ବିଶ୍ୱ ହୃତପିଣ୍ଡ ଦିବସ ଉପଲକ୍ଷେ ଗଡିଲା ସଚେତନତା ରଥ

ବାଲେଶ୍ୱର ଅଫିସ,୨୦।୯-‘ବିଶ୍ୱ ହୃତପିଣ୍ଡ ଦିବସ’ ପାଳନ ଅବ୍ୟବହିତ ପୂର୍ବର ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍‌ପିଟାଲ ପକ୍ଷରୁ ଆରମ୍ଭ ହୋଇଥିବା ହୃଦ୍‌ରୋଗ ସଚେତନତା ରଥ ସମଗ୍ର ଓଡିଶା ପରିକ୍ରମା କରୁଛି। ଏହି ପରିପ୍ରେକ୍ଷୀରେ ରଥ ଶୁକ୍ରବାର ବାଲେଶ୍ୱରରେ ପହଞ୍ଚତ୍ଛି। ବାଲେଶ୍ୱର ସହର ଗଡଗଡିଆ ଛକ ନିକଟରେ ଥିବା ଶାଖା କ୍ଲିନିକ ପକ୍ଷରୁ ଏହି ରଥକୁ ସ୍ବାଗତ କରାଯାଇଥିଲା। ବାଲେଶ୍ୱର ଅତିରିକ୍ତି ଜିଲାପାଳ ସମ୍ବିତ କୁମାର ନାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅଭିଯାନକୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ।
ସେପ୍ଟେମ୍ବର ୨୯ ତାରିଖରେ ପାଳନ ହେବ ‘ବିଶ୍ୱ ହୃତପିଣ୍ଡ ଦିବସ’। ଏହି ଅବସରରେ ଓଡିଶାବାସୀଙ୍କୁ ସଚେତନ କରିବା ପାଇଁ ସେପ୍ଟେମ୍ବର ୧୮ତାରିଖରୁ ଭୁବନେଶ୍ୱରରୁ ବାହାରିଥିବା ସଚେତନତା ରଥ କଟକ, ଜଗତସିଂହପୁର, ପାରାଦ୍ୱୀପ, କେନ୍ଦ୍ରାପଡା, ଡୁବୁରୀ, ଯାଜପୁର, ଭଦ୍ରକ ଆଦି ସ୍ଥାନ ଅତିକ୍ରମ କରି ବାଲେଶ୍ୱରରେ ପହଞ୍ଚତ୍ଥିବା ସୂଚନା ଦିଆଯାଇଥିଲା। ରଥ ମୋଟ ୩୫୦୦ କି.ମି. ଅତିକ୍ରମ ସହ ପୁରୀ ଦେଇ ଭୁବନେଶ୍ୱରଠାରେ ୨୯ ତାରିଖରେ ଅଭିଯାନ ଶେଷ କରିବ ା ଏହା ମଧ୍ୟରେ ବାଲେଶ୍ୱର, ଝାରସୁଗୁଡା, ରାଉରକେଲା, ବ୍ରହ୍ମପୁର ଓ ପୁରୀରେ ଥିବା ଆପୋଲୋ କ୍ଲିନିକ ଓ ଅନ୍ୟାନ୍ୟ ସ୍ଥାନରେ କ୍ୟାମ୍ପ ମାଧ୍ୟମରେ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି ା ବାଲେଶ୍ୱର ଆପୋଲୋ କ୍ଲିନିକଠାରେ ଲାୟନ୍ସ କ୍ଲବ ଏମ୍ପାୱାର ସହଯୋଗରେ ଏକ ନିଶୁଃଳ୍କ ହାର୍ଟ ଚେକଅପ କ୍ୟାମ୍ପ ଆୟୋଜିତ ହୋଇଥିଲା ା ଭୁବନେଶ୍ୱର ଆପୋଲୋ ହସ୍‌ପିଟାଲର ଡାକ୍ତର ଗୋବିନ୍ଦ ପ୍ରସାଦ ନାୟକ ଉପସ୍ଥିତ ରହି ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ବାଲେଶ୍ୱର ଶାଖା କ୍ଲିନିକର ନିର୍ଦ୍ଦେଶକ ଅଭିଷେକ ନନ୍ଦୀ, ନିର୍ଦ୍ଦେଶିକା ଶୁଭ୍ରା ନନ୍ଦୀ, ଲାୟନ୍ସ କ୍ଲବ ଏମ୍ପାୱାରର ସଭାପତି ମିତା ମାନ୍ନା ପ୍ରମୁଖ ଉପସ୍ଥିତ ରହି ହାର୍ଟ ଚେକଅପ କ୍ୟାମ୍ପ ପରିଚାଳନା କରିଥିଲେ ା ୧୦୦ରୁ ଊର୍ଦ୍ଧ ହାର୍ଟ ରୋଗୀଙ୍କ ମାଗଣା ଚିକିତ୍ସା ହୋଇଥିବା ବେଳେ କ୍ଲିନିକର ସମସ୍ତ କର୍ମଚାରୀ ଉପସ୍ଥିତ ରହି କ୍ୟାମ୍ପ ପରିଚାଳନାରେ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri