କଟକରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି
କଟକ ଅଫିସ, ୧୨।୧୧: କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ତିଆରି ହୋଇଛି। ଆର୍ଏମ୍ଆର୍ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ସେରୋ ସର୍ଭେ ନେଇ ଆର୍ଏମ୍ଆର୍ସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି।…
ଆଇଆଇସିସ୍ତରରେ ଅଦଳବଦଳ
କଟକ ଅଫିସ,୧୧ା୧୧ : କଟକ ଜିଲାରେ ଆଇଆଇସିସ୍ତରରେ ମଙ୍ଗଳବାର ଅଦଳବଦଳ ହୋଇଛି। ସଲେପୁର ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଦେବେନ୍ଦ୍ର କୁମାର ମଲ୍ଲିକଙ୍କୁ ବାଙ୍କୀ ଥାନା ଅଧିକାରୀ ଭାବେ ବଦଳି କରାଯାଇଛି। ସେହିପରି ବାଙ୍କୀ ଥାନା ଅଧିକାରୀ ସମୀର କୁମାର ପଣ୍ଡାଙ୍କୁ…
ଦାଦାବଟି ମାଗିବା ଅଭିଯୋଗରେ ପୂର୍ବତନ କର୍ପୋରେଟର ରଞ୍ଜିତା ଗିରଫ
କଟକ ଅଫିସ, ୧୦।୧୧: ଦାଦାବଟି ମାଗିବା ଅଭିଯୋଗରେ ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଗିରଫ କରାଯାଇଛି। ରଞ୍ଜିତାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଜଣେ ବ୍ୟବସାୟୀଙ୍କୁ ଏମାନେ ଦାଦାବଟି ମାଗିଥିଲେ। ଏ ନେଇ ବ୍ୟବସାୟୀ ଜଣଙ୍କ ପୋଲିସର ଦ୍ୱାରସ୍ଥ…
ଫିକା ପଡ଼ିଲା ସବୁ ପର୍ବ: ଦଶହରା ଭଳି କଟକଣାରେ ହେବ କାଳି ପୂଜା
କଟକ ଅଫିସ, ୯।୧୧: କରୋନା ପାଇଁ ଚଳିତ ବର୍ଷ ପ୍ରାୟ ସବୁ ପୂଜା ପର୍ବ ଫିକା ପଡ଼ିଛି। ଦଶହରାରେ ଯେଉଁପରି କଟକଣା ଲାଗୁ ହୋଇଥିଲା କାଳି ପୂଜାରେ ମଧ୍ୟ ସେହିଭଳି କଟକଣା ଲାଗୁ ହେବ। ଏ ନେଇ କଟକ ଡିସିପି ପ୍ରତୀକ…
ଡିସେମ୍ବର ୧୨ରେ ଓକିଲ ସଂଘ ନିର୍ବାଚନ
କଟକ ଅଫିସ,୯ା୧୧: ହାଇକୋର୍ଟ ବାର୍ ଆସୋସିଏଶନ୍ ସମେତ ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନ ଆସନ୍ତା ଡିସେମ୍ବର ୧୨ରେ ଅନୁଷ୍ଠିତ ହେବ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଥିବା ଓଡ଼ିଶା ବାର୍ କାଉନ୍ସିଲ ସମ୍ପାଦକ ଜେ. କେ. ସାମନ୍ତସିଂହାର ସୂଚନା ଦେଇଛନ୍ତି।…
ଏସ୍ସିବିରୁ ରାମଚନ୍ଦ୍ର ନିଖୋଜ: ମାସେ ହେବ ଜିଲା ପ୍ରଶାସନ ପାଖରେ ଖବର ନାହିଁ
ପୁରୀ ଅଫିସ,୮ା୧୧: ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୧୮ ବର୍ଷ ଶିକୁଳିରେ ବନ୍ଧା ପଡିଥିଲା ଜୀବନ। ଅସ୍ବାଭାବିକ ଆଚରଣ ପାଇଁ ତାଙ୍କ ଦୁଇହାତକୁ ଲୁହାଚେନ୍ରେ ବାନ୍ଧି ତାଲା ପକାଯାଇଥିଲା। ପୁଅର ଏଭଳି କଷ୍ଟକୁ ଦେଖି ଗୁମୁରି କାନ୍ଦୁଥିବା ମାଆ ଥିଲେ…
ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କ ପରଲୋକ
କଟକ ଅଫିସ,୭ା୧୧: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ହାଇକୋର୍ଟ ବାର୍ ଆସୋସିଏଶନର ପୂର୍ବତନ ସଭାପତି ଡକ୍ଟର ଅଶୋକ ମହାପାତ୍ରଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ଅସୁସ୍ଥତା ଯୋଗୁ ସେ ଭୁବନେଶ୍ୱରର ଏକ ଘରୋଇ…
୨୮ରେ ବଡ଼ଓଷା: ୨୯ରେ ଗଜ ଭୋଗ
କଟକ ସଦର,୭।୧୧ (ଡ଼ି.ଏନ.ଏ.): ଆସନ୍ତା ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡ଼ଓଷା ପର୍ବ ପାଳନ କରାଯିବ। ଏଥିପାଇଁ ଆଠଗଡ ବ୍ଲକ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଧବଳେଶ୍ୱରଙ୍କ ପୀଠରେ ଶୁକ୍ରବାର ଅନୁଷ୍ଠିତ…
ଥାନାର ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ, ତାଙ୍କ ଶାଶୁ
କଟକ ଅଫିସ, ୬।୧୧: ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି। ଉଭୟ ପରସ୍ପର ବିରୋଧରେ ଅଭିଯୋଗ ଆଣିଛନ୍ତି। ଉଭୟଙ୍କ ପକ୍ଷରୁ କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବର୍ଷା ଅଭିଯୋଗ କରିଛନ୍ତି…
କଟକରୁ ଆଜି ୫୧ କରୋନା ଆକ୍ରାନ୍ତ ଚିହ୍ନଟ
କଟକ ଅଫିସ,୫।୧୧-କଟକ ସହରରୁ ଆଜି ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୨୮ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ୨୩ ରହିଛି। ଏ ନେଇ ସିଏମ୍ସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ,…
ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ଅପ୍ଡେଟ୍ ଷ୍ଟାଟସ୍ ରିପୋର୍ଟ ମାଗିଲେ ହାଇକୋର୍ଟ
ଭୁବନେଶ୍ୱର(ବ୍ୟୁରୋ)/ କଟକ ଅଫିସ, ୫।୧୧: ବହୁ ଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଧାର୍ଯ୍ୟ ସମୟରେ କ୍ରାଇମବ୍ରାଞ୍ଚ ଷ୍ଟାଟସ୍ ରିପୋର୍ଟ ଦେଇ ପାରି ନ ଥିବାରୁ କ୍ଷୁବ୍ଧ ହୋଇଛନ୍ତି।…
ବାଇକ୍ ଲୁଟେରା ଗ୍ୟାଙ୍ଗ ଠାବ: ୨୨ ବାଇକ୍ ଜବତ, ୫ ଗିରଫ
କଟକ ଅଫିସ, ୩।୧୧: କଟକ ବାଦାମବାଡି ଥାନା ଅଞ୍ଚଳରୁ ଏକ ବାଇକ୍ ଚୋରି ଗ୍ୟାଙ୍ଗ୍ ଧରାପଡ଼ିଛି। ଏହି ଗ୍ୟାଙ୍ଗ୍ର ୫ ଜଣଙ୍କୁ ପୋଲିସ ଗିରଫ କରିବା ସହ ୨୨ଟି ଗାଡି ଜବତ କରିଛି। ଏହି ଲୁଟେଣାମାନେ କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ…

