ସମାଧାନ ଖୋଜୁଛି ସୁଆଗୀ ଶ୍ମଶାନ

ଢେଙ୍କାନାଳ ଅଫିସ, ୨୮ା୧୨ ଢେଙ୍କାନାଳ ପୌରାଞ୍ଚଳର ପ୍ରମୁଖ ସୁଆଗୀ ଶ୍ମଶାନ ଏକାଧିକ ସମସ୍ୟା ମଧ୍ୟରେ ଛନ୍ଦି ହୋଇଛି। ଫଳରେ ଶବଦାହ ବେଳେ ମୃତକଙ୍କ ପରିବାର, ସମ୍ପର୍କୀୟ ହଟହଟା ହେଉଛନ୍ତି। ଶ୍ମଶାନ ଉପରେ ୫୦ ହଜାର ଅଞ୍ଚଳବାସୀ ନିର୍ଭର କରୁଥିବାବେଳେ ଜମି ମାପ କରି ଏହାର ଉନ୍ନତୀକରଣ କରିବାକୁ ଦାବି କରିଛି ଜନଜାଗ୍ରତ ମଞ୍ଚ। ଏ ସଂକ୍ରାନ୍ତରେ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ସୁଆଗୀ ଶ୍ମଶାନ ଉପରେ ଜବାହରଚୌକ, ମିନାବଜାର, କାଞ୍ଚନ ବଜାର, ଆନନ୍ଦ ବଜାର, ବାଜିଚୌକ, ଚନ୍ଦନ ବଜାର, କାରିଗର ସାହୁ, ଦୋଳମଣ୍ଡପ ସାହି, ରାମେଶ୍ୱରପୁର, ଭଗବାନପୁର ଏବଂ ସିମିଳିଆର ୫୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ନିର୍ଭରଶୀଳ। ଦିନକୁ ଦିନ ମୃତଦେହ ସଂସ୍କାର ବଢୁଥିବାବେଳେ ଏହାର ଉନ୍ନତୀକରଣ ହେଉନାହିଁ। ତେଣୁ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି। ଏହାର ସମାଧାନ ଲାଗି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ସୋମବାର ଅପରାହ୍ନରେ ଜୟଗୋପାଳ ମଠ ପ୍ରାଙ୍ଗଣରେ ମଞ୍ଚ ସଭାପତି ସୁରେନ୍ଦ୍ର ଦଳେଇଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଶ୍ମଶାନକୁ ତୁରନ୍ତ ପାଇପ୍‌ ମାଧ୍ୟମରେ ପାଣି ଯୋଗାଣ ବ୍ୟବସ୍ଥା, ଶବଦାହ ଲାଗି ସୁବିଧାରେ କାଠ ପାଇବା ପାଇଁ ଏକ କାଠଗୋଲା, ଶ୍ମଶାନର ଜାଗା ଚିହ୍ନଟ କରି ସୁରକ୍ଷା ପାଚେରି ନିର୍ମାଣ କରିବା, ଶୁଦ୍ଧିକାର୍ଯ୍ୟ, କ୍ରିୟାକର୍ମ ପାଇଁ ସ୍ବତନ୍ତ୍ର ଘର, ଶବ ସଂସ୍କାର ପିଣ୍ଡିକୁ ମୁଖ୍ୟ ଫାଟକ ନିକଟରୁ ୫୦ ମିଟର ଦୂରକୁ ସ୍ଥାନାନ୍ତର କରିବାକୁ ଦାବି କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ମଶାନର ନବକଳେବର କରାଯାଉଛି। ଔଷଧୀୟ ଗଛ ଲଗାଯାଉଛି। ବିଦ୍ୟୁତ୍‌ ଚୁଲା ମାଧ୍ୟମରେ ଶବଦାହ ବ୍ୟବସ୍ଥା କରାଯାଉଛି। ଅନୁରୂପ ଭାବେ ସୁଆଗୀ ଶ୍ମଶାନର ନବକଳେବର କରାଯିବା ଜରୁରୀ ହୋଇପଡ଼ିଛି। ମଶାଣି ନିକଟରେ ଥିବା ଜଳାଶୟର ପୁନରୁଦ୍ଧାର କରିବା ଲାଗି ତ୍ୱରିତ ପଦକ୍ଷେପ ନେବାକୁ ମଞ୍ଚ କର୍ମକର୍ତ୍ତା ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବୈଠକରେ କଲ୍ୟାଣ କାନୁନ୍‌ଗୋ, ପ୍ରଭାକର ରାଉତ, ବିଷ୍ଣୁ ନନ୍ଦ, ଦାଶରଥୀ ବେହେରା, ପ୍ରଦୀପ ପଣ୍ଡା, ସୌରାଂଶୁ ଶେଖର ଦାସ, ସଂଗ୍ରାମ ପାଣି, ପି.ସି. ନାଥ, ସନାତନ ମହାପାତ୍ର, ସରୋଜ ଶତପଥୀ, କୈଳାସ ସେଠୀ, ଜନାର୍ଦ୍ଦନ ନନ୍ଦ, ବଳଭଦ୍ର ବେହେରା, କିଶୋର ମିଶ୍ର, ଅନିଲ ଦାସ, କୈଳାସ ଚନ୍ଦ୍ର ବେହେରା, ହୃଦୟାନନ୍ଦ ମହାନ୍ତି, ପ୍ରକାଶ ବିଶ୍ୱାଳ, ପ୍ରମୋଦ ନାଥଶର୍ମା, ବିନୟ ପାତ୍ର, ତ୍ରିନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଦାବିପୂରଣ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri