ଭଦ୍ରକ

ପାରାଦୀପରେ ମତ୍ସ୍ୟଜୀବୀଙ୍କୁ ନିଆଁ ଚେଙ୍କ

ବାସୁଦେବପୁର, ୩୦।୯ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ଖରିଦା ବିନାୟକପୁର ଗ୍ରାମର ଅଗଣୀ ମଳିକ ନାମକ ଜଣେ ମତ୍ସ୍ୟଜୀବୀଙ୍କୁ ପାରାଦୀପରେ ଜଣେ ଲଞ୍ଚ ଡ୍ରାଇଭର ନିଆଁ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ଅଗଣୀ ଗୁରୁତର ହୋଇଛନ୍ତି।…

ବିଦାୟ ନେଲେ ବୁଢ଼ାଗଣେଶ

ଭଦ୍ରକ ଅଫିସ, ୨୯।୯ – ୨୭ ଦିନ ଧରି ପୂଜା ପାଇବା ପରେ ରବିବାର ଭଦ୍ରକର ପ୍ରସିଦ୍ଧ ବାବା ବୁଢ଼ା ଗଣେଶ ବିଦାୟ ନେଇଛନ୍ତି। ପାରମ୍ପାରିକ ଶୋଭାଯାତ୍ରାରେ ନିଆଯାଇ ବୁଢ଼ା ଗଣେଶଙ୍କୁ ବିସର୍ଜନ କରାଯାଇଛି। ଚଳିତବର୍ଷ ପୋଲିସ ପକ୍ଷରୁ ଭସାଣି ଉତ୍ସବର…

ଆଜିଠୁ ଆରମ୍ଭ ଗଣେଶ ଭସାଣି ଉତ୍ସବ: ପୁରୁଣାବଜାରରେ ସୁରକ୍ଷା କଡ଼ାକଡ଼ି

ଭଦ୍ରକ ଅଫିସ, ୨୯।୯- ଭଦ୍ରକରେ ରବିବାରଠାରୁ ଆରମ୍ଭ ହେବ ଗଣେଶ ଭସାଣି ଉତ୍ସବ। ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଗଣେଶ ଭସାଣି ଉତ୍ସବ ଚାଲିବ। ଏହାକୁ ଦୃଷ୍ଟିରେ ରଖି ଶନିବାର ସନ୍ଧ୍ୟାରେ ପୁରୁଣାବଜାର ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ସୁରକ୍ଷା…

ମେଡିକାଲରୁ ଆଉ ୨ ଦଲାଲ ଗିରଫ

ଭଦ୍ରକ ଅଫିସ, ୨୮ା୯: ଭଦ୍ରକ ଜିଲା ଚିକିତ୍ସାଳୟରୁ ଶନିବାର ଆଉ ୨ ଦଲାଲଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ରାଜ୍ୟ ସରକାର ମେଡିକାଲ ଓ ଆର୍‌ଟିଓକୁ ଦଲାଲମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ପୋଲିସ ତତ୍ପର ହୋଇଉଠିଛି। ଏହାପୂର୍ବରୁ…

ରକ୍ତତୀର୍ଥ ଇରମରେ ଶହୀଦ ସ୍ମୃତିଦିବସ; ଶହୀଦମାନଙ୍କ ଆତ୍ମବଳି ଦାନର ପଟାନ୍ତର ନାହିଁ: ଜିଲା ପ୍ରକଳ୍ପ ନିର୍ଦ୍ଦେଶକ

ବାସୁଦେବପୁର,୨୮।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁରର ରକ୍ତତୀର୍ଥ ଇରମଠାରେ ୭୭ତମ ଶହୀଦ ସ୍ମୃତିଦିବସ ପର୍ଯ୍ୟଟନ ଉନ୍ନୟନ ପରିଷଦ ଶହୀଦ ସ୍ମୃତି କମିଟି ଆନୁକୂଲ୍ୟରେ ଶନିବାର ଆୟୋଜିତ ହୋଇଯାଇଛି। ପ୍ରଭାତଫେରି, ପରେଡ ପରେ ଜିଲାପାଳ ଜ୍ଞାନ ଦାସ ଶହୀଦ ସ୍ତମ୍ଭ ଓ ଶହୀଦ ପୀଠରେ…

ଆର୍‌ଟିଓ, ମେଡିକାଲରୁ ୨ ଦଲାଲ ଗିରଫ

ଭଦ୍ରକ ଅଫିସ, ୨୭।୯: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୁରୁବାର ଭଦ୍ରକ ଜିଲା ଚିକିତ୍ସାଳୟରୁ ୪ ଦଲାଲଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଥିଲା। ଶୁକ୍ରବାର ଏହି ଚିକିତ୍ସାଳୟରୁ ଅନ୍ୟ ଜଣେ ଦଲାଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ…

ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସମେତ ଯନ୍ତ୍ରାଂଶ ଜବତ

ବାସୁଦେବପୁର,୨୭।୯(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ସହର ଉପକଣ୍ଠସ୍ଥିତ ଅନୁକୂଳଚନ୍ଦ୍ରଙ୍କ ମନ୍ଦିର ସମ୍ମୁଖରେ ଚାଲିଥିବା ଏକ ବେଆଇନ କରତକଳ ଉପରେ ବନବିଭାଗ ପକ୍ଷରୁ ଶୁକ୍ରବାର ସକାଳେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ଲକ୍ଷାଧିକ ଟଙ୍କାର କାଠ ସମେତ ଯନ୍ତ୍ରାଂଶ ଜବତ ହୋଇଛି।…

ଡ୍ରେନେଜ ବ୍ୟବସ୍ଥା ଫେଲ୍‌, ସହର ଜଳମଗ୍ନ

ଭଦ୍ରକ ଅଫିସ, ୨୭।୯ – ଭଦ୍ରକ ପୌରାଞ୍ଚଳର ଖାଲୁଆ ଅଞ୍ଚଳ ଏବେ ଜଳମଗ୍ନ। ଲଗାଣ ବର୍ଷା କାରଣରୁ ସହରର ଖାଲୁଆ ଅଞ୍ଚଳ ରାସ୍ତାଘାଟରେ ପାଣି ଜମି ରହି ଯାତାୟାତରେ ବାଧା ସୃଷ୍ଟି କରୁଛି। ଡ୍ରେନେଜ୍‌ ଅବ୍ୟବସ୍ଥା ଯୋଗୁ ବର୍ଷାପାଣି ଠିକ୍‌ ଭାବେ…

ଜିଲା ଚିକିତ୍ସାଳୟରୁ ୪ ଦଲାଲ ଗିରଫ

ଭଦ୍ରକ ଅଫିସ, ୨୭।୯- ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ରୋଗୀଙ୍କୁ ସରକାରୀ ସ୍ତରରେ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବା ଲାଗି ମେଡିକାଲକୁ ଦଲାଲମୁକ୍ତ କରାଯିବ ବୋଲି ଘୋଷଣା…

ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ଅଭିଯୁକ୍ତ ବାପ ପୁଅ ଗିରଫ

ଭଦ୍ରକ ଅଫିସ, ୨୬।୯ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାଉତରାଗଡିଆ ପାଟଣାରେ ବିଜୟ ବେହେରା ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଗୁରୁବାର ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାର ସପ୍ତାହକ ପରେ…

ଶିବଗଙ୍ଗା ପୁଷ୍କରିଣୀକୁ ବର୍ଷାଜଳ ଭରସା

ଆରଡ଼ି, ୨୬।୯ (ଡି.ଏନ.ଏ.)- ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିର ଉନ୍ନତିକରଣ ପାଇଁ ବୈଠକ ବସୁଛି। ସମୀକ୍ଷା ହେଉଛି ଓ ସ୍ଥିତି ପରଖା ଚାଲିଛି। ହେଲେ ଏଠାରେ ଥିବା ଶିବଗଙ୍ଗା ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ସରିବାକୁ ୨…

ଧାମରାରେ ଧରା ହେଲା ହ୍ବେଲସାର୍କ

ଚାନ୍ଦବାଲି, ୨୫।୯ (ଡି.ଏନ.ଏ.): ଭଦ୍ରକ ଜିଲା ଧାମରା ମତ୍ସ୍ୟ ପୋତାଶ୍ରୟ ଅଧୀନରେ ଥିବା ଚନ୍ଦନିପାଳ ମାଛଧରା ବେସ୍‌ରୁ ବୁଧବାର ଏକ ବିରଳ ମାଛ ଧରା ହୋଇଛି। ଏହାର ନାମ ହ୍ବେଲସାର୍କ ହୋଇଥିବା ବେଳେ ଓଜନ ୧ କୁଇଣ୍ଟାଲରୁ ଅଧିକ। ଏହାକୁ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?