ବସୁନ୍ଧରା ଯୋଜନାରେ ଆନନ୍ଦପୁର ବ୍ଲକର ୫୫ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ
ଆନନ୍ଦପୁର,୯।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ମଙ୍ଗଳବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ତପନ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଭାଗୀରଥି ସେଠୀ, ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁ ଅତିଥିଭାବେ ଯୋଗଦେଇ…
ଆଜି ପବିତ୍ର ତାରିଣୀ ବ୍ରତ: ଜଗନ୍ନାଥଙ୍କୁ ପୂଜା କରି ବ୍ରତ ଧାରଣ କଲେ ଶତାଧିକ ମହିଳା
ଢେଙ୍କିକୋଟ,୯।୭(ଡି.ଏନ୍.ଏ.): ମଙ୍ଗଳବାର ପବିତ୍ର ତାରିଣୀ ବ୍ରତ। କେନ୍ଦୁଝର ଜିଲାର ଆରାଧ୍ୟା ମା’ ତାରିଣୀଙ୍କ ଏହି ବ୍ରତ ପ୍ରତିବର୍ଷ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ମଝିରେ ପଡ଼ିଥାଏ। ଏହି ସମୟରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ମାଉସୀ ମା’ ମନ୍ଦିରରେ…
ଦନ୍ତାହାତୀ ଆକ୍ରମଣରେ ମହିଳାଙ୍କ ଜୀବନଗଲା
କେନ୍ଦୁଝର,୯।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ଦଅଁଳା ମୁଣ୍ଡାସାହିରେ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସେ କଦମି ମୁଣ୍ଡା ବୋଲି ଜଣାପଡ଼ିଛି। ସୋମବାର ବିଳମ୍ବିତ ରାତିରେ କଦମି ବାହାରକୁ ବାହାରିଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଖବରପାଇ…
‘ଜଳସମ୍ପଦ ସୁରକ୍ଷା ଲାଗି ସମ୍ମିଳିତ ଲଢ଼େଇ ଲୋଡ଼ା’
ବଡବିଲ,୯।୭(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ବିଭିନ୍ନ କଳକାରଖାନା ନଦୀରୁ ସ୍ବଚ୍ଛଜଳ ନେଇ ଏହା ମଧ୍ୟକୁ ଦୂଷିତ ଜଳ ଛାଡୁଛନ୍ତି। ଏଭଳି କାର୍ଯ୍ୟ କରି ସେମାନେ ମଣିଷ ଜୀବନ ସହ ଖେଳ ଖେଳୁଛନ୍ତି। ଏହାକୁ ରୋକାଯିବା ଜରୁରୀ। ଜଳସମ୍ପଦର ସୁରକ୍ଷା ଲାଗି ସମସ୍ତେ ଏକାଠି ହୋଇ…
ଟ୍ରକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ,ସ୍ବାମୀ ଓ ଝିଅ ଗୁରୁତର
କେନ୍ଦୁଝର, ୯ା୭ (ସ୍ବ.ପ୍ର.)- ସଦର ଥାନା ଅନ୍ତର୍ଗତ ରାଇସୁଆଁ ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍ ଧକ୍କାରେ ସ୍ବାମୀ ଓ ଝିଅଙ୍କ ସହ ଏକ ସ୍କୁଟରରେ ବସି ଯାଉଥିବା ସରସ୍ବତୀ ସେଠୀ (୪୨) ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ…
ଆନ୍ଦୋଳନକାରୀଙ୍କୁ ମନାଇ ପାରିଲାନି ପ୍ରଶାସନ: ଆଲୋଚନା ଫେଲ୍ ମାରିଲା
ଚମ୍ପୁଆ,୯ା୭(ଡି.ଏନ.ଏ.)- କେନ୍ଦୁଝର ଜିଲା ଖଣି ଖାଦାନଭରା ଚମ୍ପୁଆ ଅଞ୍ଚଳରେ ପାରିପାର୍ଶ୍ୱିକ ଉନ୍ନତି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଦାବି କରି ବଡକାଳିମାଟି ଗ୍ରାମବାସୀ ଦୀର୍ଘ ୨୨ ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା…
ଭାରିଯାନ କବଳରେ ୫୨୦ ନମ୍ବର ଜାତୀୟ ରାଜପଥ
ବଡବିଲ,୯।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ଖଣିସମ୍ୃଦ୍ଧ ଯୋଡା-ବଡବିଲ ଅଞ୍ଚଳ ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ବିଭିନ୍ନ ରାସ୍ତା ଉପରେ ଭାରିଯାନ ରଖାଯାଉଥିବା ଯୋଗୁ ଟ୍ରାାଫିକ ସମସ୍ୟା ଉପୁଜି ନାହିଁ ନ ଥିବା ଅସୁବିଧା ଦେଖାଦେଉଛି। ଗତ ସପ୍ତାହେ…
ଜୀବନ ଗଲା ପରେ ପ୍ରଶାସନର ଚେତା ପଶିଲା:ଭାରିଯାନ ଚଳାଚଳ ଉପରେ ଅଙ୍କୁଶ
ବନ୍ତ, ୯।୭ (ସ୍ବ.ପ୍ର.) – ଭଦ୍ରକ-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥରେ ରବିବାର ରାତିରେ ହାଇୱା ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ପ୍ରଶାସନର ଚେତା ପଶିଛି। ଲୋକଙ୍କ ଦୀର୍ଘଦିନର ଦାବିକୁ ଗୁରୁତ୍ୱ ଦେଇ ଜିଲା ପ୍ରଶାସନ ଓ ପୋଲିସ ସୋମବାରଠାରୁ…
ସ୍ତ୍ରୀଙ୍କୁ ହତ୍ୟା କରି ଟାଙ୍ଗିଦେଲେ ସ୍ବାମୀ: ଗ୍ରାମବାସୀ ଦେଲେ ପୋଲିସ ଜିମା
ବାହାନଗା, ୯ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିବା ପରେ ଘରେ ଟାଙ୍ଗି ଦେଇଥିବା ଜଣାପଡିବା ପରେ ଗ୍ରାମବାସୀ ତାଙ୍କ ସ୍ବାମୀଙ୍କୁ ବାନ୍ଧି ଅଟକ ରଖିଥିଲେ।…
ଶିଳାନ୍ୟାଶର ୭ ମାସ ବିତିଲା:ଆରମ୍ଭ ହୋଇପାରୁନି ରାସ୍ତା
ଖଇରା, ୯।୭(ଡି.ଏନ.ଏ)-ବାଲେଶ୍ୱର ଜିଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅଧୀନ ସାଉଣ୍ଡିଆ ହରିଜନ ସାହି ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହେବାର ପାଖାପାଖି ୭ମାସ ବିତିଗଲାଣି। ଏ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରୁନାହିଁ। ତୁରନ୍ତ ରାସ୍ତାକାମ ଆରମ୍ଭ କରା ନ…
ସ୍ବପ୍ନ ଦେଇଛି ଜିଇବାର ସାହାରା:ନିଆରା ବ୍ୟକ୍ତିତ୍ୱ ଚନ୍ଦ୍ରଶେଖର
ସିମୁଳିଆ, ୯।୭(ଡି.ଏନ.ଏ.)-ବିଭିନ୍ନ ଅଞ୍ଚଳରେ ଖାଦ୍ୟରୁଚିରେ ଭିନ୍ନତା ପରିଲକ୍ଷିତ ହୁଏ। କେଉର୍ଁଠି ଘୁଗୁନି ଓ ଆଳୁଦମ ତ ଆଉ କେଉଁଠି ଦହିବରା ଭଳି ନାନା ଖାଦ୍ୟର ଅଧିକ ଚାହିଦା ରହିଥାଏ। ବର୍ତ୍ତମାନ ସମୟରେ ଫାଷ୍ଟଫୁଡ୍ର ଚାହିଦା ବଢିଥିଲେ ବି ଅନେକ ବ୍ୟକ୍ତ ପାରମ୍ପରିକ…
ସୁବର୍ଣ୍ଣରେଖାରେ ବୁଡ଼ି ଜଣେ ମୃତ : ବେଆଇନ ବାଲି ଉତ୍ତୋଳନକୁ ଦାୟୀ କଲେ ଗ୍ରାମବାସୀ
ଜଳେଶ୍ୱର, ୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ସୁବର୍ଣ୍ଣରେଖା ନଦୀର ମହମ୍ମଦନଗରପାଟଣାସ୍ଥିତ ବାଲିଉତ୍ସ ଗଭୀର ଗର୍ତ୍ତରେ ବୁଡ଼ି ଜଣକର ମୃତ୍ୟୁ ଘଟିଛି। ମୃତକ ହେଲେ ଜଳେଶ୍ୱର ଥାନା ଶିଖରପୁର ପଞ୍ଚାୟତ ଚକହରି ଗ୍ରାମର ପ୍ରତାପ ସାମଲ(୫୫)। ସେ ମଙ୍ଗଳବାର ପୂର୍ବାହ୍ନ ସମୟରେ…
Archives


