କଟକ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ଭୁବନେଶ୍ୱର, ୨୫।୯(ବ୍ୟୁରୋ): କଟକ ସ୍ବେରେଜ ବୋର୍ଡ ପ୍ରକଳ୍ପ ଯନ୍ତ୍ରୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତିି ଠୁଳ ଅଭିଯୋଗରେ ଯନ୍ତ୍ରୀ ପ୍ରମୋଦ ସାହୁଙ୍କ ନୂଆପଲ୍ଲୀସ୍ଥିତ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।...

ନନ୍ଦନକାନନ ସୁରକ୍ଷା କମିଟି ପକ୍ଷରୁ ମୁଖ୍ୟ ଫାଟକ ବନ୍ଦ: ଉପନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ

ବାରଙ୍ଗ, ୨୫।୯(ଡି.ଏନ୍‌.ଏ.): ନନ୍ଦନକାନନ ପଶୁପକ୍ଷୀ ସୁରକ୍ଷା କମିଟି ପକ୍ଷରୁ ବୁଧବାର ସକାଳେ ନନ୍ଦନକାନନ ମୁଖ୍ୟ ପ୍ରବେଶପଥ ଫାଟକକୁ ବନ୍ଦ କରାଯାଇଥିଲା। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଓ ତପନ କୁମାର ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ କମିଟିର ସଦସ୍ୟମାନେ ଗେଟ କମ୍ପ୍ଲେକ୍ସ...

ଜଗା, କାଳିଆଙ୍କୁ ଭେଟିଲେ ମନ୍ତ୍ରୀ ଅଶୋକ ପଣ୍ଡା

କଟକ ଅଫିସ,୨୫-୯: ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲାର ଜଗା, କାଳିଆଙ୍କୁ ମଙ୍ଗଳବାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭେଟିଛନ୍ତି। ମନ୍ତ୍ରୀ ପଣ୍ଡା ଜଗା, କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା...

ଅନାଥ ଶିଶୁପୁତ୍ରକୁ ସହାୟତାର ହାତ ବଢ଼ାଇଲେ ଡାକ୍ତର:ବର୍ଷକ ପର୍ଯ୍ୟନ୍ତ ଖାଦ୍ୟ, ଔଷଧ ଯୋଗାଇବେ

ମାହାଙ୍ଗା,୨୫-୯(ସ୍ବ.ପ୍ର.):ମାହାଙ୍ଗା ଅଞ୍ଚଳର ଜଣେ ଶିଶୁପୁତ୍ର ମା’ଗର୍ଭରେ ଥିବାବେଳେ ତା’ର ବାପାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହାର ୩ମାସ ପରେ ଶିଶୁପୁତ୍ର ଜନ୍ମ ହୋଇଥିଲା। ଶିଶୁପୁତ୍ର ଜନ୍ମ ହେବାର ୭ ଦିନ ମଧ୍ୟରେ ମା’ର ମୃତ୍ୟୁ ହୋଇ ଯାଇଥିଲା। ଫଳରେ ଏହି...

ଲାଞ୍ଚ ନେଇ ଆର୍‌ଆଇ ଗିରଫ

କଟକ ଅଫିସ/ନିଶ୍ଚିନ୍ତକୋଇଲି (ସ୍ବ.ପ୍ର.), ୨୪।୯: ଲାଞ୍ଚ ନେବାବେଳେ ନିଶ୍ଚିନ୍ତକୋଇଲି ତହସିଲ ଅଧୀନ ଜିଗ୍ନୀପୁର ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ଅଚ୍ୟୁତାନନ୍ଦ ସେଠୀ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି। କଟକ ଭିଜିଲାନ୍ସ ସେଲ୍‌ ଶାଖା ଆର୍‌ଆଇ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...

ବ୍ୟକ୍ତିଗତ ହାଜର ପାଇଁ ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ

କଟକ ଅଫିସ, ୨୪।୯: ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ବ୍ୟକ୍ତିଗତ ହାଜର ପାଇଁ ହାଇକୋର୍ଟ ସୋମବାର ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଅଦାଲତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ...

୬ ପ୍ରତିଭାଧାରୀ ପାଇଲେ ଧନେଶ୍ୱର ରଥ ସ୍ମୃତି ସମ୍ମାନ

କଟକ ଅଫିସ, ୨୪।୯: ପୂଜ୍ୟପୂଜା ପରମ୍ପରାର ଭୂମିକା ଏବେ ବି ବଞ୍ଚିଛି। ପୂଜ୍ୟଙ୍କୁ ପୂଜା କରିବା ଏକ ମହତ୍‌ କାର୍ଯ୍ୟ। ଯିଏ ଜ୍ୟେଷ୍ଠ, ବରିଷ୍ଠ ଓ ଶ୍ରେଷ୍ଠ ସିଏ ସମାଜରେ ପୂଜ୍ୟ। ଯିଏ ପୂଜ୍ୟଙ୍କୁ ସମ୍ମାନ କରିବା ଶିଖିନାହିଁ ସେ...

ଚପିଯାଉଛି ସିଏମ୍‌ସିର ଦୁର୍ନୀତି

କଟକ ଅଫିସ, ୨୪।୯: କଟକ ମହାନଗର ନିଗମ(ସିଏମ୍‌ସି)ରେ ବହୁ ଦୁର୍ନୀତି ଲୋକଲୋଚନକୁ ଆସିଛି। ସେନେଇ ତଦନ୍ତ ହେବା ସହ ମାମଲା ବି ରୁଜୁ ହୋଇଛି। ହେଲେ ଅନେକ ଦୁର୍ନୀତି ଘଟଣାର ତଦନ୍ତ ବାଟବଣା ହୋଇଥିବାବେଳେ କେତେକ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ।...

ନନ୍ଦନକାନନକୁ ଚଡ଼କ: ଶେଷ ହେଲା ନୀଳଗିରି ବାନର ବଂଶ

ବାରଙ୍ଗ,୨୪।୯(ଡି.ଏନ.ଏ.): ଗତ କିଛିଦିନ ହେବ ନନ୍ଦନକାନନରେ ଦୁଃଖଦ ଘଟଣା ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜୀବଜନ୍ତୁ ଦିନକୁ ଦିନ କମିବାରେ ଲାଗିଛନ୍ତି। ରବିବାର ଗୋଟିଏ ବେଲେରା ମୂଷାର ମୃତ୍ୟୁ ହୋଇଥିବାବେଳେ ସୋମବାର ସକାଳେ ଏକ ମାଈ ନୀଳଗିରି ବାନରର...

କଟକ ସିରିଏଲ୍‌ ହତ୍ୟା ଘଟଣାରେ ଗୃହସଚିବଙ୍କୁ ନୋଟିସ:କ’ଣ ପଦକ୍ଷେପ ନେଇଛ ଜଣାଅ: ହାଇକୋର୍ଟ

କଟକ ଅଫିସ, ୨୪।୯: କଟକ ସିରିଏଲ୍‌ ହତ୍ୟା ଘଟଣାରେ ସୋମବାର ହାଇକୋର୍ଟ ରାଜ୍ୟ ଗୃହ ସଚିବଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ନାରାୟଣ ସାହୁଙ୍କ ସ୍ତ୍ରୀ ଗୀତାଞ୍ଜଳିଙ୍କ ପକ୍ଷରୁ ସିସିଟିଭି ଫୁଟେଜ ଜବତ ପାଇଁ...

ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ହାତୀ ଶାବକର ମୃତ୍ୟୁ

ଖୁଣ୍ଟୁଣି,୨୨।୯(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣି ବନାଞ୍ଚଳ ଅଧୀନ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ରବିବାର ଏକ ହାତୀ ଶାବକର ମୃତ୍ୟୁ ଘଟିଛି। ହାତୀ ଶାବକ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଖଣ୍ଡୁଆଳୀ ଗ୍ରାମର କେତେକ ଲୋକ ବନ ବିଭାଗକୁ ଖବର ଦେଇଥିଲେ।...

ଆଜିଠୁ ଷୋଡ଼ଶ ଉପଚାର ପୂଜା: ଚମକୁଛି ଚଣ୍ଡୀ ମନ୍ଦିର, ଦଶହରାରେ ଫଳରେ ସଜାଯିବ

କଟକ ଅଫିସ,୨୨।୯: କେବଳ କଟକରେ ସୀମିତ ନାହିଁ। ଏବେ କଟକଚଣ୍ଡୀ ମନ୍ଦିରକୁ ନେଇ ଚର୍ଚ୍ଚା ବିଦେଶ ପର୍ଯ୍ୟନ୍ତ ପହଞ୍ଚିଲାଣି। ବିଭିନ୍ନ ଟୁଇଟ୍‌ରେ ମନ୍ଦିରର ସାଜସଜ୍ଜାକୁ ସ୍ଥାନ ମିଳିଛି। ଦଶହରା ପୂର୍ବରୁ କଟକ ଚଣ୍ଡୀ ମନ୍ଦିର ଫୁଲରେ ସଜେଇ ହୋଇ ଚମକୁ...

ସାଲେପୁର ନାବାଳିକା ବଳାତ୍କାରୀଙ୍କୁ ଫାଶୀ ଘଟଣା: ଆଇଆଇସି, ସରକାରୀ ଓକିଲ ସମ୍ବର୍ଦ୍ଧିତ

କଟକ ଅଫିସ, ୨୨।୯: ସାଲେପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ କଟକ ଜିଲା ପୋକ୍ସୋ ଅଦାଲତ ଗୁରୁବାର ଅଭିଯୁକ୍ତ ମହମ୍ମଦ ମୁସ୍ତାକଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ମୁସ୍ତାକଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସାଲେପୁର...

ଗ୍ୟାରେଜ୍‌ରୁ ଚୋରି ଘଟଣା: ୩ ଅଭିଯୁକ୍ତ ଗିରଫ, ସାମଗ୍ରୀ ଜବତ

ଫୁଲନଖରା,୨୧।୯(ଡି.ଏନ୍‌.ଏ.): କଟକ ଜିଲା ଗୋପାଳପୁର ଜାଗୁଳାଇ ସାହିରେ ଥିବା ଏକ ଗ୍ୟାରେଜ୍‌ରୁ ଚୋରି ଘଟଣାରେ କଟକ ସଦର ପୋଲିସ ଶୁକ୍ରବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଶନିବାର ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ଗୋପାଳପୁର...

ବିଏସ୍‌ଏନ୍‌ଏଲ୍‌ ଟେଲିଫୋନ ଭବନରେ ଅଗ୍ନିକାଣ୍ଡ

କଟକ ଅଫିସ, ୨୧ା୯: କଟକ ବଜ୍ରକବାଟୀ ରୋଡ୍‌ସ୍ଥିତ ଭାରତୀୟ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ଭବନରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କୋଟିଏ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁ କଟକ, ଯାଜପୁର, ଜଗତ୍‌ସିଂହପୁର...

କୁଆଖାଇ ନଦୀବନ୍ଧ ସଂଲଗ୍ନ ରାସ୍ତା ଜବରଦଖଲକୁ ବିରୋଧ: ହାଇକୋର୍ଟରେ ଜନସ୍ବାର୍ଥ ମାମଲ

କଟକ ଅଫିସ, ୨୧ା୯: କୁଆଖାଇ ନଦୀବନ୍ଧ ସଂଲଗ୍ନ ମଞ୍ଚେଶ୍ୱରଠାରୁ କାନପୁର ରାସ୍ତାର ଦକ୍ଷିଣ ପାର୍ଶ୍ୱକୁ ବେଆଇନ ଭାବେ ଜବରଦଖଲ କରାଯାଇଛି। ଏହାକୁ ବିରୋଧ କରି ଶୁକ୍ରବାର ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଆବେଦନକାରୀ ତଥା ଆଇନଜୀବୀ ଅନ୍ତର୍ଯାମୀ ସ୍ବାଇଁଙ୍କ...

କୁଣ୍ଡଳୀ ଜଙ୍ଗଲରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର ଘଟଣା: ୨ ବନ କର୍ମଚାରୀ ସସ୍‌ପେଣ୍ଡ

ଆଠଗଡ଼,୧୬।୯(ଡି.ଏନ୍‌.ଏ.): କଟକ ଜିଲା ଆଠଗଡ଼ ରେଞ୍ଜ ତିଗିରିଆ ହରିଡ଼ାପଶି ଅଞ୍ଚଳର କୁଣ୍ଡଳୀ ଜଙ୍ଗଲରୁ ଗତ ସୋମବାର କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଶୁକ୍ରବାର ୨ଜଣ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ବାଘର ମୃତଦେହକୁ ଲୁଚାଇ ରଖିଥିବା...

ଚୁଡ଼ଙ୍ଗବସ୍ତିରୁ ମୃତଦେହ ଉଦ୍ଧାର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବାରଙ୍ଗ, ୨୦।୯(ଡି.ଏନ୍‌.ଏ): କଟକ ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ପଞ୍ଚୁପାଳ ଗ୍ରାମ ମୁଣ୍ଡତାରିଣୀ ମନ୍ଦିର ପାଖ ଚୁଡ଼ଙ୍ଗବସ୍ତିରୁ କିଛିଦିନ ତଳେ ମଣ୍ଟୁ ମଣ୍ଡଳଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା। ଏହି ଘଟଣାର...