୧୮ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଅଭିଯୋଗକାରୀ ସନ୍ତୋଷ ମାଷ୍ଟରମାଇଣ୍ଡ

କଟକ ଅଫିସ, ୩୧ା୧୦: କଟକ ଜିଲା ଖୁଣ୍ଟୁଣୀ ଥାନା ନିକଟରେ ମଙ୍ଗଳବାର ଘଟିଥିବା ୧୮ ଲକ୍ଷ ଟଙ୍କା ଲୁଟ୍‌ ଘଟାଣର ବୁଧବାର ପର୍ଦ୍ଦାଫାଶ ହୋଇଛି। କୌଣସି ଦୁର୍ବୃତ୍ତ ଏହି ଲୁଟ୍‌ରେ ସାମିଲ ନାହାନ୍ତି। ଟଙ୍କା ନେଇ ଯାଉଥିବା କର୍ମଚାରୀ ଜଣଙ୍କ ନିଜେ ହିଁ ଲୁଟ୍‌ ମାଷ୍ଟରମାଇଣ୍ଡ ସାଜି ଏକ ନାଟକ ରଚିଥିବା ପୋଲିସ କହିଛି। ପୋଲିସ ସମ୍ପୃକ୍ତ କମ୍ପାନୀର କର୍ମଚାରୀ ତଥା ଢେଙ୍କାନାଳ ଜିଲା ହରେକୃଷ୍ଣପୁରର ସନ୍ତୋଷ କୁମାର ରାଜଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ଏ ସମ୍ପର୍କରେ କଟକ ଗ୍ରାମାଞ୍ଚଳ ଏସ୍‌ପି ରାଧା ବିନୋଦ ପାଣିଗ୍ରାହୀ ବୁଧବାର ତାଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ, ସନ୍ତୋଷ ଏକ ପାନମସଲା କମ୍ପାନୀରେ ଢେଙ୍କାନାଳ-ଅନୁଗୋଳ ଜିଲାର ମାର୍କେଟିଂ ମ୍ୟାନେଜର ଭାବେ କାମ କରନ୍ତି। ମଙ୍ଗଳବାର ସେ ବିଭିନ୍ନ ହୋଲସେଲରଙ୍କଠାରୁ ୧୮ଲକ୍ଷ ଟଙ୍କା ଆଦାୟ କରି ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ଡିପୋଜିଟ କରିବାକୁ ଯାଉଥିଲେ। ତେବେ ଖୁଣ୍ଟୁଣୀ ଥାନା ଅଧୀନ ଓମ୍‌ଫେଡ୍‌ ପାର୍ଲର ନିକଟରେ ପୂର୍ବାହ୍ନ ସାଢ଼େ ୧୦ଟାରେ ୪ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ଉକ୍ତ ଟଙ୍କା ଲୁଟ୍‌ି ନେଇଥିବା ସନ୍ତୋଷ ଅନ୍ୟଜଣଙ୍କ ମୋବାଇଲ୍‌ ମାଧ୍ୟମରେ ନିଜ ଭାଇଙ୍କୁ ଜଣାଇଥିଲେ। ଏ ନେଇ ସନ୍ତୋଷଙ୍କ ଭାଇ ଢେଙ୍କାନାଳ ସଦର ଥାନାରେ ଜଣାଇଲେ। ପରେ ଉକ୍ତ ଥାନା ପୋଲିସ ଖୁଣ୍ଟୁଣୀ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲା। ଲୁଟ୍‌ ହୋଇଥିବା ସ୍ଥାନରୁ ଥାନା ମାତ୍ର ୧ କିମି ଦୂର ହୋଇଥିବାବେଳେ ସନ୍ତୋଷ ଥାନାକୁ ନ ଯାଇ ଭାଇଙ୍କୁ ଜଣାଇବା ନେଇ ପୋଲିସ ମନରେ ସନ୍ଦେହ ସୃଷ୍ଟି କରିଥିଲା। ସେହିପରି ପୋଲିସ ପଚରାଉଚରା କରିବା ସମୟରେ ସନ୍ତୋଷଙ୍କ ବୟାନରେ ତାଳମେଳ ନ ରହିବାରୁ ସନ୍ଦେହ ଦୃଢୀଭୂତ ହୋଇଥିଲା। ତେବେ ପୋଲିସର ପଚରାଉଚରାବେଳେ ସନ୍ତୋଷ ସବୁ ସତ କଥା ମାନିଯାଇଥିଲେ। ପୋଲିସ ସନ୍ତୋଷଙ୍କୁ ନେଇ ତାଙ୍କ ଘରକୁ ଯାଇଥିବାବେଳେ ତାଙ୍କ ବେଡ୍‌ର ଗଦି ତଳୁ ୧୫ଲକ୍ଷ ୩୦ ହଜାର ଟଙ୍କା ଜବତ କରିଥିଲା। ସେହିପରି ସନ୍ତୋଷ ଅନ୍ୟଜଣଙ୍କୁ ୨ଲକ୍ଷ ୬୬ ହଜାର ଟଙ୍କା ଦେଇଥିଲେ। ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କଠାରୁ ମଧ୍ୟ ଏହି ଟଙ୍କା ଜବତ କରିଛି। ତେବେ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ପୋଲିସ ତଦନ୍ତ ଜାରି ରଖିଛି।

ଲୁଟ୍‌ ନାଟକର ପୃଷ୍ଟଭୂମି
ମାସକ ପରେ ସନ୍ତୋଷଙ୍କ ବାହାଘର ପାଇଁ ଦିନଧାର୍ଯ୍ୟ ହୋଇଛି। ତେବେ ଏତେ ପରିମାଣର ଟଙ୍କା ଦେଖି ତାଙ୍କ ମନରେ ଲୋଭ ଜାଗ୍ରତ ହୋଇଥିଲା। ଡିଲରମାନଙ୍କ ଠାରୁ ଆଦାୟ କରିଥିବା ଟଙ୍କାକୁ ସନ୍ତୋଷ ଘରେ ରଖି ଖୁଣ୍ଟୁଣୀ ନିକଟରେ ପହଞ୍ଚିଥିଲେ। ପରେ ଲୁଟ୍‌ର ନାଟକ ଆରମ୍ଭ କରିଥିଲେ। ରାସ୍ତାରେ ଯାଉଥିବାବେଳେ ଖାଲ ପଡ଼ିବାରୁ ସନ୍ତୋଷ ତାଙ୍କ ଗାଡ଼ିର ବେଗ କମାଇଥିଲେ। ଏହି ସମୟରେ ୪ଜଣ ବ୍ୟକ୍ତି ତାଙ୍କୁ ବନ୍ଧୁକ ଦେଖାଇବା ସହ ଶାର୍ଟ ଟଣାଓଟରା କରି ଉକ୍ତ ଟଙ୍କା ଲୁଟ୍‌ କରି ନେଇଯାଇଥିବା ସନ୍ତୋଷ ପୋଲିସକୁ ଜଣାଇଥିଲେ। ସେହିପରି ଉକ୍ତ ୪ଜଣ ବ୍ୟକ୍ତି ମୁହଁରେ ରୁମାଲ ବାନ୍ଧିଥିବା ସନ୍ତୋଷ କହିଥିବାବେଳେ ପରବର୍ତ୍ତୀ ସମୟରେ ସେମାନେ ହେଲ୍‌ମେଟ୍‌ ପିନ୍ଧିଥିବା ସେ ବୟାନ ଦେଇଥିଲେ। ଲୁଟ୍‌ ସ୍ଥାନରେ କୌଣସି ଖାଲ ନ ରହିବା ଓ ତାଙ୍କ ବୟାନରେ ତାଳମେଳ ନ ରହିବାରୁ ପୋଲିସର ସନ୍ଦେହ ସନ୍ତୋଷଙ୍କ ଉପରେ ଦୃଢ଼ୀଭୂତ ହୋଇଥିଲା। ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣାରେ ଲୁଟ୍‌ ନାଟକ ହୋଇଥିବା ନଜିର ରହିଥିବାରୁ ପୋଲିସ ସନ୍ତୋଷଙ୍କୁ ଅଟକ ରଖି ପଚାରାଉଚରା କରିବାରୁ ସେ ସବୁ ସତକଥା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରଟିଆଇ (RTI) ର ବଡ଼ ତଥ୍ୟ, ୭ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମେକଅପ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା

ଜେରୁଜେଲମ,୧୨।୯: ଇସ୍ରାଏଲରେ, ୨୦୧୯ ମସିହାରୁ ଅଗଷ୍ଟ ୨୦୨୬ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କେଶ ସଜ୍ଜା (hairstyling) ଏବଂ ମେକଅପ ପାଇଁ ପ୍ରାୟ ୪,୭୦,୦୦୦ ଡଲାର (ପାଖାପାଖି ୪ କୋଟି…

ପ୍ରଧାନମନ୍ତ୍ରୀ ମୋଦି, ପୁଟିନ, ଜିନପିଙ୍ଗ… ବ୍ରିକ୍ସ (BRICS)ର ଏକ ଶକ୍ତିଶାଳୀ ଚିତ୍ର, ବିଶ୍ୱ ପାଇଁ ଦେଉଛି ବଡ଼ ବାର୍ତ୍ତା…

ନୂଆଦିଲ୍ଲୀ,୧୨।୯: ବ୍ରିକ୍ସ (BRICS) ସମ୍ମିଳନୀରୁ ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ…

ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ଆଦର୍ଶ ଛାତ୍ର ହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚି…

ତୁମୁଡ଼ିବନ୍ଧ, ୧୨।୯ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧସ୍ଥିତ ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଭିକାର…

ଅନ୍ଧବିଶ୍ୱାସ ଦୂରେଇବା ଲାଗି ପ୍ରୟାସ, ରଣଝାଲିରେ ପୋଲିସ ପଇଁତରା ମାରି…

ପୁରୁଷୋତ୍ତମପୁର,୧୨ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଯାଇଥିବା ଅଭାବନୀୟ ଘଟଣାକୁ ନେଇ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଏକ ସଚେତନତା…

୧୨ ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ, ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ମଦ ବିରୋଧରେ ମହିଳାଙ୍କ ମହାମେଳି। ବେଆଇନ ମଦ ରନ୍ଧା ଏବଂ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୧୨ଟି ଗ୍ରାମର ମହିଳା। ନବରଙ୍ଗପୁର…

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?