ଏସ୍ସିବି ମେଡିକାଲ : କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ତତ୍ପରତା
କଟକ ଅଫିସ,୧।୧୧: ଏସ୍ସିବି ମେଡିକାଲରେ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ତତ୍ପରତା ପ୍ରକାଶ ପାଇଛି। ଗୁରୁବାର ମେଡିକାଲର ଅଡିଟୋରିୟମ ହଲ୍ରେ ଏ ନେଇ ଏକ ଉଚ୍ଚସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ବମ୍ବେର ଅବସରପ୍ରାପ୍ତ ବରିଷ୍ଠ ପ୍ରଫେସର ଡା. ବତ୍ସଳା ତ୍ରିବେଦୀ, ହାଇଦ୍ରାବାଦର…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ପୂର୍ବତନ ଖଣି ଅଧିକାରୀଙ୍କୁ ଜେଲ୍ଦଣ୍ଡ
କଟକ ଅଫିସ,୧।୧୧ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜଣେ ଅବସରପ୍ରାପ୍ତ ଖଣି ଅଧିକାରୀଙ୍କୁ ଜେଲ୍ ଓ ଜରିମାନା ଦଣ୍ଡାଦେଶ ହୋଇଛି। ସେ ହେଲେ କେନ୍ଦୁଝର ଜିଲା ବଡ଼ବିଲ୍ଠାରେ ଥିବା ଓଡ଼ିଶା ଖଣି ନିଗମ ସେଣ୍ଟ୍ରାଲ ୱାର୍କସପ୍ର ପୂର୍ବତନ ଡେପୁଟି…
୧୮ଲକ୍ଷ ଲୁଟ୍ ଘଟଣାର ପର୍ଦ୍ଦାଫାଶ: ଅଭିଯୋଗକାରୀ ସନ୍ତୋଷ ମାଷ୍ଟରମାଇଣ୍ଡ
କଟକ ଅଫିସ, ୩୧ା୧୦: କଟକ ଜିଲା ଖୁଣ୍ଟୁଣୀ ଥାନା ନିକଟରେ ମଙ୍ଗଳବାର ଘଟିଥିବା ୧୮ ଲକ୍ଷ ଟଙ୍କା ଲୁଟ୍ ଘଟାଣର ବୁଧବାର ପର୍ଦ୍ଦାଫାଶ ହୋଇଛି। କୌଣସି ଦୁର୍ବୃତ୍ତ ଏହି ଲୁଟ୍ରେ ସାମିଲ ନାହାନ୍ତି। ଟଙ୍କା ନେଇ ଯାଉଥିବା କର୍ମଚାରୀ ଜଣଙ୍କ ନିଜେ…
ଥାନାରେ ନିର୍ଦ୍ଦୋଷ ଅଟୋ ଚାଳକଙ୍କୁ ମାଡ଼
କଟକ ଅଫିସ,୩୧ା୧୦: ରାଜଧାନୀର ନନ୍ଦନକାନନ ଥାନାରେ ଜଣେ ନିର୍ଦ୍ଦୋଷ ଅଟୋ ଚାଳକଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ୧୪ ଘଣ୍ଟାର ଅଟକ ପରେ କୌଣସି ପ୍ରମାଣ ନ ପାଇ ଶେଷରେ ସମ୍ପୃକ୍ତ ଅଟୋ ଚାଳକଙ୍କୁ ଛାଡି ଦେଇଛି। ସେ ହେଲେ…
ଷ୍ଟିଚ୍ ଖୋଲୁଖୋଲୁ ପେଟ ମେଲା ହୋଇଗଲା
କଟକ ଅଫିସ, ୩୧ା୧୦: ଷ୍ଟିଚ୍ ଖୋଲୁଖୋଲୁ ପେଟ ମେଲା ହୋଇଯାଇଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରୋଗୀ ଜଣକ ଛଟପଟ ହେଉଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଇନାହିଁ। ଉକ୍ତ ଘଟଣାକୁ ନେଇ ପାରାଲିଗାଲ ଭଲ୍ୟୁଣ୍ଟିୟର ବିଭୂତି ରାୟ ଏସ୍ସିବି ମେଡିକାଲ ଅଧୀକ୍ଷକଙ୍କୁ ଭେଟି…
୧୮ ଲକ୍ଷ ଟଙ୍କା ଲୁଟ୍ର ପର୍ଦ୍ଦାଫାଶ: ଅଭିଯୋଗକାରୀ ନିଜେ ଲୁଟେରା
ଖୁଣ୍ଟୁଣୀ, ୩୦।୧୦(ଡି.ଏନ୍.ଏ.): କଟକ ଜିଲା ଖୁଣ୍ଟୁଣୀ ଥାନାଠାରୁ ମାତ୍ର ୩ଶହ ମିଟର ଦୂର ୫୫ ନମ୍ବର ଜାତୀୟ ରାଜପଥର ରାଧାକିଶୋରପୁର ଓଭରବ୍ରିଜ୍ ଉପରୁ ଜର୍ଦ୍ଦା କାରଖାନା କର୍ମଚାରୀ ସନ୍ତୋଷ ରାଜ ମଙ୍ଗଳବାର ୧୮ ଲକ୍ଷ ଟଙ୍କା ଲୁଟ୍ର ଶିକାର ହୋଇଥିଲେ। ତେବେ…
ରେଭେନ୍ଶା ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ ମାଡ଼
କଟକ ଅଫିସ, ୩୦ା୧୦:ରେଭେନ୍ଶା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲର ଜଣେ ଛାତ୍ରଙ୍କୁ ମାଡ଼ ମାରିବା ଅଭିଯୋଗରେ ମାଲଗୋଦାମ ଥାନା ପୋଲିସ ମଙ୍ଗଳବାର ଜଣେ ଯୁବକଙ୍କୁ ଅଟକ ରଖିଛି। ସେ ହେଲେ ସ୍ଥାନୀୟ କଲେଜ ଛକର ଡି. ଆପ୍ପାରାଓ (୨୧)। ଛାତ୍ରଙ୍କ ଅଭିଯୋଗକ୍ରମେ ପୋଲିସ…
ସୁପ୍ରିମକୋର୍ଟ, ବିସିଆଇଙ୍କ ତାଗିଦ୍ ସତ୍ତ୍ୱେ ଓଡ଼ିଶା ହାଇକୋର୍ଟ ବାର୍ ସଭାପତି କହିଲେ ଦାବି ପୂରଣ ନ ହେବାଯାଏ ଆନ୍ଦୋଳନ
କଟକ ଅଫିସ,୩୦ା୧୦:ବିଭିନ୍ନ ଦାବି ନେଇ ପ୍ରାୟ ୨ମାସ ହେବ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏଶନ ପକ୍ଷରୁ କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ପ୍ରଥମେ ଓଡ଼ିଶା ହାଇକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ…
ଏସ୍ସିବିରେ ୫୮ ଡେଙ୍ଗୁ ରୋଗୀ
କଟକ ଅଫିସ,୩୦ା୧୦: ଏସ୍ସିବି ମେଡିକାଲରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୫୮ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୫୨ଜଣ ୱାର୍ଡରେ ଓ ୬ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଅଦ୍ୟାବଧି ଏସ୍ସିବିରେ ମୋଟ ୧୨୭୧ ଜଣ ଡେଙ୍ଗୁ ଆକ୍ରାନ୍ତ…
ଥାନା ନିକଟରୁ ୧୮ ଲକ୍ଷ ଲୁଟିନେଲେ ଲୁଟେରା
ଖୁଣ୍ଟୁଣୀ, ୨୯।୧୦(ଡି.ଏନ୍.ଏ.): କଟକ ଜିଲା ଖୁଣ୍ଟୁଣୀ ଥାନାଠାରୁ ମାତ୍ର ୩ଶହ ମିଟର ଦୂର ୫୫ ନମ୍ବର ଜାତୀୟ ରାଜପଥର ରାଧାକିଶୋରପୁର ଓଭରବ୍ରିଜ୍ ଉପରୁ ମଙ୍ଗଳବାର ୧୮ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ଲୁଟ୍ର ଶିକାର ହୋଇଛନ୍ତି ଏକ ଘରୋଇ କମ୍ପାନୀର କର୍ମଚାରୀ…
ଚଳନ୍ତା ମାଲବାହୀ ଟ୍ରେନରୁ ଅଲଗା ହେଲା ୬ ବଗି
ଖୁଣ୍ଟୁଣୀ,୨୮।୧୦(ଡି.ଏନ.ଏ.)- ଖୁଣ୍ଟୁଣୀ ଥାନା ଅଧୀନ ପୂର୍ବତଟ ରେଳବାଇର ଘଣ୍ଟିଖାଲ-ନଧିପୁର ରେଳଷ୍ଟେଶନ ନିକଟ ଏକ ରେଳ ପୋଲ ଉପରେ ସୋମବାର ଏକ ଚଳନ୍ତା ମାଲବାହୀ ଟ୍ରେନରୁ ୬ଟି ଓ୍ବାଗନ ଅଲଗା ହୋଇଯାଇଥିଲା। ଫଳରେ ଟ୍ରେନଟି ପ୍ରାୟ ୧୫ମିନିଟ୍ ପର୍ଯ୍ୟନ୍ତ ଟ୍ରାକ ଉପରେ ଅଟକ…
ଧବଳେଶ୍ୱର ପୀଠରେ ମାତିଲେ ମହିଳା ଲୁଟେରା : ୪ ସୁନାଚେନ ଲୁଟ୍, ଜଣେ ଅଟକ
ଖୁଣ୍ଟୁଣୀ,୨୮।୧୦(ଡି.ଏନ.ଏ.)- କାର୍ତ୍ତିକ ମାସର ତୃତୀୟ ପାଳିର ସୋମବାରରେ ଧବଳେଶ୍ୱରଙ୍କ ପୀଠରେ ପୂର୍ବ ଅପେକ୍ଷା ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ପରିଲକ୍ଷିତ ହୋଇଛି। ପ୍ରାୟ ୧୮ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆସିଥିବା ଦେବୋତ୍ତର ସୁପରଭାଇଜର କରୁଣାକର ବେହେରା କହିଛନ୍ତି। କିନ୍ତୁ ଏହି ଭିଡ଼ ମଧ୍ୟରେ…
Archives


