ବାଲେଶ୍ୱର

ଜିଲା ପ୍ରଶାସନର ଦ୍ୱାରସ୍ଥ ପଦ୍ମଶ୍ରୀ ଦୈତାରୀ ନାଏକ: ୧୦ ଗାଁର ବିକାଶ ଲାଗି ଦାବିପତ୍ର

କେନ୍ଦୁଝର, ୨୪ା୭(ଡି.ଏନ.ଏ./ସ୍ବ.ପ୍ର.)-ବିଭିନ୍ନ ସମସ୍ୟା ନେଇ ପଦ୍ମଶ୍ରୀ ଦୈତାରୀ ନାଏକ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ପଦ୍ମଶ୍ରୀ ନାଏକଙ୍କୁ ଗେଟ୍‌ ପାସ ମିଳିନଥିବାରୁ କଟକ ଓ ଭୁବନେଶ୍ୱରକୁ ଯାତ୍ରା କରୁଥିବା ସମୟରେ ବିଭିନ୍ନ ଟୋଲଗେଟରେ ଅଯଥା ହଇରାଣ ହେଉଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।…

କୃତ୍ରିମ ବନ୍ୟାକୁ ବର୍ଷେ ବିତିବାକୁ ବସିଲାଣି:ଏଯାଏ ଚାଷୀଙ୍କୁ ମିଳିନି କ୍ଷତିପୂରଣ

ଆନନ୍ଦପୁର,୨୪।୭ (ସ୍ବ.ପ୍ର.)-କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ସରକାର ଓ ପ୍ରଶାସନ ସ୍ତରରେ କିଭଳି ଅବହେଳା କରାଯାଉଛି ତାହାର ଏକ ନଜିର ପଦାକୁ ଆସିଛି। ଗତ ବର୍ଷ ଅଗଷ୍ଟ ୨୪ ତାରିଖରେ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ କଣ୍ଟିପାଳ ପଞ୍ଚାୟତର…

ମନ ଦୃଢ଼ ଥିଲେ ବୟସ ହାର ମାନେ: ଦୋକାନ ଦେଇଛି ଉଭୟଙ୍କୁ ସ୍ବତନ୍ତ୍ର ପରିଚୟ

କେନ୍ଦୁଝର, ୨୪ା୭ (ସ୍ବ.ପ୍ର.) (ନରେଶ ଚନ୍ଦ୍ର ପଟ୍ଟନାୟକ): ମନ ଦୃଢ ଥିଲେ ବୟସ ମଧ୍ୟ ହାର ମାନିଥାଏ। ପରିଣତ ବୟସରେ ଅନେକ ଘରେ ବିଶ୍ରାମ ନେଇ ନାତିନାତୁଣୀଙ୍କ ସହିତ ଖେଳକୁଦ କରୁଛନ୍ତି। ସେମାନେ ବୟସରେ ବୃଦ୍ଧ କିନ୍ତୁ କାମରେ ଆଜିକାର ଯୁବକଙ୍କଠାରୁ…

ଏକ୍ସପୋର୍ଟ, ଇମ୍ପୋର୍ଟ କମ୍ପାନୀ ନାଁରେ ୭୫ଲକ୍ଷ ଠକେଇ

ବାଲେଶ୍ୱର ଅଫିସ,୨୪।୭-ବାଲେଶ୍ୱର ଜିଲା ସହଦେବଖୁଣ୍ଟା ମଡ଼େଲ ଥାନା ଭାସ୍କରଗଞ୍ଜ(ବି) ଅଞ୍ଚଳରେ ଗତ ୯ ତାରିଖରେ ନ୍ୟାଶନାଲ ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ କମ୍ପାନୀ ଖୋଲି ମାତ୍ର ୧୨ଦିନ ଭିତରେ ୭୫ଲକ୍ଷ ଟଙ୍କା ସଂଗ୍ରହ କରି ପଳାଇଯାଇଥିବା ଅଭିଯୋଗ ହୋଇଛି। ଏନେଇ…

୫୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରେମୁଣା,୨୪।୭(ଡି.ଏନ.ଏ.)-ଖନ୍ତାପଡ଼ା ଥାନା ବରପଦା ଗାଁରୁ ଏକ କାର୍‌(ନଂ. ଓଡ଼ି୩୧-୭୦୭୦)ରେ ଥିବା ୭ ପେଟି ଗଞ୍ଜେଇ (ଆନୁମାନିକ ଓଜନ ୫୦କେଜି)କୁ ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟା ବେଳେ ପୋଲିସ ଜବତ କରିଛି। ଏଥିରେ ଥିବା ଡ୍ରାଇଭରଙ୍କୁ ଗିରଫ କରାଯାଇଛି। କାର୍‌ ଯୋଗେ…

ସରକାରୀ ଜମି ଅବରୋଧ ପ୍ରତିବାଦରାସ୍ତା ଅବରୋଧ କଲେ ଶ୍ରୀଜଙ୍ଗ ଗ୍ରାମବାସୀ

ବାହାନଗା,୨୪।୭(ଡି.ଏନ.ଏ.)-ଖନ୍ତାପଡ଼ା ଥାନା ଅଧୀନସ୍ଥ ରେମୁଣା ବ୍ଲକର ଶ୍ରୀଜଙ୍ଗ ଗ୍ରାମର ସରକାରୀ ଗୋଚର ଓ ଆଡ଼ିବନ୍ଧକୁ ପ୍ରଭାବଶାଳୀ ଲୋକମାନେ ଜବରଦସ୍ତ ଅବରୋଧ କରି ରଖିଥିବାରୁ ଗ୍ରାମବାସୀ ଏହାର ପ୍ରତିବାଦ କରିଛନ୍ତି। ଗ୍ରାମବାସୀ ମଙ୍ଗଳବାର ଅବରୋଧ ହଟାଇବା ଦାବିରେ ଗ୍ରାମ ରାସ୍ତା ଓ ବାଲେଶ୍ୱରରୁ…

ବ୍ୟବସାୟୀ ରାକେଶ ହତ୍ୟାକାଣ୍ଡର ପର୍ଦ୍ଦାଫାସ:ପୁଅ ମୁଖ୍ୟ ଅଭିଯୁକ୍ତ

ବାଲିଆପାଳ, ୨୪।୭(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଥାନାର ଟାଙ୍ଗରପିଟା ଗ୍ରାମରେ ଗତ ମାସ ୨୫ତାରିଖ ରାତିରେ କେତେଜଣ ଦୃର୍ବୁତ୍ତ ରାକେଶ ଚୌଧୁରୀ ନାମକ ଜଣେ କ୍ଷୀର ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରି ଫେରାର ହୋଇଯାଇଥିଲେ। ଏହି ହତ୍ୟାକାଣ୍ଡର ରହସ୍ୟ ମଙ୍ଗଳବାର ପର୍ଦ୍ଦାଫାଶ…

ବସ୍‌ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା, ୪ ଦୋଷୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝର ୨୩ା୭ (ସ୍ବ.ପ୍ର./ଡି.ଏନ.ଏ.)- ଘରୋଇ ବସକୁ ଅଟକାଇ କର୍ମଚାରୀଙ୍କୁ ମାଡ ମାରିବା ଅଭିଯୋଗରେ ସ୍ଥାନୀୟ ସିଜେଏମ କୋର୍ଟ ୪ ଦୋଷୀଙ୍କୁ ୫ ବର୍ଷ ଜେଲ ଓ ୯୩୦୦ ଟଙ୍କା ଫାଇନ ଦଣ୍ଡାଦେଶ କରିଛନ୍ତି। ଘଟଣାଟି ୨୦୧୬ ଫେବୃୟାରୀ ୨୮ ତାରିଖରେ ତୁରୁମୁଙ୍ଗା…

ଅସହ୍ୟ ହେଲା ଋଣ ବୋଝ, ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ

ବାଲେଶ୍ୱର ଅଫିସ,୨୩।୭-ଋଣ ବୋଝ ସହି ନ ପାରି ବାଲେଶ୍ୱର ଚାନ୍ଦିପୁର ଥାନା ପଦ୍ମପୁର ଗ୍ରାମର ଚାଷୀ ସୁମନ୍ତ ବେହେରା (୪୬) ମଙ୍ଗଳବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏନେଇ ଚାନ୍ଦିପୁର ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୬୨୦/୧୯) ରୁଜୁ କରାଯାଇଛି।…

ବିଦ୍ୟାଳୟ ସମ୍ମୁଖରୁ ଛାତ୍ର ଅପହରଣ ଘଟଣା: ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା

ବାହାନଗା, ୨୩।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଶଙ୍କରପଦା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରୁ ଗତ ସୋମବାର ଅପରାହ୍ନ ୪ଟାରେ ସ୍କୁଲ ଛୁଟି ହେବାପରେ ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରଙ୍କୁ ଅପହରଣ କରି ନିଆଯାଇଥିଲା। ଏହି ଘଟଣାକୁ ନେଇ ମଙ୍ଗଳବାର ବିଦ୍ୟାଳୟ…

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବଡବିଲ, ୨୩।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ସେଡିଂ ଅଞ୍ଚଳର ସୁଜାତା କାରୁଆ ନାମ୍ନୀ ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଯୌତୁକ ନିର୍ଯାତନା ସହି ନ ପାରି ସୁଜାତା ବିଷଖାଇ ଆତ୍ମହତ୍ୟା କରିଥିବା ତାଙ୍କ ବାପଘର ଲୋକେ ଥାନାରେ ଅଭିଯୋଗ…

ଜିଲା ଶିକ୍ଷାଧିକାରୀଙ୍କ ନିୟମକୁ ବିରୋଧ :ସ୍କୁଲରେ ତାଲା ପକାଇଲେ ମହିଳା

ଆନନ୍ଦପୁର,୨୩। ୭(ସ୍ବ.ପ୍ର.)- ଘସିପୁରା ବ୍ଲକ ଭୋଳନୁଆଗାଁର ୟୁଜିଏମଇ ସ୍କୁଲକୁ ସୋମବାର ମହିଳା ଅଭିଭାବକମାନେ ତାଲା ପକାଇଥିଲେ। ଏହି ବିଦ୍ୟାଳୟର ଷଷ୍ଠରୁ ସପ୍ତମ ଶ୍ରେଣୀ ପିଲାମାନେ ସକାଳ ୬ଟାରୁ ୧୧ ଟା ଏବଂ ପ୍ରଥମରୁ ୫ମ ଶ୍ରେଣୀ ପିଲାମାନେ ସକାଳ ୧୦ଟାରୁ ୪ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?