ବରଗଡ଼

ମଣ୍ଡିରୁ ଉଠୁନି ଧାନ,ତାତିଲେ ଚାଷୀ

ବରଗଡ଼,୩୧।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନବିକ୍ରି ସମସ୍ୟା ଅସମାହିତ ହୋଇ ରହିଛି। ଚାଷୀମାନେ ମଣ୍ଡିକୁ ଧାନ ଆଣୁଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଚାଷୀଙ୍କ ଧାନ ଉଠାଯାଉନାହିଁ। କେତେବେଳେ ଟୋକନ କଟକଣା ତ ଆଉ କେବେ ଧାନର ଗୁଣମାନ ଆଳ କରାଯାଉଛି। ଅନ୍ୟପଟେ…

ବିକ୍ରି ହୋଇପାରୁନି ଧାନ, ପାଠପଢା ଛାଡ଼ି ଧାରଣାରେ ବସିଲେ ମାଟ୍ରିକ ଛାତ୍ର

ବରଗଡ଼,୩୦।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ କୃଷିପ୍ରଧାନ ଜିଲା। କୃଷି ହିଁ ଜିଲାବାସୀଙ୍କ ଜୀବନ ଜୀବିକା। କୃଷିକ୍ଷେତ୍ରରେ ବାଧା ଉପୁଜିଲେ ଜିଲାବାସୀଙ୍କ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଥାଏ। ଏଭଳି ଏକ ନିଚ୍ଛକ ଦୃଶ୍ୟ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଦେଖିବାକୁ ମିଳିଛି। ସୋହେଲା…

ମଣ୍ଡିରୁ ଉଠୁନି ଧାନ, ଜିଲାପାଳଙ୍କ ଅଫିସ ଆଗରେ ଚାଷୀଙ୍କ ଧାରଣା

ବରଗଡ଼,୩୦ା୧୨(ପ୍ରେମାନନ୍ଦ ଖମାରୀ: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୫ସପ୍ତାହରୁ ଅଧିକ ସମୟ ବିତି ଯାଇଛି। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖାଯାଇଥିବା ସମସ୍ୟା ଅସମାହିତ ହୋଇ ରହିଯାଇଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। କିନ୍ତୁ ମଣ୍ଡିରୁ…

ରିହର୍ସାଲରୁ ଦୃଶ୍ୟାଭିନୟ ଝଲକ

ବରଗଡ଼,୩୦।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ୫ ଦିନ ବାକି ରହିଲା। ମହୋତ୍ସବକୁ ଉପଭୋଗ କରିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦୀପନା ଦେଖାଯାଇଛି। ସେହିପରି କଳାକାରମାନେ ମଧ୍ୟ ଅନ୍ୟବର୍ଷ ତୁଳନାରେ ଏଥର ନିଖୁଣ…

ଧାନ କିଣାବିକାରେ ଚାଲିଛି ଫଲ୍ସ ଏଣ୍ଟ୍ରି, ଚାଷୀଙ୍କୁ ମିଳୁନି ବିକ୍ରିଧାନର ଉଚିତ ପ୍ରାପ୍ୟ

ବରଗଡ଼,୨9।୧୨(ପ୍ରେମାନନ୍ଦ ଖମାରୀ): ଆଉ ୩ଦିନ ପରେ ନବବର୍ଷ ପାଦ ଥାପିବ। ଜାନୁୟାରୀ ପହିଲାରୁ ହୀରାକୁଦ ଜଳଭଣ୍ଡାରରୁ କେନାଲକୁ ପାଣି ଛାଡ଼ିବ। ପାଣି ଆସିଲେ ଚାଷୀମାନେ ରବି ଚାଷକାର୍ଯ୍ୟ ଆରମ୍ଭ କରିବେ। କିନ୍ତୁ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ଖରିଫ୍‌ରେ ଅମଳ ଧାନ…

ମେଧାବୀ ଛାତ୍ରୀଙ୍କୁ ସହାୟତା

ବରଗଡ଼,୨୮।୧୨(ପ୍ରେମାନନ୍ଦ ଖମାରୀ): କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଦାଶରୀ ମୁରଲୀ କ୍ରିଷ୍ଣା ମେଧାବୀ ଛାତ୍ରୀ ସୁମିତ୍ରା କରନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଶୁଭକାମନା ଜଣାଇଛନ୍ତି। ପ୍ରକାଶଥାଉକି, ବରଗଡ଼ ଜିଲା ବାଞ୍ଜିବାହାଲି ଗ୍ରାମର ଦୁର୍ଯ୍ୟୋଧନ କରନଙ୍କ ଝିଅ ସୁମିତ୍ରା ସର୍ବଭାରତୀୟ…

ବିଶ୍ୱ ପ୍ରସିଦ୍ଧ ବରଗଡ଼ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ୧ କୋଟିକୁ ବୃଦ୍ଧି

ବରଗଡ଼,୨୮।୧୨: ବରଗଡ଼ ବିଶ୍ୱ ପ୍ରସିଦ୍ଧ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ବଢ଼ିଛି। ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର ୧ କୋଟିକୁ ବୃଦ୍ଧି କରିଛନ୍ତି। ଏହାଛଡ଼ା ପ୍ରମୁଖ ୧୭୦ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା…

ହଟୁନି ଜବରଦଖଲ, ଚାଲିଛି ବେଆଇନ ପାର୍କିଂ

ବରଗଡ଼,୨୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଲେଙ୍ଗୁ ମିଶ୍ର ଛକଠାରୁ ଜିରା ବ୍ରିଜ୍‌ ରାସ୍ତାପାର୍ଶ୍ୱ ଜବରଦଖଲ ହଟାଇବାକୁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଉଚ୍ଚ ନ୍ୟାୟାଳୟ ମଧ୍ୟ ଉଚ୍ଛେଦ ସପକ୍ଷରେ ରାୟ ଦେଇଛନ୍ତି। ଏଭଳି ସ୍ଥଳେ ପ୍ରଶାସନ ସମ୍ପୃକ୍ତ ଜବରଦଖଲକୁ ଉଚ୍ଛେଦ କରିବା ବଦଳରେ…

ବୁଲଡୋଜରକୁ ଚଢ଼ି ବୃଦ୍ଧାଙ୍କ ପ୍ରତିବାଦ: ଅଧାରୁ ଅଟକିଲା ଉଚ୍ଛେଦ ପ୍ରକ୍ରିୟା

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପ୍ରଶାସନ ପକ୍ଷରୁ ଗୁରୁବାର ସ୍ଥାନୀୟ ୱାର୍ଡ଼ ନଂ-୧୭ ଜୀରାନଦୀ କୂଳ ବୃନ୍ଦାବନ ପଡ଼ିଆ ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା। ଉଚ୍ଛେଦରେ ପ୍ରଭାବିତ ପରିବାର ଏବଂ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ପରେ ଉଚ୍ଛେଦ ପ୍ରକ୍ରିୟା…

ବିକଶିତ ଭାରତ ପାଇଁ ସମସ୍ତେ ଧର୍ମପଦ ହେବା: ରାଜସ୍ବ ମନ୍ତ୍ରୀ

ବରଗଡ଼,୨୬।୧୨(ପ୍ରେମାନନ୍ଦ ଖମାରୀ):ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏକଶହତମ ଜନ୍ମ ଜୟନ୍ତୀ ଅବସରରେ ବୁଧବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଜିଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ…

ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ଯୋଗାଇବାକୁ ଉଠାଜଳସେଚନ ପ୍ରକଳ୍ପ ଯୋଜନାରେ ଗଭୀର ନଳକୂପ ଖୋଳାଯାଇଛି। ମାତ୍ର ଜିଲାର ଅନେକ ସ୍ଥାନରେ ଖୋଳାଯାଇଥିବା ଗଭୀର ନଳକୂପଗୁଡ଼ିକୁ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଫଳରେ ଯେଉଁ ଆଶା ନେଇ ଚାଷୀମାନେ…

୩୩ ଦିନ ଚାଲିବ ରେଡ୍‌ ଡ୍ରପ୍‌ ମାରାଥନ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ର ସ୍ବେଚ୍ଛାସେବୀ ସଙ୍ଗଠନ ନିଷ୍ଠା ପରିବାର ପକ୍ଷରୁ ୨୦୨୫ ଜାନୁୟାରୀ ୧ତାରିଖରୁ ଫେବୃୟାରୀ ୨ତାରିଖ ପର୍ଯ୍ୟନ୍ତ ୩୩ ଦିନ ଧରି ରେଡ୍‌ ଡ୍ରପ୍‌ ମାରାଥନ୍‌ କରାଯିବ। ଜିଲାର ବିଭିନ୍ନ ସ୍ଥାନରେ ଶିବିର କରାଯାଇ ରକ୍ତ ସଂଗ୍ରହ କରାଯିବ ବୋଲି ସୋମବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri