ଅବାଧ, ନିରପେକ୍ଷ ନିର୍ବାଚନ ପାଇଁ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ୱର ଅଫିସ, ୨୦।୪-ବାଲେଶ୍ୱର ସହର ଆଇଟିଆଇ ସ୍ଥିତ ଏକ ଘରୋଇ ସମ୍ମିଳନୀ କକ୍ଷରେ ମାନବାଧିକାର ଇଲେକ୍ସନ ୱାଚ୍‌ କମିଟି ପକ୍ଷରୁ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଛି।
ମାନବାଧିକାର ଇଲେକ୍ସନ ୱାଚ୍‌ କମିଟି ବାଲେଶ୍ୱର ଗସ୍ତ କରି ବିନା ଭୟ, ଭ୍ରାନ୍ତି, କୌଣସି ଚାପର ବଶବର୍ତ୍ତୀ ନ ହୋଇ ଜାତି, ଧର୍ମ, ବର୍ଗ, ଲିଙ୍ଗ ସଙ୍କୀର୍ଣ୍ଣତାରୁ ଊର୍ଦ୍ଧ୍ୱରେ ରହି ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରି ମତଦାନ କରିବା ଲାଗି ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ସଙ୍ଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ଅଭିନ୍ନ ହୋତା କହିଥିଲେ, ଚଳିତ ନିର୍ବାଚନରେ କଳାଟଙ୍କା, ମଦ ଓ ଗୁଣ୍ଡାଗର୍ଦିକୁ ରୋକିବା ପାଇଁ ସାରା ରାଜ୍ୟରେ ୧୫୦୦ ମାନବାଧିକାର କର୍ମୀ ନିୟୋଜିତ ହୋଇଛନ୍ତି। ବାଲେଶ୍ୱର ଜିଲାର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ନିର୍ବାଚନକୁ ଖୁବ୍‌ ପାଖରୁ ନିରୀକ୍ଷଣ କରୁଛନ୍ତି। ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନକୁ ନିବର୍ର୍ାଚନ କମିଶନରଙ୍କୁ ଅବଗତ କରାଉଛନ୍ତି। ସୁସ୍ଥ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଏହା ଆମର ପ୍ରୟାସ ବୋଲି କମିଟି ରାଜ୍ୟ ଉପାଧ୍ୟକ୍ଷ ତଥା ଢ଼େଙ୍କାନାଳ, ଅନୁଗୋଳ ଜିଲାର ସଭାପତି ରାମଚନ୍ଦ୍ର ରାଉତରାୟ ମତବ୍ୟକ୍ତ କରିଛନ୍ତି। ଇଲେକ୍ସନ ୱାଚ୍‌ କମିଟିର ରାଜ୍ୟ ଉପ-ସଭାପତି ଦେବବ୍ରତ ପାଣିଗ୍ରାହୀ ଓ ଜିଲାସଭାପତି ସଂଘମିତ୍ରା ମହାନ୍ତି, ଖୋର୍ଦ୍ଧା ଜିଲା ସଂଯୋଜିକା କୁମାରୀ ସ୍ବର୍ଣ୍ଣଲତା ସାହୁ, ସଦସ୍ୟା ଶର୍ମିଷ୍ଠା ଦାସ, ଜ୍ୟୋତିରଞ୍ଜନ ଦାସ, ଲଲିତ କୁମାର ପାଣିଗ୍ରାହୀ, ପ୍ରିୟରଞ୍ଜନ ମହାନ୍ତି, ଅଲିଭା ଦାସ, ହରିଶ୍‌ ଚନ୍ଦ୍ର ରାଜ, ଉର୍ମିଳା ଦାସ, ସୁପ୍ରଭା ଦାସ, ପ୍ରଶାନ୍ତ ପଣ୍ଡା, ଚିନ୍ମୟ ବିଶ୍ୱାଳ, ଏସ୍‌.କେ. ହମିଦ୍‌ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ…

ଭୋଗରାଇ,୪ା୭(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟାଙ୍କ ମ୍ୟାନେଜର…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri