ଆଜିଠୁ ଧାନକିଣା, ଚାଷୀଙ୍କୁ ଟୋକନ୍‌ ଅଡୁଆ

ବରଗଡ଼,୧୪।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ବୁଧବାରରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଧାନ ସଂଗ୍ରହ ପାଇଁ ଏଥର ଜିଲାର ବରଗଡ଼, ଅତାବିରା ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧିନରେ ୧୮୮ ମଣ୍ଡି ଖୋଲିବ। ମଣ୍ଡି ଗୁଡ଼ିକ ସପ୍ତାହକ ୬ଦିନ ଖୋଲା ରହିବ ଏବଂ ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମଣ୍ଡିରେ ଧାନ ସଂଗୃହୀତ ହେବ। ତେବେ ଅନ୍ୟଥର ଭଳି ଏଥର ମଧ୍ୟ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀଙ୍କୁ ଟୋକନ ଅଡୁଆ ସାଜଛି। ଜିଲାରେ ଧାନ ଅମଳ କରିଥିବା ଅନେକ ଚାଷୀଙ୍କ ପାଖକୁ ବର୍ତ୍ତମାନ ସୁଦ୍ଧା ଟୋକନ ପହଞ୍ଚି ପାରି ନାହିଁ। ଯେଉଁମାନଙ୍କୁ ଟୋକନ ମିଳିଛି, ସେଥିମଧ୍ୟରୁ ଅଧିକାଂଶରେ ଧାନବିକ୍ରି ଦିବସ ବିଳମ୍ବିତ ରହିଛି। ସେହିପରି ଧାନ ଅମଳ କରି ନଥିବା ଚାଷୀଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ଆଗୁଆ ରହିଛି। ଏହା ସହିତ ଜମି ପରିମାଣ ତୁଳନାରେ ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ମଧ୍ୟ ଯଥେଷ୍ଟ କମ୍‌ ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଜିଲାର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ମଙ୍ଗଳବାର ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଟୋକନ ସମସ୍ୟାର ତ୍ୱରିତ୍‌ ସମାଧାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣାରେ ବସିଥିଲେ। ପରେ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଉଦ୍ଦେଶ୍ୟରେ ସେମାନେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଏବଂ ଏହି ସମସ୍ୟାର ତ୍ୱରିତ୍‌ ସମଧାନ ପାଇଁ ଦାବି କରିଛନ୍ତି। ଏହାର ସମାଧାନ ନ ହେଲେ ବଳକା ଧାନ ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଦା କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ସମବାୟ ଉପନିବନ୍ଧକ(ଡିଆରସିଏସ୍‌) ଅତୁଲ ଦାଶ ସୂଚନା ପାଇ ଚାଷୀମାନଙ୍କୁ ନିଜ କାର୍ଯ୍ୟାଳୟକୁ ଡାକିଥିଲେ ଏବଂ ଏହି ସମସ୍ୟା ଉପରେ ଆଲୋଚନା କରିଥିଲେ। ସମବାୟ ସମିତି ଗୁଡ଼ିକ ଜରିଆରେ ନୂତନ ଅଭିଯୋଗ ଫର୍ମ ମାଧ୍ୟମରେ ଆସନ୍ତା ୧୬ତାରିଖ ସୁଦ୍ଧା ଧାନବିକ୍ରିରୁ ବଞ୍ଚିତ ଚାଷୀଙ୍କୁ ଆଉଥରେ ସୁବିଧା ଦେବାର ନିଷ୍ପତ୍ତି ହୋଇଛି ବୋଲି ସେ ସୂଚନା ଦେଇଥିଲେ। ଫଳରେ ସେଭଳି କ୍ଷେତ୍ରରେ ଚାଷୀମାନେ ଉଦ୍ଦିଷ୍ଟ ସ୍ବତନ୍ତ୍ର ଅଭିଯୋଗ ଫର୍ମ ମାଧ୍ୟମରେ ଆବେଦନ କରିବାକୁ ଡିଆର୍‌ସିଏସ୍‌ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ରବିଧାନ ସଂଗ୍ରହ ପାଇଁ ଜିଲାର ୯୨ହଜାର ୫୦୦ ଚାଷୀ ଆବଶ୍ୟକ କାଗଜାତ୍‌ ଦେଇ ଚାଷଜମି ପଞ୍ଜୀକରଣ କରିଥିଲେ। ରାଜସ୍ବ ନିରୀକ୍ଷକ ଏବଂ ସାଟେଲାଇଟ୍‌ ସର୍ଭେ ପରେ ବର୍ତ୍ତମାନ ସୁଦ୍ଧା ୯୦ହଜାର ୯୦୦ଚାଷୀଙ୍କୁ ଧାନବିକ୍ରି ପାଇଁ ଟୋକନ ମିଳିଛି। କିନ୍ତୁ ଟୋକନରେ ଉଲ୍ଲେଖିତ ଜମି ପରିମାଣ, ବିକ୍ରିଯୋଗ୍ୟ ଧାନ ପରିମାଣ ହ୍ରାସ, ନିର୍ଦ୍ଧାରୀତ ବିକ୍ରି ଦିବସ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ପଞ୍ଜୀକରଣ ସମୟରେ ଚାଷୀମାନେ ଉଦ୍ଦିଷ୍ଟ ଆବେଦନ ଫର୍ମରେ ସମ୍ଭାବ୍ୟ ବିକ୍ରି ଦିବସ ତାରିଖ ଉଲ୍ଲେଖ କରୁଛନ୍ତି। କିନ୍ତୁ ତାକୁ ଅଣଦେଖା କରାଯାଇ ବିଭାଗୀୟ କର୍ମଚାରୀମାନେ ନିଜ ମନଇଚ୍ଛା ଟୋକନରେ ବିକ୍ରି ଦିବସ ଏବଂ ଜମି ପରିମାଣ ଉଲ୍ଲେଖ କରୁଥିବା ଯୋଗୁ ଧାନବିକ୍ରି ସମୟରେ ଚାଷୀମାନଙ୍କୁ ସେଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଅଭିଯୋଗ ହୋଇଛି। ପ୍ରତିବର୍ଷ ଏହି ସମସ୍ୟା ଲାଗି ରହୁଥିବାବେଳେ ତାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ଯାଏ ବିଫଳତା ପରୋକ୍ଷରେ ଅଭାବିବିକ୍ରିର ସୁଯୋଗ ସୃଷ୍ଟି କରୁଛି ଏବଂ ତଥାକଥିତ ବେପାରୀ, ମିଲର୍ସମାନେ ଫାଇଦା ଉଠାଉଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳି ସମସ୍ୟା ଯୋଗୁ ଚାଷୀମାନେ ଧାନ ଅମଳ କରିଥିଲେ ସୁଦ୍ଧା ବିକ୍ରି ବିଳମ୍ବିତ ହେବ। ଅନ୍ୟପଟେ ଧାନ ସୁରକ୍ଷିତ ରଖିବା ପାଇଁ ଚାଷୀଙ୍କ ପାଖରେ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ନାହିଁ। ଫଳରେ ସମ୍ଭାବ୍ୟ ଝଡ଼ବର୍ଷାରେ ଚାଷୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥିବାବେଳେ ଅନନ୍ୟୋପାୟ ହୋଇ ଶେଷରେ ବେପାରୀ ହାତକୁ କମ୍‌ ଦରରେ ନିଜ କଷ୍ଟୋପାର୍ଜିତ ଅମଳ ଧାନ ବିକ୍ରି ପାଇଁ ବାଧ୍ୟ ହେବ ବୋଲି ଚାଷୀନେତା ଏକାଦଶିଆ ସାହୁ କହିଛନ୍ତି। ସେହିପରି ମଣ୍ଡିରେ ଧାନ ପଡ଼ିବାର ୪୮ଘଣ୍ଟା ମଧ୍ୟରେ ତାକୁ ଉଠାଯିବା ପାଇଁ ଭେଡ଼େନ କୃଷକ ସଂଗଠନ ଦାବି କରିଛନ୍ତି। ଏହା କରା ନଗଲେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦିଆଯାଇଛି। ଟୋକନ ଏବଂ ଧାନବିକ୍ରି ସମସ୍ୟା ନେଇ ସଂଯୁକ୍ତ କୃଷକ ସଙ୍ଗଠଡନର ଉପଦେଷ୍ଟା ରମେଶ ମହାପାତ୍ରଙ୍କ ନେତୃତ୍ୱରେ ସୁରେଶ ନେକାଣ୍ଟି, ନିରଞ୍ଜନ ପ୍ରଧାନ, ରବିଶଙ୍କର ପ୍ରଧାନ, ଲୋକେଶ୍ୱର ସାହୁ, ଏକାଦଶିଆ ନାୟକ, ପ୍ରକାଶ ଭୋଇ, ଆନନ୍ଦ ସରାଫଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?