ବର୍ଷାମାଡ଼ ଖାଉଛନ୍ତି ରୋଗୀ

ବ୍ରହ୍ମପୁର ଅଫିସ୍‌,୪ା୯-ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫରାଲ୍‌ ହସ୍‌ପିଟାଲ୍‌ ତଥା ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ରୋଗୀସେବା ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି। ଦୂରଦୂରାନ୍ତରରୁ ଆସୁଥିବା ରୋଗୀମାନେ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇପାରୁ ନାହାନ୍ତି। କେବଳ କୋଠା ନିର୍ମାଣ ପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରୁନାହିଁ। ଏହାର ଏକ ଉଦାହରଣ ମଙ୍ଗଳବାର ଦେଖିବାକୁ ମିଳିଥିଲା। ବର୍ଷା ସତ୍ତ୍ୱେ ରୋଗୀମାନଙ୍କୁ ଷ୍ଟ୍ରେଚର୍‌ରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ନିଆଯାଉଥିଲା। ରୋଗୀଙ୍କୁ ବର୍ଷାରୁ ରକ୍ଷା କରିବା ପାଇଁ ସମ୍ପର୍କୀୟମାନେ ଛତା ଧରିଥିବା ଦେଖାଦେଇଥିଲା। ଗୁରୁତର ରୋଗୀଙ୍କ ଦେହରେ ବର୍ଷା ପାଣି ପଡ଼ିଲେ ସଂକ୍ରମଣ ହେବାର ଆଶଙ୍କା ରହିଛି। ତଥାପି ଅନ୍ୟ ବ୍ୟବସ୍ଥା ନ ଥିବା ଯୋଗୁ ବର୍ଷା ସତ୍ତ୍ୱେ ଷ୍ଟ୍ରେଚର୍‌ରେ ରୋଗୀଙ୍କୁ ବୁହାଯାଇଥିଲା। ସେହିଭଳି ବିଭିନ୍ନ ଆଘାତ ଯୋଗୁ ଯେଉଁ ରୋଗୀଙ୍କୁ ଡ୍ରେସିଂ କରାଯାଇ ପଟି ବନ୍ଧା ଯାଇଥିଲା, ସେମାନେ ମଧ୍ୟ ବର୍ଷାରେ ଓଦା ହେଉଥିଲେ। ଫଳରେ ଡ୍ରେସିଂ ଓଦା ହୋଇଯାଇଥିଲା। ଏହାକୁ ନେଇ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏମ୍‌କେସିଜିରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ସରକାର ପ୍ରଚାର କରୁଥିବା ବେଳେ ଏହା ହିଁ ତାର ବାସ୍ତବ ଚିତ୍ର ବୋଲି ସମ୍ପର୍କୀୟମାନେ ପ୍ରକାଶ କରିଥିଲେ। ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ରାଜ୍ୟ ସରକାରଙ୍କ ସଫଳତା ପ୍ରଚାର କରିବା ପାଇଁ ଦୁଇଟି ବଡ଼ ବଡ଼ ଏଲ୍‌ଇଡି ଡିସ୍‌ପ୍ଲେ ଲଗାଯାଇଛି। ଦିନ ତମାମ୍‌ ସେଥିରେ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ ପ୍ରଶଂସା କରାଯାଉଛି। ଅଥଚ ରୋଗୀଙ୍କୁ ନେବା ଆଣିବା କରିବା ପାଇଁ ସରକାର ବ୍ୟାଟେରି ଗାଡ଼ି ଯୋଗାଇ ଦେବାରେ ବିଫଳ ହେବା ନିନ୍ଦନୀୟ ବୋଲି ରୋଗୀ ସମ୍ପର୍କୀୟମାନେ କହିଛନ୍ତି।
ଏଭଳି ଅବ୍ୟବସ୍ଥା କେବଳ ଗୋଟିଏ ଦିନର ନୁହେଁ, ଅନେକ ବର୍ଷ ହେଲା ରୋଗୀଙ୍କୁ ଖୋଲା ଷ୍ଟ୍ରେଚର୍‌ରେ ନେବା ଆଣିବା କରାଯାଉଛି। କେବେ ଟାଣ ଖରାରେ ତ ପୁଣି ଆଉ କେବେ ବର୍ଷାରେ। ଏମ୍‌କେସିଜି ପରିସରରେ ଅନେକ ବଡ଼ ବଡ଼ କୋଠାରେ ବିଭିନ୍ନ ବିଭାଗ ରହିଛି। କିନ୍ତୁ ରୋଗୀଙ୍କ ଏକ୍ସ-ରେ, ଏମ୍‌ଆର୍‌ଆଇ, ଅଲ୍‌ଟ୍ରାସାଉଣ୍ଡ, ସିଟି ସ୍କାନ କରିବାକୁ ରଞ୍ଜନରଶ୍ମି କୋଠାକୁ ନେବାକୁ ପଡ଼ୁଛି, ଯାହା ପ୍ରାୟ ୩ଶହ ମିଟର ଦୂରରେ ରହିଛି। ସେହିଭଳି ଅନ୍ୟାନ୍ୟ ପରୀକ୍ଷା ପାଇଁ ମଧ୍ୟ ଆବଶ୍ୟକ ସ୍ଥାନକୁ ସ୍ଥାନାନ୍ତର କରାଯାଏ। ଅପରପକ୍ଷେ ଅଧିକାଂଶ ସମୟରେ ଆଶୁ ଚିକିତ୍ସା ବିଭାଗରୁ ୱାର୍ଡ଼କୁ ନେବାକୁ ମଧ୍ୟ ପଡ଼ିଥାଏ। ରୋଗୀଙ୍କୁ ନେବାଆଣିବା କରିବା ପାଇଁ ହ୍ବିଲ୍‌ଚେୟାର୍‌ ଏବଂ ଷ୍ଟ୍ରେଚର୍‌ ବ୍ୟବସ୍ଥା ରହିଛି। କିନ୍ତୁ ବ୍ୟାଟେରି ଚାଳିତ ଗାଡ଼ି ବ୍ୟବସ୍ଥା ନାହିଁ। କଟକ ବଡ଼ ମେଡ଼ିକାଲ୍‌ ସହ ରାଜ୍ୟର ଅନ୍ୟାନ୍ୟ ମେଡ଼ିକାଲ୍‌ଗୁଡ଼ିକରେ ବ୍ୟାଟେରି ଚାଳିତ ଗାଡ଼ିରେ ରୋଗୀଙ୍କୁ ନେବାଆଣିବା କରାଯାଉଛି। ରାଜ୍ୟ ସରକାରଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁ ବ୍ରହ୍ମପୁର ଏମ୍‌କେସିଜିର ରୋଗୀମାନେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି। ପୂର୍ବରୁ ବିଭିନ୍ନ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରି ନାହିଁ।
ଏନେଇ ଅଧ୍ୟକ୍ଷ ଡା. ଚରଣ ପଣ୍ଡାଙ୍କ ସହ ଯୋଗାଯୋଗ କରାଯାଇଥିଲା। ତାଙ୍କ କହିବାନୁଯାୟୀ, ବ୍ୟାଟେରି ଚାଳିତ ଗାଡ଼ି ବ୍ୟବସ୍ଥା କରିବା ପାଇଁ ଯୋଜନା ରହିଛି। ଖୁବ୍‌ ଶୀଘ୍ର ସ୍ବାସ୍ଥ୍ୟ ବିକାଶ ସମିତିର ବୈଠକ ବସିବ। ସେଥିରେ ଏମ୍‌ପି ଏବଂ ବିଧାୟକ ଯୋଗଦେବାକୁ ଥିବା ଯୋଗୁ ତାଙ୍କୁ ପାଣ୍ଠି ଦେବାକୁ ପ୍ରସ୍ତାବ ଦିଆଯିବ। ନଚେତ୍‌ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଆସନ୍ତା ମାସେ କି ଦୁଇ ମାସ ମଧ୍ୟରେ ବ୍ୟାଟେରିଚାଳିତ ଗାଡ଼ି ବ୍ୟବସ୍ଥା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri