ପାନ ଦୋକାନୀ ହତ୍ୟା ଘଟଣା: ଜଣେ ଯୁବତୀଙ୍କ ସମେତ ୨ ଗିରଫ

ରେମୁଣା, ୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ନୂଆଗଁାସ୍ଥିତ ସାଆନ୍ତା ଛକରେ ପାନ ଦୋକାନୀ ହତ୍ୟା ଘଟଣାର ୧୦ଦିନ ପରେ ପୋଲିସ ଜଣେ ଯୁବତୀଙ୍କ ସମେତ ୨ଜଣଙ୍କୁ ଗିରଫ କରିଛି। ଇଟାଭାଟି ମ୍ୟାନେଜର ପଣପଣାର ପ୍ରଣବ ସ (୩୫) ଏବଂ ଭାଟିରେ କାମ କରୁଥିବା ଜଣେ ଯୁବତୀ ନିନି ବେହେରା (୩୦) ଗିରଫ ହୋଇଛନ୍ତି ା

ଭୂଇଁପଡ଼ା ଗଁାର ଅମୂଲ୍ୟ ବେହେରା(୪୨)ଙ୍କୁ ଚଳିତ ମାସ ୧୧ତାରିଖ ରାତିରେ ଗଳା କାଟି ହତ୍ୟା କରାଯାଇଥିଲା। ଘଟଣାସ୍ଥଳରୁ ଗୋଟିଏ ହାତୁଡ଼ି ଉଦ୍ଧାର କରାଯାଇଥିଲା। ଅର୍ଥ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଛି ା ସେଦିନ ରାତିରେ ଦୋକାନ ବନ୍ଦ କରି ଅମୂଲ୍ୟ ଭାଟିରେ ପହଞ୍ଚତ୍ବା ପରେ ସେଠାରେ ସମସ୍ତେ ଖିଆପିଆ କରିଥିଲେ। ଶ୍ରମିକମାନେ ଶୋଇପଡ଼ିବା ପରେ ପାନଦୋକାନୀ ଅମୂଲ୍ୟ, ଭାଟି ମ୍ୟାନେଜର ପ୍ରଣବ ଏବଂ ଯୁବତୀ ନିନିଙ୍କ ମଧ୍ୟରେ ପଇସା କାରବାରକୁ ନେଇ ପାଟିତୁଣ୍ଡ ହୋଇଥିଲା। ଅମୂଲ୍ୟ ସେଠାରୁ ଚାଲି ଆସିବା ପରେ ରାସ୍ତା ପାଖରେ କିଭଳି ତାଙ୍କ ମୁଣ୍ଡକୁ ଛେଚିବା ସହିତ ତଣ୍ଟିକୁ କାଟିଥିଲେ ଗିରଫଦ୍ୱୟ ସ୍ବୀକାର କରିଛନ୍ତି ା ଏହି ଘଟଣାର ପର୍ଦ୍ଦାଫାସ କରିବାରେ ମୋବାଇଲ୍‌ ହିଁ ମୁଖ୍ୟ ଭୂମିକା ନେଇଛି। ଘଟଣା ଦିନ ଅମୂଲ୍ୟ ଓ ପ୍ରଣବ ନୀଳଗିରିରୁ ଏକ ନୂଆ ମୋବାଇଲ କିଣିଥିଲେ। ଘଟଣା ଘଟାଇ ସାରିବା ପରେ ପ୍ରଣବ ନିଜ ଘର ପଣପଣାକୁ ଫେରି ସ୍ତ୍ରୀଙ୍କୁ ମୋବାଇଲ ଦେଇଥିଲେ। ପିନ୍ଧା ଲୁଗାରେ ରକ୍ତ ଲାଗିଥିବାରୁ ତାହା ଏକ ଦୁର୍ଘଟଣାରେ ହୋଇଥିବା କହି ଲୁଗା ପଟା ସବୁ ଗଡ଼ିଆରେ ପୋତି ଦେବାକୁ କହିଥିଲେ। କିଛି ଦିନ ପାଇଁ ବାହାରକୁ ଯାଉଛି କହି ପ୍ରଣବ ଘରୁ ଚାଲି ଯାଇଥିଲେ। ମାତ୍ର ନୂଆ ମୋବାଇଲକୁ ଫୋନ ଆସିବା ପରେ ପୋଲିସ ତାହାକୁ ଟ୍ରାକିଂ କରି ପ୍ରଣବଙ୍କୁ ଜାମଝାଡ଼ିରୁ ଧରିଥିଲା ା ତାଙ୍କଠାରୁ ସୂଚନା ପାଇ ନୀଳଗିରିସ୍ଥିତ ଘରୁ ନିନି ନାମକ ଯୁବତୀଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?