ବର୍ଷାରେ ଭୁଶୁଡ଼ିଲା କାନ୍ଥ
ପାରଳାଖେମୁଣ୍ଡି,୧୧ା୧୦(ଡି.ଏନ୍.ଏ.): ଗଜପତି ଜିଲା ମୋହନା ଅଞ୍ଚଳରେ ଲଗାଣ ବର୍ଷାରେ ଜଣେ ବ୍ୟକ୍ତିଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କୁସୁମପଲ୍ଲୀ ଗାଁର ଲିଙ୍ଗରାଜ ନାୟକ ତାଙ୍କ ପରିବାର ସହ ଘରେ ଶୋଇଥିବା…
ଚିକିତ୍ସାରେ ଅବହେଳାରୁ ଶିଶୁଙ୍କ ମୃତ୍ୟୁ ଅଭିଯୋଗ, ହସ୍ପିଟାଲରେ ଉତ୍ତେଜନା
ଗଜପତି,୧୧।୧୦: ଗଜପତି ଜିଲା ପାରଳାଖେମୁଣ୍ଡି ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଏନେଇ ହସ୍ପିଟାଲରେ ପରିସରରେ ଉତ୍ତେଜନା ପରିସ୍ଥତି ସୃଷ୍ଟି ହୋଇଛି। ଡାକ୍ତର ନ ଥିବାରୁ ନର୍ସଙ୍କ ଦ୍ବାରା ଶିଶୁଙ୍କୁ ଚିକିତ୍ସା କରାଯାଇଥିଲା। ଫଳରେ…
ଏନ୍ଏଚ୍ଆର୍ସିଙ୍କ ରିପୋର୍ଟ ତଲବ: ସ୍ତ୍ରୀଙ୍କ ଏତଲା ଆଧାରରେ ମାମଲା ରୁଜୁ
ଆର୍.ଉଦୟଗିରି,୧୦ା୧୦(ଡି.ଏନ୍.ଏ.)-ଗଜପତି ଜିଲା ଅଡ଼ବା ଥାନା କଲବା ଗାଁର ଦାଦନ ଶ୍ରମିକ ଶାଙ୍କ ମୁର୍ମୁଙ୍କ ଗୋଡ଼ ହାତ କଟା ଘଟଣାର ଦୀର୍ଘଦିନ ପରେ ପୋଲିସ ଥାନାରେ ମାମଲା ରୁଜୁ କରିଛି। ଶାଙ୍କଙ୍କ ସ୍ତ୍ରୀ ସୁଶୀଳା ମୁର୍ମୁଙ୍କ ଏତଲା ଆଧାରରେ ଅଡବା ପୋଲିସ ମାମଲା…
ଶିଶୁପୁତ୍ର ଜନ୍ମର ୭ ଦିନ ପରେ ମା’ ମୃତ
ଆର୍.ଉଦୟଗିରି,୧୦ା୧୦(ଡି.ଏନ୍.ଏ.)-ଗଜପତି ଜିଲା ମୋହନା ବ୍ଲକ ମଳାସପଦର ପଞ୍ଚାୟତ ଦୁର୍ଗମ ଯାମଲିଙ୍ଗ ଗାଁରେ ଶିଶୁପୁତ୍ରକୁ ଜନ୍ମ କରିବାର ୭ଦିନ ପରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ହେଲେ ଶିଶୁର ଯତ୍ନ ଓ ଲାଳନପାଳନ କରିବା ବାପାଙ୍କ ପାଇଁ ସମ୍ଭବ ନ ଥିବା ବେଳେ…
ଶ୍ରମିକଙ୍କ ଗୋଡ଼ ହାତ କଟା ଘଟଣା: ଥାନାରେ ରୁଜୁ ହେଲା ମାମଲା
ଆର୍.ଉଦୟଗିରି,୧୦।୧୦(ଡି.ଏନ୍.ଏ.): ଗଜପତି ଜିଲା ଅଡ଼ବା ଥାନା କଲବା ଗାଁର ଦାଦନ ଶ୍ରମିକ ଶାଙ୍କ ମୁର୍ମୁଙ୍କ ଗୋଡ଼ ହାତ କଟା ଘଟଣାର ଦୀର୍ଘଦିନ ପରେ ପୋଲିସ ଏକ ମାମଲା ରୁଜୁ କରିଛି। ଶାଙ୍କଙ୍କ ସ୍ତ୍ରୀ ସୁଶୀଳା ମୁର୍ମୁଙ୍କ ଏତଲାକୁ ଭିତ୍ତିକରି ଅଡ଼ବା ପୋଲିସ…
ଲଲିପପ୍ ଖାଇ ଚାଲିଗଲା ନାବାଳକଙ୍କ ଜୀବନ, ଦୋକାନୀ ଅଟକ
ପାରଳାଖେମୁଣ୍ଡି,୯ା୧୦(ଡି.ଏନ୍.ଏ.): ଗଜପତି ଜିଲା ମୋହନା ଥାନା ଡିମ୍ବିରିଝୁଳି ଗାଁରେ ଅଘଟଣ ଘଟିଛି। ଏକ ଦୋକାନରୁ ଲଲିପପ୍ ଖାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ଡିମ୍ବିରିଝୁଳି ଗାଁର ବାସୁଦେବ ଶବରଙ୍କ ପୁଅ ବୈକୁଣ୍ଠ(୧୦)। ଏନେଇ ପୋଲିସ ଏକ ମାମଲା(ନଂ.…
ଗଜପତିରେ ୩ ଦିନରେ ୬୬୩.୮ମିମି ବର୍ଷା
ପାରଳାଖେମୁଣ୍ଡି,୬ା୧୦(ଡି.ଏନ୍.ଏ.): ଲଘୁଚାପ ପ୍ରଭାବରେ ଗଜପତି ଜିଲାର ପାରଳାଖେମୁଣ୍ଡି ସହରାଞ୍ଚଳ ସମେତ ୭ ବ୍ଲକ ଅଞ୍ଚଳରେ ବର୍ଷା ଲାଗି ରହିଛି। ଜିଲାରେ ଗତ ୩ଦିନ ମଧ୍ୟରେ ମୋଟ ୬୬୩.୮ମିମି ବର୍ଷା ରେକର୍ଡ କରାଯାଇଥିବା ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଜଣାପଡିଛି। କାଶୀନଗର ବ୍ଲକରେ…
ମରଣଯନ୍ତା ପାଲଟିଛି ରାଜରାସ୍ତା
ଆର. ଉଦୟଗିରି,୬।୧୦(ବ୍ୟୁରୋ): ଗଜପତି,ଗଞ୍ଜାମ ଓ ରାୟଗଡା ଜିଲାକୁ ସଂଯୋଗ କରୁଥିବା ମୁଖ୍ୟ ରାଜରାସ୍ତା ମୋହନା ବ୍ଲକ ଅନ୍ତର୍ଗତ ଖାରୀଗୁଡା ପଞ୍ଚାୟତ ନିକଟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତା ମଝିରେ ବଡ ଗର୍ତ୍ତ ସୃଷ୍ଟି ହୋଇଛି । ଯାହାକି ଲୋକଙ୍କ ଯାତାୟାତରେ…
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଗାଈ,ବଳଦଙ୍କ ଜୀବନ
ଆର.ଉଦୟଗିରି,୬।୧୦: ବିଜୟା ଦଶମୀରେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କଳାମେରି ଗ୍ରାମରେ ଅଘଟଣ। ବିଦ୍ୟୁତ୍ ତାର ଲାଗି ଗାଈ ଓ ବଳଦର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ସବୁ ଦିନ ଭଳି ଗାଈ ଚରାଳିମାନେ ଗାଈ ଗୋଠନେଇ ପଡିଆ ଜମିକୁ ବାହାରିଥିଲେ।…
ହେଲା ଦଶହରା ଛୁଟି ବେଳ, ଗ୍ରାମବାସୀ ଗାଁ ରାସ୍ତା କଲେ ସମତୁଲ
ଆର୍. ଉଦୟଗିରି,୪।୧୦(ଡି.ଏନ୍.ଏ.): ଦଶହରାରେ ଗ୍ରାମବାସୀ ମିଶି ଗାଁ ରାସ୍ତା ମରାମତି କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଖ୍ରୀଷ୍ଟପୁର ମୁଖ୍ୟ ରାସ୍ତାରେ। ମୁଖ୍ୟ ରାସ୍ତାରୁ ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ । ଏନେଇ…
୧୦ ଦିନ ଖୋଲାହୁଏ ମା’ ଦାଣ୍ଡୁମାରାମ୍ମାଙ୍କ ମନ୍ଦିର
ପାରଳାଖେମୁଣ୍ଡି,୪ା୧୦ (ଡି.ଏନ୍.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ରହିଛି ଭିନ୍ନ ପରମ୍ପରାର ଏକ ଦୁର୍ଗା ମନ୍ଦିର। ମନ୍ଦିରଟି ବର୍ଷକୁ ମାତ୍ର ୧୦ଦିନ ପାଇଁ ଖୋଲା ହୁଏ ଓ ପୂଜାନୀତି ଚାଲେ। ପୁରାତନ ଏହି ମନ୍ଦିରଟି ପାରଳା ରାଜ ପରିବାର…
ଜଳପ୍ରପାତରେ ସେଲ୍ଫି ନେଲା ଜୀବନ: ୨ ଦିନ ପରେ ମିଳିଲା ମୃତଦେହ
ପାରଳାଖେମୁଣ୍ଡି,୩ା୧୦(ଡି.ଏନ୍.ଏ.)-ରାୟଗଡ ବ୍ଲକ ଅନ୍ତର୍ଗତ ରଘୁନାଥପୁର ନିକଟରେ ଥିବା ଗୁଦ୍ଗୁଦା ଜଳପ୍ରପାତରେ ସେଲ୍ଫି ନେବା ବେଳେ ପୁଣି ଜଣେ ଯୁବକଙ୍କ ଜୀବନ ଯାଇଛି। ମାସକ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଗତ ଶନିବାର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ପୁରୁଣାପାଟଣା ଗ୍ରାମାଞ୍ଚଳର ୪ ଜଣ…
Archives


