ଭିଜିଲାନ୍ସ ଜାଲରେ କୋଟିପତି କିରାଣି: ଏକକାଳୀନ ୫ ସ୍ଥାନରେ ଚଢ଼ାଉ

ଜଳେଶ୍ୱର,୨୫।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ଜଳେଶ୍ୱର ସହର ନୂଆବଜାର ସ୍ଥିତ ଜଳେଶ୍ୱର ମହିଳା ମହାବିଦ୍ୟାଳୟର ମୁଖ୍ୟ କିରାଣି ତରଣୀ କୁମାର ଭୂୟଁା ଓରଫ୍‌ ମଣ୍ଟୁଙ୍କ ବାସ ଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ବୁଧବାର ଏକକାଳୀନ ଚଢାଉ କରିଛି। ପ୍ରାୟ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ବ୍ୟାାଙ୍କ ବାଲାନ୍ସ, ନଗଦ୍‌ ଟଙ୍କା, ସୁନାରୁପା ଅଳଙ୍କାର, ଜୀବନ ବୀମା ପଲିସି ଆଦି ଚଢାଉ ବେଳେ ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଖବର ଲେଖା ହେବା ଯାଏ ଚଢାଉ ଜାରି ରହିିଛି। ଶିକ୍ଷା ଅନୁଷ୍ଠାନର ବିକାଶମୂଳକ କାର୍ଯ୍ୟ ପାଇଁ ଆସିଥିବା ଟଙ୍କା ହଡ଼ପ ସାଙ୍ଗକୁ ଘରୋଇ ଛାତ୍ରୀ ନିବାସ ଖୋଲି ବେଆଇନ ଭାବେ ଅର୍ଥ ରୋଜଗାର କରାଯିବା ଓ ପିସି ଆଦାୟ ଭଳି ବିଭିନ୍ନ ଅଭିଯୋଗ ତାଙ୍କ ବିରୋଧରେ ରହିଥିବା ବରିଷ୍ଠ ଭିଜିଲାନ୍ସ ଅଧିକାରୀ ଅନିରୁଦ୍ଧ ନାୟକ ସୂଚନା ଦେଇଛନ୍ତି।
ବୁଧବାର ବଡି ଭୋର ସମୟରୁ ଭିଜିଲାନ୍ସ ଅଧିକାରୀମାନେ ୫ ଟିମ୍‌ରେ ବିଭକ୍ତ ହୋଇ ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ନିକଟ ଧରାଷ୍ଟକ୍‌ ମୌଜାରେ ଥିବା ମୁଖ୍ୟ କିରାଣି ତରଣୀଙ୍କ ୩ ମହଲା ଅଟ୍ଟାଳିକା, ଆରୁହା ଗ୍ରାମସ୍ଥିତ ପୈତୃକ ଘର, ମହାବିଦ୍ୟାଳୟ ଦପ୍ତର, ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଲୁହାଶିଳା ଛାତ୍ରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରୁଥିବା ତାଙ୍କ ସ୍ତ୍ରୀଙ୍କ କାର୍ଯ୍ୟସ୍ଥଳ ଓ ଜଳେଶ୍ୱର ବ୍ଲକ ଖାଲିନା ଗ୍ରାମ ସ୍ଥିତ ଶ୍ୱଶୁର ଗଣେଶ ଚନ୍ଦ୍ର କରଙ୍କ ବାସଭବନରେ ଏକକାଳୀନ ଚଢାଉ କରିଥିଲେ। ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି ସୁନୀଲ କୁମାର ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଦ୍ରକ ଭିଜିଲାନ୍ସ ଡିଏସ୍‌ପି ସଞ୍ଜୟ କୁମାର ଦାସମହାପାତ୍ର, ଇନ୍ସପେକ୍ଟର ସୁଲୋଚନା ନାୟକ, ବାଲେଶ୍ୱର ଡିଏସ୍‌ପି ସନ୍ତୋଷ କୁମାର ସାମନ୍ତରା, ଇନ୍ସପେକ୍ଟର ଅନିରୁଦ୍ଧ ନାୟକ, ମାନସୀ ଜେନା, ଭାଗ୍ୟଲକ୍ଷ୍ମୀ ପୁହାଣ, ସିକନ୍ଦର ହେମ୍ବ୍ରମ୍‌, ମୟୂରଭଞ୍ଜ ଡିଏସ୍‌ପି ଶରତ କୁମାର ମହାପାତ୍ର, ଇନ୍ସପେକ୍ଟର ପ୍ରଦୀପ କୁମାର ସାମଲ ପ୍ରମୁଖଏହି ଚଢାଉରେ ଅଂଶଗ୍ରହଣ କରିଥିଲେ। ଭିଜିଲାନ୍ସ ପକ୍ଷରୁ ଏହି କୋଟିପତି କିରାଣିଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା (ମିଶ୍‌ କେଶ୍‌ ନଂ.୬/୨୦୧୯) ରୁଜୁ କରାଯାଇ ତାଙ୍କୁ ପଚରାଉଚୁରା କରାଯାଇଛି। ଜଣେ ବିଧାୟକ ଚଢୁଥିବା ୧୬ଲକ୍ଷ ୬୦ହଜାର ଟଙ୍କା ମୂଲ୍ୟର ଏକ ଧଳା ଇନୋଭା ଗାଡ଼ି ତରଣୀଙ୍କ ମାଲିକାନାରେ ଥିବା ଏବଂ ପୂର୍ବରୁ ସେ ଲୋକପ୍ରତିନିଧିଙ୍କ ନାମରେ ପିସି ଆଦାୟ କରିବା ସହ ବିଭିନ୍ନ ଠିକାଦାର, ଶିକ୍ଷକ, ଅଧ୍ୟାପକ, ପ୍ରଶାସନିକ ଅଧିକାରୀ, ଓ କର୍ମଚାରୀଙ୍କୁ ଧମକାଇ ଅର୍ଥ ଆଦାୟ କରିବା ଭଳି ଅଭିଯୋଗ ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ସେହିପରି ଜଳେଶ୍ୱର ଅଞ୍ଚଳର ଲୋକନାଥ ଜେନା ନାମକ ଜଣେ ଠିକାଦାର ଗତ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଜଣେ ଲୋକ ପ୍ରତିନିଧିଙ୍କ ନାଁରେ ପିସି ଆଦାୟ କରାଯାଉଥିବା ନେଇ ଜଳେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣା ସେତେବେଳେ ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଏହି ପରିପ୍ରେକ୍ଷୀରେ ଦୁର୍ନୀତି ନିବାରଣ ମଞ୍ଚ ତରଫରୁ ଭିଜିଲାନ୍ସ ବିଭାଗ ଓ ରାଜ୍ୟ ସରକାରଙ୍କ ନିକଟରେ ଏହାର ତଦନ୍ତ ଲାଗି ଦାବି କରାଯାଇଥିଲା। ବୁଧବାର ହୋଇଥିବା ଚଢ଼ାଉରେ ୯ ଭିଜିଲାନ୍ସ ଅଧିକାରୀଙ୍କ ସମେତ ୩୦ରୁ ଉର୍ଦ୍ଧ୍ୱ କର୍ମଚାରୀ ସାମିଲ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ହାଡ଼ ଭାଙ୍ଗିଦେବି…ଏମିତି ଧମକ ଦେଇ ଫସିଲେ ବିଧାୟକ

ଚେନ୍ନାଇ,୨୩।୭: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଭିଲାଥିକୁଲମର ଡିଏମକେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ କୋର୍ଟରେ ଏକ ବଡ଼ ଝଟକା…

‘ଯଦି ମୋତେ ଜନ୍ତରମନ୍ତରରେ ପାଇବେନି ତେବେ ଜାଣିନେବେ’… ଅଭିଜିତ୍‌ ଦୀପ୍‌କେଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୩।୭: କକରୋଚ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦୀପକେ ଆନ୍ଦୋଳନକାରୀମାନଙ୍କୁ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ଆଜି ଜନ୍ତର-ମନ୍ତରରେ ଦେଖା ନ…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

କେନ୍ଦ୍ର ସରକାର ବଢାଇଲେ ମହଙ୍ଗା ଭତ୍ତା: ଏହିସବୁ କର୍ମଚାରୀଙ୍କ ବଢ଼ିବ ଦରମା

ନୂଆଦିଲ୍ଲୀ,୨୩।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଜୁଲାଇ ମାସରେ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ଅପେକ୍ଷା କରିଛନ୍ତି। ସେମାନେ ମହଙ୍ଗା ଭତ୍ତାରେ ୨…

ଫୋକସରେ ପୌର -ପଞ୍ଚାୟତ ନିର୍ବାଚନ: ତାମ୍ପରାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ, ମିଶିକି ନେଲେ ଏହି ଶପଥ

ଛତ୍ରପୁର, ୨୩।୭ (ଦିଲ୍ଲୀପ ସାମଲ/ ଦ୍ୱାରିକାପଟ୍ଟନାୟକ): ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନାରେ ରଖି ଛତ୍ରପୁର ନିର୍ବାଚନମଣ୍ଡଳୀରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri