ବାଲ୍ ଧନୁଯାତ୍ରାରେ କଂସ ରାଜୁତି ଆରମ୍ଭ
ମଥୁରାନଗରୀ,୧୦।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲରେ ଗୁରୁବାର ସନ୍ଧ୍ୟାରେ ବାଲ୍ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ଜିଲା ଶିକ୍ଷାଧିକାରୀ…
ରାଧାକୃଷ୍ଣଙ୍କ ନାବକେଳି, କଂସ ବ୍ୟସ୍ତ ବିବ୍ରତ
ମଥୁରାନଗରୀ,୧୦।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବର ଗୁରୁବାର ସପ୍ତମ ଦିବସରେ ସ୍ଥାନୀୟ ମନାବନ୍ଧ (ଜଳାଶୟ)ରେ ରାଧାକୃଷ୍ଣଙ୍କ ନାବକେଳି ଦୃଶ୍ୟାଭିନୟ ଅଭିନୀତ ହୋଇଯାଇଛି। ଏକ ଶୋଭାଯାତ୍ରାରେ ରାଧାକୃଷ୍ଣ ମନାବନ୍ଧରେ ପହଞ୍ଚିଥିଲେ। ବାଟରେ ରାଧାକୃଷ୍ଣଙ୍କୁ ସ୍ବାଗତ ସହିତ ପୂଜାର୍ଚ୍ଚନା କରାଯାଇଥିଲା। ଶୋଭାଯାତ୍ରାରେ ବରଗଡ଼ ବିଧାୟକ ଅଶ୍ୱିନୀ…
ଅଭିଯୋଗ ପରେ ପ୍ରଶାସନ ତତ୍ପର: ମନଇଚ୍ଛା ଚାଲିବନି ଟିକେଟ୍ ଅସୁଲ
ମଥୁରାନଗରୀ,୯।୧(ପ୍ରେମାନନ୍ଦ ଖମାରୀ):ବରଗଡରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ମୀନାବଜାର ଲାଗିଛି। ପଡ଼ିଆର ନିର୍ଦ୍ଧାରିତ ଅଂଶକୁ ଟେଣ୍ଡରରେ ମୀନାବଜାର, ଝୁଲା, ଟ୍ରେଡ୍ ଫେୟାର, ଫୁଡ୍ ଫେଷ୍ଟ୍ ସମେତ ବିଭିନ୍ନ ଛୋଟ ଦୋକାନ…
ମଥୁରାନଗରୀରେ ହତ୍ୟାକାଣ୍ଡ:ଶାଳକଙ୍କ ଛୁରାମାଡରେ ଗଲା ଭିଣୋଇଙ୍କ ଜୀବନ
ମଥୁରାନଗରୀ,୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର (ମଥୁରାନଗରୀ)ରେ ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ଥାନୀୟ ମଙ୍ଗଳା ଝୁମ୍ପୁଡିରେ ଏହି ହତ୍ୟାକାଣ୍ଡ ଘଟିଛି। ଶାଳକଙ୍କ ଛୁରାମାଡରେ ଭିଣୋଇଙ୍କ ଜୀବନ ଯାଇଛି। ମୃତକଙ୍କ ନାମ ଶଙ୍କର ଦାସ ବୋଲି ସୂଚନା ମିଳିଛି। ଗୋଟିଏ ପଟେ…
ଧନୁଯାତ୍ରାରେ ରଙ୍ଗସଭା: କଂସଙ୍କ ପ୍ରଶ୍ନବାଣରେ ଅଧିକାରୀ ଘାଇଲା
ମଥୁରାନଗରୀ,୮ା୧(ପ୍ରେମାନନ୍ଦ ଖମାରୀ): ବୃ଼ହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବୁଧବାର ରାଜ ଦରବାରରେ ଅନୁଷ୍ଠିତ କଂସଙ୍କ ଜନତା ଦରବାର (ରଙ୍ଗସଭା) ବେଶ ଚିତ୍ତାକର୍ଷକ ଥିଲା। ଏହି ଜନତା ଦରବାରରେ ବରଗଡ଼ ଜିଲାପାଳଙ୍କ ସମେତ ପୋଲିସ, ସ୍ବାସ୍ଥ୍ୟ, ଯୋଗାଣ, ବିଦ୍ୟୁତ୍ ଜଳସେଚନ,…
ବରଗଡ଼ ଧନୁଯାତ୍ରା ମହୋତ୍ସବ: ଗୋପପୁରରେ ସରିଲା ବସ୍ତ୍ରହରଣ ଦୃଶ୍ୟାଭିନୟ
ଗୋପପୁର,୮।୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବୁଧବାର ଷଷ୍ଠ ଦିବସରେ ଗୋପପୁର ଦୃଶ୍ୟାଭିନୟ ବେଶ ହୃଦୟସ୍ପର୍ଶୀ ହୋଇଥିଲା। ଏହି ଦୃଶ୍ୟାଭିନୟ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ ମଧ୍ୟ ପହଞ୍ଚିଥିଲେ।…
ମୀନାବଜାର ପଡ଼ିଆରେ ଧନୁଯାତ୍ରା ଏନ୍ଫୋର୍ସମେଣ୍ଟ କମିଟିର ଚଢ଼ାଉ
ମଥୁରାନଗରୀ,୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ଏନ୍ଫୋର୍ସମେଣ୍ଟ କମିଟିର ଏକ ପ୍ରତନିଧି ଦଳ ମଙ୍ଗଳବାର ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଲାଗିଥିବା ମୀନାବଜାର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅତର୍କିତ ଚଢ଼ାଉ କରିଥିଲା। ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିବା ବିଡ଼ିଓ ବି. ଡୁଙ୍ଗଡୁଙ୍ଗଙ୍କ ଉପସ୍ଥିତି…
କଂସ ଅଭିନୟରୁ ବିରତି ନେବେ ଭୁବନେଶ୍ୱର
ମଥୁରାନଗରୀ,୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚଳିତଥର ବରଗଡ଼ ବ୍ଲକ ଅନ୍ତର୍ଗତ ସର୍ଲା ଗ୍ରାମର ଭୁବନେଶ୍ୱର ପ୍ରଧାନ କଂସ ଅଭିନୟ କରୁଛନ୍ତି। ଏହାପୂର୍ବରୁ ମଧ୍ୟ ସେ ବରଗଡ଼ ସମେତ ଅନେକ ସ୍ଥାନରେ କଂସ ଭୂମିକାରେ ଚିତ୍ତାକର୍ଷକ ଅଭିନୟ କରି ନିଜ ଦକ୍ଷତା ପ୍ରତିପାଦନ…
ବିନା ଟେଣ୍ଡରରେ ଜାଗା ଆବଣ୍ଟନ:ବଡ଼ ଡିଲ୍ ଅଭିଯୋଗ
ମଥୁରାନଗରୀ,୮।୧(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବିଶ୍ୱପ୍ରସିଦ୍ଧ ଭାବେ ପରିଗଣିତ। ଏହି ମହୋତ୍ସବକୁ ମିଳୁଥିବା ସରକାରୀ ଅନୁଦାନକୁ ଏଥର ନୂଆ ଭାଜପା ସରକାର ୧୦ଲକ୍ଷ ଟଙ୍କାରୁ ୧କୋଟିକୁ ବୃଦ୍ଧି କରିଛନ୍ତି। କେବଳ ସେତିକି ନୁହେଁ, ଅନ୍ୟ ବର୍ଷ ଅପେକ୍ଷା…
ରାକ୍ଷସୀ, ରାକ୍ଷସ ନିଧନରେ କଂସ ମର୍ମାହତ
ମଥୁରାନଗରୀ,୮।୧(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ମଙ୍ଗଳବାର ପଞ୍ଚମ ଦିବସରେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଏବଂ ମଥୁରାନଗରୀରେ ମଥୁରାଧିପତି କଂସଙ୍କ ଦୃଶ୍ୟାଭିନୟ ବେଶ୍ ଚିତ୍ତାକର୍ଷକ ଥିଲା। ଅନ୍ୟଦିନ ଭଳି କଂସ ମହାରାଜ ରାଜମହଲରୁ ବାହାରି ମଥୁରା ପରିଭ୍ରମଣ କରିଥିଲେ।…
ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ କଂସ ମହାରାଜାଙ୍କ କଡ଼ା ନିର୍ଦେଶ
ବରଗଡ଼,୭।୧: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ କଂସ ମହାରାଜାଙ୍କ କଡ଼ା ନିର୍ଦେଶ ଦେଇଛନ୍ତି। ମଥୁରା ନଗରବାସୀଙ୍କୁ ଅଧିକ ମାସକର ଅଧିକ ଚାଉଳ ଯୋଗାଇ ଦେବା ସହିତ ଆଳୁ ଚାଷକୁ ପ୍ରୋତ୍ସାହନ ଓ…
କୃଷ୍ଣଙ୍କ ବାଲ୍ୟଲୀଳା, କଂସ ବିଚଳିତ
ମଥୁରାନଗରୀ/ଗୋପପୁର,୬।୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଚତୁର୍ଥ ଦିବସ। କୃଷ୍ଣଙ୍କ ବାଲ୍ୟଲୀଳା ଦୃଶ୍ୟାଭିନୟ ଦେଖିବା ପାଇଁ ମଥୁରା ନଗରୀ ଭଳି ଗୋପପୁରରେ ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ନନ୍ଦରାଣୀ, ନନ୍ଦରାଜା ମେଳାଣି ଦେବା…
Archives


