ବିଶ୍ୱ ହୃତପିଣ୍ଡ ଦିବସ ଉପଲକ୍ଷେ ଗଡିଲା ସଚେତନତା ରଥ

ବାଲେଶ୍ୱର ଅଫିସ,୨୦।୯-‘ବିଶ୍ୱ ହୃତପିଣ୍ଡ ଦିବସ’ ପାଳନ ଅବ୍ୟବହିତ ପୂର୍ବର ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍‌ପିଟାଲ ପକ୍ଷରୁ ଆରମ୍ଭ ହୋଇଥିବା ହୃଦ୍‌ରୋଗ ସଚେତନତା ରଥ ସମଗ୍ର ଓଡିଶା ପରିକ୍ରମା କରୁଛି। ଏହି ପରିପ୍ରେକ୍ଷୀରେ ରଥ ଶୁକ୍ରବାର ବାଲେଶ୍ୱରରେ ପହଞ୍ଚତ୍ଛି। ବାଲେଶ୍ୱର ସହର ଗଡଗଡିଆ ଛକ ନିକଟରେ ଥିବା ଶାଖା କ୍ଲିନିକ ପକ୍ଷରୁ ଏହି ରଥକୁ ସ୍ବାଗତ କରାଯାଇଥିଲା। ବାଲେଶ୍ୱର ଅତିରିକ୍ତି ଜିଲାପାଳ ସମ୍ବିତ କୁମାର ନାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅଭିଯାନକୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ।
ସେପ୍ଟେମ୍ବର ୨୯ ତାରିଖରେ ପାଳନ ହେବ ‘ବିଶ୍ୱ ହୃତପିଣ୍ଡ ଦିବସ’। ଏହି ଅବସରରେ ଓଡିଶାବାସୀଙ୍କୁ ସଚେତନ କରିବା ପାଇଁ ସେପ୍ଟେମ୍ବର ୧୮ତାରିଖରୁ ଭୁବନେଶ୍ୱରରୁ ବାହାରିଥିବା ସଚେତନତା ରଥ କଟକ, ଜଗତସିଂହପୁର, ପାରାଦ୍ୱୀପ, କେନ୍ଦ୍ରାପଡା, ଡୁବୁରୀ, ଯାଜପୁର, ଭଦ୍ରକ ଆଦି ସ୍ଥାନ ଅତିକ୍ରମ କରି ବାଲେଶ୍ୱରରେ ପହଞ୍ଚତ୍ଥିବା ସୂଚନା ଦିଆଯାଇଥିଲା। ରଥ ମୋଟ ୩୫୦୦ କି.ମି. ଅତିକ୍ରମ ସହ ପୁରୀ ଦେଇ ଭୁବନେଶ୍ୱରଠାରେ ୨୯ ତାରିଖରେ ଅଭିଯାନ ଶେଷ କରିବ ା ଏହା ମଧ୍ୟରେ ବାଲେଶ୍ୱର, ଝାରସୁଗୁଡା, ରାଉରକେଲା, ବ୍ରହ୍ମପୁର ଓ ପୁରୀରେ ଥିବା ଆପୋଲୋ କ୍ଲିନିକ ଓ ଅନ୍ୟାନ୍ୟ ସ୍ଥାନରେ କ୍ୟାମ୍ପ ମାଧ୍ୟମରେ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି ା ବାଲେଶ୍ୱର ଆପୋଲୋ କ୍ଲିନିକଠାରେ ଲାୟନ୍ସ କ୍ଲବ ଏମ୍ପାୱାର ସହଯୋଗରେ ଏକ ନିଶୁଃଳ୍କ ହାର୍ଟ ଚେକଅପ କ୍ୟାମ୍ପ ଆୟୋଜିତ ହୋଇଥିଲା ା ଭୁବନେଶ୍ୱର ଆପୋଲୋ ହସ୍‌ପିଟାଲର ଡାକ୍ତର ଗୋବିନ୍ଦ ପ୍ରସାଦ ନାୟକ ଉପସ୍ଥିତ ରହି ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ବାଲେଶ୍ୱର ଶାଖା କ୍ଲିନିକର ନିର୍ଦ୍ଦେଶକ ଅଭିଷେକ ନନ୍ଦୀ, ନିର୍ଦ୍ଦେଶିକା ଶୁଭ୍ରା ନନ୍ଦୀ, ଲାୟନ୍ସ କ୍ଲବ ଏମ୍ପାୱାରର ସଭାପତି ମିତା ମାନ୍ନା ପ୍ରମୁଖ ଉପସ୍ଥିତ ରହି ହାର୍ଟ ଚେକଅପ କ୍ୟାମ୍ପ ପରିଚାଳନା କରିଥିଲେ ା ୧୦୦ରୁ ଊର୍ଦ୍ଧ ହାର୍ଟ ରୋଗୀଙ୍କ ମାଗଣା ଚିକିତ୍ସା ହୋଇଥିବା ବେଳେ କ୍ଲିନିକର ସମସ୍ତ କର୍ମଚାରୀ ଉପସ୍ଥିତ ରହି କ୍ୟାମ୍ପ ପରିଚାଳନାରେ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ଅଭାବ: ଥୁଆମୂଳ ରାମପୁରରେ ଦଲାଲଙ୍କ କବ୍‌ଜାରେ ଆମ୍ବ ଚାଷୀ

ଥୁଆମୂଳ ରାମପୁର, ୧୨/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ବଜାର ବ୍ୟବସ୍ଥା ନଥିବାରୁ ଆମ୍ବ ଚାଷୀ ବ୍ୟାପକ ଶୋଷଣର ଶିକାର ହେଉଛନ୍ତି।…

ଧରିତ୍ରୀ ପ୍ରଭାବ: କାଳବୈଶାଖୀ ବିପନ୍ନ ଗଜେନ୍ଦ୍ରଙ୍କୁ ମିଳିଲା ସରକାରୀ ଗୃହ କାର୍ଯ୍ୟାଦେଶ

ଥୁଆମୂଳ ରାମପୁର, ୧୨/୦୬ (କୀର୍ତ୍ତି ଚନ୍ଦ୍ର ଦୁର୍ଗା): ଗରିବର ଅଶ୍ରୁ ପୋଛିଲା ପ୍ରଶାସନ, ସାର୍ଥକ ହେଲା ‘ଧରିତ୍ରୀ’ର ସମ୍ବାଦ। କାଳବୈଶାଖୀ ଝଡ଼ରେ ଭାଙ୍ଗି ଚୁରମାର୍ ହୋଇଯାଇଥିବା ଗୁଣୁପୁର…

ଦିଗପହଣ୍ଡି କୋର୍ଟରେ ଆଇନ ସଚେତନତା

ଦିଗପହଣ୍ଡି, ୧୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବୃଦ୍ଧ ମାତା ପିତା ଓ ବରିଷ୍ଠ ନାଗରିକଙ୍କ ପାଇଁ ରହିଥିବା…

ସରକାର କରିଲେ ବଡ ଘୋଷଣା; ଅଙ୍ଗନବାଡି଼ କର୍ମୀଙ୍କୁ ମିଳିବ …

ଭୁବନେଶ୍ୱର,୧୨।୬: ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଲେଡି ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କିଛି ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟ ଫୋନ…

ବୃନ୍ଦାବନ ଚନ୍ଦ୍ର କ୍ରିକେଟ ଟୁର୍ନାମେଣ୍ଟ : ଫାଇନାଲରେ ଗୋକର୍ଣ୍ଣପୁର, ଝଗଡା ପଲ୍ଲୀ ଟିମ୍

ଦିଗପହଣ୍ଡି,୧୨|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଖମାରିଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମ ଖେଳପଡିଆରେ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟିଙ୍ଗ କ୍ଳବ  ପକ୍ଷରୁ  ସ୍ବର୍ଗତ କୃଷ୍ଣଚନ୍ଦ୍ର ଏବଂ…

କୁଲାଡ ରଥଯାତ୍ରା ପ୍ରସ୍ତୁତି ବୈଠକ: ସମନ୍ବୟ ରକ୍ଷା କରି ଯାତ୍ରାକୁ ସଫଳ କରାଯିବ

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କୁଲାଡ ରଥଯାତ୍ରା ଓ ବାହୁଡ଼ା ଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହ ହୋଇପାରିବ ସେ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଶୁକ୍ରବାର ଭଞ୍ଜନଗର…

TMC ଛାଡିବେ ରଚନା ବାନାର୍ଜୀ! ଦିଦିଙ୍କୁ ବଡ଼ ଝଟ୍‌କା

କୋଲକାତା,୧୨।୬: ଟିଏମସିରେ ଆରମ୍ଭ ହୋଇଥିବା ବିଭାଜନ ଏବେ ବିସ୍ଫୋରକ ରୂପ ନେଇଛି। ଦଳର ୨୦ ଜଣ ଏମ୍ପି ବିଦ୍ରୋହ ଘୋଷଣା କରିଥିବା କୁହାଯାଉଥିଲେ ହେଁ ଏବେ ଗୋଟିଏ…

ଗଞ୍ଜାମ ସହରରେ ପ୍ରବଳ ବର୍ଷା: ଗୁଳୁଗୁଳିରୁ ଅସ୍ବସ୍ତି

ଗଞ୍ଜାମ,୧୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଶୁକ୍ରବାର ସନ୍ଧ୍ୟାରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଫଳରେ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ଅସ୍ବସ୍ତି ମିଳିଛି। ଅନ୍ୟପଟେ ଏହି ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri