କଟକ

ରାତି ପାହିଲେ ମାହାଙ୍ଗା, ସାଲେପୁର, ନିଆଳିରେ ଭୋଟଗ୍ରହଣ: ୮୩୬ ବୁଥରେ ମତଦାନ କରିବେ ୭,୬୮,୦୯୧ ଭୋଟର

କଟକ,୩୧ା୫ (କାର୍ତ୍ତିକ ସାହୁ) ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଜୁନ୍‌ ୧ରେ ଭୋଟଗ୍ରହଣ ନିମନ୍ତେ କଟକ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। କଟକ ଜିଲାର ମାହାଙ୍ଗା, ସାଲେପୁର ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ପାଇଁ ଆବଶ୍ୟକ…

ପୁରୀ ବାଣ ବିସ୍ଫୋରଣ ମାମଲା: ଓଏଚ୍‌ଆର୍‌ସିରେ ପିଟିସନ୍‌

କଟକ,୩୧ା୫(କାର୍ତ୍ତିକ ସାହୁ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାକୁ ନେଇ ଓଡ଼ିଶା ମାନବିକ ଅଧିକାରୀ ଆୟୋଗ(ଓଏଚ୍‌ଆର୍‌ସି)ରେ ଏକ ପିଟିସନ୍‌ ଶୁକ୍ରବାର ଦାୟର ହୋଇଛି। ବିସ୍ଫୋରଣରେ ମୃତକଙ୍କ ପରିବାରକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ୩୦ ଲକ୍ଷ ଓ ଆହତଙ୍କୁ ପୁରୀ ଜିଲାପାଳ…

ଜୁନ୍‌ ୧ ଭୋଟଗ୍ରହଣ ପାଇଁ ୩୦ ତାରିଖ ସନ୍ଧ୍ୟାରୁ ୧୪୪ ଧାରା ଜାରି,୧୦୦ ମିଟର ମଧ୍ୟରେ ଫୋନ୍‌ ବ୍ୟବହାର ନିଷେଧ

କଟକ,୨୯ା୫ (କାର୍ତ୍ତିକ ସାହୁ): ଅନ୍ତିମ ପର୍ଯ୍ୟାୟ ଜୁନ୍‌ ୧ ତାରିଖ ଭୋଟ ପାଇଁ କଟକ ଜିଲାର ନିଆଳି, ସାଲେପୁର ଏବଂ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀର ଅଞ୍ଚଳରେ ୧୪୪ ଧାରା ଜାରି ହେବ । ଜିଲାପାଳ ଅରିନ୍ଦମ ଡାକୁଆ ଭାରତୀୟ ନିର୍ବାଚନ…

ମୋ ବସ୍‌ ଡ୍ରାଇଭରଙ୍କୁ ହାଣିଦେଲେ ଦୁର୍ବୃତ୍ତ

ଚୌଦ୍ୱାର,୨୯ା୫(ଆଶୁତୋଷ ଦାସ):ଚୌଦ୍ୱାର ଅଞ୍ଚଳରେ ମୋ ବସ୍‌ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଡ୍ରାଇଭର ସୁକାନ୍ତ ଦାସଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଅପରାହ୍ନରେ ମୋ ବସ୍‌ଟି କଟକରୁ ବାହାରି ଚୌଦ୍ୱାର ଆଗ୍ରାହାଟସ୍ଥିତ ଡିଏମ୍‌ଟିଆଇ ଛକରେ…

ଏସ୍‌ସିବିରେ ଅବ୍ୟବସ୍ଥା, ରୋଗୀ ଅସନ୍ତୁଷ୍ଟ

କଟକ,୨୯ା୫(ଶିଳ୍ପା ପ୍ରିୟଦର୍ଶିନୀ):କଟକ ଏସ୍‌ସିବି ମେଡିକାଲରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମେଡିକାଲର କେତେକ ସ୍ଥାନରେ ଫ୍ୟାନ୍‌ ବ୍ୟବସ୍ଥା ନ ଥିବାବେଳ ଆଉ କେତେକ ସ୍ଥାନରେ ଲାଗିଥିବା ଏସିରୁ ଗରମ ପବନ ବାହାରୁଛି। ମେଡିକାଲ ପରିସରରେ ଥିବା ଥାଲାସେମିଆ ବିଭାଗ, ନେଫ୍ରାଲୋଜି, କାର୍ଡିଓଲୋଜି…

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ବାଜିମାରିଲେ ଛାତ୍ରୀ

କଟକ,୨୬ା୫(କାର୍ତ୍ତିକ ସାହୁ): ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ।  ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ପାସ୍‌ ହାର ୯୬.୦୭% ରହିଛି। ଛାତ୍ରୀଙ୍କ ପାସ୍‌ ହାର ୯୬.୭୩% ରହିଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୯୫.୩୯%…

ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ, ୧୫ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ଘୋଷଣା

କଟକ,୨୫ା୫(କାର୍ତ୍ତିକ ସାହୁ): କଟକ ଜିଲା ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀରେ କାର୍ଯ୍ୟରତ ପୋଲିଂ ଅଫିସର ସୁଜାତା ମିତ୍ରଙ୍କର ଶନିବାର ମୃତ୍ୟୁ ଘଟିଛି। ସେ ହାଡ଼ିବନ୍ଧୁ ନୋଡାଲ ହାଇସ୍କୁଲର ୧୧୪ ନମ୍ବର ବୁଥ୍‌ରେ ପୋଲିଂ ଅଫିସର ଭାବେ କାର୍ଯ୍ୟରତ ଥିବାବେଳେ ସନ୍ଧ୍ୟାରେ ହଠାତ୍‌ ଅସୁସ୍ଥ…

କଟକ ଜିଲାର ୬ ନିର୍ବାଚନ ମଣ୍ଡଳୀରେ ମତଦାନ ପାଇଁ  ବୁଥ୍‌ ପ୍ରସ୍ତୁତ: ଭୋଟରଙ୍କ ଆଗମନକୁ ଅପେକ୍ଷା

କଟକ,୨୪ା୫ (କାର୍ତ୍ତିକ ସାହୁ): ଏକକାଳୀନ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ କଟକ ଜିଲାର ୬ଟି ନିର୍ବାଚନ ମଣ୍ଡଳୀରେ ମେ ୨୫ ତାରିଖ ଶନିବାର ମତଦାନ ଅନୁଷ୍ଠିତ ହେବ। ଜିଲାର ବଡ଼ମ୍ବା, ବାଙ୍କି, ଆଠଗଡ଼, କଟକ ଚୌଦ୍ୱାର, କଟକ ବାରବାଟୀ ଓ କଟକ…

ଭୋଟ୍‌ ଦେବାକୁ ଚାଲିଛି ଟଙ୍କା ବଣ୍ଟା, ଭାଇରାଲ ହେଉଛି ଭିଡିଓ…

କଟକ,୨୪ା୫ (କାର୍ତ୍ତିକ ସାହୁ): ରାତି ପାହିଲେ ଭୋଟଦାନ। ମାତ୍ର ତା’ ପୂର୍ବରୁ ଏସ୍‌ଏଚ୍‌ଜି ମହିଳାଙ୍କୁ ୫୦୦ ଟଙ୍କିଆ ନୋଟ୍‌ ଦେଇ  ଭୋଟ ଦେବା ନିମନ୍ତେ ପ୍ରଲୋଭିତ କରାଯାଉଛି। କଟକ ସହରରେ ସଂଘଟିତ ଏଭଳି ଏକ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି।…

ଦିନକୁ ପରେ ନିର୍ବାଚନ:ମତଦାନ କେନ୍ଦ୍ର ଅଭିମୁଖେ ପୋଲିଂ ଟିମ୍‌

କଟକ,୨୪।୫(କାର୍ତ୍ତିକ ସାହୁ):କଟକ ଜିଲାର ୬ଟି ନିର୍ବାଚନ ମଣ୍ଡଳୀରେ ୨୫ ତାରିଖରେ ମତଦାନ ହେବ। ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନ କେନ୍ଦ୍ର ଅଭିମୁଖେ ପୋଲିଂ ଦଳଗୁଡିକ ଜିଲା ମୁଖ୍ୟାଳୟରୁ ଶୁକ୍ରବାର ଯାତ୍ରାରମ୍ଭ କରିଛନ୍ତି। ରେଭେନ୍ଶା ବିଶ୍ୱବିଦ୍ୟାଳୟର୍‌ ମହାନଦୀ କ୍ୟାମ୍ପସରେ ସକାଳୁ ଇଭିଏମ…

ଏହି ଦିନ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ: ବୋର୍ଡ ପକ୍ଷରୁ ସୂଚନା

କଟକ,୨୪।୫(କାର୍ତ୍ତିକ ସାହୁ):ଆସନ୍ତା ୨୬ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଶୁକ୍ରବାର ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ୨୬ ତାରିଖ ସକାଳ ୧୦.୩୦ରେ ରେଜଲ୍ଟ ପ୍ରକାଶ ପାଇବ। ୧୧.୩୦ ସୁଦ୍ଧା ଓ୍ବେବ୍‌ସାଇଟ୍‌ରେ ରେଜଲ୍ଟ ମିଳିବ। www.bseodisha.ac.inରେ ଲଗ ଇନ କରି ରେଜଲ୍ଟ…

ବସ୍ତିରେ ଟଙ୍କା ବଣ୍ଟାକୁ ନେଇ ଉତ୍ତେଜନା

କଟକ,୨୩ା୫(କାର୍ତ୍ତିକ ସାହୁ): କଟକ ମହାନଗର ନିଗମ ୬ ନମ୍ବର ଓ୍ବାର୍ଡ ଅଧୀନ ଇମାମନଗର ବସ୍ତିରେ ଭୋଟ ପାଇଁ ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ସମ୍ପୃକ୍ତ ଅଞ୍ଚଳର ଅଙ୍ଗନବାଡ଼ି ଦିଦି ଟଙ୍କା ବାଣ୍ଟୁଥିବା କେତେକ ଲୋକେ ଅଭିଯୋଗ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri