ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଆନ୍ଦୋଳନ ଡାକରା

ବ୍ରହ୍ମପୁର ଅଫିସ୍‌,୩ା୯-ଫୋରମ୍‌ ଫର୍‌ ଗଞ୍ଜାମର ଏକ ସାଧାରଣ ବୈଠକ ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ସଂଯୋଜକ ସୁଧୀର କୁମାର ରାଉତ ଏଥିରେ ଅଧ୍ୟକ୍ଷତା କରିଥିଲେ ।
ବୈଠକରେ ଜିଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଶେଷକରି ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଯୋଗୁ ଆଗାମୀ ଦିନରେ ଏହା ବିରୋଧରେ ଆନ୍ଦୋଳନ ପାଇଁ ଆଲୋଚନା ହୋଇଥିଲା।
ମେଡ଼ିକାଲ ଏବଂ ସିଟି ହସ୍‌ପିଟାଲ୍‌ରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉଭୟ ଚିକିତ୍ସାଳୟରେ ସିଟି ସ୍କାନର ଅଭାବ, ଡାଏଲିସିସ୍‌, ଅଲ୍‌ଟ୍ରାସାଉଣ୍ଡ, ଡିଜିଟାଲ୍‌ ଏକ୍ସ-ରେ, ନିରାମୟ ଯୋଜନାରେ ଔଷଧ ଆଦି ସୁବିଧା ଦେବାରେ ସରକାରଙ୍କ ବିଫଳତାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ଏ ସମ୍ପର୍କରେ ବହୁଥର ଅଧ୍ୟକ୍ଷ, ପରିଚାଳକ, ଜିଲାପାଳ, ମୁଖ୍ୟଶାସନ ସଚିବ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ ।
ଅନ୍ୟପଟେ ସ୍ବାସ୍ଥ୍ୟ ସେବା ନ ପାଇ ଲୋକମାନେ କଟକ, ଭୁବନେଶ୍ୱର, ବିଶାଖାପାଟଣାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଆଗାମୀ ଦିନରେ ପୁଣି ଥରେ ପ୍ରଶାସକଙ୍କୁ ସାକ୍ଷାତ କରି ମେଡ଼ିକାଲ୍‌ ସମସ୍ୟା ସମ୍ପର୍କରେ ଅବଗତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆଇଜର୍‌ର ଭିତ୍ତିଭୂମି ଏବଂ ନିର୍ମାଣ ପାଇଁ ସରକାର ଟଙ୍କା ଯୋଗାଇ ଦେଇଛନ୍ତି। ହେଲେ ପରିବେଶ ମଞ୍ଜୁରୀ ମିଳୁନି। ଫଳରେ ନିର୍ମାଣ କାର୍ଯ୍ୟ ମାନ୍ଦା ପଡ଼ିଯାଇଛି । ଏଣୁ ସରକାରଙ୍କ ଉପରେ ଚାପ ପକାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ମହାନଦୀ ବଞ୍ଚାଅ ଆନ୍ଦୋଳନରେ ଦକ୍ଷିଣ ଓଡ଼ିଶାର ନଦୀଗୁଡ଼ିକୁ ସାମିଲ୍‌ କରାଯାଇଛି। ଏହି କ୍ରମରେ ଆସନ୍ତା ଦିନରେ ରାୟଗଡ଼ା, ନବରଙ୍ଗପୁର, ଗୁଣୁପୁର, କୋଟପାଡ଼ ଓ ପାରଳାଖେମୁଣ୍ଡିରେ ଆଲୋଚନା ଚକ୍ର ଆୟୋଜନ କରାଯିବ। ବ୍ରହ୍ମପୁରରେ ଆସନ୍ତା ୧୫ତାରିଖରେ ଋଷିକୂଲ୍ୟା, ବାହୁଦା ନଦୀର ଶାଖା ଓ ଉପନଦୀକୁ କିଭଳି ପ୍ରଦୂଷଣ ମୁକ୍ତ କରାଯାଇ ପାରିବ, ସେ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଏଥିରେ ନଦୀ ବଞ୍ଚାଅ ଅଧ୍ୟକ୍ଷ ସୁଦର୍ଶନ ଦାସ, ଭୃଗୁ ବକ୍ସିପାତ୍ର ଏବଂ ଅନ୍ୟ ବକ୍ତାମାନେ ଭାଗନେବେ। କାର୍ଯ୍ୟକ୍ରମର ସଫଳତା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଅପରପକ୍ଷେ ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ ଅଧ୍ୟକ୍ଷ ତଥା ପରିବେଶବିତ୍‌ ସୁଧୀର କୁମାର ରାଉତ ପରିବେଶ ସୁରକ୍ଷା ଦିଗରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ନିଜସ୍ବ ଉଦ୍ୟମରେ ଚାରା ରୋପଣ ସହ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବିରୋଧରେ ପଥପ୍ରାନ୍ତ ସଭା କରୁଛନ୍ତି। ସିଡ୍‌ବଲ୍‌ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ଦିଗରେ ପଦକ୍ଷେପ ନେଇଛନ୍ତି। ଫଳରେ ତାଙ୍କ ନାମ ବର୍ତ୍ତମାନ ଓଡ଼ିଶା ସିଟିଜେନ୍‌ ଆୱାର୍ଡ଼ ପାଇଁ ଚୂଡ଼ାନ୍ତ ହୋଇଛି। ଆଗାମୀ ଦିନରେ ତାଙ୍କୁ ଅଧିକରୁ ଅଧିକ ଭୋଟ୍‌ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ସଂଗଠନର ବହୁ ସଦସ୍ୟା ସଦସ୍ୟ ଭାଗ ନେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

ପାଣି ନାହିଁ, ମାଠିଆ ମେଲା

ଭୁବନେଶ୍ୱର,୨୯।୩ (ବନ୍ଦନା ସେଠୀ): ରାଜ୍ୟରେ ଏବେ ପାରଦ ଉପରମୁହାଁ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ତାତି ଅସମ୍ଭାଳ ହେଉଛି। ଟାଇଁ ଟାଇଁ ଖରାକୁ ଗରମ...

ସୌମ୍ୟଙ୍କ ବାସଭବନରେ ପ୍ରଣବ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୨୯।୩ (ଅନିଲ ଦାସ):୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଦଳ ବଦଳଠାରୁ ଆରମ୍ଭ କରି ପାର୍ଟି ଭିତରେ...

୧ ଲୋକ ସଭା, ୪ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ଏସ୍‌ୟୁସିଆଇ

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ):ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ପାର୍ଟିର କେନ୍ଦ୍ରୀୟ କମିଟି ନିଷ୍ପତ୍ତିକ୍ରମେ ଆସନ୍ତା ନିର୍ବାଚନରେ କଟକ ଲୋକ ସଭା ଆସନରୁ ରାଜକିଶୋର ମଲ୍ଲିକ, କଟକ ସଦର ବିଧାନସଭା ଆସନରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri