କାଦୁଅରେ ପଡ଼ି ୨ହାତୀ ଛଟପଟ

ପରଜଙ୍ଗ, ୨୭।୧୨(ଡି.ଏନ୍‌.ଏ.)  ବେଆଇନ ଇଟାଭାଟି ପାଇଁ ଜଙ୍ଗଲାଞ୍ଚଳରେ ଖୋଳାଯାଇଥିଲା ମାଟି। ଆଉ ଏହାଦ୍ୱାରା ସୃଷ୍ଟି ହୋଇଥିବା କାଦୁଅ ଭର୍ତ୍ତି ଗାତରେ ପଡ଼ି ୨ଦିନ ହେଲା ଛଟପଟ ହେଉଛନ୍ତି ଗୋଟିଏ ଦନ୍ତା ସହ ଅନ୍ୟ ଏକ ଅଣ୍ଡିରା ହାତୀ ଶାବକ। ବନ ବିଭାଗ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ବିଫଳ ହୋଇଛି। ଜୀବନ ପ୍ରତି ବିପଦ ଆଶଙ୍କା ଥିବାରୁ ଜେସିବି ଅପରେଟର ହାତୀ ପାଖକୁ ଯାଇ ଉଦ୍ଧାର କରିବାକୁ ଅମଙ୍ଗ ହେଉଛନ୍ତି। ତେଣୁ ଉଭୟ ହାତୀ କାଦୁଅରେ ଲଟପଟ ହୋଇ ଅଣନିଃଶ୍ୱାସୀ ହୋଇଗଲେଣି। ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅଧୀନ କୁଲେଇ-ବଅଁରପାଳ ନିକଟରେ କଦଳୀପାଳରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ଗ୍ରାମବାସୀଙ୍କ କହିବା କଥା, ବେଆଇନ ଇଟାଭାଟି ପାଇଁ ବ୍ୟାପକ ପରିମାଣର ମାଟି ଖୋଳାଯିବା ପରେ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଛି। ଶନିବାର ରାତିରେ ଉକ୍ତ ଦୁଇ ହାତୀ ସେହି ଗାତରେ ଖସିପଡ଼ିଛନ୍ତି। ରବିବାର ଘଟଣା ଜଣାପଡ଼ିବା ପରେ ବନ ବିଭାଗକୁ ସୂଚନା ଦିଆଯାଇଥିଲା। କର୍ମଚାରୀ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ ମଧ୍ୟ ହାତୀଙ୍କୁ ଗାତରୁ ବାହାର କରିବା ସମ୍ଭବ ହୋଇନାହିଁ। ଦୁଇ ହାତୀ ବାହାରକୁ ଆସିବାକୁ ଉଦ୍ୟମ କରି ନୟାନ୍ତ ହୋଇଗଲେଣି। ବିଶେଷଜ୍ଞଙ୍କ ସହାୟତାରେ ବନ ବିଭାଗ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ନେଇ ଦଦରାଘାଟି ସେକ୍ସନ ଫରେଷ୍ଟର ବିଶ୍ୱନାଥ ସୋରେନ୍‌ କୁହନ୍ତି, ଦୁଇଦିନ ତଳେ ଉକ୍ତ ଦନ୍ତା ମହୁଲ ପୋଚ ଖାଇ ନିଶାଗ୍ରସ୍ତ ହୋଇପଡ଼ି ଗ୍ରାମରେ ପଶିଯାଇଥିଲା। ଏହାକୁ ଜଙ୍ଗଲକୁ ଘଉଡ଼ାଇ ଦିଆଯାଇଥିଲା। ତେବେ ଶନିବାର ରାତିରେ ସେ ଏବଂ ତା’ ସହିତ ଅନ୍ୟ ଏକ ହାତୀ ଶାବକ କାଦୁଅ ଭର୍ତ୍ତି ଗାତରେ ପଡ଼ିଯାଇଛନ୍ତି। ମେଶିନ ଅପରେଟର ହାତୀଙ୍କୁ ବାହାର କରିବାକୁ ରାଜି ହେଉନାହାନ୍ତି। ବନ ବିଭାଗ ହାତୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri