ଟାଟା ଖଣି ସମ୍ମୁଖରେ ଜମିହରା ଗ୍ରାମବାସୀଙ୍କ ଆନ୍ଦୋଳନ: କର୍ମଚାରୀଙ୍କୁ ଖଣି ଭିତରକୁ ଛାଡିଲେ ନାହିଁ

ଯୋଡ଼ା, ୫।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଟାଟା ଷ୍ଟିଲ କମ୍ପାନୀର ଯୋଡ଼ା ଇଷ୍ଟ ଲୁହାପଥର ଖଣି ଫାଟକ ସମ୍ମୁଖରେ ଜମିହରା ଅଧିବାସୀ ଗୁରୁବାର ଭୋରରୁ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେମାନେ ଖଣି ଫାଟକକୁ ବନ୍ଦ କରିବା ସହିତ ଧାରଣା ଦେଇଛନ୍ତି ା ଫଳରେ ଠିକା ଓ କମ୍ପାନୀ କର୍ମଚାରୀମାନେ ଭିତରକୁ ଯାଇ ନ ପାରି ଘରକୁ ଫେରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।
ଆନ୍ଦୋଳନରେ ସାମିଲ ଗ୍ରାମବାସୀ କହିଛନ୍ତି, ଦୀର୍ଘବର୍ଷ ହେବ ଟାଟାଷ୍ଟିଲ ଗ୍ରାମବାସୀଙ୍କ ଜମିରେ ଖନନ କରିଆସୁଥିଲେ ମଧ୍ୟ ଜମିହରାଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନାହିଁ ା କମ୍ପାନୀ ଗାଁ ରାସ୍ତାଘାଟ, ଶ୍ମଶାନ ଜମି, ଜଙ୍ଗଲ ପରି ସମସ୍ତ ଅଞ୍ଚଳ ନିଜ ଅଧୀନରେ ରଖିଥିବାରୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜମି ଅଧିଗ୍ରହଣ ସମୟରେ ଟାଟା କମ୍ପାନୀ ପକ୍ଷରୁ ଗ୍ରାମବାସୀଙ୍କୁ ନିଯୁକ୍ତି ପ୍ରଦାନ କରିବା ସହ ଗ୍ରାମରେ ବିଭିନ୍ନ ଉନ୍ନତିମୂଳକ କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ପରବର୍ତ୍ତୀ ସମୟରେ କମ୍ପାନୀ ନିଜ ଲିଜ୍‌ ଅଞ୍ଚଳ କହି ସେହି ଜମିରେ ପାଚେରି ଘେରାଇଥିଲା। ଶ୍ମଶାନ ଜମିକୁ କମ୍ପାନୀ ନିଜ ଅକ୍ତିଆରକୁ ନେବା ଫଳରେ ଗ୍ରାମବାସୀ ମୃତଦେହ ସଂସ୍କାର କରିବାକୁ ସ୍ଥାନ ପାଉ ନାହାନ୍ତି ା ଦୀର୍ଘ ଦୁଇ ଦଶନ୍ଧି ଧରି କମ୍ପାନୀର ଏପରି କାର୍ଯ୍ୟକଳାପ ବିରୋଧରେ ତୀବ୍ର ଅସନ୍ତୋଷ ଲାଗି ରହିଛି ା ୨୦୦୦ ମସିହାରୁ ଜମିହରା ଗ୍ରାମବାସୀ ଖଣିରେ ଠିକା କମ୍ପାନୀରେ ନିଯୁକ୍ତି ପରିବର୍ତ୍ତେ ସ୍ଥାୟୀ ନିଯୁକ୍ତି, ଟାଟା ଷ୍ଟିଲ ଡାକ୍ତରଖାନାରେ ମାଗଣା ଚିକିତ୍ସା ବ୍ୟବସ୍ଥା, ଚାଷ ଜମିର ପୁନରୁଦ୍ଧାର, କମ୍ପାନୀ ଜବରଦଖଲ କରିଥିବା ଶ୍ମଶାନ ଜମିକୁ ଗ୍ରାମବାସୀଙ୍କୁ ହସ୍ତାନ୍ତର କରିବା ଆଦି ଦାବି ନେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅବଗତ କରିଛନ୍ତି ା ଏଥିସହିତ କେନ୍ଦୁଝର ଜିଲାପାଳ ଓ ଚମ୍ପୁଆ ଉପଜିଲାପାଳଙ୍କ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଛି ା ମାତ୍ର ଏ ଦିଗରେ କମ୍ପାନୀ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ମହିଳା ନେତ୍ରୀ ଉପମା ନାଏକ, ଅମୃତା ନାଏକ, ରୁକ୍ମଣୀ ବେହେରା ପ୍ରମୁଖ କହିଛନ୍ତି। ସେମାନେ ଆହୁରି କହିଛନ୍ତି, ଚାଷ ଜମିରେ ଧାନ ହୋଇଥିବା ବେଳେ ସେଠାରେ ଲୁହାପଥର ଗୁଣ୍ଡ ପକାଇ ପୋତି ଦିଆଯାଇ ଷ୍ଟକୟାର୍ଡ କରାଯାଇଛି ା ବସ୍ତିର ଶତାଧିକ ଏକର ଜମିକୁ ଟାଟା କମ୍ପାନୀ ନିଜ କାମରେ ବ୍ୟବହାର କରୁଛି ା ଅନ୍ୟପକ୍ଷେ ସ୍ଥାନୀୟ ଖଣିର ଲୁହାପଥରକୁ କମ୍ପାନୀ ଝାଡ଼ଖଣ୍ଡ ରାଜ୍ୟସ୍ଥିତ ଟାଟା ନଗର ଷ୍ଟିଲ ପ୍ଲାଣ୍ଟକୁ ପଠାଉଛି ା ହେଲେ ସ୍ଥାନୀୟ ଯୁବତୀଯୁବକମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁନାହିଁ ା
ଆନ୍ଦୋଳନକାରୀ ଉପମା ନାଏକ କହିଛନ୍ତି, କମ୍ପାନୀ ଚାପରେ ଯଦି ପ୍ରଶାସନ ସେମାନଙ୍କୁ ଗିରଫ କରେ ତେବେ ଆମେ ଥାନା ଓ ଜେଲ୍‌ରେ ମଧ୍ୟ ଅନଶନ ଜାରି ରଖିବୁ ା ଏନେଇ ଟାଟା ଷ୍ଟିଲ ଖଣିର ବରିଷ୍ଠ ଅଧିକାରୀ ବିଜୟେନ୍ଦ୍ର ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ ା ଏନେଇ ବିଜୟେନ୍ଦ୍ରଙ୍କ ମତାମତ ମାଗିବାରୁ ସେ ଅଥରାଇଜ୍‌ଡ ପର୍ସନ ନୁହେଁ ବୋଲି କହି ଏହି ପ୍ରସଙ୍ଗରୁ ଏଡ଼ାଇ ଯାଇଛନ୍ତି। ଆନ୍ଦୋଳନକାରୀମାନେ କହିଛନ୍ତି, କେନ୍ଦୁଝର ଜିଲାର ଯୋଡା ଇଷ୍ଟ ଖଣିରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ ଅଞ୍ଚଳରୁ କିଛି ଦିନ ତଳେ କେତେଜଣ ଯୁବକଙ୍କୁ ଡ୍ରାଇଭର ଓ ଅନ୍ୟ ପଦବୀରେ ଚାକିରି ମିଳିଛି ା ହେଲେ ସ୍ଥାନୀୟ ବେକାର ଯୁବତୀ ଓ ଯୁବକଙ୍କୁ କମ୍ପାନୀ ନିଯୁକ୍ତି ଦେଉନାହିଁ ା
ପରବର୍ତ୍ତୀ ଖବର ଅନୁଯାୟୀ, ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀ ଆନ୍ଦୋଳନକାରୀ ମହିଳା, ପୁରୁଷ ଏବଂ ବଡ଼ବିଲ ଏସ୍‌ଡିପିଓ, ତହସିଲଦାର, ଯୋଡ଼ା ଥାନା ଆଇଆଇସିଙ୍କ ସହିତ ଏ ନେଇ ଆଲୋଚନା କରିଛନ୍ତି ା ଶେଷରେ ଏକ ତ୍ରିପାକ୍ଷିକ ଚୁକ୍ତିପତ୍ର ସ୍ବାକ୍ଷର ହେବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ା ଅଗଷ୍ଟ ୬ ତାରିଖ ଦିନ ଏ ସମ୍ପର୍କରେ ଆଲୋଚନା କରାଯିବ ବୋଲି ସ୍ଥିର କରାଯାଇଛି ା

 


Enter your email to get our daily news in your inbox.

All Right Reserved By Dharitri.Com

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

ଦେବଗିରି ମହାବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା

କଲ୍ୟାଣସିଂହପୁର, ୭।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକସ୍ଥିତ ଦେବଗିରି ମହାବିଦ୍ୟାଳୟ ପରିସରରେ ୧୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜ ପରିଚାଳନା…

ଆଡଲ୍ଟ କଣ୍ଟେଣ୍ଟ ଉପରେ ମୋଟା ରକମ ପାଇବାକୁ ଚିନ୍ତା କରୁଛି ୟୁକ୍ରେନ, ଆଣିବ ନୂଆ ଆଇନ

କ୍ୱିଭ,୭।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି; ଦୁଇ ଦେଶ ଦୀର୍ଘ ସମୟ ଧରି ପରସ୍ପର ସହିତ ଲଢୁଛନ୍ତି। ଏହି ବିବାଦ ମଧ୍ୟରେ, ୟୁକ୍ରେନିଆନ ସରକାର…

‘ହର୍ମୁଜ ସେତେବେଳେ ଖୋଲିବ ଯେତେବେଳେ…’: ଆମେରିକା ପାଇଁ ନୂଆ ସର୍ତ୍ତ ରଖିଲା ଇରାନ

ତେହରାନ,୭।୯: ହର୍ମୁଜ ପ୍ରଣାଳୀ ଉପରେ ବିବାଦ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇରାନ ଏହି ପ୍ରଣାଳୀ ଖୋଲିବା ସମ୍ପର୍କରେ ଆମେରିକା ପାଇଁ ଏକ ସର୍ତ୍ତ ରଖିଛି। ଇରାନର…

ରାଜନୀତିରେ ହଇଚଇ… ତ୍ରିଶାଙ୍କୁ ଇଙ୍ଗିତ କରି ଏଭଳି କହିଦେଲେ ବିଜୟ, ଚାରିଆଡେ ଚର୍ଚ୍ଚା

ଚେନ୍ନାଇ,୭ା୯: ମହିଳାଙ୍କ ବିରୋଧରେ ଅଶାଳୀନ ଓ ଅପମାନଜନକ ମନ୍ତବ୍ୟକୁ ନେଇ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ସୋମବାର ବିଧାନସଭାରେ ସେ…

‘Please Save Me Alive’… ଭଗ୍ନାବଶେଷ ତଳୁ ଛାତ୍ରଙ୍କ ୧୧ ସେକେଣ୍ଡର SOS, ଦିଲ୍ଲୀ ଦୁର୍ଘଟଣାର ଛାତିଥରା ଭିଡିଓ

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଛାତ୍ରଙ୍କ ରହଣୀ ନିମନ୍ତେ ବ୍ୟବହୃତ ଏକ ବହୁତଳ କୋଠା ଭୁଶୁଡ଼ି ପଡ଼ିବା ପରେ ଏକ ଭିଡିଓ ସାମ୍ନାକୁ ଆସିଛି ।…

ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ କରି ଟଙ୍କା ନେବା ପଡ଼ିଲା ମହଙ୍ଗା, ୨ ଖବରଦାତାଙ୍କ ସହ ଆଉ ଜଣେ ଗିରଫ

ଭବାନୀପାଟଣା,୭ା୯(ଉତ୍ତମ କୁମାର ଦାଶ): ଜଣେ ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ୍‌ କରି ଟଙ୍କା ନେବା ଘଟଣାରେ ୨ ଖବରଦାତାଙ୍କ ସହ ଜଣେ ଗିରଫ ହେବା କଳାହାଣ୍ଡି ଜିଲାରେ ଏବେ…

ନନ୍ଦନକାନନରେ ଖୁସି ଖବର: ପ୍ରଥମଥର ମା’ ହେଲା ସିଂହୀ ମାୟା, ଦୁଇ ଶାବକରୁ…

ବାରଙ୍ଗ,୭ା୯(ଲିଙ୍ଗରାଜ ରାଉତ): ନନ୍ଦନକାନନ ପାଇଁ ଏକ ଖୁସି ଖବର। ସିଂହୀ ମାୟା ପ୍ରଥମ କରି ମା’ ହୋଇଛି। ୧୧୨ ଦିନର ଗର୍ଭଧାରଣ ପରେ ସୋମବାର ଭୋର୍‌ରେ ସିଂହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri