ଭଦ୍ରକରେ ସକାଳ ୭ରୁ ୯ ଟ୍ରାଫିକ୍ ଜାମ
ଭଦ୍ରକ ଅଫିସ, ୨୫।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଯାଏ ଦେଶକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହି ଲକ୍ଡାଉନ୍ର ପ୍ରଭାବ ଭଦ୍ରକ ଜିଲାରେ ପଡ଼ିଛି। ଦିନ ତମାମ ରାସ୍ତାଘାଟ ଶୂନଶାନ ରହୁଥିବା ବେଳେ ସକାଳ…
୨ ବିଦେଶ ଫେରନ୍ତା ଲୁଚିଛନ୍ତି ଘରେ, ଅଞ୍ଚଳରେ ଉତ୍ତେଜନା
ଧାମନଗର,୨୪ା୩(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ବୟାଙ୍ଗଡିହି ପଞ୍ଚାୟତ ଅଞ୍ଚଳରେ ଦୁଇ ଯୁବକ ଦୁବାଇରୁ ଘରକୁ ଫେରି ଲୁଚିଥିବା ଏବଂ ପ୍ରଶାସନର ନିଷ୍କ୍ରିୟତା ଯୋଗୁ ଉକ୍ତ ପଞ୍ଚାୟତରେ ଉତ୍ତେଜନା ଦେଖାଦେଇଛି। ଉକ୍ତ ପଞ୍ଚାୟତର ସରପଞ୍ଚ ଖବର ପାଇ ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀଙ୍କ…
ସମ୍ପର୍କୀୟଙ୍କ ସହ କଥା ହେବାକୁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା
ଭଦ୍ରକ ଅଫିସ, ୨୪।୩-ଭଦ୍ରକ ଜିଲା ମୁଖ୍ୟାଳୟରେ ଥିବା ସବ୍ଜେଲରେ ଏବେ କ୍ଷମତାଠାରୁ ଦୁଇଗୁଣ ଅଧିକ କଏଦୀ ରହୁଛନ୍ତି। କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ସେମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ସମ୍ଭବ ହେଉନାହିଁ ଯାହାକି ଚିନ୍ତାର କାରଣ ହୋଇଛି। ଜେଲରେ…
ଭଦ୍ରକ ଜିଲା ଲକ୍ଡାଉନ୍ ଘୋଷଣା
ଭଦ୍ରକ ଅଫିସ, ୨୪ା୩- କରୋନାର ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲାରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରାଯାଇଛି। ପୂର୍ବରୁ କେବଳ ଭଦ୍ରକ ସହରକୁ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ଏବେ ଜିଲାର ସମସ୍ତ ପୌରପାଳିକା, ଏନ୍ଏସି…
ପ୍ରଶାସନିକ କଟକଣା ନ ମାନି ଗିରଫ ହେଲେ ବ୍ୟବସାୟୀ
ଭଦ୍ରକ ଅଫିସ,୨୩।୩: ଭଦ୍ରକ ପୌରାଞ୍ଚଳ ଅଧୀନରେ ଜଣେ ବ୍ୟବସାୟୀ ପ୍ରଶାସନିକ କଟକଣାକୁ ନ ମାନି ସୋମବାର ଗିରଫ ହୋଇଛନ୍ତି। ଅତ୍ୟାବଶ୍ୟକୀୟ ଦୋକାନ ବଜାରକୁ ବାଦ୍ ଦେଇ ଅନ୍ୟାନ୍ୟ ସମସ୍ତ ବନ୍ଦ ରଖିବାକୁ ପ୍ରଶାସନିକ ନିର୍ଦ୍ଦେଶ ଥିବା ବେଳେ ଏହି କଟକଣାକୁ ଗବସାହି…
କ୍ୱାରାଣ୍ଟାଇନରେ ୮୮
ଭଦ୍ରକ ଅଫିସ,୨୩।୩-ଅନ୍ୟ ରାଜ୍ୟ ଓ ଦେଶରୁ ୧୧୧ଜଣ ଭଦ୍ରକ ଜିଲାକୁ ଆସିଥିବାବେଳେ ରାଜ୍ୟ ସରକାରଙ୍କ ଟୋଲଫ୍ରି ନମ୍ବର ମାଧ୍ୟମରେ ସେମାନେ ପଞ୍ଜୀକୃତ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ରବିବାର ସୁଦ୍ଧା ୮୮ ଜଣ ଘରୋଇ କ୍ବାରାଣ୍ଟାଇନରେ…
ଜନତା କର୍ଫ୍ୟୁ ପ୍ରଭାବ: ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ
ପଦ୍ମପୁର,୨୨।୩(ଡି.ଏନ୍.ଏ.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଭଦ୍ରକ ଜିଲା ପଦ୍ମପୁର ଅଞ୍ଚଳରେ ଜନତା କର୍ଫ୍ୟୁର ପ୍ରଭାବ ରବିବାର ଦେଖିବାକୁ ମିଳିଛି। ନାୟକାଣୀଡିହି, ବିଦେଇପୁର, ଚାନ୍ଦିମାଳ, ରାଜଘରପୋଖରୀ, ଲକ୍ଷ୍ମୀଦାସପୁର, ସାବରଙ୍ଗ, ଇଚ୍ଛାପୁର ଆଦି ସ୍ଥାନରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି ।…
ଜନଶୂନ୍ୟ ଆରଡ଼ି : ପୀଠରେ କାଉକୋଇଲିଲ ଶବ୍ଦ ନାହିଁ
ଆରଡ଼ି,୨୨।୩(ଡି.ଏନ୍.ଏ.): ଭଦ୍ରକ ଜିଲା ଆରଡ଼ି ଅଞ୍ଚଳରେ ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି। ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଆରଡ଼ି, ନାନ୍ଦପୁର, ଓଳଗ, ସୁନ୍ଦରପୁର, ପାଳସାହି, ରଇପୁର, ଶ୍ୟାମସୁନ୍ଦରପୁର ଆଦି ପଞ୍ଚାୟତର ଲୋକମାନେ ସ୍ବତଃ ପ୍ରବୃତ୍ତ ଭାବେ ଘରୁ ବାହାରି…
ଜଳିଗଲା ଦୋକାନ ସହ ୩ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ
ଭଦ୍ରକ ଅଫିସ,୨୨।୩: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଓଲଙ୍ଗ ପଞ୍ଚାୟତର ସାରତୋଳା ଗାଁରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଘର ଓ ଦୋକାନ ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଯାଇଛି। ସୂଚନାଯୋଗ୍ୟ, ସାରତୋଳା ଗାଁର ଧନେଶ୍ୱର ବେହେରାଙ୍କ…
ଭଦ୍ରକରେ ଜନତା କର୍ଫ୍ୟୁକୁ ପାଳନ କରିଛନ୍ତି ଜନସାଧାରଣ: ରାସ୍ତାଘାଟ ଶୂନ୍ଶାନ
ଭଦ୍ରକ ଅଫିସ,୨୨।୩: ମହାମାରୀ କରୋନା ଦାଉରୁ ରକ୍ଷା ପାଇବା ପାଇଁ ସତର୍କ, ସ୍ବଚ୍ଛତା ଓ ସାମାଜିକ ଦୂରତା ନିହାତି ଜରୁରୀ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ନ ବାହାରିବା ପାଇଁ…
ଅଟୋ ଚଳାଚଳ ଉପରେ କଟକଣା: ଭଦ୍ରକ, ବାଲେଶ୍ୱର ଲକ୍ଡାଉନ
ଭଦ୍ରକ ଅଫିସ/ବାଲେଶ୍ୱର ଅଫିସ,୨୧।୩: ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଜିଲା ଓ ୮ ସହରରେ ଲକ୍ଡାଉନ୍ ଘୋଷଣା କରାଯିବା ପରେ ଭଦ୍ରକ ଓ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ୨୨ରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ…
ଖାଇବାକୁ ଯିବା ବାହାନାରେ ବାଇକ୍ ନେଇ ଯାଉଥିଲେ ଯୁବକ: ନିର୍ଧୂମ ଛେଚିଲେ ଗ୍ରାମବାସୀ
ଭଦ୍ରକ ଅଫିସ,୨୧ା୩: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ବାରିକପୁର ବାସନ୍ତୀ ଦୁର୍ଗା ପଡ଼ିଆଠାରେ ଜଣେ ଯୁବକଙ୍କୁ ଗ୍ରାମବାସୀ ଧରି ନିର୍ଧୂମ ଛେଚିଛନ୍ତି। ଉକ୍ତ ଯୁବକ ଜଣଙ୍କ ଗାଁ ଲୋକଙ୍କ କାମ କରିବାକୁ ଯାଉଥିବା ବେଳେ ଖାଇବା ଆଣିବାକୁ ଯିବାକୁ କହି ଘର…
Archives


