ନଭେମ୍ବର ୧୨ରୁ ବାଲିଯାତ୍ରା

କଟକ ଅଫିସ,୧୬।୧୦:ଜିଲା ପ୍ରଶାସନ, ଜିଲା ସଂସ୍କୃତି ପରିଷଦ ଏବଂ କଟକ ମହାନଗର ନିଗମ ମିଳିତ ଆନୁକୂଲ୍ୟରେ ଚଳିତବର୍ଷର ଐତିହାସିକ ବାଲିଯାତ୍ରା ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ କରିବା ନିମନ୍ତେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭବାନୀ ଶଙ୍କର ଚୟନୀ ଅଧ୍ୟକ୍ଷତା କରିଥିଲେ। ସିଏମ୍‌ସି କମିଶନର ଅନନ୍ୟା ଦାସ, ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଶ୍ରୀକାନ୍ତ ତରାଇ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସତ୍ୟବ୍ରତ ଛୋଟରାୟ, କଟକ ସଦର ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର, ସଦର ତହସିଲଦାର, ଜିଲା ସଂସ୍କୃତି ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ନଭେମ୍ବର ୧୨ରୁ ବାଲିଯାତ୍ରା ଆୟୋଜନ ଲାଗି ନିଷ୍ପତ୍ତି ହୋଇଛି। ଏହା ୮ଦିନ ପର୍ଯ୍ୟନ୍ତ ଚାଲିବାର ପ୍ରସ୍ତାବ ରହିଛି।
‘ମୋ ସରକାର’ ଏବଂ ୫-ଟି ଆଧାରରେ ଜିଲାରେ ସମ୍ପୃକ୍ତ ବିଭାଗ ସହିତ ସମନ୍ବୟ ରଖି ନୂତନ ଢାଞ୍ଚାରେ ବାଲିଯାତ୍ରା ଅନୁଷ୍ଠିତ ହେବ। ବୈଠକରେ ମୁଖ୍ୟତଃ ଆଇନ ଶୃଙ୍ଖଳା, ପାନୀୟଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପ୍ରଦର୍ଶନୀ ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବାଲିଯାତ୍ରା ପଡ଼ିଆକୁ ଚତୁଃପାର୍ଶ୍ୱରୁ ସଂଯୋଗ କରୁଥିବା ରାସ୍ତାଗୁଡିକର ମରାମତି ପାଇଁ ପୂର୍ତ୍ତ ବିଭାଗକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସିଏମ୍‌ସି ଅସ୍ଥାୟୀ ରାସ୍ତାଗୁଡ଼ିିକୁ ସମତଳ ପାଇଁ ପଦକ୍ଷେପ ନେବାକୁ ସ୍ଥିର ହୋଇଛି। ବାଲିଯାତ୍ରା ପଡ଼ିିଆ ଭିତରେ ଯାତାୟାତ ସୁବିଧା ନିମନ୍ତେ ବ୍ୟାଟେରି ଚାଳିତ ଯାନ ବ୍ୟବହାର ପାଇଁ ପର୍ଯ୍ୟଟନ ଓ ଜଙ୍ଗଲ ବିଭାଗ ସହାୟତା ନିଆଯିବ ବୋଲି ଜିଲାପାଳ କହିଥିଲେ। ପ୍ରତ୍ୟେକ ଷ୍ଟଲ, କ୍ଷୁଦ୍ର ବ୍ୟବସାୟୀଙ୍କୁ ପରିଚୟ ପତ୍ର ଦିଆଯିବା ସହ ଲାଇସେନ୍ସଧାରୀ ପ୍ରତି ଷ୍ଟଲରେ ନିଜସ୍ବ ଖର୍ଚ୍ଚରେ ଡଷ୍ଟବିନ୍‌ ରଖିବେ। ବୁଲା ବିକାଳି ବା ଅନ୍ୟ କାହାକୁ ଚୋରାରେ ବିଦ୍ୟୁତ୍‌ ଯୋଗାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୁରକ୍ଷା ଦୃଷ୍ଟିରୁ ଛୋଟ ଦୋକାନୀ ଓ ବୁଲା ବିକାଳିଙ୍କ ପାଇଁ ସ୍ବତନ୍ତ୍ର ଭେଣ୍ଡିଂ ଜୋନ କରାଯିବ। ଭେଣ୍ଡିଂ ଜୋନ ବାହାରେ ବ୍ୟବସାୟୀଙ୍କୁ ବସିବା ପାଇଁ ଅନୁମତି ନ ଦିଆଯିବା ସହିତ ସେମାନଙ୍କଠାରୁ କାୈଣସି ମାହାସୁଲ ନିଆଯିବ ନାହିଁ। ଜିଲା ପ୍ରଶାସନ ଏବଂ ପୋଲିସ ସ୍କ୍ବାଡ୍‌ ନିୟୋଜିତ ରହି କାର୍ଯ୍ୟ କରିବେ ା
ଚଳିତବର୍ଷ ବାଲିଯାତ୍ରାରେ ପରିମଳ ବ୍ୟବସ୍ଥା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ପଲିଥିନ ବ୍ୟବହାରକୁ ନିଷିଦ୍ଧ କରାଯିବା ସହ ଖାଦ୍ୟ ମାନ ଯାଞ୍ଚ ପାଇଁ ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ବାବଧାନରେ ୪ଟି ଦଳ ରହିବେ ବୋଲି ମହାନଗର ନିଗମ ଆୟୁକ୍ତ ଅନନ୍ୟା ଦାସ କହିଛନ୍ତି। ତଳପଡ଼ିିଆ ଓ ଉପରପଡ଼ିଆରେ ଆବଶ୍ୟକ ସଂଖ୍ୟକ ସିସିଟିଭି କ୍ୟାମେରା ଲଗାଯିବା, ପୋଲିସ ପ୍ରଶାସନ, ଓର୍‌ମାସ ତରଫରୁ ୱାଚ୍‌ ଟାୱାର ବ୍ୟବସ୍ଥା, ବାଲିଯାତ୍ରାରେ ପିଲା ହଜିଗଲେ ଶିଶୁ ପ୍ରଯନତ୍ ଅନୁଷ୍ଠାନରେ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ତତ୍ତ୍ବାବଧାନରେ ରଖାଯିବା, ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଅସ୍ଥାୟୀ ସୂଚନାକେନ୍ଦ୍ର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରତି ଷ୍ଟଲରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯିବା, ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ଗାଡ଼ିି ସୁବିଧାରେ ଯାତ୍ରାସ୍ଥଳକୁ ଯାତାୟାତ ଲାଗି ପ୍ରଶସ୍ତ ରାସ୍ତାର ସୁବିଧା କରାଯିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧ ନଭେମ୍ବରରୁ ନୂଆ ନିୟମ; ପାର୍କିଂ ପାଇଁ ଡବଲ ଚାର୍ଜ, ୫୦% କର୍ମଚାରୀ…

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରତିବର୍ଷ ଶୀତଦିନରେ ଦିଲ୍ଲୀ-NCRର ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ…

ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ: ଗ୍ରାମସଭାରେ ଅଧିକାର ପାଇଁ ଉଠିଲା ଦାବି

କର୍ଲାମୁଣ୍ଡା,୨୮।୯(ପ୍ରଦୀପ କୁମାର ସାହୁ): ଦିବ୍ୟାଙ୍ଗ ଜନ ଅଧିକାର ଆଇନ, ୨୦୧୬ ପ୍ରଣୟନର ଦଶ ବର୍ଷ ପୂର୍ତ୍ତି ହୋଇଥିଲେ ମଧ୍ୟ ଗ୍ରାମସଭାଗୁଡ଼ିକରେ ଦିବ୍ୟାଙ୍ଗଜନଙ୍କ ଅଧିକାର ଓ ସରକାରୀ ସୁବିଧା…

୫ ରାଶିଙ୍କ ଉପରେ ପଡିଲା ସୂର୍ଯ୍ୟଙ୍କ କୃପା: ଆଜିଠୁ ଚାଲିଲା କନ୍ୟା ସମେତ ଏମାନଙ୍କର ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ସେପ୍ଟେମ୍ବର ୨୭ ତାରିଖ ଦିନ ୧ଟା ୨୫ ମିନିଟରେ ସୂର୍ଯ୍ୟ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ରାଜନୀତିରେ ବଡ଼ ହଲଚଲ: ଏମିତି ଘୋଷଣା କରିଦେଲେ ଚିରାଗ ପାସୱାନ, ଭାଜପା କହିଲା- ସମସ୍ତେ ନିଜ ନିଜ…

ନୂଆଦିଲ୍ଲୀ,୨୮।୯: ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ମଧ୍ୟ ଏହି ନିର୍ବାଚନୀ ମଇଦାନକୁ ଓହ୍ଲାଇବ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଗତ ରବିବାର…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?