୁର,୧୫।୭(ଡି.ଏନ୍‌.ଏ)- ଗଞ୍ଜାମ ଜିଲା ଖଲ୍ଲିକୋଟ କଲେଜର ଏମ୍‌ସିଏ ଛାତ୍ରୀ ତଥା ଛତ୍ରପୁରର ବିବେକାନନ୍ଦ ପଣ୍ଡାଙ୍କ ଝିଅ ତୃପ୍ତିମୟୀଙ୍କୁ ୨୦୧୬ ଅଗଷ୍ଟ ୨୫ ତାରିଖରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଛତ୍ରପୁର ଷ୍ଟେଶନ ରୋଡ୍‌ର ଚିଙ୍କାରା ବେହେରାଙ୍କୁ…

ଘର ନିର୍ମାଣ ଲାଗି ଜମି ଆବଶ୍ୟକ, ଜିଲାପାଳଙ୍କୁ ଭେଟିଲେ ଶେରଗଡ଼ ହରିଜନ ପରିବାର

ଛତ୍ରପୁର,୧୫।୭(ଡି.ଏନ୍‌.ଏ.)- ଶେରଗଡ଼ ତହସିଲ ଅଧୀନ ଶେରଗଡ଼ ଗାଁର ହରିଜନ ଲୋକେ ଘର ନିର୍ମାଣ ଲାଗି ଜମି ଯୋଗାଇବାକୁ ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି। ପୂର୍ବରୁ ଏନେଇ ଶେରଗଡ଼ ବିଡିଓ ଓ ତହସିଲଦାରଙ୍କୁ ଭେଟି ସେମାନେ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ…

ପୁରୁଷୋତ୍ତମପୁରରେ ପୁଣି ମାତିଲେ ଲୁଟେରା : ବନ୍ଧୁକମୁନରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ଲୁଟ୍‌

ପୁରୁଷୋତ୍ତମପୁର,୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଲୁଟେରାମାନେ ପୁଣି ମାତିଛନ୍ତି। ଭୂତସରସିଙ୍ଗ – କୋଦଳା ମୁଖ୍ୟରାସ୍ତାର ଅରଖପୁର ଛକ ଭଙ୍ଗାଶଙ୍ଖ ନିକଟରେ ସୋମବାର ସକାଳେ କଳାମୁଖାଧାରୀ ଲୁଟେରାମାନେ ଅରଖପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ କାଶୀନାଥ ତିଆଡ଼ିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ…

ଗାଁକୁ ପକ୍କା ରାସ୍ତା ନାହିଁ, ଚୁଆପାଣି ଭରସା

ଦାରିଙ୍ଗବାଡ଼ି,୧୫।୭(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତର ଦୁର୍ଗମ ଗ୍ରାମ କହମପଡ଼ିକୁ ରବିବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗସ୍ତ କରିଛନ୍ତି। ଗାଁକୁ ସବୁଦିନିଆ ରାସ୍ତା ନାହିଁ କି ପିଇବା ପାଣି ବ୍ୟବସ୍ଥା ନାହିଁ। ଗ୍ରାମର ୬୦ ପରିବାରର ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?