ବାଲେଶ୍ୱର

ଶୌଚାଳୟ ଯାଇଥିବା ବେଳେ ତାଲା ପକାଇ କର୍ତ୍ତୃପକ୍ଷ ଛୁ’, ଘଣ୍ଟାଏ ପରେ ଛାତ୍ର ଉଦ୍ଧାର

ବାଲେଶ୍ୱର ଅଫିସ,୧୨।୯: ବାଲେଶ୍ୱର ସହରର ମଠସାହି ମହାବୀର ନୋଡାଲ ସ୍କୁଲରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ଶୌଚାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ତାଲା ପକାଇ ପଳାଇଥିଲେ। ପ୍ରାୟ ୧ ଘଣ୍ଟା ବନ୍ଦ…

କଲ୍ୟାଣୀଗ୍ରାମର ୧୫ ପରିବାର ଜଳବନ୍ଦୀ

ବାହାନଗା,୧୨।୯(ଡି.ଏନ.ଏ.-ବାଲେଶ୍ୱର ଜିଲା ବାହାନଗା ବ୍ଳକ କଲ୍ୟାଣୀ ଗ୍ରାମର ୬ ନମ୍ବର ୱାର୍ଡର ୧୫ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଗ୍ରାମରେ ନୂଆ କରି ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ସଡକ ସେମାନଙ୍କ ଲାଗି ଦୁଃଖ ଆଣି ଦେଇଛି । ରାସ୍ତା ଉଚ୍ଚା…

ବୁଡ଼ିଗଲାଣି ବୋଳଂ ଲୁଣଚାଷ

ବାଲିଆପାଳ, ୧୨।୯(ଡି.ଏନ.ଏ.)-ବାଲେଶ୍ୱର ଜିଲାର ବାଲିଆପାଳ ବ୍ଲକ ଅନ୍ତର୍ଗତ ଉପକୂଳବର୍ତ୍ତୀ ବୋଳଂ ପଞ୍ଚାୟତ ଓ ଆଖପାଖ ଅଞ୍ଚଳରେ ହେଉଥିବା ଲୁଣ ଚାଷ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଲୁଣ ଚାଷ କରି ଜୀବିକା ନିର୍ବାହ କରୁଥିବା ଚାଷୀ ବୃତ୍ତିହରା ହୋଇପଡିଛନ୍ତି। ଏଠାରେ ଗଢି…

ଥମୁନି ହାତୀ ଉପଦ୍ରବ

ଔପଦା, ୧୧।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତ ଗଡ଼ସାହି ଓ ଭରଡ଼ାବାଟି ଗ୍ରାମରେ ହାତୀ ଉପଦ୍ରବ ଥମିବାର ନଁା ଧରୁନି। ଫଳରେ ଚାଷୀମାନେ ଅସନ୍ତୁଷ୍ଟ ହୋଇ ଚାଷ ଛାଡିଦେବେ ବୋଲି ଚେତାବନୀ ଦେଇଛନ୍ତି। କୁଲଡ଼ିହା ହାତୀ ଅଭୟାରଣ୍ୟ ସଂଲଗ୍ନ ପାହାଡ଼ିତଳି…

ମୁହାଣ ଅବରୋଧ:ଜୀବିକା ହରାଉଛନ୍ତି ମତ୍ସ୍ୟଜୀବୀ

ବାଲିଆପାଳ, ୧୧ା୯(ଡି.ଏନ.ଏ.)-କୌଣସି ନଦୀର ମୁହାଣକୁ ଅବରୋଧ କରାଯାଇପାରିବ ନାହିଁ। ଏହା ଆଇନତଃ ଦଣ୍ଡନୀୟ କାର୍ଯ୍ୟ। ଏପରି କି ମୁହାଣରେ ଜାଲ ବସାଇ ଜାଆଁଳ ଧରିବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ହେଲେ ବାଲେଶ୍ୱର ଜିଲାର ସୁବର୍ଣ୍ଣରେଖାର ହଂସକରା, ବାହାବଳପୁର ମୁହାଣକୁ ବେଆଇନ ଭାବେ…

‘ଦେଶପ୍ରେମର ଅଲିଭା ଦୀପ ବାଘାଯତୀନ’

ବାଲେଶ୍ୱର ଅଫିସ,୧୧।୯-ଭାରତକୁ ସ୍ବାଧୀନତା ମିଳିବାରେ ଅହିଂସା ଆନ୍ଦୋଳନ ସହିତ ସଶସ୍ତ୍ର ଆନ୍ଦୋଳନର ଭୂମିକା କିଛି କମ୍‌ ନ ଥିଲା। ଏଥିପାଇଁ ମାତୃଭୂମିର ବହୁ ବୀରପୁତ୍ର ପ୍ରାଣବଳି ଦେଇଛନ୍ତି। ବିପ୍ଲବୀ, କ୍ରାନ୍ତିବୀର ବାଘାଯତୀନ ସେହିଭଳି ଦେଶପ୍ରେମର ଏକ ଅଲିଭା ଦୀପ। ନେତାଜୀଙ୍କ ଭଳି…

ଜ୍ୱର, ବାନ୍ତିରେ ୩୭ ଛାତ୍ରୀଛାତ୍ର ଆକ୍ରାନ୍ତ: ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ବାଲେଶ୍ୱର ଅଫିସ, ୧୦।୯-ବାଲେଶ୍ୱର ଜିଲା ରେମୁଣା ବ୍ଲକ ବର୍ଦ୍ଧନପୁର ପଞ୍ଚାୟତ ନିଧିପଡ଼ା ଗ୍ରାମରେ ଥିବା ଆଦିବାସୀ କଲ୍ୟାଣ ବିଭାଗର ନିଧିପଡ଼ା ସେବାଶ୍ରମ ସ୍କୁଲ୍‌ର ୩୭ ଛାତ୍ରୀଛାତ୍ରଙ୍କୁ ମଙ୍ଗଳବାର ଏକକାଳୀନ ଜ୍ୱର ଓ ବାନ୍ତି ହୋଇଥିଲା। ସମସ୍ତଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ…

ଶିଶୁଙ୍କ ଜଳଖିଆରେ ପୋକ ଘଟଣା: ସାନଖୁଡ଼ି-୨ ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ

ରୂପ୍‌ସା, ୧୦।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ସାନଖୁଡ଼ି-୨ ଅଙ୍ଗନୱାଡ଼ି କେନ୍ଦ୍ରରେ ଉତ୍ତେଜନା ଲାଗି ରହିଛି। ଗତ ୭ତାରିଖରେ ଶିଶୁଙ୍କୁ ଦିଆଯାଇଥିବା ଜଳଖିଆରେ ପୋକ ବାହାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ମଙ୍ଗଳବାର ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ ଗ୍ରାମର ମହିଳାମାନେ ବିକ୍ଷୋଭ…

ଜିରିତାଳ ଗ୍ରାମରୁ ବଜ୍ରକାପ୍ତା ଉଦ୍ଧାର

ବାହାନଗା,୧୦।୯(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ଜିରିତାଳ ଗ୍ରାମରୁ ମଙ୍ଗଳବାର ଏକ ବଜ୍ରକପ୍ତା ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ଏହାକୁ ଉଦ୍ଧାରକରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି।

‘ଗଛ ମୋ ଜୀବନ, ସ୍ବପ୍ନ, ସାହାରା’

ସିମୁଳିଆ, (ସନ୍ତୋଷ କୁମାର ନାୟକ)- ପରିବେଶର ସୁରକ୍ଷା ବିନା ଜୀବଜଗତ ତିଷ୍ଠିବା ସମ୍ଭବ ନୁହେଁ। ଗଛ ଲଗାଇ ପରିବେଶକୁ ସୁରକ୍ଷା ଦେବା ବାର୍ତ୍ତା ପ୍ରଚାର ଲାଗି ୫୯ବର୍ଷୀୟ ଗୋଲକବିହାରୀ ରାଉତ ଏବେ ଗାଁକୁ ଗାଁ ଘୂରି ବୁଲୁଛନ୍ତି । କାନ୍ଧରେ ଏକ…

ଦେଶପ୍ରେମର ଗାଥା ଶୁଣାଉଛି ଚଷାଖଣ୍ଡ: ‘ବଳିଷ୍ଠ ଭାରତ ଗଠନ ଥିଲା ବାଘାଯତୀନଙ୍କ ଆଦର୍ଶ’

ବାଲେଶ୍ୱର ଅଫିସ, ୧୦।୯-ବାଲେଶ୍ୱର ଜିଲା ରେମୁଣା ବ୍ଲକ ରକ୍ତତୀର୍ଥ ଚଷାଖଣ୍ଡ ସବୁଦିନ ଦେଶପ୍ରେମର ଗାଥା ଶୁଣାଉଛି। କ୍ରାନ୍ତିବୀର ବାଘାଯତୀନ ଏହି ସ୍ଥାନରେ ବ୍ରିଟିଶ ଫୌଜଙ୍କ ସହ ଶେଷ ଲଢେଇ କରି ଗୁଳିରେ ଆହତ ହୋଇ ପରେ ପ୍ରାଣ ହରାଇଥିଲେ। ତାଙ୍କ ତ୍ୟାଗ,…

୫ ହଜାର ଟଙ୍କା ପାଇଁ ହତ୍ୟା; ଅଭିଯୁକ୍ତ ଗିରଫ

ସଜନାଗଡ଼, ୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଜାମୁଡ଼ିହା ପଞ୍ଚାୟତ ବାଘମରା ଗ୍ରାମରେ ୫ ହଜାର ଟଙ୍କା ପାଇଁ ଏକ ହତ୍ୟାକାଣ୍ଡ ଘଟିଛି। ପୋଲିସ ମୃତଦେହକୁ ଜବତ କରି ଛାନଭିନ କରିବା ପରେ ହତ୍ୟାକାଣ୍ଡର କାରଣ ପଦାକୁ ଆସିଛି। ବାବୁରାମ ସିଂ (୪୦)…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri