ଜୁବୁଲି ପାର୍କରୁ ମୁହଁ ଫେରାଉଛନ୍ତି ଲୋକେ

ବାରିପଦା ଅଫିସ,୨୫।୭- ସହରବାସୀ ନିଜ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ପାଇଲେ ବୁଲିବାକୁ ଭଲ ପାଆନ୍ତି। ପ୍ରକୃତିକ ପରିବେଶ ହୋଇଥିଲେ ଲୋକେ ଭିଡ଼ ଜମାଇଥାନ୍ତି। ଲୋକଙ୍କ ଚିତ୍ତବିନୋଦନ ସହିତ ଏଥିରୁ ରାଜସ୍ବ ଆଦାୟ ଲକ୍ଷ୍ୟ ନେଇ ବାରିପଦା ପୌର ପରିଷଦ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପଛ ରାସ୍ତାରେ ଏକ ପାର୍କ ନିର୍ମାଣ କରାଯାଇଥିଲା। ୨୦୧୦-୧୧ ଆର୍ଥିକ ବର୍ଷରେ ୧୨ ଏକର ଜମିରେ ଏହି ନୂତନ ଜୁବୁଲି ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିପାଇଁ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହି ପାର୍କରେ ପ୍ରଶସ୍ତ ଜଳାଶୟ ନିର୍ମାଣ କରାଯାଇ ବୋଟିଂ ସୁବିଧା ତଥା ଜଳ କ୍ରୀଡା ବ୍ୟବସ୍ଥା କରାଯାଇଥିଲା। ଏହା ସହିତ ଛୋଟ ଛୋଟ ପିଲାଙ୍କ ପାଇଁ ଦୋଳି, ରଙ୍ଗ ବେରଙ୍ଗର ଆଲୋକ, ପ୍ରାତଃଭ୍ରମଣ ପାଇଁ ପାଦଚଲା ରାସ୍ତା, ବ୍ୟାୟାମ ପାଇଁ ଆବଶ୍ୟକ ସରଞ୍ଜାମ, ବିଶ୍ରାମାଗାର, ଶୌଚାଳୟ, ନରମ ଘାସ ଗାଲିଚା, ପ୍ରାକୃତିକ ଶୋଭା ସହିତ ଦେଶୀ ବିଦେଶୀ ଗଛ, ଫୁଲ ଗଛ ଏବଂ ଝରଣା ଆଦିର ବ୍ୟବସ୍ଥା କରାଯାଇଛି। ଗତ ୨୦୧୬ ନଭେମ୍ବର ୨୬ ତାରିଖରେ ଏହା ଉଦଘାଟିତ ହୋଇଥିଲା। ତତ୍କାଳୀନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ରାଜ୍ୟସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ, ତତ୍କାଳୀନ ବଡସାହି ବିଧାୟକ ଗଣେଶ୍ୱର ପାତ୍ର, ତତ୍କାଳୀନ ଜିଲାପାଳ ରାଜେଶ ପ୍ରଭାକର ପାଟିଲ ଏବଂ ପୌର ପରିଷଦର ତତ୍କାଳୀନ ନଗରପାଳ ବବିତା ଦାସ ଓ ଉପନଗରପାଳ ଜିତେନ୍ଦ୍ର ମହାନ୍ତିଙ୍କ ସମେତ ସମସ୍ତ କାଉନସିଲାର ବୃନ୍ଦ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ। ସେତେବେଳର ସ୍ଥିତି ଓ ବତ୍ତର୍ର୍ମାନର ସ୍ଥିତି ଦେଖିଲେ ବହୁ ପାର୍ଥକ୍ୟ ପରିଲ୍ଲଖିତ ହେଉଛି। ବର୍ତ୍ତମାନ ଏଠାକୁ ଆସିବାକୁ ଲୋକେ ରାଜି ହେଉ ନାହାନ୍ତି। ଏଠାରୁ ମୁହଁ ଫେରାଇ ନେଉଥିବା ଅଭିଯୋଗ ହେଉଛି। ଘାସ ସବୁ ନଷ୍ଟ ହୋଇ ଯାଇଥିବା ବେଳେ ପ୍ରାକୃତିକ ପରିବେଶ ଜଣାପଡୁନାହିଁ। ସେହିପରି ଜଳାଶୟରେ ପାଣି ଅପରିସ୍କାର ହୋଇଯାଇଥିବା ବେଳେ ବୋଟ ତଥା ଡଙ୍ଗା ଭାଙ୍ଗି ଗଲାଣି। ସେହିପରି କୃତ୍ରିମ ଝରଣାରୁ ଆଉ ପାଣି ବାହାରୁନାହିଁ। ଏଠାକୁ ଆସୁଥିବା ଲୋକେ ଖରାପ ଅନୁଭୁତି ନେଇ ପୁନର୍ବାର ଆସୁ ନ ଥିବା ବାରିପଦା ସହରର ବିନୋଦ କୁମାର ସାହୁ କହିଛନ୍ତି। କାରଣ ପୂର୍ବଭଳି ଏବେ ଏଠାରେ ଲୋକେ ଚିତ୍ତବିନୋଦନ କରିବା ଭଳି ପରିବେଶ ମିଳୁନାହିଁ। ଚାରିଆଡେ ଅଳିଆ ପଡି ରହୁଥିବା ବେଳେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଏଠାକୁ ମୁଖ୍ୟତଃ ବୋଟିଂ ପାଇଁ ଲୋକେ ଆସୁଥିବା ବେଳେ ଏହା ବନ୍ଦ ହୋଇଯାଇଛି। ପ୍ରାୟ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଡଙ୍ଗାଗୁଡିକ ନଷ୍ଟ ହୋଇ ଯାଇଥିବା ବେଳେ ଏଗୁଡିକୁ ମରାମତି କରିବା କିମ୍ବା ନୂଆ ଡଙ୍ଗା ଆଣିବା ପାଇଁ ପୌର ପରିଷଦ ଗୁରତ୍ୱ ଦେଉ ନ ଥିବା ସାହୁ ଅଭିଯୋଗ କରିଛନ୍ତି। ସେହିପରି ବାରିପଦା ସହରର ଅଶୋକ କୁମାର ନାୟକ କୁହନ୍ତି ଏଠାରେ ବିଭିନ୍ନ ସମୟରେ ଅସାମାଜିକ ଯୁବକଙ୍କ ଭିଡ଼ ଲାଗି ରହୁଛି। ସୁରକ୍ଷା ଦିଗ ପ୍ରତି ମଧ୍ୟ ପୌର ପରିଷଦ ପକ୍ଷରୁ ଗୁରୁତ୍ୱ ଦିଆଯାଉ ନାହିଁ। ଫଳରେ ବରିଷ୍ଠ ନାଗରିକମାନେ ଏଠାକୁ ଆସିବା ବନ୍ଦ କରିଦେଇଥିବା ସେ କହିଛନ୍ତି। ଏ ସମ୍ପର୍କରେ ବାରିପଦା ପୌର ପରିଷଦର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାସଙ୍କୁ ପଚାରିବାରୁ ଏଠାରୁ ଲୋକେ ମୁହଁ ଫେରାଉ ନାହାନ୍ତି ଏବଂ ପାର୍କର ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

ନାବାଳିକାଙ୍କୁ ନେଇ ଚମ୍ପଟ ମାରିଲା ପ୍ରେମିକ, ପୁଅର କାରନାମା ପାଇଁ ଭିଟାମାଟି ଛାଡ଼ିଲେ ମାଆ-ବାପା

ଭୋଗରାଇ,୫।୬(ପ୍ରଦୀପ ଦାସ )ନାବାଳିକାଙ୍କୁ ନେଇ ଛୁ ମାରିଲେ ପ୍ରେମିକ । ପ୍ରେମିକା ଓ ପ୍ରେମିକଙ୍କ ପତ୍ତା ମିଳୁନଥିବାବେଳେ ପୋଲିସ ଓ ନାବାଳିକାଙ୍କ ପରିବାର ଭୟରେ ଆତ୍ମଗୋପନ କରିଛନ୍ତି…

ବାହା ବେଦୀରେ ବଦଳିଗଲା ବରଙ୍କ ମନ, ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲିଆସିଲେ…

ବାଲେଶ୍ୱର,୪ା୬(ବାଞ୍ଛାନିଧି ଦେ): ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ…

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri