ନିଆରା ବ୍ରହ୍ମଚାରୀ ସାଧକ ବିଶ୍ୱମ୍ବର: ‘ସାଧନା କେବେ ବ୍ୟର୍ଥ ଯାଏ ନାହିଁ’

ଭଣ୍ଡାରିପୋଖରୀ, ୩୦।୯-ଛାତ୍ର ଜୀବନରୁ ବେଦ ବେଦାନ୍ତ, ଗୀତା ଭାଗବତର ବୈଜ୍ଞାନିକ କାରଣ ଖୋଜି ବାହାର କରିବା ଲକ୍ଷ୍ୟ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ପିଲାଦିନରୁ ସନ୍ନ୍ୟାସ ମାର୍ଗରେ ଯିବାକୁ ମନ ଥିଲା। ସେଥିଲାଗି ବ୍ରହ୍ମଚାରୀ ଜୀବନ ଆପଣାଇ ସାଧନା ଜାରି ରଖିଛନ୍ତି। ୧୯୮୧ରେ ବିଏସ୍‌ସି ପାସ୍‌ କରି ଇଞ୍ଜିନିୟରିଂ ଡିଗ୍ରୀ ହାସଲ ପରେ କିଛିଦିନ ରିଜିଓନାଲ ରିସର୍ଚ୍ଚ ଲାବୋରେଟୋରିରେ ଅସ୍ଥାୟୀ ଭାବେ ଚାକିରି କରିଥିଲେ। ଏହି ସମୟରେ ଭାରତୀୟ ଶିଳ୍ପବିଦ୍ୟା ବାସ୍ତୁଗଣିତକୁ ଇଞ୍ଜିନିୟରିଂ କୋର୍ସରେ ସାମିଲ କରିବା ଉଦ୍ଦେଶ୍ୟରେ ସେ ସରଳ ବୀଜଗାଣିତିକ ସୂତ୍ର ବାହାର କରି ବାସ୍ତୁଗଣିତ ନାମରେ ଏକ ପାଣ୍ଡୁଲିପି ରଚନା କରିଥିଲେ। ପରେ ଶେଷକ ଭଗ୍ନାଂଶ ନାମକ ନୂତନ ଗଣିତ ଆବିଷ୍କାର କରିଥିଲେ। ଦୀର୍ଘ ୫ ବର୍ଷ ପରେ ୨୦୦୪ରେ ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ଥାପିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମାଥ୍‌ମେଟିସ୍‌ ଆଣ୍ଡ ଆପ୍ଲିକେଶନ୍ସ ତରଫରୁ ପ୍ରକାଶିତ ତ୍ରୈମାସିକ ପତ୍ରିକା ଗଣିତ ବିଚିତ୍ରାରେ ଏହା ପ୍ରକାଶ ପାଇଥିଲା। ଲେଖାଗୁଡ଼ିକ ବଡ଼ ହୋଇଥିବାରୁ ପୁସ୍ତକ ଆକାରରେ ପ୍ରକାଶ କରିବା ପାଇଁ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ସମେତ ରାଜ୍ୟ ସରକାରଙ୍କୁ ବହୁବାର ଆବେଦନ କରି ସେ ନିରାଶ ହୋଇଛନ୍ତି। ତାଙ୍କ ଲକ୍ଷ୍ୟ ରହିଛି ଅଧୁରା। ସେ ଆବିଷ୍କାର କରିଥିବା ତଥ୍ୟ ଶିକ୍ଷା କ୍ଷେତ୍ର ପାଇଁ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ଆତ୍ମବିଶ୍ୱାସ ରଖି ଆଜି ବି ସେ ଆଶାରେ ରହିଛନ୍ତି।
ଏହି ଆଜୀବନ ବ୍ରହ୍ମଚାରୀ ସାଧକ ହେଲେ ବିଶ୍ୱମ୍ବର ଦାସ। ଘର ଯାଜପୁର ଜିଲା ଦଶରଥପୁର ବ୍ଲକ ବନ୍ଧସାହି ଗ୍ରାମରେ। ଉଚ୍ଚଶିକ୍ଷା ଲାଭ କରି ଚାକିରି କରିଥିଲେ ମଧ୍ୟ ଜୀବନର ଲକ୍ଷ୍ୟ ତାଙ୍କୁ ଆଧ୍ୟାତ୍ମିକତା ଆଡ଼କୁ ଟାଣି ନେଇଥିଲା। ଚାକିରି ଛାଡ଼ି ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଇଚ୍ଛାପୁରସ୍ଥିତ ବାୟୁଟାଙ୍ଗି ମଠରେ କିଛିବର୍ଷ ରହିବା ପରେ ୧୯୮୫ରେ ଭୁବନେଶ୍ୱରରେ ବ୍ରହ୍ମ ଅବଧୂତ ଠାକୁର ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବଙ୍କ ପାଖରେ ଆଧ୍ୟାତ୍ମିକତା ଜ୍ଞାନ ଶିକ୍ଷା କରିଥିଲେ। ୧୯୯୦ରେ ଗ୍ରହଣ କରିଥିଲେ ସନ୍ନ୍ୟାସ ବ୍ରତ। ପରେ ୧୯୯୫ରେ ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ନିକଟ ଦେଓପଦାସ୍ଥିତ ଶାନ୍ତିବଟ ଆଶ୍ରମକୁ ଆସି ରହିଥିଲେ। ୧୯୯୭ରେ ଥଇଳା ଗ୍ରାମର ଜଣେ ବଦାନ୍ୟ ବ୍ୟକ୍ତି କିଛି ଜମି ଦାନ କରିବାରୁ ସେବେଠାରୁ ରାଜେନ୍ଦ୍ରପୁର ପଞ୍ଚାୟତ ଥଇଳା ଗ୍ରାମଠାରେ ‘ଦୟାଜ୍ୟୋତି ଆଶ୍ରମ’ ପ୍ରତିଷ୍ଠା କରି ମହନ୍ତ ଭାବେ ରହିଆସୁଛନ୍ତି। ଏକ ସାକ୍ଷାତକାରରେ ବିଶ୍ୱମ୍ବର କହିଛନ୍ତି, ଶିକ୍ଷା କ୍ଷେତ୍ରରେ କିଛି ନୂଆ କରି ଦେଖାଇବା ଇଚ୍ଛାରୁ ସେ ବାସ୍ତୁଗଣିତ ଓ ଶେଷକ ଭଗ୍ନାଂଶ ସୂତ୍ର ବାହାର କରିଛନ୍ତି। ଏହି ଗାଣିତିକ ସୂତ୍ର ତୃତୀୟ ଶ୍ରେଣୀରୁ ପୋଷ୍ଟ ଗ୍ରାଜୁଏଟ୍‌ ପର୍ଯ୍ୟନ୍ତ ପିଲାମାନେ ପଢ଼ିପାରିବେ। ଏହି ଗଣିତକୁ ଜଣେ ଛାତ୍ର ସହଜରେ ସମାଧାନ କରିପାରିବ। ଆଜିକାଲି କମ୍ପିଟେଟିଭ ଯୁଗରେ ଏଭଳି ସରଳ ସୂତ୍ର ଓ ଜ୍ଞାନର ଉପାଦେୟତା ରହିଥିବା ସେ କହିଛନ୍ତି।
କେବଳ ଗାଣିତିକ ସୂତ୍ର ନୁହେଁ, ଶିକ୍ଷା ମାଧ୍ୟମରେ ପିଲାଙ୍କୁ ଭଲମଣିଷ କରି ଗଢ଼ିବା ଏବଂ ଯୋଗ ସାଧନା ବଳରେ ସମାଜର ମଙ୍ଗଳ କରିବା ପାଇଁ ସେ କାର୍ଯ୍ୟ କରି ଆସୁଛନ୍ତି। ଦଶମ ଶ୍ରେଣୀ ପଢୁଥିବା ବେଳେ ଗୀତାକୁ ଓଡ଼ିଆ ପଦ୍ୟରେ ଅନୁବାଦ କରି ଗୀତାବାଣୀ ନାମକ ବହି ଛାପିଥିଲେ। ପରେ ଗୀତା ପରିଭାଷା, କୈବଲ୍ୟ କଳ୍ପ, ମହାପୁରୁଷ ଦୟାନିଧି ପରମହଂସ ଦୟାବାଣୀ ଭଳି କେତେକ ଆଧ୍ୟାତ୍ମିକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ଗୁରୁଙ୍କଠାରୁ ଦିଗ୍‌ଦର୍ଶନ ନେଇ ସେ ଏହି ସାଧନା ପଥରେ ଆଗକୁ ବଢ଼ି ଚାଲିଛନ୍ତି। ତାଙ୍କ ଉପଲବ୍ଧି ଓ ଜ୍ଞାନର ବିନିଯୋଗ ଲାଗି ସୁଯୋଗ ଏଯାଏ ମିଳି ନ ଥିବାରୁ ଏହା ଅବସୋସ ହୋଇ ରହିଛି। ତଥାପି ତାଙ୍କ ଲକ୍ଷ୍ୟ ଦିନେ ନା ଦିନେ ସଫଳ ହେବ ବୋଲି ସେ ଆଶା ରଖିଛନ୍ତି। ‘ଦୟାଜ୍ୟୋତି ଆଶ୍ରମ’କୁ ଅନେକ ଅନେକ ବ୍ୟକ୍ତି ଆସୁଥିଲେ ବି ସେଠାରେ ଭିତ୍ତିଭୂମି ଓ ଗମନାଗମନର ଭଲ ସୁବିଧା ନ ଥିବାରୁ ସେମାନଙ୍କୁ ଯୋଗ ଶିଖାଇବା ସହଜ ହେଉ ନାହିଁ। ଏହା ସତ୍ତ୍ୱେ ଯୋଗ ସାଧନା ସମ୍ପର୍କରେ ସେ ସଚେତନତାର ବାର୍ତ୍ତା ପ୍ରଚାର କରି ଆସୁଛନ୍ତି। ଉଦ୍ଭାବନ କରିଥିବା ଗାଣିତିକ ସୂତ୍ରକୁ ବହି ଆକାରରେ ପ୍ରକାଶ କରିବା ପାଇଁ ୨୦୧୬ରେ ସରକାରଙ୍କୁ ପାଣ୍ଡୁଲିପି ପ୍ରଦାନ କରି ଅପେକ୍ଷାରେ ରହିଛନ୍ତି। ଅର୍ଥାଭାବ କାରଣରୁ ସେ ନିଜେ ଏହାକୁ ପ୍ରକାଶ କରିପାରି ନାହାନ୍ତି ବୋଲି କହିଛନ୍ତି। ସରଳ ଓ ନିରାଡ଼ମ୍ବର ଜୀବନ ବିତାଉଥିବା ଏହି ନିରଳସ ସାଧକ ତାଙ୍କ ଆଶ୍ରମରେ ଦୟା ଓ ଜ୍ଞାନଜ୍ୟୋତିର ବାର୍ତ୍ତା ଆଜି ବି ବାଣ୍ଟି ଚାଲିଛନ୍ତି। ସେ କହନ୍ତି, ସାଧନା କେବେ ବ୍ୟର୍ଥ ଯାଏ ନାହିଁ। ଦିନେ ନା ଦିନେ ଏହା ସମାଜର କଲ୍ୟାଣରେ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ଭୋଟର ଦେଶର ଭବିଷ୍ୟତ: ଏସଆଇଆର ଉପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ ଆଇ ଆର ଉପରେ ଏକ ସଚେତନତା…

ସାବଧାନ! ପେଟ୍ରୋଲ-ଡିଜେଲ କିଣିବା ଉପରେ ଲାଗିଲା କଟକଣା: ଏତିକି ଲିଟରରୁ ଅଧିକ ମିଳିବନି ତେଲ, ଉଲ୍ଲଂଘନ କଲେ ଜେଲ୍‌!

ନୂଆଦିଲ୍ଲୀ,୧୨।୬: ପେଟ୍ରୋଲ ଏବଂ ଡିଜେଲ ଯୋଗାଣକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପେଟ୍ରୋଲ ପମ୍ପଗୁଡ଼ିକରୁ ଇନ୍ଧନ…

ବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ…

୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବାନ୍ଧିଲା ପୋଲିସ: ୨ ବନ୍ଧୁକ ସହ ୩ ଜୀବନ୍ତ…

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଶୁକ୍ରବାର ବାରୁଡ଼ା ଗ୍ରାମର ଏକ ଗଣ୍ତଗୋଳ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥପ୍ରସାଦ…

ଏସ୍‌ପି ଅଫିସ ଆଗରେ ବାପା-ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ,୧୨ା୬(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ରାଣିପାଳ ଗ୍ରାମର ଆଇନ ଛାତ୍ର ସରୋଜ ରାଉତ ଓ ତାଙ୍କ ପିତା ପଦ୍ମନାଭ ରାଉତ ଶୁକ୍ରବାର…

NEET Re-Exam ପରୀକ୍ଷାରେ ବଡ଼ ପରିବର୍ତ୍ତନ, ପରୀକ୍ଷା ସମୟ ଅବଧି…..

ନୂଆଦିଲ୍ଲୀ,୧୨।୬: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) NEET ପୁନଃପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ, NTA କିଛି ପରିବର୍ତ୍ତନ…

ସନ୍ଧ୍ୟାରେ ମନ୍ଦିରରେ ତାଲା ଦେଇ ଯାଇଥିଲେ ପୂଜାରୀ, ସକାଳକୁ ଗଲା ବେଳକୁ ଯାହା ଦେଖିଲେ…

ଦିଗପହଣ୍ଡି,୧୨।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ଗ୍ରାମ ଶ୍ରୀ ତୁମ୍ବେଶର ଶୈବପୀଠ ପରିସରରେ ଥିବା ଦାନବାକ୍ସକୁ କେହି ଦୁର୍ବୃତ୍ତ ଭାଙ୍ଗି…

ଷ୍ଟାର୍‌ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପିତାଙ୍କୁ କାହିଁକି ସାବଧାନ କଲେ ଏହି ପୂର୍ବତନ କ୍ରିକେଟର? ଜାଣନ୍ତୁ କ’ଣ ରହିଛି ବଡ଼ କାରଣ

ନୂଆଦିଲ୍ଲୀ, ୧୨।୬: ଭାରତୀୟ କ୍ରିକେଟରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଆଜିକାଲି କ୍ରମାଗତ ଭାବେ ଚର୍ଚ୍ଚାରେ ରହିଛି । ଅଣ୍ଡର-୧୯ କ୍ରିକେଟ ଏବଂ ଆଇପିଏଲ (IPL) ରେ ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri