ପୋଖରୀରେ ପଡ଼ି ଶିଶୁପୁତ୍ର ମୃତ
ସୋର,୧୮।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ସୋର ଥାନା ମଧୁସୂଦନପୁର ପଞ୍ଚାୟତର କୁରୁଣିଆ ଗ୍ରାମର ମାମୁଁ ରମାକାନ୍ତ ମହାକୁଡ଼ଙ୍କ ଘରକୁ ବୁଲିବାକୁ ଆସି ୩ବର୍ଷର ଶିଶୁପୁତ୍ର ପୋଖରୀରେ ପଡ଼ି ମୃତ୍ୟୁ ଘଟିଛି। ସୋର ଥାନା ଅନ୍ତର୍ଗତ ସାଉଡ଼ ଗ୍ରାମର ନିରାକାର ନାୟକଙ୍କ ପୁଅ ଜଗନ।…
କୁପାରୀରେ ମିଶନଶକ୍ତି ସମାବେଶ
ଖଇରା,୧୮।୪(ଡି.ଏନ.ଏ.)- ନବୀନ ସରକାର କ୍ଷମତାକୁ ଆସିବା ପରେ ସ୍ବୟଂସହାୟିକା ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି। ସେମାନଙ୍କ ଆର୍ଥୀକ ଓ ସାମାଜିକ ବିକାଶ ହେବା ସହିତ ଦେଶର ଅଭିବୃଦ୍ଧିରେ ସେମାନଙ୍କର ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ। ଓଡିଶା ଜୀବିକା ମିଶନ ମାଧ୍ୟମରେ ସରକାର…
ଏଥର ଟୁସୁ କନିଆ, ଶଙ୍କର ବର: ମେ ୨୯ରୁ ଜୁନ ୨ ତାରିଖ ଯାଏ ବାହାଘର
ବାଲେଶ୍ୱର ଅଫିସ,୧୮।୪- ବାଲେଶ୍ୱରରେ ପ୍ରତିବର୍ଷ ପାଳିତ ହେଉଥିବା ଜଉକଣ୍ଢେଇ ବାହାଘର ଲୋକକଳା ଓ ସଂସ୍କୃତି, ଲୋକକଥା, ଲୋକସାହିତ୍ୟ ପରମ୍ପରାରେ ଏକ ଅଦ୍ୱିତୀୟ ଲୋକପର୍ବର ମାନ୍ୟତା ଲାଭ କରିଛି। । କେବଳ ଓଡି଼ଶାରେ ନୁହେଁ, ସାରା ଭାରତରେ ଏଭଳି ଉତ୍ସବ ପାଳନ ବିରଳ।…
ଏଟିଏମ୍ ସୁରକ୍ଷା କର୍ମୀଙ୍କ ମୃତ୍ୟୁ: ଅଂଶୁଘାତ ସନ୍ଦେହ
ଧାମନଗର, ୧୭।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଅର୍ଜୁନପୁର ଗ୍ରାମର ପ୍ରହଲ୍ଲାଦ ରାଉତଙ୍କ ପୁଅ ଇନ୍ଦ୍ରଜିତ(୩୩)ଙ୍କର ବୁଧବାର ସକାଳେ ମୃତ୍ୟୁ ଘଟିଛି। ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଇନ୍ଦ୍ରଜିତ୍ ଏଟିଏମ୍ ଟଙ୍କା ଭରା ଗାଡ଼ିରେ…
ଶକ୍ତିପ୍ରଦର୍ଶନ କଲା ବିଜେଡି
ଭୁବନ, ୧୭।୪(ଡି.ଏନ୍.ଏ.)-ଭୁବନ ଏନ୍ଏସିରେ ବୁଧବାର ବିଜେଡି ଶକ୍ତିପ୍ରଦର୍ଶନ କରିଛି। ଶତାଧିକ କର୍ମୀ ଏନ୍ଏସିରେ ଶୋଭାଯାତ୍ରା କରି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପାଇଁ ଭୋଟଭିକ୍ଷା କରିଥିଲେ। ପ୍ରାରମ୍ଭରେ ବିଜେଡି କାର୍ଯ୍ୟାଳୟରେ ନିର୍ବାଚନୀ ସଭା ହୋଇଥିଲା। ଏହାପରେ…
ବିଜେଡି ବିଧାୟକ ପ୍ରାର୍ଥୀ ଓ ଏମ୍ପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ
ପାଟଣା,୧୭।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡା ହାଇସ୍କୁଲ ପଡ଼ିଆରେ ବୁଧବାର ପୂର୍ବାହ୍ନରେ ଏକ ବିଶାଳ ଜନସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେଇ ୧୫ହଜାର ଊର୍ଦ୍ଧ୍ୱ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହାପରେ ସେ…
କାଳିଆ ଯୋଜନା ବନ୍ଦ ପାଇଁ ହୀନଚକ୍ରାନ୍ତ : ମୁଖ୍ୟମନ୍ତ୍ରୀ
ଠାକୁରମୁଣ୍ଡା,୧୭ା୪(ଡି.ଏନ୍.ଏ.): କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀର ଠାକୁରମୁଣ୍ଡା ପଣସଡିହା ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଏମ୍ପି ଓ ବିଧାୟିକା ପ୍ରାର୍ଥତ୍ନୀଙ୍କୁ ଭୋଟ୍ ଦେଇ ବିଜୟୀ କରିବାକୁ ଅନୁରୋଧ କରିଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଆସି ବୁଧବାର…
ସ୍ବାମୀଙ୍କୁ ପଥରରେ ଛେଚି ମାରିଦେଲେ ସ୍ତ୍ରୀ
କପ୍ତିପଦା, ୧୭।୪(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ମଝିଗାଡ଼ିଆ ପଞ୍ଚାୟତ ମହୁଲପଙ୍ଖା ଗାଁରେ ଜଣେ ମହିଳା ମଙ୍ଗଳବାର ରାତିରେ ତାଙ୍କ ସ୍ବାମୀଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି। ମୃତକ ହେଲେ ଟୁନା ବେସ୍ରା। ତାଙ୍କ ଅଭିଯୁକ୍ତ ସ୍ତ୍ରୀ ହେଲେ ଚମ୍ପା।…
ରେଳ ଧାରଣାରୁ ଯୁବକ, ମହିଳାଙ୍କ ମୃତଦେହ ଉଦ୍ଧାର
ବ୍ରହ୍ମପୁର ଅଫିସ,୧୭ା୪-ରେଳବାଇ ପୋଲିସ ସ୍ଥାନୀୟ ନାରୀ ସେବା ସଦନ ନିକଟ ରେଳ ଧାରଣାରୁ ମଙ୍ଗଳବାର ସକାଳେ ଜଣେ ଯୁବକ ଓ ଜଣେ ମହିଳାଙ୍କ ମୃତଦେହ ଜବତ କରିଥିଲା। ସେଠାରୁ ମିଳିଥିବା ମୋବାଇଲ ଫୋନରୁ ଯୁବକଙ୍କ ପରିବାର ସହ ପୋଲିସ ଯୋଗାଯୋଗ କରିଥିଲା।…
ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ୭ ଗିରଫ
ଗୋପାଳପୁର/କନିଷି,୧୭ା୪(ଡି.ଏନ.ଏ.)-ଗୋଳନ୍ଥରା ଥାନା ପୋଲିସ ସୋମବାର ରାତିରେ ଏକ ବ୍ୟାଙ୍କରୁ ଡକାୟତି ଯୋଜନା କରୁଥିବା ୭ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୁନା ବେହେରା, ସୁରଜ ପରିଡା, ତୋଫାନ ଦାସ, ଲିଲୁ ଦଳେଇ, ଅମର କୁମାର ଦଳେଇ, ବିକ୍ରମ ଦାସ ଓ…
କଂଗ୍ରେସ କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ
ହାଟଡିହୀ,୧୭।୪(ଡି.ଏନ.ଏ.): ଆନନ୍ଦପୁର ନିର୍ବାଚନମଣ୍ଡଳୀ ହାଟଡିହୀ ବ୍ଲକ ୩୭ ନଂ ଜୋନ୍ର ସଡ଼ଙ୍ଗଠାରେ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ କଂଗ୍ରେସର ବରିଷ୍ଠ ନେତା ଶିଳ୍ପପତି ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆୟୋଜିତ…
ପାହାଡ଼ ଉପରେ ବିତୁଛି ଜୀବନ
ଝୁମ୍ପୁରା, ୧୭।୪(ଡି.ଏନ୍.ଏ.): କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ତଥା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ପାହାଡ଼ ଉପରେ ଥିବା ୩ ଗାଁ କନକନା, ହରିଡ଼ାଯୋଡ଼ି, ଦେଓଝରକୁ ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଏ ନେଇ ଲୋକେ ଚଳିତ ନିର୍ବାଚନରେ…

