ଏସ୍‌ସିବି ମେଡିକାଲ : କାଡାଭରିକ୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ତତ୍ପରତା

କଟକ ଅଫିସ,୧।୧୧: ଏସ୍‌ସିବି ମେଡିକାଲରେ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ତତ୍ପରତା ପ୍ରକାଶ ପାଇଛି। ଗୁରୁବାର ମେଡିକାଲର ଅଡିଟୋରିୟମ ହଲ୍‌ରେ ଏ ନେଇ ଏକ ଉଚ୍ଚସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ବମ୍ବେର ଅବସରପ୍ରାପ୍ତ ବରିଷ୍ଠ ପ୍ରଫେସର ଡା. ବତ୍ସଳା ତ୍ରିବେଦୀ, ହାଇଦ୍ରାବାଦର ବରିଷ୍ଠ ପ୍ରଫେସର ଲଳିତା ରଘୁରାମଙ୍କ ସହ ଏସ୍‌ସିବି ମେଡିକାଲ କଲେଜର ପ୍ରିନ୍ସିପାଲ ପ୍ରଫେସର ଜୟଶ୍ରୀ ମହାନ୍ତି, ନେଫ୍ରୋଲୋଜି ବିଭାଗର ବରିଷ୍ଠ ପ୍ରଫେସର ଚିତ୍ତରଞ୍ଜନ କର, ୟୁରୋଲୋଜି ବିଭାଗର ପ୍ରଫେସର ଦତ୍ତେଶ୍ୱର ହୋତା ଓ ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, କ୍ରିଟିକାଲ କେୟାର ମେଡିସିନର ବହୁ ଅଭିଜ୍ଞ ଡାକ୍ତର ଯୋଗଦେଇଥିଲେ। ଏଥିସହ ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲର ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ। କର୍ମଶାଳାରେ ମୁଖ୍ୟତଃ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ପ୍ରଣୀତ ଆଇନ ଓ କେଉଁ ରୋଗୀଙ୍କଠାରୁ ଅଙ୍ଗ ଗ୍ରହଣ କରାଯିବ ସେ ନେଇ ଆଲୋଚନା ହୋଇଥିଲା। ବ୍ରେନ ଡେଡ୍‌ କ’ଣ ଓ କିଭଳି ଭାବେ ଜଣେ ରୋଗୀଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରାଯିବ ତାହା ଉପରେ ଡା. ତ୍ରିବେଦୀ ଓ ଡା. ରଘୁରାମ ବୁଝାଇଥିଲେ। ସେହିପରି ରୋଗୀ ଜଣକ ଆଇସିୟୁରେ ଥିବା ସମୟରେ ତାଙ୍କ ଚିକିତ୍ସା ନେଇ କ’ଣ ସବୁ ପଦକ୍ଷେପ ନିଆଯିବା କଥା ତାହା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
କି, ଏସ୍‌ସିବି ମେଡିକାଲରେ ମସ୍ତିଷ୍କ ମୃତ (ବ୍ରେନ୍‌ ଡେଡ୍‌) ରୋଗୀଙ୍କଠାରୁ ଅଙ୍ଗ କଢାଯାଇ ଆବଶ୍ୟକ ଥିବା ରୋଗୀଙ୍କ ଶରୀରରେ ରୋପଣ କରିବା ପାଇଁ ୨ ବର୍ଷ ତଳୁ ଯୋଜନା କରାଯାଇଥିଲା। ଏଥିନିମନ୍ତେ ଷ୍ଟେଟ୍‌ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେଶନ (ସୋଟୋ) ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ସୋଟୋର ଏକ କାର୍ଯ୍ୟାଳୟ ଏସ୍‌ସିବି ନେଫ୍ରେଲୋଜି ବିଭାଗ ପରିସରରେ କାର୍ଯ୍ୟ କରୁଛି। ସୂଚନା ଅନୁଯାୟୀ, ଦେଶରେ ବର୍ଷକୁ ୩୦ରୁ ୫୦ହଜାର ରୋଗୀଙ୍କୁ କିଡ୍‌ନୀ ଆବଶ୍ୟକ ଥିବାବେଳେ ମାତ୍ର ୧୦ହଜାର ରୋଗୀଙ୍କୁ ମିଳିପାରୁଛି। ସେଥିମଧ୍ୟରୁ ୨ରୁ ୩ହଜାର ରୋଗୀଙ୍କୁ କାଡାଭରିକ ମାଧ୍ୟମରେ କିଡ୍‌ନୀ ଯୋଗାଣ ସମ୍ଭବ ହେଉଥିବାବେଳେ ବାକି ରୋଗୀଙ୍କୁ ସେମାନଙ୍କ ସମ୍ପର୍କୀୟମାନେ ଦାନ କରୁଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶାରେ ବର୍ଷକୁ ୩୦୦ରୁ ୫୦୦ କିଡ୍‌ନୀ ଆବଶ୍ୟକ କରୁଥିବା ନେଫ୍ରୋଲୋଜି ବିଭାଗ ପ୍ରଫେସର କର କହିଛନ୍ତି। ରାଜ୍ୟରେ ଅଙ୍ଗ ଆବଶ୍ୟକ କରୁଥିବା ରୋଗୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ଏସ୍‌ସିବି ମେଡିକାଲରେ ବର୍ତ୍ତମାନ ସୁଦ୍ଧା ୬ ଜଣ ରୋଗୀଙ୍କ କିଡ୍‌ନୀ ଆବଶ୍ୟକ ଥିବାବେଳେ ତାହା ଦାନ କରିବା ପାଇଁ କେହି ନ ଥିବା ଜଣାପଡ଼ିଛି। ତେଣୁ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସୋଟୋର ମୂଳ ଲକ୍ଷ୍ୟ ବୋଲି ପ୍ରଫେସର କର କହିଛନ୍ତି। କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ତତ୍ପରତା ପ୍ରକାଶ ପାଇଥିବାବେଳେ ଏସ୍‌ସିବିରେ ବୋନ ବ୍ୟାଙ୍କ ପାଇଁ ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ବିଭାଗୀୟ ପ୍ରଫେସର ନିର୍ମଳ ମହାପାତ୍ର ଗୁରୁବାର ଏସ୍‌ସିବି ମେଡିକାଲ ଅଧୀକ୍ଷକ ଓ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଅଧିକାଂଶ ଅସ୍ଥିଶଲ୍ୟ ରୋଗୀ ଅସ୍ଥି ଅଭାବରୁ ପଙ୍ଗୁ ହୋଇଯାଉଛନ୍ତି। ତେଣୁ ଏହି ରୋଗୀମାନଙ୍କୁ ନୂଆ ଜୀବନ ଦେବା ପାଇଁ ବୋନ୍‌ ବ୍ୟାଙ୍କ ପ୍ରତିଷ୍ଠା କରାଯିବା ଆବଶ୍ୟକ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି। ତେବେ ବୋନ୍‌ ବ୍ୟାଙ୍କ ସମ୍ପର୍କରେ ଚିନ୍ତା କରାଯାଉଥିବା ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri