ଜଳପ୍ରପାତରେ ସେଲ୍‌ଫି ନେଲା ଜୀବନ: ୨ ଦିନ ପରେ ମିଳିଲା ମୃତଦେହ

ପାରଳାଖେମୁଣ୍ଡି,୩ା୧୦(ଡି.ଏନ୍‌.ଏ.)-ରାୟଗଡ ବ୍ଲକ ଅନ୍ତର୍ଗତ ରଘୁନାଥପୁର ନିକଟରେ ଥିବା ଗୁଦ୍‌ଗୁଦା ଜଳପ୍ରପାତରେ ସେଲ୍‌ଫି ନେବା ବେଳେ ପୁଣି ଜଣେ ଯୁବକଙ୍କ ଜୀବନ ଯାଇଛି। ମାସକ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଗତ ଶନିବାର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ପୁରୁଣାପାଟଣା ଗ୍ରାମାଞ୍ଚଳର ୪ ଜଣ ଗୁଦ୍‌ଗୁଦା ଜଳପ୍ରପାତ ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ପି.ବଂଶୀ ନାମକ ଯୁବକ ଜଣକ ଜଳପ୍ରପାତର ଉପର ଭାଗରେ ବୁଲି ମୋବାଇଲ ଫୋନରେ ସେଲଫି ଉଠାଉଥିଲେ। ସେଠାରେ ଗୋଡ ଖସିଯିବାରୁ ପ୍ରାୟ ୧୦୦ଫୁଟ ତଳକୁ ଖସିପଡିଥିଲେ । ତାଙ୍କ ସହ ଯାଇଥିବା ଅନ୍ୟ ୩ ଯୁବକ ଓ ସ୍ଥାନୀୟ ଲୋକେ ବଂଶୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପତ୍ତା ମିଳି ନ ଥିଲା । ଜିରାଙ୍ଗ ଫାଣ୍ଡି ଅଧିକାରୀ ପାଣୁ ମଲ୍ଲିକ, ରାୟଗଡ ଥାନା ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି ଜାରି ରଖିଥିଲେ। ତଥାପି ସଫଳତା ମିଳିନଥିଲା। ସୋମବାର ଜଳପ୍ରପାତ ଅଞ୍ଚଳରୁ ପ୍ରାୟ ୧କିମି ଦୂରରୁ ବଂଶୀଙ୍କ ମୃତଦେହ ମିଳିଥିଲା। ରାୟଗଡ ପୋଲିସ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏନେଇ ରାୟଗଡ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୂଲ୍ୟା ଶଯ୍ୟାରେ ମଙ୍ଗୋଲିଆ ପକ୍ଷୀ

ଗଞ୍ଜାମ,୨୧ା୧(ଡି.ଏନ୍‌.ଏ.): ଗଞ୍ଜାମ ସହର ପୋତାଗଡ଼ ନିକଟସ୍ଥ ଋଷିକୂଲ୍ୟା ନଦୀ ବାଲୁକା ଶଯ୍ୟାରେ ଗତ କିଛିଦିନ ହେବ ଶହଶହ ମଙ୍ଗୋଲିଆ ପକ୍ଷୀ ଦେଖିବାକୁ ମିଳୁଛି। ହିମାଳୟଠାରେ ଅତ୍ୟଧିକ...

ଗଞ୍ଜାମ ସହରରେ ବଢୁଛି ନକଲି ଔଷଧ କାରବାର, ରୋଗୀ ହନ୍ତସନ୍ତ

ଗଞ୍ଜାମ,୨୫ା୬(ବିଦ୍ୟାଧର ସାହୁ): ଦିନକୁ ଦିନ ଗଞ୍ଜାମ ସହରରେ କାୟାବିସ୍ତାର କରିଚାଲିଛି ନକଲି ଔଷଧ। ସ୍ବାସ୍ଥ୍ୟ ବିଭାଗ ଗାଇଡ୍‌ଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ସହରର କିଛି ଔଷଧ...

ମାଟିରେ ମିଶିଲା ୩୦ରୁ ଊର୍ଦ୍ଧ୍ୱ ଘର, ଦୋକାନ

ଉମରକୋଟ, ୨୧।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଉମରକୋଟ ସହରରେ ଥିବା ମୁଖ୍ୟ ମେଡିକାଲକୁ ଯିବା ରାସ୍ତାରେ ପ୍ରଶାସନ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି। ଉମରକୋଟ-ନବରଙ୍ଗପୁର ରାସ୍ତାକୁ...

୩୫ ମେଟ୍ରିକ୍‌ ଟନ୍‌ ଲୁହାପଥର ବୋଝେଇ ଟ୍ରକ୍‌ ଜବତ

ଯୋଡ଼ା/ଝୁମ୍ପୁରା, ୧୩।୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ହେଉଥିବା ଖଣିଜ ଚୋରା କାରବାରକୁ ବନବିଭାଗ ଲଗାତାର ଗୋଡାଇ ଧରୁଛି। ସୋମବାର ବିଳମ୍ବିତ ରାତି ପ୍ରାୟ ୧ଟା...

୩୨ ଘଣ୍ଟା ପରେ ଡିଏଚ୍‌ଏଚ୍‌ରେ ପାଣି ମିଳିଲା

ସୋନପୁର, ୧୮ା୬(ମୃତ୍ୟୁଞ୍ଜୟ ଶତପଥୀ) ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ଶନିବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟକେନ୍ଦ୍ରରୁ ବିଭିନ୍ନ ଓ୍ବାର୍ଡକୁ ସଂଯୋଗ କରୁଥିବା ପାଣି ପାଇପ...

ଡ୍ରୋନ୍‌ ଜଗିବ ଜଙ୍ଗଲ ନିଆଁ

ଢେଙ୍କାନାଳ ଅଫିସ, ୧୫।୩: ଶିମିଳିପାଳ ଅଭୟାରଣ୍ୟର ଜଙ୍ଗଲ ନିଆଁ ଢେଙ୍କାନାଳ ବନ ବିଭାଗ ପାଇଁ ସତର୍କ ଘଣ୍ଟି ବଜାଇଛି। ବନାଗ୍ନି କବଳରୁ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ବନ...

ବୃଦ୍ଧା ମା’ଙ୍କୁ ପିଟିପିଟି ମାରିଦେଲେ ଦୁଇ ପୁଅ

ବାରିପଦା ଅଫିସ,୨୨ା୫: ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଥାନା ସାତଭାୟା ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବଣକାଟି ପଞ୍ଚାୟତ...

ପାନୀୟଜଳ, ଶିକ୍ଷା ଓ ଉନ୍ନୟନମୂଳକ କାମକୁ ଗୁରୁତ୍ୱ

ରାଜନଗର, ୧୩ା୫ (ଡି.ଏନ.ଏ.): ରାଜନଗର ପଞ୍ଚାୟତ ସମିତି ବୈଠକ ଅଧ୍ୟକ୍ଷା ପ୍ରତିଭା ପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂତନ ନଳକୂପ ଖନନ, ମେଗା...

Advertisement
Archives

Model This Week