କୃଷି ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲେ ଚାଷୀ
ବରଗଡ଼ ଅଫିସ,୨୩।୧: କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି କ୍ରମରେ ସାରାଦେଶରେ ଚାଷୀ ଆନ୍ଦୋଳନ ଜାରି ରହିଛି। ଦିଲ୍ଲୀରେ ଅଖିଳ ଭାରତୀୟ କିସାନ ସଂଘର୍ଷ ସମନ୍ବୟ ସମିତି ନେତୃତ୍ୱରେ ଦୁର୍ବାର ଆନ୍ଦୋଳନ ଚାଲିଛି।…
ଦୁର୍ଘଟଣାରେ ଚାଲିଗଲା ମା’, ଝିଅଙ୍କ ଜୀବନ; ବାପା ଗୁରୁତର
ବରଗଡ଼ ଅଫିସ,୨୧।୧: ବରଗଡ଼ ଜିଲା ଭେଡେନ ବ୍ଲକ ବୁର୍ଦ୍ଦା ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ ମୁହାମୁହିଁ ଧକ୍କା ହେବାରୁ ବାଇକ୍ରେ ବସିଥିବା ୩ ଜଣଙ୍କ ମଧ୍ୟରୁ ମା, ଝିଅଙ୍କ…
ଆଶାସାଥୀଙ୍କୁ ଉପେକ୍ଷା: ଜିଲାପାଳଙ୍କୁ ହେଲେ ଫେରାଦ
ବରଗଡ଼ ଅଫିସ,୧୯।୧: ଆଶାସାଥୀଙ୍କ ପ୍ରତି ରାଜ୍ୟ ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ବରଗଡ଼ ଜିଲା ଆଶାସାଥୀ ସଂଘ ମଙ୍ଗଳବାର ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଛି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ…
ମିଳିନି ବୀମା କ୍ଷତିପୂରଣ: ଜିଲାପାଳ ଅଫିସ ଆଗରେ ଧାରଣାରେ ବସିଲେ ଚାଷୀ
ବରଗଡ଼ ଅଫିସ,୧୯।୧: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା ପଞ୍ଚାୟତର ଚାଷୀମାନଙ୍କୁ ଗତ ରବିଋତୁ ଫସଲକ୍ଷତି ବୀମା କ୍ଷତିପୂରଣ ଏପର୍ଯ୍ୟନ୍ତ ମିଳି ପାରି ନାହିଁ। ଏହା ସହିତ ଉକ୍ତ ପଞ୍ଚାୟତର ୪୪ ଜଣ କ୍ଷତିଗ୍ରସ୍ତ ଚାଷୀ ଗତ ୨୦୧୯ ଖରିଫ…
ତୁଟୁନି ବିକ୍ରି ସମସ୍ୟା: ଧାନ ଗଦାକରି ରାସ୍ତା ଅବରୋଧ କଲେ ଚାଷୀ
ପଦ୍ମପୁର,୧୮।୧(ଡି.ଏନ୍.ଏ.): ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦୁଇ ମାସରୁ ଅଧିକ ସମୟ ବିତିଲାଣି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟୁନାହିଁ। ଚାଷୀମାନେ ଧାନ ବିକ୍ରି କରି ନ ଥିବାବେଳେ ବିଭିନ୍ନ ମଣ୍ଡିକୁ ବନ୍ଦ କରି ଦିଆଯାଇଛି। ଅନ୍ୟପକ୍ଷରେ ଚାଷୀଙ୍କୁ…
ସଡ଼କ ସୁରକ୍ଷା ମାସ ଆରମ୍ଭ
ବରଗଡ଼ ଅଫିସ,୧୮।୧: ରାଜ୍ୟରେ ସୋମବାରରୁ ସଡ଼କ ସୁରକ୍ଷା ମାସ ପାଳନ ଆରମ୍ଭ ହୋଇଛି। ଆସନ୍ତା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଏହା ପାଳନ କରାଯିବ। ଏହି ଅବସରରେ ବରଗଡ଼ ସହରରେ ଏକ ସଚେତନତା ପଦଯାତ୍ରା ପରିକ୍ରମା କରିଥିଲା । ଜିଲାପାଳ ଜ୍ୟୋତିରଞ୍ଜନ…
ସ୍ତ୍ରୀଙ୍କ ଆଗରେ ଚାଲିଗଲା ସ୍ବାମୀଙ୍କ ଜୀବନ
ବରଗଡ଼ ଅଫିସ୍,୧୭।୧: ବରଗଡ଼-ସୋହେଲା ରାସ୍ତା ପଥର୍ଲା ଛକ ନିକଟରେ ରବିବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍କୁ ଏକ ଟ୍ରାକ୍ଟର ଧକ୍କା ଦେବାରୁ ସ୍ତ୍ରୀଙ୍କ ଆଗରେ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଛତିଶଗଡ଼ ରାଜ୍ୟର ମୂଳ ବାସିନ୍ଦା ରାସ…
ଟାର୍ଗେଟ ଶେଷ: ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ
ବିଜେପୁର,୧୬।୧(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକରେ ଖରିଫ ଧାନ ବିକ୍ରିରେ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଟୋକନ ପାଇ ଚାଷୀ ବିକ୍ରି ପାଇଁ ଉତ୍ପାଦିତ ଧାନକୁ ମଣ୍ଡିକୁ ଆଣିଥିଲେ। ହେଲେ ସପ୍ତାହ ଅତିକ୍ରମ କଲେ ମଧ୍ୟ ଧାନ…
ବରଗଡ଼ରେ କୋଭିଡ ଟିକାକରଣ ଆରମ୍ଭ
ବରଗଡ଼ ଅଫିସ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କୋଭିଡ ଟିକାକରଣର ଶୁଭାରମ୍ଭ କରିବା ପରେ ବରଗଡ଼ ଜିଲାରେ ମଧ୍ୟ ଏହି ପ୍ରକିୟା ଆରମ୍ଭ ହୋଇଛି। ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାରେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସ୍ପି…
ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ସୁନା ଅଳଙ୍କାର
ବରଗଡ଼ ଅଫିସ,୧୫।୧: ବରଗଡ଼ ସହରସ୍ଥିତ ୫ ନଂ ଓ୍ବାର୍ଡର ସହରାପଡ଼ାରେ ଗତ ୧୨ ତାରିଖରେ ପ୍ରାୟ ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି । ବରଗଡ଼ ଟାଉନ ଥାନା ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ…
ବରଗଡ଼ରେ ପହଞ୍ଚିଲା କରୋନା ଟିକା
ବରଗଡ଼ ଅଫିସ୍,୧୩।୧: ବରଗଡ଼କୁ ବୁଧବାର ରାତ୍ରିରେ କରୋନା ଟିକା ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୭୨୫୦ ଡୋଜ୍ ଟିକା ଆସିଛି । ବରଗଡ଼ ସହରସ୍ଥିତ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ତାକୁ ସୁରକ୍ଷିତ ରଖାଯାଇଛି। ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ…
ରାସ୍ତାରେ ଧାନ ଗଦା କରି ଚାଷୀଙ୍କ ଆନ୍ଦୋଳନ
ପଦ୍ମପୁର,୧୩।୧: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ମାସ ବିତିଯାଇଛି । ତେବେ ଜିଲାର ପଦ୍ମପୁର ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଏହି ପ୍ରକ୍ରିୟା ଶୀଥିଳ ହୋଇପଡ଼ିଛି । ମଣ୍ଡିକୁ ଧାନ ଆସୁଥିବା ବେଳେ ଉଠାଣ କାର୍ଯ୍ୟ ବିଳମ୍ବିତ ହେଉଛି ।…
Archives


