ବରଗଡ଼

ଭଟଲି ବ୍ଲକ୍‌ର ୫ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷାଦେଲେ ୮୩୮ ଛାତ୍ରୀଛାତ୍ର

ଭଟଲି,୧୯ା୨(ଡି.ଏନ୍‌.ଏ.): ରାଜ୍ୟରେ ଦଶମଶ୍ରେଣୀ ବୋର୍ଡ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ବରଗଡ଼ ଜିଲା ଭଟଲି ବ୍ଲକ୍‌ର ୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ ମୁରୁମକେଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୭୯ ଛାତ୍ରୀଛାତ୍ରଙ୍କ ଲାଗି ପରୀକ୍ଷା ବ୍ୟବସ୍ଥା ହୋଇଥିବାବେଳେ ୧୭୭…

ଆବାସ ଯୋଜନାରେ ଗଫଲତି: ବିଡିଓକୁଁ ଗୁହାରି କଲେ ହକ୍‌ଦାର ହିତାଧିକାରୀ

ଜାମଟିକ୍ରା, ୧୯।୨ (ଡି.ଏନ୍‌.ଏ.)- ସରକାରୀ ଯୋଜନାର ଲାଭ୍‌ କେନ୍‌ଥେଇ ହକ୍‌ଦାର ହିତାଧିକାରୀ ପାଇପାରବେ ସେଥିରଲାଗି ରାଏଜ୍‌ ସରକାର ଅନେକ ବିଭାଗ, ଯୋଜନାକେ ୫ଟି, ମୋ ସରକାରରେ ସାମିଲ କରିଛନ୍‌। ହେଲେ କେତେ ଲଁାଚୁଆ ଅଧ୍‌କାରୀ, କରମ୍‌ଚାରୀକର ଲାଗି ଅନେକ ହକ୍‌ଦାର ହିତାଧିକାରୀ…

ଭିଜିଲାନ୍ସ ଜାଲରେ ଭେଡେନ ତହସିଲ ଅମିନ

ବରଗଡ଼ ଅଫିସ, ୧୮।୨- ବରଗଡ଼ ଜିଲା ଭେଡେନ ତହସିଲ ଅଫିସରେ କାର୍ଯ୍ୟରତ ଅମିନ ଲଲିତ ମେହେର ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ଜମି ଚିହ୍ନଟ(ଡିମାରକେଶନ) ପାଇଁ ଅଛାଣ୍ଡପାଲି ଗ୍ରାମର କ୍ଷୀରସିନ୍ଧୁ ଡାଙ୍ଗଙ୍କଠାରୁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

ମୁମୂର୍ଷୁ ଯୁବକଙ୍କୁ ଉଦ୍ଧାର କଲେ ବିଡିଓ

ବିଜେପୁର,୧୮।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ପରିସରେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ଯୁବକଙ୍କୁ ବ୍ଲକ ପ୍ରଶାସନ ମଙ୍ଗଳବାର ଉଦ୍ଧାର କରଛି। ଉକ୍ତ ଯୁବକ ଜଣକ ହେଲେ ବଡବାଉଁଶେନ ଗ୍ରାମର ବିଶ୍ବନାଥ କାଣ୍ଡ (୪୫)। ପରେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ…

ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଦାବି: ସପ୍ତାହବ୍ୟାପୀ ଧାରଣାରେ ବସିବ ବରଗଡ଼ ଏକତା ମଞ୍ଚ

ବରଗଡ଼ ଅଫିସ,୧୭।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦାବିରେ ପୁଣି ଅସନ୍ତୋଷ ପରିଲକ୍ଷିତ ହୋଇଛି। ରବିବାର ସନ୍ଧ୍ୟାରେ ବରଗଡ଼ ହସ୍ପିଟାଲ ବଞ୍ଚାଅ ଅଭିଯାନ ପକ୍ଷରୁ ଏକ ମହମବତି ଶୋଭାଯାତ୍ରା ସହର ପରିକ୍ରମା କରିଥିବା…

ସମାଜରୁ ହଜି ଯାଉଛେ ଘୁବୁକୁଡୁ ନାଚ୍‌ଗାନା

ଜାମଟିକ୍ରା, ୧୭।୨ (ଡି.ଏନ୍‌.ଏ.)- କଳା, ସଂସ୍କୃତି, ପରମ୍ପରାକେ ନେଇ ପଶ୍ଚିମ ଓଡ଼ିଶା ଦେଶ୍‌, ବିଦେଶରେ ନିଜର ଗୁଟେ ଖାସ୍‌ ପରିଚଏ ସୁରୁଷ୍‌ଟି କରିପାରିଛେ। ହେଲେ ଇ ଆଧୁନିକ୍‌ ଯୁଗ୍‌ର ବିକାଶ ଧାରାରେ ପଶ୍ଚିମ ଓଡ଼ିଶାର ଅନେକ ପୁରାତନ କଳା, ସଂସ୍କୃତି ଦିନୁଦିନ୍‌କେ…

ଜବରଦଖଲ ମୁକ୍ତ ହେଲା ଜଗନ୍ନାଥଙ୍କ ଜମି

ଅତାବିରା, ୧୬।୨ (ଡି.ଏନ.ଏ):ବରଗଡ଼ ଜିଲା ଭେଡେନ ବ୍ଲକ ଉଦେପୁର ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରର ଜମିକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ଦୀର୍ଘବର୍ଷ ହେଲା ଜବରଦଖଲ କରି ରଖିଥିଲେ। ତେବେ ଗ୍ରାମବାସୀ ଏକାଠି ହୋଇ ରବିବାର ଉକ୍ତ ଜମିକୁ ଜବରଦଖଲ ମୁକ୍ତ କରିଛନ୍ତି।…

ଜଗନ୍ନାଥ ମହାପ୍ରଭଙ୍କୁ ନାମରେ ଥିବା ଜମି ଦଖଲକଲେ ଗ୍ରାମବାସୀ: ଗାଁରେ ଚାପା ଉତ୍ତେଜନା

ଅତାବିରା,୧୬।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ଉଦେପୁର ଗ୍ରାମବାସୀଙ୍କୁ ଦୀର୍ଘବର୍ଷ ଧରି ଅନ୍ଧାରରେ ରଖି ଗ୍ରାମର ଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କ ନାମରେ ଥିବା ଜମିକୁ ଗ୍ରାମର କେତେଜଣ ବ୍ୟକ୍ତି କବ୍‌ଜା କରିଥିଲେ। ଗ୍ରାମବାସୀ ମହାପ୍ରଭୁଙ୍କ ନାମରେ ଥିବା ଏହି ଜମିକୁ…

ବିକ୍ରି ହେଲାନି ଧାନ: ରାସ୍ତା ଉପରେ ଗଦାକଲେ ଚାଷୀ

ବରଗଡ଼ ଅଫିସ,୧୨।୨: ବରଗଡ଼ ଜିଲାରେ ଏବେ ମଧ୍ୟ ଖରିଫ ଧାନ ବିକ୍ରି ସମସ୍ୟା ଦୂର ହୋଇ ପାରିନାହିଁ। ଟୋକନ ନ ମିଳିବାରୁ ଜିଲାର ଅନେକ ଚାଷୀ ସେମାନଙ୍କ ଅମଳ ଧାନକୁ ବିକ୍ରି କରିପାରିନାହାନ୍ତି। ଏହି କାରଣ ଯୋଗୁ ଜିଲାର ପଦ୍ମପୁର ଉପଖଣ୍ଡ…

ସାତ୍‌ସପନ ହେଇଛେ ପକା ରାସ୍‌ତା

ଜାମଟିକ୍ରା, ୧୨।୨ (ଡି.ଏନ୍‌.ଏ.)- ଦେଶ ସୁଆଧୀନ ହେବାର ୭୦ ବଛରନୁ ଅଧ୍‌କା ବିତିଗଲାନ। ହେଲେ ଆଏଜ୍‌ ବି ଆମର ରାଏଜେ ଏନ୍‌ତା ଗଁାଗଁଡ଼ା ଅଛେ ଯେନ୍‌କେ ଫିଦିନିଅଁା ରାସ୍‌ତା ଖଁଡ଼େ ନଁାଇଁନ। ଗଁାବାସୀ ବାରବାର ପଁଚେତ୍‌ନୁ ବ୍ଲକ ତକ୍‌ ଗୁହାରି କରି…

ଅସହାୟ ବୃଦ୍ଧଙ୍କ ମୃତଦେହ ସତ୍କାର କଲେ ସ୍ବେଚ୍ଛାସେବୀ, ବିଭିନ୍ନ ମହଲରେ ପ୍ରଶଂସା

ବରଗଡ଼ ଅଫିସ,୧୧।୨: ବରଗଡ଼ ଜୀରାନଦୀ କୂଳେ ରହିଥିବା ସ୍ବର୍ଗଦ୍ୱାରରେ ମଙ୍ଗଳବାର ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠାର ସଦସ୍ୟମାନେ ଜଣେ ଅସହାୟ ବୃଦ୍ଧଙ୍କ ମୃତଦେହ ସତ୍କାର କରିଛନ୍ତି। ପ୍ରକାଶ ଯେ, ଗତ ୮ ତାରିଖ ବଡ଼ଗଡ଼ ଟାଉନ ଥନା ପୋଲିସ ସ୍ଥାନୀୟ ନୂତନଘରୋଇ…

ଛାତ୍ରୀଛାତ୍ରଙ୍କ ସାଥିରେ ମଧ୍ୟାହ୍ନଭୋଜନ କଲେ ଜିଲାପାଳ

ବରଗଡ଼ ଅଫିସ,୧୧।୨: ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ମଙ୍ଗଳବାର ଭଟଲି ବ୍ଲକ ଅନ୍ତର୍ଗତ ଦେଉଲତୁଣ୍ଡାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଚାନକ ପରିଦର୍ଶନରେ ଯାଇଥିଲେ। ସେଠାରେ ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କୁ ଭେଟି ପାଠପଢ଼ା ସମ୍ପର୍କରେ ପଚାରି ବୁଝିଥିଲେ। ଏହା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?