ବାଲେଶ୍ୱର

ବାରିପଦା ରଥଯାତ୍ରା ସମୟରେ ଯାନବାହନ ଚଳାଚଳରେ କଟକଣା

ବାରିପଦା ଅଫିସ,୨।୭- ପବିତ୍ର ରଥଯାତ୍ରା ସମୟରେ ବାରିପଦା ସହରରେ ପ୍ରବଳ ଜନସମାଗମ ପରିଲକ୍ଷିତ ହେଉଥିବାରୁ ସହର ମଧ୍ୟରେ ଯାନବାହନ ଚଳାଚଳ ଉପରେ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଆସନ୍ତା ୪ ତାରିଖ ସକାଳ ୬ଟାରୁ ୧୪…

ଟ୍ରକରେ ପିଟିହେଲା ଆରୋହୀ ବାଇକ୍‌ ମୃତ

ବାଲେଶ୍ୱର ଅଫିସ,୨।୭-ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ୧୬ନଂ. ଜାତୀୟ ରାଜପଥର ରେମୁଣା ଗୋଲେଇ ରାସ୍ତା ପାର୍ଶ୍ୱରେ ମଙ୍ଗଳବାର ଛିଡ଼ା ହୋଇଥିବା ଏକ ଟ୍ରକରେ ବାଇକ୍‌ ପିଟି ହୋଇଯିବାରୁ ଜଣେ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋର ଥାନା ଶରଶଙ୍ଖ ଗ୍ରାମର…

ଚାନ୍ଦବାଲି ଗାଁକୁ ପଶିଲା ଜୁଆର ପାଣି: ନଦୀକୂଳବାସୀ ଆତଙ୍କିତ, ଖରିଫ ଫସଲ ବାଧାପ୍ରାପ୍ତ ହେବା ଆଶଙ୍କା

ଆରଡି, ୨ା୭(ଡି.ଏନ.ଏ.)-ବଙ୍ଗୋପସାଗରରେ ଲଘୁଚାପ ଅବପାତ ରୂପ ନେବା ପରେ ଚାନ୍ଦବାଲି ଜିଲାରେ ଲଗାଣବର୍ଷା ଲାଗି ରହିଛି। ଚାନ୍ଦବାଲି ବ୍ଲକରେ ସର୍ବାଧିକ ବର୍ଷା ହୋଇଛି। ମଙ୍ଗଳବାର ଅମାବାସ୍ୟା ଯୋଗୁ ସମୁଦ୍ର ଅତ୍ୟନ୍ତ ଜୁଆରିଆ ରହିଛି। ମୁହାଣ ଦେଇ ବୈତରଣୀକୁ ଅଧିକ ଜୁଆର ପାଣି…

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଅଡିଟୋରିୟମ୍‌ ହଲ୍‌ ନିର୍ମାଣ ନ ହେଲେ ଛାତ୍ର ଆନ୍ଦୋଳନ ହେବ: ଏବିଭିପି

ଭଦ୍ରକ ଅଫିସ,୨ା୭- ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ପକ୍ଷରୁ ବର୍ଷକ ପୂର୍ବରୁ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଅଡିଟୋରିୟମ୍‌ ହଲ୍‌ ନିର୍ମାଣ ଲାଗି ୩.୮୩ କୋଟି ଟଙ୍କାର ଅନୁଦାନ ଆସିଥିଲେ ମଧ୍ୟ ଏଯାଏ କାମ ଆରମ୍ଭ ହୋଇ ନାହିଁ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସମ୍ପାଦକ…

କପାଳୀ କ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ଦର୍ଶନ

ବନ୍ତ,୨ା୭(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକର କପାଳୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ନେତ୍ରୋସତ୍ବ ଅନୁଷ୍ଠିତ ହୋଇଯାଇଛି। ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ଦର୍ଶନ କରିଥିଲେ। ମଙ୍ଗଳବାର ସକାଳେ ଦିଅଁମାନେ ରନତ୍ବେଦିକୁ ବିଜେ କରିଥିଲେ। ଠାକୁରଙ୍କୁ ବିଭିନ୍ନ ଅଳଙ୍କାରରେ ସୁସଜ୍ଜିତ କରାଯାଇଥିଲା। ପୂଜକ ପଦ୍ମନାଭ…

ବୈତରଣୀରେ ଜଳସ୍ତର ବୃଦ୍ଧି

ଭଣ୍ଡାରିପୋଖରୀ, ୨ା୭(ଡି.ଏନ୍‌.ଏ.)- ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି। ନଦୀ ଉପରମୁଣ୍ଡରେ ଆଖୁଆପଦାଠାରେ ୩୪.୦ ମି.ମି., ଆନନ୍ଦପୁରରେ ୫୯.୦୮, ସୋମପାଟଣାରେ ୧୯.୪, କେନ୍ଦୁଝରରେ ୨୬.୨ ଏବଂ ଚମ୍ପୁଆରେ ୫୫.୦ ମି.ମି. ବର୍ଷା…

ସର୍ପ ଦଂଶନରେ ବୃଦ୍ଧାଙ୍କ ମୃତ୍ୟୁ

ପାଟଣା,୨।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ଅଙ୍କୁରା ଗ୍ରାମର ଜଣେ ବୃଦ୍ଧାଙ୍କର ସର୍ପ ଦଂଶନରେ ମଙ୍ଗଳବାର ସକାଳେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ ସ୍ବର୍ଗତ ନିଶାକର ପାତ୍ରଙ୍କ ସ୍ତ୍ରୀ କୋଇଲି ପାତ୍ର।…

ମହିଳାଙ୍କୁ ଆୟର ପନ୍ଥା ଯୋଗାଇବା ନାଁରେ ଠକେଇ

କେନ୍ଦୁଝର, ୨ା୭(ଡି.ଏନ୍‌.ଏ.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବନାଯୋଡି ଗ୍ରାମରେ ଏକ ସ୍ବେଚ୍ଛାସେବୀ ସଂସ୍ଥା ଗତବର୍ଷ କାର୍ଯ୍ୟାଳୟ ଖୋଲି ମହିଳାମାନଙ୍କୁ ଛେଳି ଚାଷ ଓ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ଯୋଜନାରେ ଆୟର ପନ୍ଥା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା…

୬ ଅନାଥ ଭଉଣୀଭାଇଙ୍କୁ ଥଇଥାନ

କେନ୍ଦୁଝର, ୨ା୭ (ସ୍ବ.ପ୍ର.)-ସାହାରପଡା ବ୍ଲକ ଲୁଙ୍ଗା ଗ୍ରାମ ମୁଣ୍ଡା ସାହିରେ ବାପା ଓ ମା ଙ୍କୁ ହରାଇ ଅନାଥ ହୋଇଯାଇଥିବା ୬ ଶିଶୁଙ୍କୁ ପାଠ ପଢାଇବା ବ୍ୟବସ୍ଥା ପ୍ରଶାସନ କରୁଛି ା ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଚିଫ…

ରାସ୍ତାକଡ଼ରେ ଜଙ୍ଗଲୀ ଛତୁର ପସରା

କେନ୍ଦୁଝର, ୨ା୭(ସ୍ବ.ପ୍ର.)-ଛତୁ ଖାଇବାକୁ କିଏ ନ ଭଲ ପାଏ। ବର୍ଷା ଆରମ୍ଭ ହେଲେ ସକାଳୁ ବଣଜଙ୍ଗଲରେ ବିଭିନ୍ନ ରଙ୍ଗବେରଙ୍ଗର ଛତୁ ଫୁଟିଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର ହୋଇଥାଏ ତାହାର ସ୍ବାଦ ମଧ୍ୟ ସେତିକି ଭଲ। ପିଲା ଠାରୁ ବୃଦ୍ଧ ସମସ୍ତେ…

ବେଧଡ଼କ ଚାଲିଛି ବାଲି ଉଠାଣ

ଆରଡ଼ି, ୨।୭ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତସ୍ଥିତ ବୋଡ଼କ ଓ ଷାଠିବାଙ୍କୁଡା ନିକଟରେ ବୈତରଣୀ ନଦୀରୁ ଭୁଟୁଭୁଟି ସାହାଯ୍ୟରେ ବେଧଡ଼କ ବାଲି ଉଠାଣ ଚାଲିଛି। ଏହି ବାଲି ଉଠାଣ ଯୋଗୁ ନଦୀବନ୍ଧ ଦୁର୍ବଳ ହେବାରେ…

ଧାମରା ଥାନାରେ ଆଣ୍ଠୁଏ ପାଣି

ଚାନ୍ଦବାଲି, ୨।୭ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତର ଶିଳ୍ପକ୍ଷେତ୍ର ଆଦାନୀ ପୋର୍ଟ ନିକଟରେ ନବନିର୍ମିତ ଧାମରା ଥାନା ବର୍ଷାଜଳରେ ଉବୁଟୁବୁ ହେଉଛି। ନୂତନ ଥାନା ହେବା ପରେ ଏହି ଥାନା ଅଧୀନରେ ୩ ପଞ୍ଚାୟତ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?