ସମାଧାନ ଖୋଜୁଛି ସୁଆଗୀ ଶ୍ମଶାନ

ଢେଙ୍କାନାଳ ଅଫିସ, ୨୮ା୧୨ ଢେଙ୍କାନାଳ ପୌରାଞ୍ଚଳର ପ୍ରମୁଖ ସୁଆଗୀ ଶ୍ମଶାନ ଏକାଧିକ ସମସ୍ୟା ମଧ୍ୟରେ ଛନ୍ଦି ହୋଇଛି। ଫଳରେ ଶବଦାହ ବେଳେ ମୃତକଙ୍କ ପରିବାର, ସମ୍ପର୍କୀୟ ହଟହଟା ହେଉଛନ୍ତି। ଶ୍ମଶାନ ଉପରେ ୫୦ ହଜାର ଅଞ୍ଚଳବାସୀ ନିର୍ଭର କରୁଥିବାବେଳେ ଜମି ମାପ କରି ଏହାର ଉନ୍ନତୀକରଣ କରିବାକୁ ଦାବି କରିଛି ଜନଜାଗ୍ରତ ମଞ୍ଚ। ଏ ସଂକ୍ରାନ୍ତରେ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ସୁଆଗୀ ଶ୍ମଶାନ ଉପରେ ଜବାହରଚୌକ, ମିନାବଜାର, କାଞ୍ଚନ ବଜାର, ଆନନ୍ଦ ବଜାର, ବାଜିଚୌକ, ଚନ୍ଦନ ବଜାର, କାରିଗର ସାହୁ, ଦୋଳମଣ୍ଡପ ସାହି, ରାମେଶ୍ୱରପୁର, ଭଗବାନପୁର ଏବଂ ସିମିଳିଆର ୫୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ନିର୍ଭରଶୀଳ। ଦିନକୁ ଦିନ ମୃତଦେହ ସଂସ୍କାର ବଢୁଥିବାବେଳେ ଏହାର ଉନ୍ନତୀକରଣ ହେଉନାହିଁ। ତେଣୁ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି। ଏହାର ସମାଧାନ ଲାଗି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ସୋମବାର ଅପରାହ୍ନରେ ଜୟଗୋପାଳ ମଠ ପ୍ରାଙ୍ଗଣରେ ମଞ୍ଚ ସଭାପତି ସୁରେନ୍ଦ୍ର ଦଳେଇଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଶ୍ମଶାନକୁ ତୁରନ୍ତ ପାଇପ୍‌ ମାଧ୍ୟମରେ ପାଣି ଯୋଗାଣ ବ୍ୟବସ୍ଥା, ଶବଦାହ ଲାଗି ସୁବିଧାରେ କାଠ ପାଇବା ପାଇଁ ଏକ କାଠଗୋଲା, ଶ୍ମଶାନର ଜାଗା ଚିହ୍ନଟ କରି ସୁରକ୍ଷା ପାଚେରି ନିର୍ମାଣ କରିବା, ଶୁଦ୍ଧିକାର୍ଯ୍ୟ, କ୍ରିୟାକର୍ମ ପାଇଁ ସ୍ବତନ୍ତ୍ର ଘର, ଶବ ସଂସ୍କାର ପିଣ୍ଡିକୁ ମୁଖ୍ୟ ଫାଟକ ନିକଟରୁ ୫୦ ମିଟର ଦୂରକୁ ସ୍ଥାନାନ୍ତର କରିବାକୁ ଦାବି କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ମଶାନର ନବକଳେବର କରାଯାଉଛି। ଔଷଧୀୟ ଗଛ ଲଗାଯାଉଛି। ବିଦ୍ୟୁତ୍‌ ଚୁଲା ମାଧ୍ୟମରେ ଶବଦାହ ବ୍ୟବସ୍ଥା କରାଯାଉଛି। ଅନୁରୂପ ଭାବେ ସୁଆଗୀ ଶ୍ମଶାନର ନବକଳେବର କରାଯିବା ଜରୁରୀ ହୋଇପଡ଼ିଛି। ମଶାଣି ନିକଟରେ ଥିବା ଜଳାଶୟର ପୁନରୁଦ୍ଧାର କରିବା ଲାଗି ତ୍ୱରିତ ପଦକ୍ଷେପ ନେବାକୁ ମଞ୍ଚ କର୍ମକର୍ତ୍ତା ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବୈଠକରେ କଲ୍ୟାଣ କାନୁନ୍‌ଗୋ, ପ୍ରଭାକର ରାଉତ, ବିଷ୍ଣୁ ନନ୍ଦ, ଦାଶରଥୀ ବେହେରା, ପ୍ରଦୀପ ପଣ୍ଡା, ସୌରାଂଶୁ ଶେଖର ଦାସ, ସଂଗ୍ରାମ ପାଣି, ପି.ସି. ନାଥ, ସନାତନ ମହାପାତ୍ର, ସରୋଜ ଶତପଥୀ, କୈଳାସ ସେଠୀ, ଜନାର୍ଦ୍ଦନ ନନ୍ଦ, ବଳଭଦ୍ର ବେହେରା, କିଶୋର ମିଶ୍ର, ଅନିଲ ଦାସ, କୈଳାସ ଚନ୍ଦ୍ର ବେହେରା, ହୃଦୟାନନ୍ଦ ମହାନ୍ତି, ପ୍ରକାଶ ବିଶ୍ୱାଳ, ପ୍ରମୋଦ ନାଥଶର୍ମା, ବିନୟ ପାତ୍ର, ତ୍ରିନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଦାବିପୂରଣ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri