ବରଗଡ଼

ବର୍ଷା ନାହିଁ, ଚାଷଜମି ଶୁଖିଲାଣି

ବରଗଡ଼/ଝାରବନ୍ଧ,୧।୯(ପ୍ରେମାନନ୍ଦ ଖମାରୀ/ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ଅଭାବିବିକ୍ରୀ ଯୋଗୁ ଚାଷୀଙ୍କୁ ବିକ୍ରିଧାନର ଉଚିତ୍‌ ମୂଲ୍ୟ ମିଳିପାରୁ ନାହିଁ ତ ଆଉକେବେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଜିଲାରେ ମରୁଡ଼ି ସ୍ଥିତି ଉପୁଜିବାରେ ଲାଗିଛି। ରାଜ୍ୟର ଭାତହାଣ୍ଡି…

ଚାଷୀଙ୍କୁ ଘାରିଲା ମରୁଡ଼ି ଚିନ୍ତା

ବରଗଡ଼,୨୯।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। ଚଳିତ ଖରିଫ ଋତୁରେ ଏପର୍ଯ୍ୟନ୍ତ ସ୍ବାଭାବିକ ପରିମାଣଠାରୁ ଜିଲାରେ କମ୍‌ ବୃଷ୍ଟିପାତ ହୋଇଛି। ଫଳରେ ଜିଲାରେ ପୁଣି ମରୁଡ଼ି ଆଶଙ୍କା ପ୍ରକାଶ ପାଇଛି। ଏଭଳି ଆଶଙ୍କା କରି ଜିଲାର ବାରପାହାଡ଼ କୃଷକ…

ଏଥର ଧାନ ବିକିବେ ୧୭, ୨୬୩ ଚାଷୀ

ଭେଡେନ,୨୮।୮(ସୁଦନ ମହାକୁର): ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଅଧୀନ ଭେଡ଼େନ ବ୍ଲକର ୫ଟି ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ଗୁଡ଼ିକରେ ଚଳିତ ଖରିଫ ଋତୁ ଧାନ ବିକ୍ରି ପାଇଁ ଶୁକ୍ରବାର ସୁଦ୍ଧା ୧୭,୨୬୩ ଜଣ ଚାଷୀ ପଞ୍ଜୀକରଣ…

୮୩୮୦ ବୋତଲ କଫ ସିରପ୍‌ ଜବତ, ୩ ଗିରଫ

ବରଗଡ଼,୨୭।୮(ପ୍ରେମାନନ୍ଦ ଖମାରୀ) ବରଗଡ଼ ପୋଲିସ କଟକର ଏକ ଗୋଦାମରେ ଚଢ଼ାଉ କରି ୮୩୮୦ ବୋତଲ କଫ ସିରପ୍‌ ଜବତ କରିଛି। ଏହାସହିତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଚୌଦ୍ୱାର ଥାନା ଚାରବାଟିଆର ସିଦ୍ଧାର୍ଥ କୁମାର ନାୟକ(୩୫), ମାଲଗୋଦାମ ଥାନା…

ନୃସିଂହନାଥ ମନ୍ଦିରରୁ ଦାନବାକ୍ସ ନେଇଗଲେ ଦୁର୍ବୃତ୍ତ

ପାଇକମାଳ,୨୪ା୮(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ନୃସିଂହନାଥ ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ରହିଥିବା ଦାନବାକ୍ସ ନେଇଯାଇଛନ୍ତି। ସେଠାରେ ଥିବା ବଡ଼ ଦାନବାକ୍ସ ଭାଙ୍ଗି ସବୁ ଟଙ୍କା ନେଇ ଯାଇଛନ୍ତି। ଚାଳଧାର ପଟେ ରହିଥିବା…

ବିଭାଗ କଲାନି, କେନାଲ ସଫାକଲେ ଚାଷୀ

ପଦ୍ମପୁର, ୨୪ା୮(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବ୍ଲକ ଅଧିନ ସାପଲହର କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ପର୍ଯ୍ୟପ୍ତ ପରିମାଣରେ ପାଣି ରହିଛି। ଗତ ୪୦ ବର୍ଷଧରି ପ୍ରକଳ୍ପ ଅଧୀନ ଚାଷୀ ଜଲକର ଦେଉଛନ୍ତି। ହେଲେ ମୁଖ୍ୟ କେନାଲ ମରାମତି କାର୍ଯ୍ୟର ଅବହେଳା…

କଫ ସିରପ ବୋଝେଇ ୨ପିକ୍‌ଅପ ଭ୍ୟାନ ଜବତ: ଟମାଟର୍‌ ସସ, ଆଚାର ଆଳରେ ହେଉଥିଲା ଚାଲାଣ

ବରଗଡ,୨୨।୮(ପ୍ରେମାନନ୍ଦ ଖମାରୀ): ବରଗଡ ଟାଉନ ଥାନା ପୋଲିସ ବେଆଇନ ଭାବେ କଫ ସିରପ ପେଉଥିବା ୨ଟି ପିକଅପ ଭ୍ୟାନକୁ ଜବତ କରିଛି। ସହରକୁ ଚାଲାଣ ହେଉଥିବା ସମୟରେ ଏକ ହୋଟେଲ ସମ୍ମୁଖରୁ ପୋଲିସ ଅଭିଯୁକ୍ତଙ୍କୁ ଘେରାଉ କରିଛି। ସୂଚନାନୁସାରେ ଓଡି୧୭ଏଏ୪୬୯୯ ଓ…

ରାସ୍ତା ଉନ୍ନତୀକରଣ ନ ହେଲେ ଭୋଟ ବର୍ଜନ

ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଧାଙ୍ଗେର ପଞ୍ଚାୟତ ଅନ୍ତର୍ଗତ ପଣ୍ଡରୀପଥର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ଧରି ରାସ୍ତା ଶୋଚନୀୟ ହୋଇପଡ଼ିଥିବା ସତ୍ତ୍ବେ ରାସ୍ତାର ଉନ୍ନତhକରଣ ପାଇଁ କିଛି ପଦକ୍ଷେପ ନିଆଯାଉନାହିଁ। ଏଭଳି ଅଭିଯୋଗ କରି ସ୍ଥାନୀୟ…

ପିକ୍‌ଅପ୍‌ ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ

ଝାରବନ୍ଧ,୨୧ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଜୁନିୟର କଲେଜର ଜଣେ ଛାତ୍ର ସୋମବାର ୟୁନିଟ୍‌ ଟେଷ୍ଟ ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତଛାତ୍ର ଜଣକ ହେଲେ ଝାରବନ୍ଧ ଥାନା ଅନ୍ତର୍ଗତ ଡୁଙ୍ଗୁରିଚଢ଼ା ଗ୍ରାମର ଖଗେଶ୍ୱର…

ରହସ୍ୟଜନକଭାବେ ଯୁବକ ନିଖୋଜ ଘଟଣା: ଝାରସୁଗଡ଼ାରୁ  ହେଲେ ଠାବ

ଅତାବିରା,୧୯।୮(ହୃଷିକେଶ ଖମାରୀ): ବରଗଡ଼ ଜିଲା ଅତାବିରା ରେଳ ଷ୍ଟେଶନକୁ ସମ୍ପର୍କୀୟଙ୍କୁ ଆଣିବାକୁ ଯାଇ ଫେରିବା ବାଟରେ ରହସ୍ୟଜନକଭାବେ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ। ଯୁବକ ଜଣକ ଭେଡେନ ଥାନା ଦେଶଭଟଲି ପଞ୍ଚାୟତ ବିଶିପାଲି ଆନ୍ଧ୍ରପଡାର ବି. ହରିକ୍ରିଷ୍ଣା। ତେବେ ଶନିବାର ତାଙ୍କୁ…

ବରଗଡ଼ରେ ହେବ ୩ ନୂଆ ବୃହତ ସେତୁ: ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୮(ଅସମାପିକା ସାହୁ): ବରଗଡ଼ ଜିଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା…

ପୂର୍ବତନ ବିଧାୟକ କୁମର ବେହେରାଙ୍କ ପରଲୋକ

ବରଗଡ଼,୧୧।୮(ପ୍ରୋମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କୁମର ବେହେରାଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ତାଙ୍କ ପରଲୋକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?