କାଲିଠୁ ଆରମ୍ଭ ଧନୁଯାତ୍ରା: ଚାଲିବ କଂସ ମହାରାଜାଙ୍କ ଶାସନ

ବରଗଡ଼,୧୪।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାରରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ହେବ ଏବଂ ଏହି ସମୟ ଅବଧିରେ ବରଗଡ଼ରେ କଂସ ରାଜୁତି ଚାଲିବ। ବରଗଡ଼ ସହର ମଥୁରାନଗରୀ ଏବଂ ଅମ୍ବାପାଲି ଗୋପପୁର ପାଲଟିବ। କଳାକାରଙ୍କ ପୂର୍ବାଭ୍ୟାସ ଶେଷ ହୋଇଥିବା ବେଳେ ମାହୁନ୍ତଙ୍କ ସହିତ ହାଟି, ୫ ଘୋଡ଼ା ଏବଂ ୪ଟି ଓଟ ପହଞ୍ଚି ସାରିଛନ୍ତି ।

ସେହିପରି ବରଗଡ଼ ଏବଂ ଅମ୍ବାପାଲି ମଧ୍ୟରେ ପ୍ରବାହିତ ଜୀରାନଦୀ ଯମୁନା ନଦୀ ହେବ। ମଥୁରାନଗରୀର ୧୫ ଏବଂ ଗୋପପୁରର ୯ଟି ଖୋଲାମଞ୍ଚରେ ଧନୁଯାତ୍ରା ଦୃଶ୍ୟାଭିନୟ ଅଭିନୀତ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଯାଇଛି। ବରଗଡ଼ ହାଟପଦାରେ ରାଜ ଦରବାର ଏବଂ ସ୍ଥାନୀୟ ନିଶାମଣି ସ୍କୁଲ ସମ୍ମୁଖ ସୁଦୃଶ୍ୟ ଲୋକମଣ୍ଡପ ପଡ଼ିଆରେ ରଙ୍ଗମହଲ ମଞ୍ଚ ପ୍ରସ୍ତୁତ ହୋଇସାରିଛି । ବିଗତବର୍ଷ ଭଳି ଏଥର ମଧ୍ୟ ହାଟପଦା ମଞ୍ଚରେ ମହୋତ୍ସବର ପ୍ରଥମ ୭ଦିନ ପାଇଁ ରାଜ ଦରବାର ଏବଂ ଶେଷ ୪ଦିନ ପାଇଁ ରଙ୍ଗ ମହଲ ଦୃଶ୍ୟାଭିନୟ ଅଭିନୀତ ହେବ। ସେହିପରି ଅନ୍ତିମ ୪ଦିନ ନିଶାମଣି ହାଇସ୍କୁଲ ସମ୍ମୁଖ ଲୋକ ମଣ୍ଡପ ପଡ଼ିଆ ରାଜ ଦରବାର ସାଜିବ। ତେବେ ସୋମବାରରୁ ମଥୁରାନଗରୀ ଏବଂ ବୁଧବାରରୁ ଗୋପପୁର ଦୃଶ୍ୟାଭିନୟ ଅଭିନୀତ ହେବ।
ପରମ୍ପରା ଦୃଷ୍ଟିରୁ ଅନ୍ୟବର୍ଷ ଭଳି ଏଥର ମଧ୍ୟ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସୋମବାର ସନ୍ଧ୍ୟା ୭ଟାରେ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୨ଟାରୁ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀଛକ କଲ୍ୟାଣ ମଣ୍ଡପରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହିତ ତଳିପଡ଼ା ସମଲେଶ୍ୱରୀ ମନ୍ଦିର ଅଭିମୁଖେ ଯିବ । ସେଠାରୁ ଶୋଭାଯାତ୍ରା ପୁଣି ହାଟପଦାସ୍ଥିତ ରାଜ ଦରବାରକୁ ଯିବ ଏବଂ ଉଦଘାଟନ ପରେ ଧନୁଯାତ୍ରା ଦୃଶ୍ୟାଭିନୟ ଆରମ୍ଭ ହେବ । ତେବେ ଏଥର ରାଜ ମହଲ ପରିବର୍ତ୍ତନ ହୋଇଛି । ଦୀର୍ଘବର୍ଷ ଧରି ମାରୱାଡ଼ି ଧର୍ମଶାଳା ଧନୁଯାତ୍ରା ସମୟରେ ରାଜ ମହଲ ହେଉଥିଲା । ସେଠାରେ କଂସଙ୍କ ସମେତ ଅନ୍ୟ ପାର୍ଶ୍ୱ କଳାକାର ରହୁଥିଲେ ଏବଂ ବେଶଭୂଷା ହୋଇ ଦୃଶ୍ୟାଭିନୟ ପାଇଁ ମଞ୍ଚ ଅଭିମୁଖେ ବାହାରୁଥିଲେ । କିନ୍ତୁ ଏଥର ସ୍ଥାନୀୟ ଲମ୍ବା ବିଲଡ଼ିଂ ରାସ୍ତାପାର୍ଶ୍ୱରେ ରହିଥିବା ଜି.ଡ଼ି ଗୋୟଲ ଧର୍ମଶାଳା ରାଜ ମହଲ ପାଲଟିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri