ମଣ୍ଡିରୁ ଉଠୁନି ଧାନ, ମାଡି ଆସିଲାଣି ବର୍ଷା

ବରଗଡ଼,୧୫।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିବାର ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତିଛି। ମାତ୍ର ଏପର୍ଯ୍ୟନ୍ତ ଧାନବିକ୍ରି ସମସ୍ୟା ଲାଗି ରହିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣୁଛନ୍ତି, ମାତ୍ର ଦୀର୍ଘଦିନ ଧରି ତାହା ବିକ୍ରି ହୋଇ ନ ପାରି ମଣ୍ଡିର ଖୋଲା ଆକାଶ ତଳେ ପଡି ରହୁଛି। ସେହିପରି ଏବେ ମଧ୍ୟ ଅନେକ ଚାଷୀଙ୍କ ଖଳାରେ ଅମଳ ଧାନ ବିକ୍ରି ଅପେକ୍ଷାରେ ରହିଛି।

ବିଭିନ୍ନ ମଣ୍ଡିରେ ପର୍ଯ୍ୟାପ୍ତ ଧାନ ସୁରକ୍ଷିତ ରଖିବା ବ୍ୟବସ୍ଥା ନାହିଁ। ଫଳରେ ଚାଷୀମାନେ ମଣ୍ଡିକୁ ଧାନ ଆଣି ନ ପାରି ଖଳାରେ ଗଦା କରି ରଖିଛନ୍ତି। ଗୋଟିଏ ପଟେ ମଣ୍ଡିରେ ଧାନ ଉଠାଣରେ ବିଳମ୍ବ ଏବଂ ଅନ୍ୟପଟେ ରବିବାର ବର୍ଷା ମାଡ଼ି ଆସିବା ଚାଷୀଙ୍କ ଦୁର୍ଦ୍ଦଶାକୁ ବଢାଇ ଦେଇଛି।

ଚାଷୀମାନେ ତାରପୋଲିନ ମାଧ୍ୟମରେ ଧାନ ଘୋଡ଼ାଇ ରଖିଛନ୍ତି। ତେବେ ଗତ ମେ ମାସ ଶେଷ ସପ୍ତାହରେ ହୋଇଥିବା ବର୍ଷା ପରେ ଧାନ ସଂଗ୍ରହ ପ୍ରକ୍ରିୟାରେ ପକେଟ ପ୍ରତି ୫କିଗ୍ରାରୁ ୬କିଗ୍ରା ପର୍ଯ୍ୟନ୍ତ କଟନୀଛଟନୀରେ ଚାଷୀ ରାଜି ହେଲେ ଯାଇ ଧାନ ଉଠାଯାଉଥିବା ଅଭିଯୋଗ ହୋଇଥିଲା।

ରବିବାର ବର୍ଷା ପରେ କଟନୀଛଟନୀ ଆହୁରି ଜୋର୍‌ ଧରିବା ଆଶଙ୍କା ଦେଖାଯାଇଛି। ସେହିପରି ଆଗକୁ ପୁଣି ବର୍ଷା ମାଡି ଆସୁଥିବାରୁ ଚାଷୀଙ୍କ ଚିନ୍ତା ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ସ୍ଥାନୀୟ ପ୍ରଶାସନିକ କଳର ଉଦାସୀନତା ଏବଂ ଜନ ପ୍ରତିନିଧିଙ୍କ ନୀରବତା ବିଡମ୍ବନାର ବିଷୟ ହୋଇ ପଡିଛି ବୋଲି ଚାଷୀନେତାମାନେ କହିଛନ୍ତି। ତେବେ ଧାନକିଣା ଏବଂ ଧାନ ଉଠାଣ ପ୍ରକ୍ରିୟାକୁ ତୋରାନ୍ବିତ କରା ନ ଗଲେ ଏବଂ ଚାଷୀମାନେ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ହେଲେ ଆଗକୁ ବ୍ୟାପକ ଆନ୍ଦୋଳନ ହେବ ବୋଲି ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୩ ମୃତ

ଭୁବନେଶ୍ୱର,୧୩ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ସମ୍ବଲପୁର, ଯାଜପୁର ଓ ଭଦ୍ରକ ଜିଲାରେ ଏକ ଏକ...

ଛାତ ଢଳେଇ କାମ ଚାଲିଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲେ ରାଜମିସ୍ତ୍ରୀ, ତଳେ ପଡ଼ି…

ଦିଗପହଣ୍ଡି/ପାଟପୁର,୧୩ା୭(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ ମା ’ ସାତଭଉଣୀ ମନ୍ଦିର ନିକଟ ଜଗନ୍ନାଥ ପଣ୍ଡାଙ୍କ ନୂଆ ଘରର...

ପୁରୀ ଜଗନ୍ନାଥ ମନ୍ଦିର ରୀତିନୀତିର କପିରାଇଟ୍ କରିବେ ଓଡ଼ିଶା ସରକାର: ଗଜପତି ମହାରାଜ

ପୁରୀ,୧୩।୭: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପାରମ୍ପରିକ ରୀତିନୀତି ଓ ସାଂସ୍କୃତିକ ପରମ୍ପରାକୁ ସୁରକ୍ଷିତ ରଖିବା ପାଇଁ ଓଡ଼ିଶା ସରକାର ଏହାର କପିରାଇଟ୍ ପାଇଁ ପଦକ୍ଷେପ...

ଏସବୁ କୃଷକଙ୍କୁ ମିଳିବ ନାହିଁ ପିଏମ୍‌ କିଷାନର ଆଗାମୀ କିସ୍ତି! ଆସିଲା ବଡ଼ ଅପ୍‌ଡେଟ୍‌  

ନୂଆଦିଲ୍ଲୀ,୧୩।୭: ଦେଶର କୋଟି କୋଟି କୃଷକ ପିଏମ୍‌ କିଷାନ ଯୋଜନାର ୨୦ତମ କିସ୍ତିର ଅପେକ୍ଷାରେ ଅଛନ୍ତି। ଜୁନରେ ଏହି ଟଙ୍କା ଆସିବାର ଥିଲା, ହେଲେ ଏଥର...

ଶନିଦେବଙ୍କ କୃପା ଦୃଷ୍ଟି ପାଇଁ…

ଧାର୍ମିକ ଶାସ୍ତ୍ର ଅନୁଯାୟୀ, କର୍ମ, ନ୍ୟାୟ ଓ ଦଣ୍ଡର ଅଧିପତି ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ କେଉଁ ଜିନିଷ ଦାନ କଲେ ଶନିଦୋଷ...

କଙ୍ଗାରୁ କୋର୍ଟରେ ପୁଣି ଦିଆଗଲା ବଳଦ ଦଣ୍ଡ, ଗୋଟିଏ ବଂଶରେ ବାହାହେଲେ ବୋଲି…

ଭୁବନେଶ୍ୱର,୧୩ା୭: କୋରାପୁଟ ଜିଲା ନାରାୟଣପାଟଣା ଅଞ୍ଚଳର ପେଦା ଇଟିଗି ଗାଁରେ ପୁଣି ଏକ କଙ୍ଗାରୁ କୋର୍ଟ ଘଟଣା ସାମ୍ନାକୁ ଆସିଛି। ଗାଁ ଦାଣ୍ଡରେ ‘ପାପ ଶୁଦ୍ଧି’...

ପୁଣି ଆସୁଛି ଯୋଡ଼ା ଲଘୁଚାପ: ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩ା୭: ବଙ୍ଗୋପସାଗରରେ ପୁଣି ଏକ ଯୋଡ଼ା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଆଗାମୀ ୨୪ ଘଣ୍ଟା...

ବାଲେଶ୍ୱରରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲା ମମତାଙ୍କ ପାର୍ଟି

ବାଲେଶ୍ୱର,୧୩ା୭: ବାଲେଶ୍ୱର ଜିଲାର ଫକୀର ମୋହନ (ସ୍ୱୟଂଶାସିତ) କଲେଜରେ ଏକ ଦ୍ୱିତୀୟ ବର୍ଷର ଇଣ୍ଟିଗ୍ରେଟେଡ୍ ବି.ଏଡ୍ ଛାତ୍ରୀ ଶନିବାର ନିଜ ଉପରେ କିରୋସିନ ଢାଳି ନିଆଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri