ଜଙ୍ଗଲରେ ବନ୍ଦୀ ୩୦ ହଜାର ଗ୍ରାମବାସୀ
ଢେଙ୍କାନାଳ ଅଫିସ୍/ଗଁଦିଆ, ୧୭ା୧୨: ଅଭୟାରଣ୍ୟ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ଦ୍ୱାହି ଦେଇ ବନ ବିଭାଗ ବନ୍ଦ କରିଦେଇଛି ସବୁଦିନିଆ ଜଙ୍ଗଲ ରାସ୍ତା। ଫଳରେ ଜଙ୍ଗଲ ତଳି ଅଞ୍ଚଳରେ ବାସ କରୁଥିବା ୩୦ ଗ୍ରାମର ୨୫ ହଜାର ବାସିନ୍ଦା ଏକପ୍ରକାର ବନ୍ଦୀ ହୋଇପଡ଼ିଛନ୍ତି।…
ମା’ ଆଗରେ ଚାଲିଗଲା ପୁଅ ଜୀବନ
ଢେଙ୍କାନାଳ ଅଫିସ, ୧୬।୧୨: ମାମୁ ଘରକୁ ଯାଇ ଫେରୁଥିବାବେଳେ ବାଇକ୍କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍। ମା’ଙ୍କ ଆଖି ଆଗରେ ଛଟପଟ ହୋଇଚାଲିଗଲା ୧୨ ବର୍ଷର ପୁଅ ଜୀବନ। ବୁଧବାର ଏଭଳି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ଢେଙ୍କାନାଳ ସଦର…
ପାଣି ଚିନ୍ତାରେ କନ୍ଧପଡ଼ାବାସୀ
ଢେଙ୍କାନାଳ ଅଫିସ, ୧୪।୧୨ ଢେଙ୍କାନାଳ ସଦର ବ୍ଲକ ଶୁଆଖାଇକାଟେଣୀ ପଞ୍ଚାୟତର କନ୍ଧପଡ଼ା ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଗ୍ରାମରେ ଖୋଳାଯାଇଥିବା ବୋରୱେଲଟି ଅଚଳ ହୋଇପଡିଥିବାରୁ ୨ ମାସ ହେଲା ପିଇବା ପାଣି ଆସୁନି। ଗ୍ରାମବାସୀ ଗ୍ରାମ୍ୟ ଜଳଯୋଗାଣ ଓ…
ନାକେଦମ କଲାଣି ଦନ୍ତା
ଢେଙ୍କାନାଳ ଅଫିସ, ୧୪।୧୨ ହାତୀ ମୁହଁରୁ ଫସଲ, ଧନଜୀବନ ସୁରକ୍ଷା ଲାଗି ସାଇରନ୍ ବଜାଇ ବୁଲୁଛି ‘ଐରାବତ’। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଗାଡ଼ି ଏବଂ ପ୍ରଶିକ୍ଷିତ କର୍ମଚାରୀ ଜନବସତି ମୁହାଁ ହାତୀଙ୍କୁ ଜଙ୍ଗଲକୁ ଘଉଡ଼ାଇବାକୁ ନିରନ୍ତର ପ୍ରୟାସ କରୁଛନ୍ତି। ହେଲେ…
ଚକା ଫାଟିବାରୁ ନଦୀକୁ ଖସିଲା ଟ୍ରକ୍
ପରଜଙ୍ଗ,୧୨।୧୨(ଡି.ଏନ.ଏ.)- ୫୩ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ-ଜଟିଆ ଛକ ନିକଟରେ ଏକ ଟ୍ରକ୍ ପୋଲ ଉପରୁ ବ୍ରାହ୍ମଣୀ ନଦୀକୁ ଖସିପଡ଼ିଛି। ଫଳରେ ଚାଳକ ପାଲଲହଡ଼ା ଥାନା ସାମିଆପଲିର ମାନସ ରଞ୍ଜନ ଧୀବରଙ୍କ ମୃତ୍ୟୁ ଘଟିଛି। ପ୍ରକାଶ…
ଜଙ୍ଗଲକୁ ଗଲା ମାଖନା ହାତୀ
ଢେଙ୍କାନାଳ ଅଫିସ, ୯।୧୨: ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନ ରେସ୍କ୍ୟୁ ସେଣ୍ଟର କ୍ରଲ୍ରେ ପାଖାପାଖି ମାସେ ବିତାଇବା ପରେ ଜଙ୍ଗଲକୁ ଯାଇଛି ମାଖନା ହାତୀ। ହାତୀର ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଏଡ଼ାଇବାକୁ ଉକ୍ତ ଜଙ୍ଗଲର ନାମ ଗୋପନ ରଖାଯାଇଛି।…
ଆସନ୍ତା ବର୍ଷ ବାଘଗଣନା
ଢେଙ୍କାନାଳ ଅଫିସ, ୯।୧୨: ଆସନ୍ତା ବର୍ଷ ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲରେ ହେବ ବାଘଗଣନା। ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଛି ବନ ବିଭାଗ। ବାଘଗଣନା ଲାଗି ପ୍ରାଥମିକ ପର୍ଯ୍ୟାୟରେ ୮ ରେଞ୍ଜ୍ର ୨ ଜଣ ଲେଖାଏ ଦକ୍ଷ କର୍ମଚାରୀଙ୍କୁ ଅନୁଗୋଳରେ ପ୍ରଶିକ୍ଷଣ ଦିଆଯାଉଛି।…
ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ବାରଣ
ଢେଙ୍କାନାଳ ଅଫିସ, ୭।୧୨-ଢେଙ୍କାନାଳ ଜିଲାରେ କରୋନା ସଂକ୍ରମଣ ଏବଂ ଓମିକ୍ରନ୍ ପ୍ରତିହତ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ନୂତନ ଗାଇଡ୍ଲାଇନ୍ ଜାରି କରାଯାଇଛି। ବିଦେଶାଗତଙ୍କୁ ଚିହ୍ନଟ କରିବା, ଆର୍ଟି-ପିସିଆର ଟେଷ୍ଟ କରାଇବା, ହୋମ୍ କ୍ୱାରାଣ୍ଟାଇନ୍ରେ ରଖି ସେମାନଙ୍କ ଉପରେ ନଜର…
‘ଗୃହରକ୍ଷୀ ବାହିନୀ ସେବା ଅତୁଳନୀୟ’
ଢେଙ୍କାନାଳ ଅଫିସ, ୭।୧୨-ଢେଙ୍କାନାଳ ରିଜର୍ଭ ପୋଲିସ ପଡ଼ିଆରେ ସୋମବାର ପୂର୍ବାହ୍ନ ସାଢ଼େ ୮ଟାରେ ୫୯ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏସ୍ପି ଏଲ୍. ଦିବ୍ୟା ଭି ଯୋଗଦେଇ କହିଲେ, ଦେଶରେ…
କଟକଣା ଭଙ୍ଗକାରୀଙ୍କ ପ୍ରତି କଠୋର
ଢେଙ୍କାନାଳ ଅଫିସ, ୭।୧୨-କଟକଣା ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳ ନୀତି ଆରମ୍ଭ କରିଛି ଢେଙ୍କାନାଳ ଜିଲା ପ୍ରଶାସନ। କରୋନା ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିବା ଯାଏ କୌଣସି ପରିସ୍ଥିତିରେ କୋହଳ ମନୋଭାବ ପ୍ରଦର୍ଶନ କରାଯିବ ନାହିଁ ବୋଲି ଜିଲାପାଳ ସ୍ପଷ୍ଟ କରିବା…
କଟକଣାକୁ ଖାତିର ନାହିଁ
ଢେଙ୍କାନାଳ ଅଫିସ, ୬।୧୨: ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁଥିବାବେଳେ ଢେଙ୍କାନାଳରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଘରୋଇ ସାଇକୃପା ଆବାସିକ ବିଦ୍ୟାଳୟରେ କରୋନା ବିସ୍ଫୋରଣ ସହିତ ୫୬ ଛାତ୍ରୀଛାତ୍ର ଆକ୍ରାନ୍ତ ହେବା ନୂଆ ସମସ୍ୟା ସୃଷ୍ଟି କରିଛି। ପିଲାମାନଙ୍କୁ ସେମାନଙ୍କ ଅଭିଭାବକ ସାଙ୍ଗରେ ନେଇଯାଇଥିବାବେଳେ…
ପାଣିରେ ବୁଡ଼ିଛି ପାଚିଲା ଧାନ
ଢେଙ୍କାନାଳ ଅଫିସ, ୬।୧୨: ଗଭୀର ଅବପାତରେ ପରିଣତ ହେବାପରେ ଦୁର୍ବଳ ହୋଇଛି ସାମୁଦ୍ରିକ ଝଡ଼ ‘ଜଓ୍ବାଦ’। ଓଡ଼ିଶା ଉପରୁ ଯଦିଓ ବାତ୍ୟା ଭୟ ଟଳିଛି, ହେଲେ ସାମୁଦ୍ରିକ ଝଡ଼ ପ୍ରଭାବରେ ହୋଇଥିବା ଲଗାଣବର୍ଷା ଚାଷୀଙ୍କ ପାଇଁ ଆଣିଛି ଦାରୁଣ ଦୁଃଖ। ପାଚିଲା ଧାନ…
Archives


