ରାଜ୍ୟ ବାହାରକୁ କାମ କରିବାକୁ ଯାଉଥିବା ୨୭ ଦାଦନ ଶ୍ରମିକ ଉଦ୍ଧାର: ମହିଳା ଦଲାଲ ଅଟକ
ଭଦ୍ରକ ଅଫିସ ,୧୫।୩: ରାଜ୍ୟ ବାହାରକୁ କାମ କରିବାକୁ ଯିବା ପୂର୍ବରୁ ଆଦିବାସୀ ନାବାଳିକା ଓ ନାବାଳକ ଦାଦନ ଶ୍ରମିକଙ୍କୁ ଶନିବାର ରାତିରେ ପୋଲିସ ଉଦ୍ଧାର କରିଛି। ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମଞ୍ଚଳ ଥାନା ଅଞ୍ଚଳର ଜିତାନଗା ଗାଁ ନିକଟରେ।…
ଯାତାୟାତରେ ବାଧକ ଖୋଳାନାଳ
ଭଣ୍ଡାରିପୋଖରୀ,୧୫।୩(ଡି.ଏନ.ଏ.)-ଗ୍ରାମାଞ୍ଚଳରେ ଲୋକେ ସୁବିଧାରେ ଯାତାୟାତ କରିବା ଲାଗି ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି। କିନ୍ତୁ କେତେକ ସ୍ଥାନରେ ବ୍ୟବସ୍ଥାଗତ ତ୍ରୁଟି ଯୋଗୁ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ତାହା ଜନସାଧାରଣଙ୍କ କାମରେ ଆସୁ ନ ଥିବା ଅଭିଯୋଗ ହେଉଛି।…
ଗୋପାଳନକୁ ଜୀବିକା କରିଛନ୍ତି ଇଞ୍ଜିନିୟର
ଭଦ୍ରକ ଅଫିସ,୧୫।୩-ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ କୃଷି ଉପରେ ଦାଉ ସାଧୁଛି। ଏଣୁ ଚାଷୀମାନେ କୃଷି ପ୍ରତି ଆଗ୍ରହ ହରାଇ ବସୁଛନ୍ତି। ଯୁବପିଢ଼ି ମଧ୍ୟ କୃଷି କାର୍ଯ୍ୟଠାରୁ ଦୂରେଇ ଯାଉଛନ୍ତି। ଏଭଳି ସ୍ଥିତିରେ ଭଦ୍ରକ ଜିଲାରେ ଜଣେ ଉଚ୍ଚଶିକ୍ଷିତ ଇଞ୍ଜିନିୟରିଂ…
କଟକଣା ସତ୍ତ୍ୱେ କାର୍ଯ୍ୟକ୍ରମ
ବନ୍ତ,୧୪।୩(ଡି.ଏନ.ଏ.): ସମଗ୍ର ବିଶ୍ୱରେ ଏବେ କରୋନା ଭୟ ଲାଗି ରହିଥିବାବେଳେ ରାଜ୍ୟ ସରକାର ଏହି ମହାମାରୀକୁ ରାଜ୍ୟ ବିପତ୍ତି ଭାବେ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ସ୍କୁଲ, କଲେଜକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବା ସହିତ ସିନେମା…
ଦିନ ଦ୍ୱିପ୍ରହରରେ ସୁନା ଦୋକାନରୁ ଲୁଟ୍: ଗ୍ରାହକ ଅଳଙ୍କାର ଦେଖିବା ବେଳେ ଝାମ୍ପିନେଲେ ଦୁର୍ବୃତ୍ତ
ଧାମନଗର,୧୪।୩(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବଡବଜାରରେ ଥିବା ଏକ ଗହଣା ଦୋକାନରୁ ଶନିବାର ମଧ୍ୟାହ୍ନରେ ଲୁଟ୍ ହୋଇଛି । ଦୋକାନୀ ଜଣେ ଗ୍ରାହକଙ୍କୁ ସୁନା ଅଳଙ୍କାର ଦେଖାଉଥିବା ବେଳେ ୨ ଦୁର୍ବୃତ୍ତ ଦୋକାନ ଭିତରକୁ ପଶି ଆସିଥିଲେ। ଗ୍ରାହକ ଦେଖୁଥିବା ମଙ୍ଗଳସୂତ୍ର,…
ହିତାଧିକାରୀଙ୍କ ଘର ଆଗରେ ଅଧିକାରୀ
ଭଦ୍ରକ ଅଫିସ,୧୪।୩- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳର ଲୋକଙ୍କୁ ଗୃହ ଯୋଗାଇ ଦିଆଯାଉଛି। ସମସ୍ତେ ଯେପରି ପକ୍କାଘର ପାଇପାରିବେ ସେ ନେଇ ପ୍ରୟାସ ଜାରି ରହିଛି। କିନ୍ତୁ ଭଦ୍ରକ ଜିଲାରେ ଅଧିକାଂଶ ହିତାଧିକାରୀ କାର୍ଯ୍ୟାଦେଶ ପାଇ ମଧ୍ୟ ଘର କରିନାହାନ୍ତି, ଯାହାର…
ଶ୍ରୀରାମନବମୀ ମହୋତ୍ସବ ପାଇଁ ଗଣଦୌଡ଼ ୧୫ରେ
ଭଦ୍ରକ ଅଫିସ, ୧୩।୩: ଆସନ୍ତା ଏପ୍ରିଲ ୨ରେ ରାମ ନବମୀ। ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ ଚଳିତବର୍ଷ ଆଡ଼ମ୍ବରରେ ଅନୁଷ୍ଠିତ ହେବ। ମହୋତ୍ସବ ପୂର୍ବରୁ ପ୍ରତିବର୍ଷ ପରି ଏଥର ମାତୃଭୂମି ପାଇଁ ଗଣଦୌଡ଼ ଆସନ୍ତା ୧୫ ତାରିଖରେ କାର୍ଯ୍ୟକ୍ରମ ରହିଛି।…
ଦୁଇ ବାଇକ୍ ମୁହାଁମୁହିଁ: ଜଣେ ଆରୋହୀଙ୍କ ମୃତ୍ୟୁ
ପଦ୍ମପୁର,୧୩।୩(ଡି.ଏନ୍.ଏ.): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କେଦାରପୁର ଗ୍ରାମରେ ଶୁକ୍ରବାର ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମୁହାଁମୁହିଁ ଧକ୍ତାରେ ଜଣେ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉତ୍ତମ କୁମାର ପାଳ (୨୮)। ଉତ୍ତମ ଗ୍ରାମ ରାସ୍ତାରେ ଏକ ବାଇକ୍ ନେଇ…
ପୋଖରୀରେ ବୁଡ଼ି ଛାତ୍ରୀଙ୍କ ଜୀବନଗଲା, ଦେଇଥିଲେ ମାଟ୍ରିକ୍ ପରୀକ୍ଷା
ପଦ୍ମପୁର,୧୩।୩(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିରସ ପଞ୍ଚାୟତ ତମ୍ବାଖଣ୍ଡି ଗ୍ରାମରେ ଜଣେ ଛାତ୍ରୀଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ସେ ହେଲେ ରଶ୍ମିତା ଘଡେଇ। ରଶ୍ମିତା ଗୁରୁବାର ସନ୍ଧ୍ୟାରେ ଗ୍ରାମ ଦୋକାନକୁ ଆଳୁ କିଣିବାକୁ ଯାଇ ଘରକୁ ଫେରି…
ମେଳଣ ଦେଖି ଫେରୁଥିବା ବେଳେ ଗଛକୁ ପିଟିଲା ବାଇକ୍: ଆରୋହୀ ମୃତ
ଧାମନଗର,୧୩।୩(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ଥାନା ତାଳସିଠା ନିକଟରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବନ୍ତ ବ୍ଲକ ସୁନାଗଡିଆ ଗ୍ରାମର ଅଜୟ ବାରିକ (୩୩)। ଅଜୟ ଚୁଡାକୁଟି ମେଳଣ ଦେଖି ଫେରୁଥିବା ବେଳେ…
ଆୟୁଷ ଡାକ୍ତରଙ୍କ ହାତରେ ସ୍ବାସ୍ଥ୍ୟସେବା
ଭଦ୍ରକ ଅଫିସ, ୧୩।୩- ଭଦ୍ରକ ଜିଲାର ବିଭିନ୍ନ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲା ଚିକିତ୍ସାଳୟକୁ ମିଶାଇ ଜିଲାରେ ପ୍ରାୟ ୬୩ଟି ଡାକ୍ତରଖାନା ରହିଛି। ଯାହା ଉପରେ ଲକ୍ଷାଧିକ ଲୋକ ସ୍ବାସ୍ଥ୍ୟସେବା ଲାଗି ନିର୍ଭରଶୀଳ। ହେଲେ ସବୁଠି ଡାକ୍ତର ଅଭାବ କାରଣରୁ…
ହତ୍ୟା କରି ପୋତିଦେଲେ: ମାଟି ତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କଲା ତିହିଡ଼ି ପୋଲିସ
ତିହିଡ଼ି,୧୨।୩(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡି ଥାନା ଅଧୀନ କୋହ୍ଲ ଗ୍ରାମରୁ ନିଖୋଜ ହୋଇଥିବା ଜଣେ ଯୁବକଙ୍କ ମୃତଦେହକୁ ଗୁରୁବାର ପୂର୍ବାହ୍ନରେ ତିହିଡି ପୋଲିସ ଉଦ୍ଧାର କରିଛି। ପିରହାଟ ଚାରିବାଟିଆ ରାସ୍ତାର ସାହାପୁର ଛକଠାରୁ କିଛିଦୂରରେ ଥିବା ଏକ ଜୋର ପାର୍ଶ୍ୱର ମାଟି…
Archives


