୬୭ତମ ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍ଯାପିତ
କଟକ ଅଫିସ,୨୮।୯: ବୃତ୍ତିଗତ ପ୍ରତିଯୋଗିତା ଦକ୍ଷତା ବୃଦ୍ଧି କରିଥାଏ। ପୋଲିସ ବିଭାଗର ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ନିମନ୍ତେ ଏଭଳି ପ୍ରତିଯୋଗିତା ଆୟୋଜନ କରାଯାଉଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ:ଭାଜପା ପକ୍ଷରୁ ବ୍ଲକ ସମ୍ମୁଖରେ ଧାରଣା
କଣ୍ଟାପଡା,୨୭।୯:(ଡି.ଏନ୍.ଏ.): କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ପ୍ରାଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଓ ବାଟମାରଣା ପ୍ରତିବାଦରେ କଣ୍ଟାପଡ଼ା ବ୍ଲକ ସମ୍ମୁଖରେ ଭାଜପା ପକ୍ଷରୁ ଶୁକ୍ରବାର ଧାରଣା ଦିଆଯାଇଛି। ସ୍ଥାନୀୟ ଭାଜପା ନେତା ଛବି ମଲିକଙ୍କ ନେତୃତ୍ୱରେ କଣ୍ଟାପଡା ବ୍ଲକର ଶତାଧିକ…
ମାଟ୍ରିକ୍ ବୃତ୍ତି ପରୀକ୍ଷା: ଆଜିଠାରୁ ଅନ୍ଲାଇନରେ ଆବେଦନ
କଟକ ଅଫିସ,୨୭ା୯ : ଆଲ୍ପି ଏଜୁକେଶନ ଟ୍ରଷ୍ଟ ପକ୍ଷରୁ ଅରୁଣୋଦୟ ମାର୍କେଟସ୍ଥିତ ଟ୍ରଷ୍ଟର ସମ୍ମେଳନ କକ୍ଷରେ ଗୁରୁବାର ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟ ପକ୍ଷରୁ ବାର୍ଷିକ ମାଟ୍ରିକ ବୃତ୍ତି ପରୀକ୍ଷା ଆୟୋଜନ ହେବ। ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା…
ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ
କଟକସଦର,୨୬।୯(ଡି.ଏନ୍.ଏ.): କଟକ-ପାରାଦୀପ ରାସ୍ତାର କନ୍ଦରପୁର ଛକରେ ଗୁରୁବାର ମଧ୍ୟାହ୍ନରେ ଏକ ବସ୍ ଧକ୍କାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଜଗତସିଂହପୁର ଜିଲା ବିରିଡ଼ି ଥାନା ଅନ୍ତର୍ଗତ କଳନ୍ତିରା ଗ୍ରାମର କାଳିଆ ସେଠୀ(୨୨)। ସେ ଏକ ବାଇକ୍…
ଭେଡେନ୍ ଗଣବଳାତ୍କାର, ହତ୍ୟା ମାମଲା: ମାନବିକ ଅଧିକାର ଉଲ୍ଲଂଘନ କରିଛି ପୋଲିସ: ଓଏଚ୍ଆର୍ସି
କଟକ ଅଫିସ, ୨୬।୯: ବରଗଡ ଜିଲା ଭେଡେନ୍ ଥାନା ଅଞ୍ଚଳରେ ଘଟିଥିବା ତିନି ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ଦୁଇ ଜଣଙ୍କୁ ହତ୍ୟା ଘଟଣାରେ ରାଜ୍ୟ ମାନବାଧିକାର କମିଶନ (ଓଏଚ୍ଆର୍ସି) ବୁଧବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ଘଟଣାରେ ପୋଲିସ ମାମଲା…
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ
ଭୁବନେଶ୍ୱର, ୨୫।୯(ବ୍ୟୁରୋ): କଟକ ସ୍ବେରେଜ ବୋର୍ଡ ପ୍ରକଳ୍ପ ଯନ୍ତ୍ରୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତିି ଠୁଳ ଅଭିଯୋଗରେ ଯନ୍ତ୍ରୀ ପ୍ରମୋଦ ସାହୁଙ୍କ ନୂଆପଲ୍ଲୀସ୍ଥିତ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଚଢ଼ାଉ…
ନନ୍ଦନକାନନ ସୁରକ୍ଷା କମିଟି ପକ୍ଷରୁ ମୁଖ୍ୟ ଫାଟକ ବନ୍ଦ: ଉପନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ
ବାରଙ୍ଗ, ୨୫।୯(ଡି.ଏନ୍.ଏ.): ନନ୍ଦନକାନନ ପଶୁପକ୍ଷୀ ସୁରକ୍ଷା କମିଟି ପକ୍ଷରୁ ବୁଧବାର ସକାଳେ ନନ୍ଦନକାନନ ମୁଖ୍ୟ ପ୍ରବେଶପଥ ଫାଟକକୁ ବନ୍ଦ କରାଯାଇଥିଲା। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଓ ତପନ କୁମାର ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ କମିଟିର ସଦସ୍ୟମାନେ ଗେଟ କମ୍ପ୍ଲେକ୍ସ ଫାଟକ…
ଜଗା, କାଳିଆଙ୍କୁ ଭେଟିଲେ ମନ୍ତ୍ରୀ ଅଶୋକ ପଣ୍ଡା
କଟକ ଅଫିସ,୨୫-୯: ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲାର ଜଗା, କାଳିଆଙ୍କୁ ମଙ୍ଗଳବାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭେଟିଛନ୍ତି। ମନ୍ତ୍ରୀ ପଣ୍ଡା ଜଗା, କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ…
ଅନାଥ ଶିଶୁପୁତ୍ରକୁ ସହାୟତାର ହାତ ବଢ଼ାଇଲେ ଡାକ୍ତର:ବର୍ଷକ ପର୍ଯ୍ୟନ୍ତ ଖାଦ୍ୟ, ଔଷଧ ଯୋଗାଇବେ
ମାହାଙ୍ଗା,୨୫-୯(ସ୍ବ.ପ୍ର.):ମାହାଙ୍ଗା ଅଞ୍ଚଳର ଜଣେ ଶିଶୁପୁତ୍ର ମା’ଗର୍ଭରେ ଥିବାବେଳେ ତା’ର ବାପାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହାର ୩ମାସ ପରେ ଶିଶୁପୁତ୍ର ଜନ୍ମ ହୋଇଥିଲା। ଶିଶୁପୁତ୍ର ଜନ୍ମ ହେବାର ୭ ଦିନ ମଧ୍ୟରେ ମା’ର ମୃତ୍ୟୁ ହୋଇ ଯାଇଥିଲା। ଫଳରେ ଏହି ଶିଶୁପୁତ୍ର…
ଲାଞ୍ଚ ନେଇ ଆର୍ଆଇ ଗିରଫ
କଟକ ଅଫିସ/ନିଶ୍ଚିନ୍ତକୋଇଲି (ସ୍ବ.ପ୍ର.), ୨୪।୯: ଲାଞ୍ଚ ନେବାବେଳେ ନିଶ୍ଚିନ୍ତକୋଇଲି ତହସିଲ ଅଧୀନ ଜିଗ୍ନୀପୁର ରାଜସ୍ବ ନିରୀକ୍ଷକ(ଆର୍ଆଇ) ଅଚ୍ୟୁତାନନ୍ଦ ସେଠୀ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି। କଟକ ଭିଜିଲାନ୍ସ ସେଲ୍ ଶାଖା ଆର୍ଆଇ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା…
ବ୍ୟକ୍ତିଗତ ହାଜର ପାଇଁ ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ
କଟକ ଅଫିସ, ୨୪।୯: ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ବ୍ୟକ୍ତିଗତ ହାଜର ପାଇଁ ହାଇକୋର୍ଟ ସୋମବାର ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଅଦାଲତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ…
୬ ପ୍ରତିଭାଧାରୀ ପାଇଲେ ଧନେଶ୍ୱର ରଥ ସ୍ମୃତି ସମ୍ମାନ
କଟକ ଅଫିସ, ୨୪।୯: ପୂଜ୍ୟପୂଜା ପରମ୍ପରାର ଭୂମିକା ଏବେ ବି ବଞ୍ଚିଛି। ପୂଜ୍ୟଙ୍କୁ ପୂଜା କରିବା ଏକ ମହତ୍ କାର୍ଯ୍ୟ। ଯିଏ ଜ୍ୟେଷ୍ଠ, ବରିଷ୍ଠ ଓ ଶ୍ରେଷ୍ଠ ସିଏ ସମାଜରେ ପୂଜ୍ୟ। ଯିଏ ପୂଜ୍ୟଙ୍କୁ ସମ୍ମାନ କରିବା ଶିଖିନାହିଁ ସେ ଅନ୍ୟମାନଙ୍କ…

