୧୦ ଦିନ ଖୋଲାହୁଏ ମା’ ଦାଣ୍ଡୁମାରାମ୍ମାଙ୍କ ମନ୍ଦିର

ପାରଳାଖେମୁଣ୍ଡି,୪ା୧୦ (ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ରହିଛି ଭିନ୍ନ ପରମ୍ପରାର ଏକ ଦୁର୍ଗା ମନ୍ଦିର। ମନ୍ଦିରଟି ବର୍ଷକୁ ମାତ୍ର ୧୦ଦିନ ପାଇଁ ଖୋଲା ହୁଏ ଓ ପୂଜାନୀତି ଚାଲେ। ପୁରାତନ ଏହି ମନ୍ଦିରଟି ପାରଳା ରାଜ ପରିବାର ତରଫରୁ ନିର୍ମିତ। ମା’ ଦୁର୍ଗା ଏଠାରେ ମା’ ଦାଣ୍ଡୁମାରାମ୍ମା ନାମରେ ପୂଜା ପାଇ ଆସୁଛନ୍ତି। ବର୍ଷକୁ ଥରେ କେବଳ ନବରାତ୍ର ୯ ଦିନ ମା’ଙ୍କ ପୂଜାର୍ଚ୍ଚନା ପରେ ବିଜୟା ଦଶମୀ ବିଳମ୍ବିତ ରାତିରେ ମନ୍ଦିରକୁ ବନ୍ଦ କରି ଦିଆଯାଏ। ରାଜାଙ୍କ ସମୟରେ ମହାଷ୍ଟମୀ ରାତିରେ ମା’ଙ୍କ ନିକଟରେ ବଳି ଦେବା ପ୍ରଥା ରହିଥିଲା। କାଳକ୍ରମେ ଏହି ପ୍ରଥା ବନ୍ଦ ହୋଇଯାଇଛି। ଏବେ ମନ୍ଦିର ନିକଟରେ ଥିବା ଦଣ୍ଡୁମାଲାସାହି ବାସିନ୍ଦାଙ୍କ ଦ୍ବାରା ମନ୍ଦିର ବର୍ତ୍ତମାନ ପରିଚାଳନା କରାଯାଉଛି। ପାରଳା ସହରବାସୀଙ୍କ ଆର୍ଥିକ ସହାୟତାରେ ବର୍ତ୍ତମାନ ଜାକଜମକରେ ମା’ଙ୍କ ନବରାତ୍ର ପାଳନ ଚାଲିଛି। ଦାଣ୍ଡୁମାଲାସାହି ବାସିନ୍ଦା ମା’ଙ୍କୁ ଏହି ୯ ଦିନ ନିଜ ଘରେ ଖିରି, ଖେଚେଡି ଆଦି ପ୍ରସ୍ତୁତ କରି ଆଣି ଭୋଗ ଲଗାଇଥାନ୍ତି। ବିଶ୍ୱାସ ରହିଛି, ମା’ ଦାଣ୍ଡୁମାରାମ୍ମାଙ୍କୁ ଦର୍ଶନ କଲେ ସର୍ବମଙ୍ଗଳ ପ୍ରାପ୍ତି ହେବା ସହ ଦୂରାରୋଗ୍ୟ ଓ ସମସ୍ତ କ୍ଲେଶ ଦୂର ହୁଏ। ଯାହା ମାନସିକ କଲେ ପୂର୍ଣ୍ଣ ହୁଏ। ମା’ଙ୍କ ପ୍ରତିମୂର୍ତ୍ତି ପଛରେ ଏକ ସାପବିଳା ରହିଛି। ଏଥିରେ ବହୁ କାଳରୁ ଏକମାତ୍ର ନାଗସାପ ରହିଥିବା ବିଶ୍ୱାସ ରହିଛି। ଗତ ରବିବାର ଅଷ୍ଟମୀ ପୂଜା ଉପଲକ୍ଷେ ମନ୍ଦିର ଜନଗହଳି ଥିବା ସମୟରେ ମା’ଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ନାଗ ସାପ ଦେଖିବାକୁ ମିଳିଥିଲା। ସାପ ଦେଖିବା ପାଇଁ ସହରର ଚାରିପଟୁ ଭକ୍ତଙ୍କ ଗହଳି ହୋଇଥିଲା। ନବରାତ୍ର ସରିଲେ ମନ୍ଦିର ବନ୍ଦ ହେବା ପରେ ଏହି ନାଗସାପଟି ମା’ଙ୍କ ଠାରେ ଜଗି ରହି ଆସୁଥିବା ବିଶ୍ୱାସ ରହିଛି। ଏଭଳି ଅନେକ କିମ୍ବଦନ୍ତୀ ଥିବା ଏହି ମନ୍ଦିରକୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବରାତ୍ରରେ ବହୁ
ଭକ୍ତ ଆସି ପୂଜାର୍ଚ୍ଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ଲୋକେ ଆସିଲେନି, ଶବଦାହ କଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ୍,୫।୪- ବରଗଡ଼ ସହରର ଜୀରାନଦୀ କୂଳ ସ୍ଵର୍ଗଦ୍ଵାରରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ସ୍ବେଛାସେବୀମାନେ ଛତିଶଗଡ଼ ଅଞ୍ଚଳର ଜଣେ ମୃତକଙ୍କ ଶବଦାହ କରିଛନ୍ତି। ମୃତକଙ୍କ ନାମ...

ଗିରଫ ହେଲେଣି ୩ ଓଏଏସ୍‌ ଅଧିକାରୀ

ବାରିପଦା ଅଫିସ,୯।୭ ଦୁର୍ନୀତି ହେଉ ଅଥବା ଲାଞ୍ଚ ମାମଲା। ଗତ କିଛି ବର୍ଷ ମଧ୍ୟରେ ମୟୂରଭଞ୍ଜ ଜିଲାର ୩ ଓଏଏସ୍‌(ଓଡ଼ିଶା ପ୍ରଶାସନିକ ସେବା) ଅଧିକାରୀ ଭିଜିଲାନ୍ସ...

ବାଲି,କୋଇଲା ଗାଡି ଜବତ ଘଟଣାରେ୨ ଡ୍ରାଇଭର କୋର୍ଟଚାଲାଣ

ଭଣ୍ଡାରିପୋଖରୀ,୧୮।୪ (ଡିି.ଏନ୍‌.ଏ.)-ଭଣ୍ଡାରିପୋଖରୀ ପୋଲିସ ଗୁରୁବାର ସକାଳେ ମାଲଦା ରାସ୍ତାରେ ଲକଡାଉନ ସମୟରେ ବାଲି ଓ କୋଇଲା ପରିବହନ କରୁଥିବା ୭ଟି ଗାଡିକୁ ଜବତ କରି ଥାନାରେ...

୨୫ ତାଲା ଭାଙ୍ଗି ଚୋରି

ସମ୍ବଲପୁର,୨୬ା୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍‌ସାର କଲେଜ ପରିସରରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏଫ୍‌ଏମ୍‌ଟି, ପାଥୋଲୋଜି, ମାଇକ୍ରୋବାଇଲୋଜି, ଆନୋଟୋମି ବିଭାଗ କୋଠରୀର ପ୍ରାୟ...

କେନାଲ ପୋତି ହୋଇଗଲାଣିି, ଜମିକୁ ମାଡୁନି ପାଣି

ପଟ୍ଟାମୁଣ୍ଡାଇ,୨୬ା୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଳସମ୍ପଦ ବିଭାଗର ଅପାରଗତା ପଦାରେ ପଡିଛି। କୃଷକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ଚାଷୀ ସବୁବେଳେ...

ହିଲଭିୟୁ ପାର୍କରେ ଚାଲିଲା ଟୟଟ୍ରେନ

ଦାରିଙ୍ଗବାଡ଼ି,୨୦ା୭(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଠାରେ ରହିଥିବା ପର୍ଯ୍ୟଟନକେନ୍ଦ୍ର ହିଲଭିୟୁ ପାର୍କ ପରିସରରେ ଶନିବାର ଶିଶୁ ପର୍ଯ୍ୟଟକଙ୍କ ପାଇଁ ଟୟଟ୍ରେନ ଆରମ୍ଭ ହୋଇଛି। ଦୀର୍ଘଦିନ ହେଲା...

ପାଣି ନାହିଁ: ଜମି ଫାଟି ଆଁ କଲାଣି

ବଡ଼ଗାଁ, ୮ା୮(ଡି.ଏନ.ଏ.): ଜମି ଫାଟି ଆଁ କରିଛି। ଯାହା ବୁଣା ହୋଇଥିଲା ସେସବୁ ନଷ୍ଟ ହୋଇଗଲା। ରୁଆ ପାଇଁ ତଳି ପକାଇଥିବା ଚାଷୀ ବର୍ଷା ଅପେକ୍ଷାରେ...

ଲୋକଙ୍କ ପାଖରେ ପହଞ୍ଚିଲା ଲୋକାୟୁକ୍ତ

ବ୍ରହ୍ମପୁର ଅଫିସ,୧୮ା୮-ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲଏସ୍‌ଓ) ତରଫରୁ ହିଲପାଟଣାସ୍ଥିତ ସାଂସ୍କୃତିକ ଭବନରେ ଶନିବାର ଲୋକାୟୁକ୍ତ ଆଇନ-୨୦୧୪କୁ ନେଇ ଏକ ଜନ ସଚେତନତା କାର୍ଯ୍ୟକ୍ରମ...

Advertisement
Archives

Model This Week