ରାସ୍ତାକଡ଼ରେ ମହିଳାଙ୍କ ପ୍ରସବ ଘଟଣା :ତଦନ୍ତ କଲା ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଟିମ୍
ବ୍ରହ୍ମପୁର ଅଫିସ୍,୨୭ା୮-ବ୍ରହ୍ମପୁର ସହର କୋର୍ଟପେଟା ଛକରେ ଗତ ୨୩ତାରିଖରେ କେ.ପାର୍ବତୀ ନାମ୍ନୀ ଜଣେ ମହିଳା ରାସ୍ତା କଡ଼ରେ ପ୍ରସବ କରିଥିଲେ। ପ୍ରସବ କରାଇ ମାନବିକତାର ପରିଚୟ ଦେଇଥିବା ଡା. ରୋନକ୍ ଗାନ୍ଧୀ ଏବଂ ଡା. ଦେବଦର୍ଶିନୀ ସାହୁଙ୍କୁ ସବୁଆଡ଼ୁ ପ୍ରଶଂସାର ସୁଅ…
ଛେଳିଗଡ ଜଳସେଚନ ପ୍ରକଳ୍ପ ବିସ୍ଥାପନ କଲୋନୀ, ଚିହ୍ନଟ ଜମିରେ ଚାରା ରୋପଣ କଲେ ଜିଲାପାଳ, ଏସପି
ଦିଗପହଣ୍ଡି,୨୬।୮(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ପଞ୍ଚାୟତ ବବୁଲିବନ୍ଧ ମୌଜା ବାଲିପାଟ ଗାଁ ନିକଟରେ ଛେଳିଗଡ ଜଳ ସେଚନ ପ୍ରକଳ୍ପ ବିସ୍ଥାପିତଙ୍କ ପାଇଁ ଚିହ୍ନଟ ହୋଇଛି। ଏହି ଜମିରେ ସୋମବାର ଗଜପତି ଜିଲାପାଳ ଅନୁପମ ଶାହା ଏବଂ ଏସ୍ପି ସାରା ଶର୍ମା ସମେତ…
ବିଦ୍ୟୁତ୍ ଆଘାତରେ ଜଣେ ଗୁରୁତର
ବୁଗୁଡ଼ା,୨୬ା୮(ଡି.ଏନ.ଏ.)-ବୁଗୁଡ଼ା ବିଏସ୍ଏନ୍ଏଲ କାର୍ଯ୍ୟାଳୟ ଟେଲିଫୋନ ବିଭାଗରେ କାର୍ଯ୍ୟରତ ଜଣେ ଅସ୍ଥାୟୀ କର୍ମଚାରୀ ବିଦ୍ୟୁତ ଆଘାତରେ ସୋମବାର ଗୁରୁତର ହୋଇଛନ୍ତି। ସେ ହେଲେ ଧୋବା ସାହୁ। ଧୋବା ଅପରାହ୍ନରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଛାତ ଉପରେ ରହି ଟେଲିଫୋନ ତାର ସଜାଡୁ ଥିଲେ।…
ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ
ଭଞ୍ଜନଗର,୨୬।୮(ଡି.ଏନ.ଏ)-ଭଞ୍ଜନଗର ଶଙ୍ଖସାହିର ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ରବିବାର ମୃତ୍ୟୁ ଘଟିଛି। ସେ ହେଲେ କାର୍ତ୍ତିକ ସାହୁ (୩୮)। ସୋମବାର ସକାଳେ ଘର ପାଖ ଲୋହରାଖଣ୍ଡି ନଦୀ ନିକଟରେ ତାଙ୍କ ମୃତଦେହ ପଡ଼ିଥିବା ପରିବାର ଲୋକେ ଦେଖିବା ପରେ ପୋଲିସକୁ ଖବର…
ଗୋଷ୍ଠୀ ସଂଘର୍ଷ ମାମଲା: ୪ ଅଭିଯୁକ୍ତଙ୍କୁ ଜେଲ, ନୂଆପଡ଼ା ଅଶାନ୍ତ, ପୋଲିସ ମୁତୟନ
ଦିଗପହଣ୍ଡି,୨୬।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ନୂଆପଡ଼ାର ୪ ଜଣ ଯୁବକଙ୍କୁ ଗୋଷ୍ଠୀ ସଂଘର୍ଷ ମାମଲାରେ କେ.ନୂଆଗାଁ ପୋଲିସ ସୋମବାର ଗିରଫକରି ଅପରାହ୍ନରେ ଦିଗପହଣ୍ଡି କୋର୍ଟକୁ ଚାଲାଣ କରିଛି। ସେମାନେ ହେଲେ କାହ୍ନୁ ପ୍ରଧାନ, ଶଙ୍କର ପ୍ରଧାନ, ସୁମନ ପ୍ରଧାନ ଓ…
‘ଜିନ ଓ୍ବା’ରୁ କଢ଼ାଯିବ ତେଲ
ଚିଲିକା,୨୬।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଚିଲିକା ନିକଟ ରାଜହଂସରେ ଫସି ରହିଥିବା ମାଲେସୀୟ ଜାହାଜ ‘ଜିନ ଓ୍ବା’ରୁ ତେଲ କଢ଼ାଯିବ। ତେଲ କାଢ଼ିବା ପାଇଁ ସମ୍ପୃକ୍ତ ଜାହାଜ ମାଲିକଙ୍କ ସହ ଜିଲା ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଥିବା ଜଣାପଡ଼ିଛି। ଗତ ୨ ଦିନ…
ଋଷିକୂଲ୍ୟାରେ ଭାସିଯାଇ ନିଖୋଜ ଥିବା ସିଲିଙ୍କ ମୃତଦେହ ଉଦ୍ଧାର
ଶେରଗଡ଼/ହିଞ୍ଜିଳିକାଟୁ,୨୬ା୮ (ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିିଳି ଥାନା କାଞ୍ଜିଆମା ଗ୍ରାମରେ ରବିବାର ଖୁଦୁରୁକୁଣୀ ଓଷା ପାଇଁ ବାଲୁଙ୍କା ପୂଜା କରିବାକୁ ଋଷିକୂଲ୍ୟା ନଦୀକୁ ଯାଇ ୫ ଯୁବତୀ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା।…
ଯୁବକଙ୍କୁ ହତ୍ୟା ଅଭିଯୋଗ; ବଡ଼ବାପାଙ୍କ ସମେତ ୩ ଗିରଫ
ଆସିକା,୨୬ା୮(ଡି.ଏନ୍.ଏ.)-ଆସିକା ଥାନା ବଜ୍ରକୋଟ ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେ ହେଲେ ଟୁକୁନା ନାହାକ (୩୦)। ଏନେଇ ମୃତ ଟୁକୁନାଙ୍କ ବାପା ଆସିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ନଂ.୨୭୩/୧୯ରେ ମାମଲା ରୁଜୁକରି ଗ୍ରାମର ଅର୍ଶୁଲୁ…
ଗଞ୍ଜାମ ଜିଲା ଭାରୋତ୍ତୋଳନ ଚାମ୍ପିୟନଶିପ୍
ବ୍ରହ୍ମପୁର ଅଫିସ୍,୨୬ା୮-ଗଞ୍ଜାମ ଜିଲା ଭାରୋତ୍ତୋଳନ ସଂଘ ପକ୍ଷରୁ ସ୍ଥାନୀୟ ଉତ୍ତରେଶ୍ୱର ଭବନ ଠାରେ ରବିବାର ଗଞ୍ଜାମ ଜିଲା ଭାରୋତ୍ତୋଳନ ଚାମ୍ପିୟନଶିପ୍ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଏମ୍ପି ଚନ୍ଦ୍ରଶେଖର ସାହୁ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ…
ପୌରସଂସ୍ଥାର ପ୍ରାକ୍ତନ ସଦସ୍ୟା, ସଦସ୍ୟଙ୍କୁ ମିଳୁ ପେନ୍ସନ
ବ୍ରହ୍ମପୁର ଅଫିସ,୨୬ା୮-ବ୍ରହ୍ମପୁର ପୌର ନିଗମ (ବିଏମସି)ର ପୂର୍ବତନ କାଉନସିଲର ଓ କର୍ପୋରେଟର ସଂଘର ସମାବେଶ ରବିବାର ଅନୁଷ୍ଠିତ ହୋଇଯାଇଛି । ଏମ୍ପି ଓ ବିଧାୟକଙ୍କ ଭଳି ପୌରସଂସ୍ଥାକୁ ନିର୍ବାଚିତ ହୋଇଥିବା ପୂର୍ବତନ ସଦସ୍ୟା, ସଦସ୍ୟମାନଙ୍କ ପାଇଁ ସରକାର ପେନସନ ଯୋଜନା କାର୍ଯ୍ୟକାରୀ…
ନଦୀରେ ଭାସିଯାଇ ଯୁବକ ମୃତ, ରାସ୍ତାରୋକୋ
ଭଞ୍ଜନଗର,୨୬।୮(ଡି.ଏନ.ଏ)-ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଚଢ଼େୟାପଲ୍ଲୀଠାରେ ରବିବାର ସକାଳ ପ୍ରାୟ ୧୦ଟାରେ ବୋଡ଼ାନଦୀରେ ଶ୍ରମିକ ରାଜ କୁମାର ଲେଙ୍କା ଭାସି ଯାଇଥିଲେ। ବେଲଗୁଣ୍ଠା ଦମଳକ ବାହିନୀ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ନେଇଥିଲେ। ସେଠାରେ ରାଜକୁମାରଙ୍କୁ ଡ଼ାକ୍ତର ମୃତ…
ଯୁବତୀଙ୍କୁ ଅସଦାଚରଣ, ବ୍ୟବସାୟୀ ଗିରଫ
ବ୍ରହ୍ମପୁର ଅଫିସ,୨୫ା୮-ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ବିଚ ରାସ୍ତାରେ ତାଙ୍କୁ ଅସଦାଚରଣ କରିବା ଅଭଯୋଗରେ ଟାଉନ ଥାନା ପୋଲିସ ଜଣେ ଯୁବ ବ୍ୟବସାୟୀଙ୍କୁ ରବିବାର ଗିରଫ କରିଛି । ସେ ହେଲେ ପି. ସରୋଜ କୁମାର।…

