ବରଗଡ଼

ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଜିଲାପାଳଙ୍କୁ ଫେରାଦ

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ସୋମବାର ପୂର୍ବାହ୍ନରେ ବରଗଡ଼ ନାଗରିକ ମଞ୍ଚର ଏକ ପ୍ରତିନିଧି ଦଳ ଜିଲାପାଳ ଆଦିତ୍ୟ…

ଆର୍‌ଡି ରାସ୍ତାରେ ଟୋଲ୍‌ପ୍ଲାଜା ନିର୍ମାଣକୁ ବିରୋଧ: ଆନ୍ଦୋଳନ ପାଇଁ ସଂଗଠିତ ଅଞ୍ଚଳବାସୀ

ବରଗଡ଼,୨୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ ଟୋଲପ୍ଲାଜା ନିକଟରେ ରହିଥିବା ବାଇପାସ୍‌ ଆର୍‌ଡି ରାସ୍ତାରେ ପୁଣି ଏକ ଟୋଲପ୍ଲାଜା ନିର୍ମାଣ ଯୋଜନା ଚାଲିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ସୋମବାର ପୂର୍ବାହ୍ନ ୧୧ଟାରେ ଅଞ୍ଚଳର…

ସ୍ଥାନୀୟ ନିଯୁକ୍ତି ଦାବି : ଇଥାନଲ ପ୍ଲାଣ୍ଟ ଆଗରେ ଧାରଣା

ବରଗଡ଼,୨୮।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାସ୍ଥିତ ଇଥାନଲ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉକ୍ତ ପ୍ଳାଣ୍ଟର ପାର୍ଶ୍ବବର୍ତ୍ତୀ ଗ୍ରାମ ଗୁଡିକରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ସୋମବାର…

ଛାତ୍ରୀଛାତ୍ର ପାଳିଲେ ସ୍ୱାଭିମାନ ଦିବସ ପାଳିତ : ମଧୁବାବୁ ଥିଲେ ଓଡ଼ିଆ ଜାତିର ଗର୍ବ ଓ ଗୌରବ

ବରଗଡ଼, ୨୮।୪(ପ୍ରେମାନନ୍ଦ ଖମାରୀ):  ବରଗଡ଼ ରାଣା ପ୍ରତାପ ସ୍କୁଲ ରେ ଉତ୍କଳ ଗୌରବ ମଧସୂଦନ ଦାସଙ୍କ ଜୟନ୍ତୀକୁ ସ୍ୱାଭିମାନ ଦିବସ ଭାବେ ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଛି । ଏହି ଅବସରରେ ସ୍କୁଲ ପରିଚାଳନା…

ଫସଲ ଉଜାଡ଼ିଲା କାଳବୈଶାଖୀ: ଝଡ଼ି ପଡ଼ିଛି ଅମଳକ୍ଷମ ଧାନ, ଚାଷୀ ଚିନ୍ତିତ

ବରଗଡ଼,୨୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଳ୍ପଦିନ ପରେ ରବିଧାନ ଅମଳ ଆରମ୍ଭ ହେବ। କିନ୍ତୁ ଏବେ କାଳବୈଶାଖୀ ଜିଲାର ଚାଷୀଙ୍କ ପାଇଁ କାଳ ସାଜିଛି। ଏହାର ପ୍ରଭାବରେ ଶନିବାର ବିଳମ୍ବିତ ରାତିରେ ଭଟଲି ବ୍ଲକ ହଳଦୀପାଲି ଗ୍ରାମ ସମେତ ବିଭିନ୍ନ ଅଞ୍ଚଳରେ…

ମା’ ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା: ଡୁମାଳ ସମାଜର ବିକାଶକୁ ଗୁରୁତ୍ୱ

ବରଗଡ଼,୨୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ନଦୀଖଣ୍ଡି ସାଇ ମନ୍ଦିର ପରିସରରେ ରବିବାର ଡୁମାଳ ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ସମସ୍ତ ପରିବାର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମାଁ ମାହେଶ୍ୱରୀ ଦେବୀ ପୀଠ, ଲାଉନସରାର…

ମିଳିଲାନି ମୃତ ଯୁବକଙ୍କ ପରିଚୟ, ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ଶନିବାର ଜଣେ ଅଚିହ୍ନା ଯୁବକଙ୍କ ମୃତଦେହକୁ ସତ୍କାର କରିଛନ୍ତି । ଗତ ୨୧ତାରିଖ ବରଗଡ଼ କେନଲରୁ ଭାସମାନ ଅବସ୍ଥାରେ ଶବ ଉଦ୍ଧାର ହୋଇଥିଲା। ବରଗଡ଼ ଟାଉନ ଥାନା ପୋଲିସ ଏକ…

ମୌଳିକ ସେବା ଅପହଞ୍ଚ: ଚଟାଣରେ ଚିକିତ୍ସା, ହାତରେ ସାଲାଇନ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ମୌଳିକା ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଏଠାରେ ଡାକ୍ତର ଅଭାବ ନିତିଦିନିଆ ଘଟଣା ହୋଇପଡ଼ିଛି। ସେହିପରି ଶଯ୍ୟା ଅଭାବ, ରୋଗୀଙ୍କୁ ସାଲାଇନ ଦେବାରେ ଅବ୍ୟବସ୍ଥା ମଧ୍ୟ ସାମ୍ନାକୁ…

ଆରଏମସିରେ ପଡିଛି ୨୦୨ କୋଟି, ବିକାଶ ହେଉନି ମଣ୍ଡି ଭିତ୍ତିଭୂମି ଗଛମୂଳେ ଧାନ ବିକ୍ରି କରୁଛନ୍ତି ଚାଷୀ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ହେଉଥିବା ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସାମିଲ ହେଉଛନ୍ତି। ଧାନ ସଂଗ୍ରହ ବାବଦକୁ ପ୍ରତି ଆର୍‌ଏମ୍‌ସି କୋଟି କୋଟି ଟଙ୍କା ଫି ଆଦାୟ…

ପହଲଗାମ ଆତଙ୍କବାଦୀ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଦାବି କଲା ବରଗଡ଼ ହିନ୍ଦୁ ଏକତା ମଞ୍ଚ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ) – ଜମ୍ମୁ କଶ୍ମୀର ପହଲଗାମରେ ସଂଘଟିତ ଆତଙ୍କବାଦୀ ଆକ୍ରମଣ ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। ଉକ୍ତ ଆତଙ୍କବାଦୀ ଆକ୍ରମଣ ପଛରେ ରହିଥିବା ସଂଗଠନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ତେଜି ଉଠିଛି। ଏହି କ୍ରମରେ ଶୁକ୍ରବାର ବରଗଡ଼…

କୋଶଲ ସଂଗ୍ରାମୀଙ୍କୁ ଉଠାଇ ନେଲା ପୋଲିସ୍: ଡାକ୍ତରଖାନାରେ ଅନଶନ ଜାରି

ବରଗଡ଼, ୨୫।୪(ପ୍ରେମାନନ୍ଦ ଖମାରୀ) – ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ସମେତ ବିଭିନ୍ନ ଦାବି ନେଇ ବରଗଡ଼ ସହର ଉପକଣ୍ଠ ବୀରଛକରେ ଅନଶନରେ ବସିଥିବା ୩ଜଣ କୋଶଲ ସଂଗ୍ରାମୀ ସୁଶାନ୍ତ ମିଶ୍ର, ଅଭିଷେକ ନାୟକ ଏବଂ ନାଗାର୍ଜୁନ କମ୍ପଙ୍କୁ ଗୁରୁବାର ରାତି…

ପହଲଗାମରେ ଆତଙ୍କବାଦୀ ଆକ୍ରମଣ: ଜାଳିଦେଲେ ଜାତୀୟ ପତାକା

ପଦ୍ମପୁର,୨୫।୪(ପ୍ରଦୀପ୍ତ ଦାଶ):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପଦ୍ମପୁର ତରଫରୁ କଶ୍ମୀରର ପହଲଗାମରେ ହେଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହା ସହ ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri