ଟାୱାର ବସାଇବା ନଁ।ରେ ମାଗୁଥିଲେ ଟଙ୍କା: ଜଣଙ୍କୁ ଧରି ପୋଲିସ ଜିମା
ତିହିଡ଼ି,୨୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଭାଟପଡ଼ା ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମରେ ବୁଧବାର ମୋବାଇଲ ଟାୱାର ବସାଇବା ନଁ।ରେ ଜଣେ ବ୍ୟକ୍ତି ଟଙ୍କା ଆଦାୟ ପାଇଁ ଉଦ୍ୟମ କରୁଥିଲେ। ସେହି ବ୍ୟକ୍ତି ଜଣଙ୍କ କୌଣସି ମୋବାଇଲ କମ୍ପାନୀର କର୍ମକର୍ତ୍ତା ନୁହେଁ ବୋଲି…
ହିତାଧିକାରୀଙ୍କୁ ଭେଟିଲେ ପ୍ରକଳ୍ପ ନିର୍ଦ୍ଦେଶକ: ଆବାସ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ
ବନ୍ତ,୨୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ ବୁଧବାର ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ଭେଟିଥିଲେ। ଆବାସ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ସେ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।…
ମଦବିରୋଧୀ ସ୍ଲୋଗାନ ଦେଇ ଗାଁ ବୁଲିଲେ
ବନ୍ତ,୨୬।୨(ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଅଧୀନ ମଙ୍ଗୁଲି ଗ୍ରାମର ସମସ୍ତ ମହିଳା ମହାସଂଘର ସଭାନେତ୍ରୀ, ସମ୍ପାଦକଙ୍କ ସମେତ ସଦସ୍ୟ ବୁଧବାର ମଦବିରୋଧୀ ବିଭିନ୍ନ ସ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମରେ ଚୋରାମଦ ବିକ୍ରି ହେବା ଫଳରେ…
ମହନୀୟତା ଦେଖାଇଲେ ନଳିନୀ: ଏଟିଏମ୍ କାଉଣ୍ଟରରୁ ମିଳିଥିବା ଟଙ୍କା ବ୍ୟାଙ୍କରେ ଫେରାଇଲେ
ଭଦ୍ରକ ଅଫିସ, ୨୬ା୨- ମହନୀୟତା ଦେଖାଇଲେ ନଳିନୀକାନ୍ତ ପଣ୍ଡା। ଯଦିଓ ସେ ଜଣେ ମୋବାଇଲ ଦୋକାନୀ କିନ୍ତୁ ତାଙ୍କ ମାନବିକତାକୁ ନେଇ ଭଦ୍ରକ ସହରରେ ଚର୍ଚ୍ଚା ଜୋର ଧରିଛି। ୨ ଦିନ ପୂର୍ବେ ତାଙ୍କ ମା’ ତାରିଣୀ ଫୋନ୍ ଇନ୍ ମୋବାଇଲ…
ଅଯୋଗ୍ୟ ହାତେଇଲେ ଘର
ଧାମନଗର,୨୫।୨(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ବୟାଙ୍ଗଡିହୀ ପଞ୍ଚାୟତରେ ସରକାରୀ ଆବାସ ଯୋଜନାରେ ଅନିୟମିତତା ହୋଇଛି। ବହୁ ଯୋଗ୍ୟ ହିତାଧିକାରୀ ଘର ଖଣ୍ଡେ ଲାଗି ଚାହିଁ ବସିଥିବାବେଳେ ଅଯୋଗ୍ୟମାନେ କୌଶଳ କରି ହାତେଇଥିବା ଅଭିଯୋଗ ହେଉଛି। କିଛିଦିନ ତଳେ ବ୍ଲକ ଭାଜପା…
ଏନ୍ଏସି କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ: ପୋଲିସ ପ୍ରତିଶ୍ରୁତି ପରେ ସ୍ଥଗିତ
ଧାମନଗର,୨୪।୨(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ଏନ୍ଏସି କାର୍ଯ୍ୟାଳୟରେ ପଶି ଜଣେ ଅସାମାଜିକ ଯୁବକଙ୍କ ଉନ୍ମତ୍ତ କାଣ୍ଡ ବିରୋଧରେ ଧାମନଗର ଥାନାରେ ଅଭିଯୋଗ ହୋଇଥିଲା। ୩ ଦିନ ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରି ନ ଥିବା ଅଭିଯୋଗ କରି ଏନ୍ଏସି କର୍ମଚାରୀମାନେ ସୋମବାର…
୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ
ବାସୁଦେବପୁର,୨୪।୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କିଷ୍ମତକୃଷ୍ଣପୁର ଅଞ୍ଚଳର ଜଣେ ୪ ବର୍ଷୀୟା ଶିଶୁକନ୍ୟାଙ୍କୁ ରବିବାର ସକାଳେ ବଳାତ୍କାର କରାଯାଇଛି। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ସନ୍ଧ୍ୟାରେ ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗକ୍ରମେ ନାୟକାଣିଡିହୀ…
ନିମ୍ନମାନର ରାସ୍ତା କାମ, ଉଠିଯାଉଛି ପିଚୁ
ଭଦ୍ରକ ଅଫିସ,୨୪।୨-ଗ୍ରାମ୍ୟ ଉନ୍ନୟନ ବିଭାଗରେ ସ୍ବଚ୍ଛତାକୁ ନେଇ ବିବାଦ ଲାଗିରହିଛି। ମାସକ ତଳେ ବିଭାଗର ଜଣେ ଡାଟାଏଣ୍ଟ୍ରି ଅପରେଟର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ। ନିକଟରେ ନିର୍ବାହୀ ଯନ୍ତ୍ରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରରୁ…
ବିବାଦ ପାଇଁ ନଳକୂପରେ କିରୋସିନ ଢାଳିଲେ ଦୁର୍ବୃତ୍ତ
ଚାନ୍ଦବାଲି,୨୩।୨(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ପଞ୍ଚାୟତ ନିଆରିସାହିର ଏକ ନଳକୂପରେ କେହି ଦୁର୍ବୃତ୍ତ କିରୋସିନ ଓ ସିମେଣ୍ଟ ଭରି ଦେଇଥିବାର ଅଭିଯୋଗ ହୋଇଛି। ଫଳରେ ଏହା ବ୍ୟବହାର ଅନୁପଯୋଗୀ ହୋଇଛି। ଏନେଇ ଗାଁର କେତେକ ମହିଳା ଓ ପୁରୁଷ…
ହାର ମାନିନାହାନ୍ତି ଦିବ୍ୟାଙ୍ଗ ଦମ୍ପତି
ବନ୍ତ,୨୩।୨(ସ୍ବ.ପ୍ର.)-ସ୍ବାମୀ ଓ ସ୍ତ୍ରୀ ଦୁଇଜଣ ଦିବ୍ୟାଙ୍ଗ। ସ୍ବାମୀ ପୋଲିଓ ଆକ୍ରାନ୍ତ ହୋଇ ଚାଲିବାକୁ ଅକ୍ଷମ ହୋଇଥିବାବେଳେ ସ୍ତ୍ରୀଙ୍କ ପିଠିରେ ଏକ ବଡ଼ କୁବ୍ଜ ବାହାରି ଥିବାରୁ ସିଧାହୋଇ ଚାଲି ପାରୁନାହାନ୍ତି। ତଥାପି ସେମାନେ ଅନ୍ୟ ଉପରେ ନିର୍ଭର ନ କରି ନିଜେ…
କଂଗ୍ରେସ ଶୃଙ୍ଖଳା କମିଟିର ଭଦ୍ରକ ଗସ୍ତ
ଭଦ୍ରକ ଅଫିସ, ୨୨।୨: କଂଗ୍ରେସର ୩ ଜଣିଆ ଶୃଙ୍ଖଳା କମିଟି ଶନିବାର ଭଦ୍ରକ ଗସ୍ତ କରି ଗତ ୧୯ ତାରିଖରେ ଦଳର ଦୁଇଗୋଷ୍ଠୀ ବିବାଦ ଘଟଣାର ତଦନ୍ତ କରି ଫେରିଛି। କେଉଁ କାରଣରୁ ପିସିସି ମୁଖ୍ୟଙ୍କ ଗସ୍ତର କେଇ ଘଣ୍ଟା ପୂର୍ବରୁ…
ଜାଗର ମେଳା ବୁଲି ଫେରିବା ବେଳେ ମହିଳାଙ୍କୁ ବଳାତ୍କାର
ଭଣ୍ଡାରିପୋଖରୀ,୨୨।୨(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ଆକୁଳିକଣା ଗ୍ରାମ ଡିହସାହିସ୍ଥିତ ହନୁମାନ ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ସ୍ଥାନୀୟ ବାରୁମେଶ୍ୱର ଜାଗର ମେଳା…
Archives


